ଆପଣଙ୍କ ଆଖପାଖକୁ ମଧ୍ୟ ଆସିବେ ନାହିଁ ମଶା, ମାତ୍ର 1ମିନିଟରେ ପ୍ରଭାବ ଦେଖେଇବ ଏହି ପତ୍ର – ଜାଣିରଖନ୍ତୁ ଏପରି ଲାଭ ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ….
1 min readଗ୍ରୀଷ୍ମ ଋତୁ ଆସିବା ମାତ୍ରେ ସବୁଠାରୁ ବଡ ସମସ୍ୟା ଯାହା ଆଗକୁ ଆସେ ତାହା ହେଲା ମଶାଙ୍କ ସମସ୍ୟା। ଗ୍ରୀଷ୍ମରେ ମଶା ଏତେ ଅଧିକ ହୋଇଯାନ୍ତି ଯେ ସେମାନେ ଆମକୁ ବହୁତ ହଇରାଣ କରନ୍ତି। ମଶାଙ୍କ କାରଣରୁ ଗ୍ରୀଷ୍ମଋତୁରେ ଡେଙ୍ଗୁ ନାମକ ଘାତକ ରୋଗ ହୋଇଥାଏ । ବହୁତ ଲୋକ ମଶାଙ୍କୁ ମାରିବା ନିମନ୍ତେ ବଜାରକୁ ଆସୁଥିବା ଉତ୍ପାଦ ବ୍ୟବହାର କରନ୍ତି କିନ୍ତୁ ତାହା ମଧ୍ୟ କୌଣସି ପ୍ରଭାବ ଦେଖାଇ ପାରେନାହିଁ । ଏଥିପାଇଁ ଆଜି ଆମେ ଅପନନକୁ ମଶାଙ୍କୁ ମାରିବା ନିମନ୍ତେ ଏକ ଏପରି ଉପାୟ ଜଣେଇବୁ ଯାହା ଆପଣଙ୍କୁ ମଶାଙ୍କ ଠାରୁ ପୂର୍ଣ୍ଣ ସୁରକ୍ଷା ଦେବ।ଆମ ଦେଶରେ ବହୁତ ଗୁଡିଏ ଔଷଧ ଏପରି ଅଛି ଯାହାର ବ୍ୟବହାର କରି ଆମେ ଯେକୌଣସି ପ୍ରକାରର ସମସ୍ୟାରୁ ମୁକ୍ତି ପାଇପାରୁ। ଆଜି ଆମେ ଆପଣଙ୍କୁ ଏକ ଏପରି ପତ୍ର ବିଷୟାରେ ଜଣେଇବୁ ଯାହାର ବ୍ୟବହାର କରି ଆପଣ ନିଜ ଘରୁ ମଶାଙ୍କୁ ଶେଷ କରିପାରିବେ। ଯେଉଁ ପତ୍ରର ବିଷୟରେ ଆମେ କହୁଛୁ ତାହାକୁ ତେଜପତ୍ର ନାମରେ ଜଣାଯାଏ।
ତେଜପତ୍ର ମଧୁମେହ, ଆଲ୍ଯାଇମରସ, ବାଞ୍ଝପଣ, ଥଣ୍ଡାକାଶ, ଗଣ୍ଠିପୀଡା, ରକ୍ତପିତ୍ତ, ରକ୍ତସ୍ରାବ, ଦାନ୍ତ ସଫେଇ, ସର୍ଦି ଭଳି ଅନେକ ରୋଗରେ ଉପଯୋଗୀ ଅଟେ। ଏହା ସବୁବେଳେ ସବୁଜ ରହୁଥିବା ବୃକ୍ଷ ତମାଳ ବୃକ୍ଷର ପାତ୍ର ଅଟେ ଏହାକୁ ତମାଳପତ୍ର, ତେଜପତ୍ର କୁହନ୍ତି। ତେଜପତ୍ର ମସଲା ରୂପରେ ମଧ୍ୟ ବ୍ୟବହାର କରାଯାଏ।
