October 22, 2024

Odia Express

Here, There and Everywhere

ଘଣ୍ଟା ଘଣ୍ଟା ଲାଇନ ରେ ଲାଗିବା ପରେ ୨ ଜଣ ଦିନ ମଜୁରିଆ ଅନ୍ୟ ଲୋକକୁ ନିଜର ସିଟ ଦେଇଦେଲେ – ଏହାର କାରଣ ଜାଣିବା ପରେ ନିଜେ ପୋଲିସ ବି କାନ୍ଦି ପକେଇଲେ…

ଦୁଇ ଜଣ ମଜୁରିଆ ଯିଏ କି ନିଜର ସିଟ ଅନ୍ୟ ଜଣେ ଲୋକକୁ ଦେଇ ଦେଲେ। ଏହାର କାରଣ ଜାଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ। ଏହି ଲକଡାଉନ ସମୟରେ ଯେତେବେଳେ ସମସ୍ତେ ନିଜ ନିଜର ଘରକୁ ଫେରିବା ଚେଷ୍ଟା ରେ ଅଛନ୍ତି ଆଉ କିଛି କିଛି ଲୋକ ପାଦ ରେ ଚାଲିକି ଘରକୁ ଆସିବାକୁ ବି ପଛାଉ ନାହାନ୍ତି ତ ଏହି ସମୟରେ ଦୁଇ ଜଣ ଶ୍ରମିକ ନିଜର ଟ୍ରେନ ର ସିଟ ଆଉ ଜଣେ ଲୋକଙ୍କୁ ଦେଇ ଦେଇ ଛନ୍ତି। ଏହାର କାରଣ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ।

ଏହି ମାମଲା ପାଳାମୁ ରୁ ଆସିଛି ଯେଉଁଠାରେ କି ଶ୍ରମିକ ଏକ୍ସପ୍ରେସ ରେ ଲୋକ ଅନ୍ୟ ରାଜ୍ୟ ରୁ ବୁହା ହେଇକି ଆସି ଛନ୍ତି। ଯଦି ଆପଣଙ୍କ ପାଖରେ କେହି ଲୋକ ଅଛନ୍ତି ଯିଏ କି ଶ୍ରମିକ ଏକ୍ସପ୍ରେସ ରେ ଆସିଛନ୍ତି ଅଥବା ଆପଣ ହି ଶ୍ରମିକ ଏକ୍ସପ୍ରେସ ରେ ଆସିଛନ୍ତି ତ ସେମାନଙ୍କୁ ଆପଣ ପଚାରିବା ଦରକାର କି ତାଙ୍କର ଆସିଥିବା ସେହି ଶ୍ରମିକ ଏକ୍ସପ୍ରେସ ରେ ବ୍ୟବସ୍ଥା କିପରି ଆଉ କେମିତି ସୁବିଧା ସେଥିରେ ଉପଲବ୍ଧ। ଏହି ଏକ୍ସପ୍ରେସ ର ମୂଳ ତତ୍ତ୍ୱ ହେଉଛି ଯେଉଁ ଗରିବ ଆଉ ସହାଯ୍ୟହୀନ ଲୋକମାନେ ନିଜର ଘରକୁ ପହଂଚି ପାରୁ ନାହାନ୍ତି ସେମାନଙ୍କୁ ଏମାନେ ତାଙ୍କ ଘରେ ପହଞ୍ଚାଇବେ।

ସେହି ପ୍ରକାରେ ଏକ ଏକ୍ସପ୍ରେସ ପାଳାମୁର କୁ ବାହାରି ଥିଲା। ଏହି ପାଳାମୁର ର ଦୁଇ ଭାଇ ବିନୋଦ ୟାଦବ ଆଉ ନିରଞ୍ଜନ ୟାଦବ ତାଙ୍କ ଘରକୁ ଯିବାକୁ ବାହାରି ଥିଲେ। ତାଙ୍କ ଯିବା ଏଇଥିପାଇଁ ଜରୁରୀ ଥିଲା କାରଣ ତାଙ୍କ ଘରେ ତାଙ୍କ ଛୋଟ ଭଉଣୀ ର ମୃତ୍ୟୁ ହେଇ ଯାଇ ଥିଲା। ମାତ୍ର ତାଙ୍କ ନାମ ସେହି ଲିଷ୍ଟ ରେ ଜମା ବି ନଥିଲା। ତ ସେମାନେ ଟ୍ରେନ ର ଅଧିକାରୀ ମାନଙ୍କ ପାଖରେ ତାଙ୍କ ଏହି ଅସୁବିଧା ପାଇଁ ବହୁତ ଅନୁରୋଧ କଲେ। ମାତ୍ର ରେଲୱେ ଅଧିକାରୀ ମାନେ ବିନୋଦ ଆଉ ନିରଞ୍ଜନ ଙ୍କର କିଛି ବି ସହାୟତା କରିପାରିଲେ ନାହିଁ।

ମାତ୍ର ସେମାନେ ରେଳ ରେ ବସିଥିବା କିଛି ଯାତ୍ରୀ ମାନଙ୍କ ପାଖରୁ ସାହାଯ୍ୟ ମାଗିବାକୁ ଚେଷ୍ଟା କଲେ। ସେମାନେ କହିଲେ କି ଆମର ଘରକୁ ଯିବା ନିହାତି ଜରୁରୀ ମାତ୍ର କେହି ବି ଲୋକ ତାଙ୍କ କଥା ଆଉ ଶୁଣିଲେ ନାହିଁ । ସେହି ସମୟରେ ତାଙ୍କର ଦୁଃଖ ଶୁଣିବା ପରେ ଦୁଇ ଜଣ ଶ୍ରମିକ ତାଙ୍କର ନିଜର ସିଟ ଛାଡିଦେଲେ। ସେମାନେ କହିଲେ କି ଏହି ଦୁଇ ଜଣ ତାଙ୍କର ଭଉଣୀ ଙ୍କର ଅନ୍ତିମ ସଂସ୍କାର ପାଖରେ ରହିବା ନିହାତି ଜରୁରୀ ଆଉ ତାଙ୍କ ଘର ର ସାହାଯ୍ୟ କରିବା ନିହାତି ଜରୁରୀ। ତେଣୁ ସେମାନେ ଏତେ ବଡ଼ ତ୍ୟାଗ କଲେ। ତାଙ୍କର ଏହି ତ୍ୟାଗ ଦେଖିବା ପରେ ନିଜେ ପୋଲିସ ବି କାନ୍ଦି ପକେଇଲା।

Leave a Reply

Your email address will not be published. Required fields are marked *