ବହୁତ ପୁରୁଣା ଅଣ୍ଟା ବ୍ୟଥା କୁ ଏହା ଦ୍ବାରା ଦୂର ହୋଇଥାଏ,ଏହା କରିବା ଦ୍ବାରା ବହୁ ଦିନ ପର୍ଯ୍ୟନ୍ତ ଅଣ୍ଟା ବ୍ୟଥା ହୋଇ ନଥାଏ…

ସାଙ୍ଗ ମାନେ ଅଣ୍ଟା ଦରଜ ଏକ ଏଭଳି ସମସ୍ୟା ଯାହା ହେବା ଦ୍ଵାରା ଆପଣ ଚାଲି ପାରିବେନି ଆଜି କାଲି ଏହି ସମସ୍ୟା ଏତେ ଅଧିକ ହୋଇଗଲାଣି ଯେ ଛୁଆ ଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟା ଦେଇ ଗତି କରୁଛନ୍ତି।ଆସନ୍ତୁ ଜାଣିବା କଣ ପାଇଁ ଅଣ୍ଟା ବିନ୍ଧା ହୋଇଥାଏ। ଅଧିକ ଓଜନ ଉଠାଇବା,ଅଧିକ କାମ କରିବା,ନିଶା ଦ୍ରବ୍ୟ ସେବନ କରିବା।ଶୋଇବା ସମୟରେ ଠିକ ସେ ନ ଶୋଇବା।ଅଧିକ ଓଜନ ବଢିବା, ବା ଆପଣ ଯଦି କିଛି ବ୍ୟାୟାମ ନ କରିବେ ,ଯଦି ଅଧିକ ସମୟ ବସି ରହିଲା,ମୋବାଇଲ କି କମ୍ପୁଟରରେ ର ଅଧିକ ବ୍ୟବ୍ୟବହାର ଦ୍ବାରା ଅଣ୍ଟା ଯନ୍ତ୍ରଣା ହୋଇଥାଏ।ଏହା ପାଇଁ ସବୁ ସମୟରେ ଔଷଧ ଖାଇବା ଠିକ ନୁହେଁ।ଆଜି ଆମେ ଆପଣଙ୍କୁ ଏହାକୁ ଠିକ କରିବା ପାଇଁ କିଛି ଘରୋଇ ଉପଚାର କହିବୁ ଯାହା ଦ୍ବାରା ଆପଣ ନିଜ ଅଣ୍ଟା ଯନ୍ତ୍ରଣା ରୁ ମୁକ୍ତି ପାଇଁ ପାରିବେ।
ସର୍ବ ପ୍ରଥମ ଉପଚାର ହେଉଛି ଗରମ ପାଣି ରେ ସେକ ଦେବା ସେକ କୌଣସି ଦରଜ ପାଇଁ ଭଲ ଉପଚାର ଅଟେ ଯଦି ଆପଣ ଙ୍କ ଅଣ୍ଟା ବିନ୍ଦା ହେଉଛି ଗରମ ପାଣି ସେକ ଦିଅନ୍ତୁ କି ଗରମ ପାଣି ରେ ଗାଧୋଇବା ଦ୍ବାରା ବି ଆପଣଙ୍କ ବିନ୍ଧା ଦୂର ହୋଇଥାଏ।ବେଳେବେଳେ ଶରୀରରେ କ୍ୟାଲିସିଅମ କମ ହେବାରୁ ଅଣ୍ଟା ବିନ୍ଧା ହୋଇଥାଏ।କାରଣ କ୍ୟାଲସିୟମ ହାଡ଼ କୁ ଶକ୍ତ ରଖେ।ଏଥିପାଇଁ ସବୁବେଳେ କ୍ୟାଲିସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ।ସବୁବେଳେ ନରମ ଗଦି ସୁଅନ୍ତୁ ନି ଏହା ବି ଠିକ ହୋଇନଥାଏ।ଗୋଟିଏ ସ୍ଥାନ ରେ ଅଧିକ ସମୟ ବସନ୍ତୁ ନାହିଁ କିଛି ସମୟ ପାଇଁ ଚଲା ବୁଲା କରନ୍ତୁ।