ଏହା ସିକ୍କିମ, ହିମାଳୟ, ମଣିପୁର ଓ ଅରୁଣାଚଳପ୍ରଦେଶ ରେ ଜନ୍ମ ନେଇଥାଏ । ତେଜପତ୍ର ବୃକ୍ଷରୁ ପତ୍ର ତୋଳି ଖରାରେ ସୁଖେଇ ଦୋକାନରେ ବିକ୍ରି କରାଯାଏ। ତେଜପତ୍ରରେ ପୀଡାନାଶକ, ଆଣ୍ଟି ଅକସିଡାଣ୍ଟସ ଗୁଣ ଥାଏ। ତେଜପତ୍ର ମଧୁର, କିଛି ତୀକ୍ଷଣ, ଉଷ୍ମ, ଚିକ୍କଣ, ତୈଳିୟ ହୋଇଥାଏ। ବାତ, କଫନାଶକ ଓ ପାଚକ ହୋଇଥାଏ। ଆୟୁର୍ବେଦରେ ଅନେକ ଗମ୍ଭୀର ରୋଗରେ ଏହାର ଉପଯୋଗ କରାଯାଏ ଆସନ୍ତୁ ଜାଣିବା ।
ଏହି ପତ୍ରକୁ ଜଳେଇବା ଦ୍ଵାରା ଆଉଥରେ କେବେ ମଧ୍ୟ ମର୍ଟିନ ଜଳେଇବାର ଆବଶ୍ୟକ ହେବନାହିଁ। ତେଜପତ୍ର ଆମ ଦେଶରେ ପ୍ରାୟ ସବୁ ଘରେ ମିଳିଯାଏ। ଘରେ ଥିବା ମଶାଙ୍କୁ ମାରିବା ନିମନ୍ତେ ସବୁଠାରୁ ପ୍ରଥମେ 34ଟି ତେଜପତ୍ର ନିଅନ୍ତୁ, ଏହାକୁ ଘରର ଚାରିକୋଣରେ ଜଳେଇକି ଛାଡି ଦିଅନ୍ତୁ ଓ 15ମିନିଟ ନିମନ୍ତେ ଘରର ସବୁ କବାଟ ଓ ଝରକା ବନ୍ଦ କରିଦିଅନ୍ତୁ। 15ମିନିଟ ପରେ ଯେବେ ଆପଣ ଘରକୁ ପଶିବେ ତେବେ ଆପଣ ଦେଖହିବେ ଯେ ଘରେ ସମସ୍ତ ମଶା ମରିଯାଇ ତଳେ ପଡିଥିବେ। ଏହି ପତ୍ରକୁ ଜଳେଇବା ଦ୍ଵାରା ଯେଉଁ ଧୂଆଁ ନିର୍ଗତ ହୁଏ ତାହା ମଶାଙ୍କ ନିମନ୍ତେ ବହୁତ ଘାତକ ହୋଇଥାଏ ଏଥିପାଇଁ ସମସ୍ତ ମଶା ମରିଯାନ୍ତି । ଏହି ପତ୍ରକୁ ଜଳେଇବା ପରେ ଆପଣଙ୍କ ଘରକୁ ଆଉଥରେ ମଶା ପ୍ରବେଶ କରିବେ ନାହିଁ ।
ଶୋଇବା ଆଗରୁ ଘରେ ଜଳେଇଦିଅନ୍ତୁ କେବଳ ଗୋଟିଏ ତେଜପତ୍ର, କେବଳ 15ମିନିଟ ମଧ୍ୟରେ ଆପଣଙ୍କୁ ଯେଉଁ ଲାଭ ହେବ ଯାହାର ଆପଣ କେବେ କଳ୍ପନା ମଧ୍ୟ କରିନଥିବେ।
ରାତିରେ ଭଲ ନିଦରେ ଶୋଇବାକୁ ଚାହାନ୍ତି ତ ଜରୁରୀ ଅଟେ ଆପଣଙ୍କୁ କୌଣସି ପ୍ରକାର ଚାପ ନଥିବ। ଆପଣଙ୍କ ମନ ଶାନ୍ତ ଥିବ। ଆପଣ ଶାନ୍ତି ଅନୁଭବ କରିବେ। କିନ୍ତୁ ପ୍ରାୟତଃ ଏପରି ହୋଇପାରେ ନାହିଁ । ଦିନସାରା ଚାହେଁ ଆପଣ ଅଫିସରେ ରୁହନ୍ତୁ, କଲେଜ ଯାଅନ୍ତୁ କିମ୍ବା ଘର କାମରେ ବ୍ୟସ୍ତ ରୁହନ୍ତୁ… ଚାପ ହୋଇଯାଏ। ଚାପ ମାନେ ଷ୍ଟ୍ରେସ। ଏହି ଚାପ ଆପଣଙ୍କୁ ରାତିରେ ଶୋଇବାକୁ ଦିଏନାହିଁ । ଏହା ଆପଣଙ୍କୁ ମାନସିକ ଓ ଶାରୀରିକ ଭାବରେ କ୍ଷତି ପହଞ୍ଚାଏ। ଯଦି ଆପଣ ଛୋଟିଆ ପ୍ରଚେଷ୍ଟା କରିବେ ତେବେ ଚାପକୁ କିଛି ମିନିଟ ମଧ୍ୟରେ ଦୂର କରିପାରିବେ ।
