ଶରୀରର ଏହି କିଛି ଭାଗରେ କଳାଯାୟୀ ବ୍ୟକ୍ତିକୁ ଧନବାନ କରିଥାଏ – ଦେଖନ୍ତୁ ଆପଣଙ୍କ ଦେହରେ ଅଛି କି…

ଶାସ୍ତ୍ରରେ ଶରୀର ର ବିଭିନ୍ନ ଜାଗା ରେ ଥିବା କଳାଯାୟୀ ବାବଦରେ ବହୁତ କିଛି କୁହା ଯାଇଛି। ଶରୀର ରେ କଳାଯାୟୀ ର ରହିବା ଆମ ପାଇଁ ବହୁତ ପକ୍ଷେ ଭଲ ହେଇ ଥାଏ। ଶରୀର ରେ ବହୁତ ଲୋକଙ୍କୁ ଏହି କଳାଯାୟୀ ଭଲ ଲାଗିଥାଏ ଆଉ କିଛି ଲୋକଙ୍କୁ ଏହି କଳାଯାୟୀ ଭଲ ଲାଗି ନଥାଏ। ମାତ୍ର ଆଉ କିଛି ଲୋକଙ୍କୁ କଳାଯାୟୀ ର ରହିବା ଅଥବା ନ ରହିବା ଉପରେ କିଛି ଫରକ ପଡି ନଥାଏ। ଶରୀର ରେ କଳାଯାୟୀ ରହିବା ଅଥବା ନ ରହିବା ଉପରେ ନେଇ କିଛି କାର୍ଯ୍ୟ ହେଇ ନଥାଏ। ଗୋଟେ ଜିନିଷ ଯାହା କି ଆମ ଜୀବନ ଶୈଳୀ ଉପରେ ଫରକ ପକାଏ ତାହା ହେଉଛି ଏହି କଳାଯାୟୀ ଶରୀର ର କେଉଁ ଜାଗା ରେ ଅଛି। ଶରୀର ର କେଉଁ ବି ସ୍ଥାନ ରେ କଳାଯାୟୀ ରହି ପାରେ।
ଆଜି ଆମର ଏହି ବର୍ଣ୍ଣନା ରେ ଆମେ ଆପଣଙ୍କ ଶରୀର ର କିଛି ଏପରି ମୁଖ୍ୟ ସ୍ଥାନ ବାବଦରେ କହିବାକୁ ଯାଉଛୁ ଯେଉଁଠାରେ କଳାଯାୟୀ ରହିବା ଦ୍ୱାରା ଏହା ଆମ ପାଇଁ ଅତ୍ୟନ୍ତ ଶୁଭ ହେଇଥାଏ। ଆଉ ଏହି ସମସ୍ତ ଭାଗ୍ୟବାନ ବ୍ୟକ୍ତିଙ୍କ ବାବଦରେ କହିବାକୁ ଯାଉଛୁ। ତ ଚାପନ୍ତୁ ଜାଣିବା।
୧: ପ୍ରଥମ ସ୍ଥାନ ହେଉଛି ଆମ ଚେହେରା ର ଓଠ ତଳେ। ଏହାକୁ ଆମ ଭାଷା ରେ ଥୋଡି କୁହା ଯାଇଥାଏ। ଆଜ୍ଞା ହଁ ଥୋଡି ରେ କଳାଯାୟୀ ରହିବା ଆମ ପାଇଁ ବହୁତ ସୁଭଦାୟକ ହେଇଥାଏ ଆଉ ଶାସ୍ତ୍ରାନୁସାରେ ଏହି ପ୍ରକାର କଳାଯାୟୀ ରହିଥିବା ବ୍ୟକ୍ତି ମାନଙ୍କୁ ଭାଗ୍ୟବାନ ମାନା ଯାଇଥାଏ। ଏମାନଙ୍କର ବିଗାଡିଥିବା କାମ ହେଇ ଯାଏ। ଏମାନେ ପଇସା ପତ୍ର କ୍ଷେତ୍ର ରେ ବି ବହୁତ ସବଳ ହେଇ ଥାଆନ୍ତି। ସେମାନଙ୍କର ଶରୀର ବି ଠିକ ରହିଥାଏ।
ସେହିପରି ଯେଉଁ ମହିଳା ମାନଙ୍କର ଏହି ସ୍ଥାନ ରେ କଳାଯାୟୀ ରହିଥାଏ ସେମାନେ ଅନ୍ୟ ମହିଳା ଙ୍କ ତୁଳନା ରେ ଅଧିକ ସଜ୍ଜିତ ହେବାକୁ ପସନ୍ଦ କରନ୍ତି। ଅନ୍ୟ ମହିଳା ମାନଙ୍କ ତୁଳନା ରେ ସେମାନେ ନିଜର ସଜ ଉପରେ ଅଧିକା ପଇସା ଖର୍ଚ୍ଚ କରନ୍ତି।
୨: ଆଉ ଏକ ମହତ୍ତ୍ୱପୂର୍ଣ ସ୍ଥାନ ଯେଉଁଠି କି କଳାଯାୟୀ ରହିବା ଶୁଭ ହେଇଥାଏ ତାହା ହେଉଛି ଆପଣଙ୍କ ଆଖି ଦୁଇଟି ମଝି ଭାଗ ରେ ଅଥବା ଆପଣଙ୍କର ନାକ ରେ। ଆଜ୍ଞା ହଁ ଯେଉଁ ଲୋକ ଆଥବା ମହିଳା ମାନଙ୍କର ନାକ ରେ କଳାଯାୟୀ ଥାଏ ସେମାନେ ବହୁତ ଭାଗ୍ୟବାନ ହେଇ ଥାଆନ୍ତି। ସେମାନେ ଟିକେ ନଖରା ଦେଖାନ୍ତି ଆଉ ସେମାନଙ୍କୁ ହସ ମଜାକ କରିବା ଅତ୍ୟନ୍ତ ପସନ୍ଦ ଥାଏ। ମାତ୍ର ସେମାନେ ମନ ରେ କାହାରି ପାଇଁ ଛଳ କପଟ ରଖନ୍ତି ନାହିଁ। ସେମାନେ ବହୁତ ସ୍ୱାଭିମାନି ହେଇଥାନ୍ତି ଆଉ ନିଜ କାମ ଛଡା ଆଉ କାହା କାମ ରେ ଧ୍ୟାନ ବି ଦିଅନ୍ତି ନାହିଁ।