ଅଧିକ ସମୟ ଧରି ମୋବାଇଲ ବା କମ୍ପ୍ୟୁଟର ଚଳାନ୍ତୁନାହିଁ।ଶରୀରରେ ତେଲ ଘଷିବା ବିନ୍ଦା ପାଇଁ ଭଲ ହୋଇଥାଏ ଆପଣ ଶରୀରରେ ବଜାର ରେ ମିଳୁଥିବା ବିନ୍ଦା ତେଲ କିମ୍ବା ଘରେ ତିଆରି କରି ମାଲିସ କରିପାରିବେ।ଘରେ ତିଆରି ପାଇଁ ଆପଣଙ୍କୁ ସୋରିଷ ତେଲ କିମ୍ବା ନଡ଼ିଆ ତେଲ ନେଇ ସେଥିରେ ରସୁଣ ପକାଇ ଗରମ କରନ୍ତୁ।ସେ ପର୍ଯ୍ୟନ୍ତ ଗରମ କରନ୍ତୁ ଯେ ପର୍ଯ୍ୟନ୍ତ ରସୁଣ କଳା ନ ପଡି ଯାଇଛି ଏହା ପରେ ଏହାକୁ ଭଲସେ ମାଲିସ କରନ୍ତୁ ଏହା ଦ୍ବାରା ମଧ୍ୟ ଅଣ୍ଟା ବିନ୍ଧା ଦୁର ହୋଇଥାଏ।ଯଦି ଲମ୍ବା ସମୟରୁ ଆପଣଙ୍କ ଅଣ୍ଟା ବିନ୍ଧା ହେଉଛି ଆପଣ ଯୋଗର ସାହାରା ନେଇପାରିବେ।
ଆଜି କାଲି ଯୋଗ ଦ୍ବାରା ବଡ ବଡ ରୋଗ ଠିକ ହେଇପାରୁଛି।ଆପଣ ପ୍ରତି ଦିନ କିଛି ଶାରୀରିକ ପରିଶ୍ରମ କରନ୍ତୁ ଆଃ ଦ୍ବାରା ମଧ୍ୟ ଅଣ୍ଟା ବୁନ୍ଧା ଦୂର ହୋଇଥାଏ।ନିଜ ଓଜନ ଉପରେ ନିୟନ୍ତ୍ରଣ ରଖନ୍ତୁ।କୌଣସି ଓଜନ ବସ୍ତୁ ଉଠାଇବା ସମୟରେ ଧ୍ୟାନ ରଖନ୍ତୁ।
ଗ୍ରୀନ ଟି ବି ଅଣ୍ଟା ବିନ୍ଧା ରୁ ମୁକ୍ତି ଦେଇଥାଏ ଏହା ମଧ୍ୟରେ ଅନେକ ପ୍ରକାର ଉପକାରୀ ଜିନିଷ ଥାଏ।ଅଦା ବି ବିନ୍ଦା ପାଇଁ ଭଲ ଅଟେ।ପ୍ରତି ଦିନ ଅଦା ଖାଆନ୍ତୁ।ଅଧିକ ଦିନ ପର୍ଯ୍ୟନ୍ତ ସୁଅନ୍ତୁ ନାହିଁ ।ଡାକ୍ତର ବି କେବଳ ୨ ଦିନ ବିଶ୍ରାମ କରିବାକୁ କହିଥାନ୍ତି।ଶୋଇବା ସମୟରେ ଠିକ ସେ ଶୁଅନ୍ତୁ।କିଛି କାମ କଲା ସମୟରେ ନିଜ ମୁହଁ କୁ ସବୁବେଳେ ସିଧା ରଖନ୍ତୁ।ଏହା ମଧ୍ୟରେ ଯାହା ଆପଣଙ୍କୁ ଭଲ ଲାଗୁଛି କରନ୍ତୁ।