ଏଥିପାଇଁ ଆପଣଙ୍କୁ ଅଧିକ କିଛି ନାହିଁ କେବଳ ଏକ ତେଜପତ୍ର ଆବଶ୍ୟକ । ତେଜପତ୍ର ପ୍ରତି ଘରେ ରୋଷେଇରେ ଆରାମରେ ମିଳିଯାଏ। ଏହା କେବଳ 5ମିନିଟରେ ଆପଣଙ୍କ ଚାପ ଦୂର କରିବାର କ୍ଷମତା ରଖିଥାଏ। ଏକ ରଶିଆନ ବୈଜ୍ଞାନିକ ଏହା ଉପରେ ଗବେଷଣା କରେଥିଲେ ତ ସେ ଜାଣିପାରିଲେ ଯେ ଆମର ଚାପକୁ ଦୂର କରିପାରେ। ଏହି କାରଣ ଅଟେ ଯେ ତେଜପତ୍ରକୁ ଆରୋମାଥେରାପି ନିମନ୍ତେ ମଧ୍ୟ ବ୍ୟବହାର କରାଯାଏ। ଏହା ବ୍ୟତିତ,ତେଜପତ୍ର ତ୍ଵଚା ସମ୍ବନ୍ଧୀୟ ରୋଗ ଓ ଶ୍ଵାସ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ଜନାଜାଏ ।
କିପରି କରିବେ ବ୍ୟବହାର
ଗୋଟିଏ ତେଜପତ୍ର ନିଅନ୍ତୁ ଓ ତାହାକୁ ଗୋଟିଏ ପାତ୍ର କିମ୍ବା ଆଶଟ୍ରେ ରେ ଜଳେଇ ଦିଅନ୍ତୁ। ଏବେ ଏହାକୁ ଘର ଭିତରକୁ ଆଣି 15ମିନିଟ ନିମନ୍ତେ ରଖିଦିଅନ୍ତୁ। ଆପଣ ପାଇବେ ଯେ ତେଜପତ୍ରର ସୁଗନ୍ଧ ପୁରା ରୁମ ମଧ୍ୟରେ ଖେଳିଯିବ। ତାସହ ଆପଣଙ୍କ ରୁମର ପରିବେଶ ମଧ୍ୟ ଶାନ୍ତିପୂର୍ଣ୍ଣ ଲାଗିବ। ଏହା ଆପଣଙ୍କୁ ସ୍ପା ଏକ୍ସପେରିଏନ୍ସ ଦେବ। କିଛି ସମୟ ପର୍ଯ୍ୟନ୍ତ ଏହି ରୁମରେ ଆରାମରେ ବସନ୍ତୁ, ଆପଣଙ୍କୁ ନିଜ ଭିତରେ ଶାନ୍ତିର ଅନୁଭବ ହେବ ଓ ଆପଣଙ୍କ ଚାପ କମ ହେବାରେ ଲାଗିବ ।
ବିଭିନ୍ନ ରୋଗରେ ଉପଚାର (Treatmentofvariousdiseases)
ଥଣ୍ଡାଜ୍ଵର: ଚା ପତି ସ୍ଥାନରେ ତେଜପତ୍ରର ଚୂର୍ଣ୍ଣର ଚା ପିଇବା ଦ୍ଵାରା ଛିଙ୍କ, ସିଙ୍ଘାଣି ବୋହିବା, ଜ୍ଵଳନ, ମୁଣ୍ଡ ବ୍ୟଥା ଦୂର ହୋଇଯାଏ। ତେଜପତ୍ରର ଛାଲ 5ଗ୍ରାମ ଓ ଛୋଟ ପିପ୍ପଳି 5ଗ୍ରାମକୁ ଗୁଣ୍ଡକରି 2ଚାମଚ ମହୁ ସହିତ ଚାଟିଲେ କାଶ ଓ ଥଣ୍ଡା ଭଲ ହୋଇଯାଏ। 1ରୁ 4 ଗ୍ରାମ ତେଜପତ୍ରର ଚୂର୍ଣ୍ଣକୁ ସକାଳେ ଓ ସନ୍ଧ୍ୟାରେ ଗୁଡସହିତ ଖାଇଲେ ଧୀରେଧିରେ ଥଣ୍ଡା ଠିକ ହୋଇଯାଏ।
ମୁଣ୍ଡର ଉକୁଣି: ତେଜପତ୍ରର 5ରୁ6 ପତ୍ରକୁ 1ଗ୍ଲାସ ପାଣିରେ ଏତିକି ଫୁଟେଇବେ ଯେ ପାଣି ଅଧା ରହିଯିବ ଓ ଏହି ପାଣିରେ ପ୍ରତିଦିନ ମୁଣ୍ଡରେ ମାଲିଶ କରିବା ପରେ ସ୍ନାନ କରିବା ଉଚିତ। ଏହାଦ୍ୱାରା ମୁଣ୍ଡର ଉକୁଣି ମରିଯାଇ ବାହାରି ଆସିବେ ।
ଆଖିର ରୋଗ: ତେଜପତ୍ରକୁ ଗୁଣ୍ଡକରି ଆଖିରେ ଲଗେଇଲେ ଆଖିର ଜ୍ଵଳନ ଓ ଧୂଆଁଳିଆ ଭଲ ହୋଇଯିବ। ଆଖିରେ ହେଉଥିବା ନାଖୁନା ରୋଗ ମଧ୍ୟ ଏହି ପ୍ରୟୋଗ ଦ୍ଵାରା ଭଲ ହୋଇଯାଏ।
ରକ୍ତସ୍ରାବ: ନାକ, ମୁହଁ, ମଳ ବା ମୁତ୍ର କୌଣସି ବି ଅଙ୍ଗରୁ ରକ୍ତ ସ୍ରାବ ହେଲେ ଥଣ୍ଡା ପାଣି ଏକ ଗ୍ଲାସରେ 1ଚାମଚ ଗୁଣ୍ଡ ତେଜପତ୍ର ମିଶାଇ ପ୍ରତି 3ଘଣ୍ଟାରେ ସେବନ କଲେ ରକ୍ତସ୍ରାବ ବନ୍ଦ ହୋଇଯାଏ।
ଶ୍ଵାସ: ତେଜପତ୍ର ଓ ପିପ୍ପଳି କୁ 2-2ଗ୍ରାମ ମାତ୍ରା ରେ ଅଦା ର ମୁରବ୍ବାର ଚାଷଣୀରେ ପକେଇ ଚଟେଇଲେ ଶ୍ଵାସ ଏବଂ ଶ୍ଵାସନଳୀ ରୋଗ ଠିକ ହୋଇଯାଏ। ଶୁଖିଲା ତେଜପତ୍ରର ଚୂର୍ଣ୍ଣ 1ଚାମଚ ମାତ୍ରା ରେ 1କପ ଗରମ କ୍ଷୀର ସହିତ ସକାଳେ ସନ୍ଧ୍ୟାକୁ ପ୍ରତିଦିନ ଖାଇଲେ ଶ୍ଵାସ ରୋଗରେ ଲାଭ ମିଳିଥାଏ।
କାଶ: ପ୍ରାୟ 1ଚାମଚ ତେଜପତ୍ରର ଚୂର୍ଣ୍ଣ ମହୁ ସହିତ ସେବନ କରିବା ଦ୍ଵାରା କାଶ ଠିକ ହୋଇଯାଏ। ତେଜପତ୍ରର ଛାଲ ଓ ପିପ୍ପଳି କୁ ସମାନ ମାତ୍ରାରେ ଗୁଣ୍ଡକରି ସେଥିରେ 3ଗ୍ରାମ ମହୁ ମିଶେଇ ଚାଟିଲେ କାଶରେ ଆରାମ ମିଳିଥାଏ।
ତେଜପତ୍ରର ଚୂର୍ଣ୍ଣ 1ରୁ 4ଗ୍ରାମ ମାତ୍ରାରେ ସକାଳେ ସନ୍ଧ୍ୟା ମହୁ ଓ ଅଦା ରସ ସହିତ ସେବନ କରିବା ଦ୍ଵାରା କାଶ ଠିକ ହୋଇଯାଏ।
ତେଜପତ୍ରର ଛାଲର ସୁପ ସକାଳେ ତଥା ସନ୍ଧ୍ୟାରେ ପିଇଲେ କାଶ ଓ ଅଫାରା ଦୂର ହୋଇଯାଏ। 60ଗ୍ରାମ ବିନା ମଞ୍ଜିର କିସମିସ, 60ଗ୍ରାମ ତେଜପତ୍ର, 5ଗ୍ରାମ ପିପ୍ପଳି ଚୂର୍ଣ୍ଣ, 30ଗ୍ରାମ ବାଦାମ କିମ୍ବା 5ଗ୍ରାମ ଛୋଟ ଗୁଜୁରାତିକୁ ଏକାଠି ଗୁଣ୍ଡକରି ଚୂର୍ଣ୍ଣ ବନେଇ ଦିଅନ୍ତୁ। ଏହାପରେ ଏହି ଚୂର୍ଣ୍ଣକୁ ଗୁଡରେ ମିଶାଇ ଦିଅନ୍ତୁ। ଏଥିରେ ଚିମୁଟାଏ ନେଇ କ୍ଷୀର ସହିତ ସେବନ କରିବା ଦ୍ଵାରା କାଶ ଆସିବା ବନ୍ଦ ହୋଇଯାଏ।
ଅଫାରା(ପେଟ ଫୁଲିବା): ତେଜପତ୍ରର ସୁପ ପିଇବା ଦ୍ଵାରା ଝାଳ ଆସିଥାଏ ଓ ଅନ୍ତନାଳୀର ଅସୁବିଧା ଦୂର ହୋଇଥାଏ ଯାହାର ଫଳସ୍ଵରୂପ ପେଟ ଫୁଲିବା ତଥା ଝାଡା ଲାଗିବା ଆଦିରେ ଲାଭ ମିଳିଥାଏ। ତେଜପତ୍ରର ଚୂର୍ଣ୍ଣ 1 ରୁ 4ଗ୍ରାମ ମାତ୍ରା ସକାଳେ ଓ ସନ୍ଧ୍ୟାରେ ପିଇଲେ ପେଟର ଗ୍ୟାସ ହେବାରୁ ରକ୍ଷା ମିଳିଥାଏ।
ଜଣ୍ଡିସ ଓ ପଥରି: ପ୍ରତିଦିନ 5ରୁ 6 ତେଜପତ୍ର ଚୋବେଇଲେ ଜଣ୍ଡିସ ଓ ପଥରି ନଷ୍ଟ ହୋଇଯାଏ।
ଗର୍ଭାଶୟର ଢିଲା ହେବା: ଗର୍ଭାଶୟର ଶିଥିଳତାକୁ ଦୂର କରିବା ପାଇଁ ତେଜପତ୍ରର ପ୍ରୟୋଗ କରିବା ଉଚିତ। ତେଜପତ୍ରର ଚୂର୍ଣ୍ଣ 1ରୁ4ଗ୍ରାମ ସକାଳ ସନ୍ଧ୍ୟା ସେବନ କରିବା ଦ୍ଵାରା ଶିଥିଳତା ଦୂର ହୋଇଯାଏ। ଯଦି ଗର୍ଭାଶୟର ଶିଥିଳତା କାରଣରୁ ଗର୍ଭପାତ ହେଉଛି ତେବେ ଏହି ଅଭିଯୋଗ ମଧ୍ୟ ଏହାର ପ୍ରଯୋଗରେ ଦୂର ହୋଇଯାଏ।
ସନ୍ଧିବାତ: ତେଜପତ୍ରକୁ ଗଣ୍ଠିରେ ଲେପ ଦେବାରେ ସନ୍ଧିବାତ ଠିକ ହୋଇଯାଏ।
ସ୍ତନ ବୃଦ୍ଧି ନିମନ୍ତେ: ତେଜପତ୍ରର ଚୂର୍ଣ୍ଣ ସକାଳେ ତଥା ସନ୍ଧ୍ୟାରେ ସେବନ କରିବା ଦ୍ଵାରା ସ୍ତନର ଆକାରରେ ବୃଦ୍ଧି ହୋଇଥାଏ। ତେଜପତ୍ରର ତେଲ କୌଣସି ଅନ୍ୟ ତେଲରେ ମିଶେଇ ତାହାକୁ ସ୍ତନରେ ମାଲିଶ ସକାଳେ ଓ ସନ୍ଧିରେ କରିବା ଦ୍ଵାରା ସ୍ତନର ଆକାରରେ ବୃଦ୍ଧି ହୋଇଥାଏ।
ମୁଣ୍ଡବିନ୍ଧା: ପ୍ରାୟ 10ଗ୍ରାମ ତେଜପତ୍ରକୁ ପାଣିରେ ପେଶେଇ ମଥାରେ ଲେପ ଦେଲେ ଥଣ୍ଡା କିମ୍ବା ଗରମ କାରଣରୁ ହେଉଥିବା ମୁଣ୍ଡ ବିନ୍ଧାରେ ଆରାମ ମିଳିଥାଏ। ତେଜପତ୍ରର ଶାଖାର ଛାଲ ବାହାର କରି ତାହାକୁ ଗୁଣ୍ଡକରି କିଛି ଗରମ କରିନେବେ ଓ ଏହାକୁ ମଥାର ଆଗରେ ଲେପ ଭଳି ଲଗେଇଲେ ମୁଣ୍ଡବିନ୍ଧା ଭଲ ହୋଇଯାଏ।
ବାଞ୍ଝପଣ: ବାଞ୍ଝପଣ ତଥା ଗର୍ଭପାତର ସମସ୍ୟାରେ ପୀଡିତ ସ୍ତ୍ରୀକୁ ତେଜପତ୍ରର ଚୂର୍ଣ୍ଣ ଚଉଠ ଚମଚର ମାତ୍ରା ରେ 3ଥର ପାଣି ସହିତ ପ୍ରତିଦିନ ସେବନ କରାନ୍ତୁ । ଏହାଦ୍ୱାରା କିଛି ମାସ ମଧ୍ୟରେ ଗର୍ଭାଶୟର ଶିଥିଳତା ଦୂର ହୋଇ ବାଞ୍ଝପଣ ତଥା ଗର୍ଭପାତର ସମସ୍ୟା ଦୂର ହୋଇଯାଏ।
ନିମୋନିଆ: ତେଜପତ୍ର, ନାଗକେଶର, ଅଳେଇଚ, କର୍ପୁର, ଶୀତଲ ଚିନୀ ତଥା ଲବଙ୍ଗ ଓ ଅଗର କୁ ମିଶାଇ ତଥା ସୁପ ବନେଇ ସକାଳେ ସନ୍ଧ୍ୟାରେ ପିଇଲେ ଲାଭ ମିଳିଥାଏ।
ଖନେଇବା: ଅଟକି ଅଟକି କରି କଥା କହୁଥିବା କିମ୍ବା ଖନେଇବା ବ୍ୟକ୍ତିଙ୍କୁ ତେଜପତ୍ର ଜିଭର ତଳେ ରାଖୀ ଚୁଚୁମିବା ଉଚିତ ଏହାଦ୍ୱାରା ଖନେଇବା କିମ୍ବା ଅଟକି ଅଟକି କଥା ହେବ ଦୂର ହୋଇଯାଏ।
ଅଣ୍ଟା ବିନ୍ଧା: 10ଗ୍ରାମ ଜୁଆଣୀ, 5ଗ୍ରାମ ସୁଣ୍ଠି ତଥା 10ଗ୍ରାମ ତେଜପତ୍ର ଏହି ସବୁକୁ ଗୁଣ୍ଡକରି 1ଲିଟର ପାଣିରେ ଫୁଟାନ୍ତୁ। ଯେବେ ଏହା 100ଗ୍ରାମ ରହିଯିବ ତେବେ ଏହାକୁ ଥଣ୍ଡା କରି ପିଅନ୍ତୁ ଏହାଦ୍ୱାରା ଶୀତଲହର କାରଣରୁ ଉତ୍ପନ୍ନ ହେଉଥିବା ଅଣ୍ଟାବିନ୍ଧା ଠିକ ହୋଇଯାଏ।
ରକ୍କା: ତେଜପତ୍ର ଓ ଲବଙ୍ଗକୁ ଏକାଠି ଗୁଣ୍ଡକରି ଲେପ ବନେଇଦିଅନ୍ତୁ। ଏହି ଲେପକୁ ରକ୍କା ସ୍ଥାନରେ ଲଗାନ୍ତୁ ଏହା ଧୀରେଧିରେ ଫୁଲିବା ଦୂର ହୋଇଯାଏ ଓ ରକ୍କା ଠିକ ହୋଇଯାଏ ।
ମଧୁମେହ(ସୁଗାର)ର ରୋଗ: ତେଜପତ୍ରର ପତ୍ରର ଚୂର୍ଣ୍ଣ 1-1 ଚିମୁଟା ସକାଳେ ଦ୍ଵିପ୍ରହର ତଥା ସନ୍ଧ୍ୟାରେ ସତେଜ ଜଳ ସହିତ ସେବନ କରିବା ଦ୍ଵାରା ମଧୁମେହ ରୋଗ ଠିକ ହୋଇଯାଏ।