ଭାରତରେ ଲଞ୍ଚ ହେଲା ଏକ ସ୍ଵତନ୍ତ୍ର କିସମର ସ୍କୁଟର, ମାତ୍ର ୧ ଟଙ୍କାରେ ୧୦ କିଲୋମିଟର ଯାତ୍ରା କରିପାରିବେ – ଦାମ ଜାଣିଲେ ଆପଣ ଖୁସି ହେଇଯିବେ..
1 min readଭାରତରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସବୁବେଳେ କମ ହେଉଛି ଓ ବୃଦ୍ଧି ହେଉଛି। ଏକ ସାଧାରଣ ମନୁଷ୍ୟ ନିମନ୍ତେ ପ୍ରତିଦିନ ନିଜର ବ୍ୟକ୍ତିଗତ ଗାଡିରେ ଯାତ୍ରା କରିବା ବହୁତ ମହଙ୍ଗା ହୋଇଥାଏ । ଯଦି ଆମେ ସାର୍ବଜନୀକ ବାହନର ବ୍ୟବହାର କରନ୍ତି ତେବେ ବିନା ଅର୍ଥରେ ଅଧିକ ସମୟ ବରବାଦ ହୋଇଥାଏ। ଏମିତିରେ ଏକ ସାଧାରଣ ନାଗରିକର ବଜେଟକୁ ଧ୍ୟାନରେ ରଖି ଓକିନାୱା କମ୍ପାନୀ ଏକ ସ୍ଵତନ୍ତ୍ର ପ୍ରକାରର ସ୍କୁଟର ଭାରତରେ ଲଞ୍ଚ କରିଛି। ଏହି ସ୍କୁଟରର ନାମ ‘ପ୍ରେଜ’ ରଖାଯାଇଛି। ଏହା ଏକ ‘ଇ-ସ୍କୁଟର’ ଅଟେ ଯାହା ପେଟ୍ରୋଲ କିମ୍ବା ଡିଜେଲ ବଦଳରେ ଚାର୍ଜେବଲ ବ୍ୟାଟେରୀ ଦ୍ଵାରା ଚାଲେ ।
ଦେଶରେ ବଢୁଥିବା ବାୟୁ ପ୍ରଦୂଷଣ ଦେଖି ଅନେକ କମ୍ପାନୀ ଏବେ ଇଲେକ୍ଟ୍ରିକ ଦୁଇ ଚକିଆ ନେଇ ବଜାର ପ୍ରବେଶ କରୁଛନ୍ତି । ଓକିନାୱା ମଧ୍ୟ ସେହି କମ୍ପାନୀଙ୍କ ମଧ୍ୟରୁ ଗୋଟିଏ ଅଟେ। ଓକିନାୱା ଗତ ବର୍ଷ ବଜାରରେ ରିଜ ନାମକ ଏକ ଇ-ସ୍କୁଟର ଲାଚ କରିଥିଲା। ‘ପ୍ରେଜ’ କୁ ଏହି ସ୍କୁଟରର ନୂତନ ସଂସ୍କରଣ କୁହାଯାଉଛି। ଦିଲ୍ଲୀ ଏକ୍ସ ଶୋରୁମରେ ଏହି ସ୍କୁଟରର ମୂଲ୍ୟ 59,889ଟଙ୍କା ରହିଛି । ଏହି ମୂଲ୍ୟ ଭିନ୍ନ ଭିନ୍ନ ରାଜ୍ୟ ହିସାବରେ ଅଳ୍ପ ବହୁତ ହୋଇପାରେ ।
କଣ ସ୍ଵତନ୍ତ୍ର ରହିଛି – ସାଧାରଣତଃ ଅନେକ ଲୋକ ଇ-ସ୍କୁଟର ଏଥିପାଇଁ କ୍ରୟ କରୁଣାଥିଲେ କାରଣ ଆଗରୁ ଏହା ବେଗ ମାମଲାରେ ବହୁତ ଧିମା ଥିଲା । କିନ୍ତୁ ଓକିନାୱାର ପ୍ରେଜ ଏକ ହାଇ ସ୍ପିଡ ଇ-ସ୍କୁଟର ଅଟେ । ଏହାର ଅଧିକତମ ବେଗ 75କିମି ପ୍ରତି ଘଣ୍ଟା ଅଟେ। ଏହି ସ୍କୁଟରରେ 1000ୱାଟର ଏଲେକ୍ଟ୍ରିକ ମୋଟର ଦିଆଯାଇଛି। ଏହି ମୋଟର 3.35ବିଏଚପି ପର୍ଯ୍ୟନ୍ତ ଶକ୍ତି ସୃଷ୍ଟି କରିବାରେ ସକ୍ଷମ ଅଟେ ।
ଏହି ସ୍କୁଟରର ସବୁଠାରୁ ଖାସ କଥା ଏହା ଯେ ଏହାକୁ ଥରେ ଚାର୍ଜ କରିବା ପରେ ଆପଣ ଏହାକୁ 175ରୁ 200କିମି ପର୍ଯ୍ୟନ୍ତ ଚଲେଇ ପାରିବେ। ଏହାକୁ ଚଳେଇବା ନିମନ୍ତେ ଆପଣଙ୍କୁ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡିବ ନାହିଁ। ଏହି ସ୍କୁଟରକୁ 10କିମି ଚଳେଇବାର ଖର୍ଚ୍ଚ ମାତ୍ର 1ଟଙ୍କା ଅଟେ। ମାନେ ଏହି ସ୍କୁଟର 10ପଇସା ପ୍ରତି କିମି ହିସାବରେ ଚାଲିଥାଏ ।
ପ୍ରେଜର ଦ୍ଵିତୀୟ ଖାସ କଥା ଏହା ଯେ ଏଥିରେ ଚାର୍ଜ କରିବା ନିମନ୍ତେ ବ୍ୟାଟେରୀ ଡିଟାଚେବଲ ଅଟେ। ମାନେ ଆପଣ ଏହି ବ୍ୟାଟରି କୁ ବାହାର କରି କେଉଁଠାରେ ମଧ୍ୟ ଚାର୍ଜିଙ୍ଗ କରିବାକୁ ନେଇପାରିବେ । ଏହା ପୂର୍ବର ଇ-ସ୍କୁଟରରେ ଲୋକଙ୍କୁ ଏହାକୁ ଚାର୍ଜ କରିବାକୁ ବହୁତ ସମସ୍ୟା ହେଉଥିଲା କାରଣ ଏଥିରେ ପୂର୍ବରୁ ବ୍ୟାଟେରୀ ଫିକ୍ସ ଥିଲା। କିନ୍ତୁ ପ୍ରେଜ ସହିତ ଏହି ସମସ୍ୟା ବିଲକୁଲ ନାହିଁ ।
ପ୍ରେଜ ସ୍କୁଟରରେ ଗ୍ରାହକଙ୍କର ସୁରକ୍ଷାର ମଧ୍ୟ ଧ୍ୟାନ ଦିଆଯାଇଛି । ଏହା ଭିତରେ 12 ଇଞ୍ଚର ଟାୟାର ଅଛି ଯେଉଁଥିରେ ଫ୍ରଣ୍ଟ ଟ୍ଵିନ ଡିସ୍କ ବ୍ରେକ୍ସ ଦିଆଯାଇଛି। ଏହି ବ୍ରେକ୍ସ ଅନ୍ୟ ସ୍କୁଟରରେ ଲାଗିଥିବା କମ୍ବି ବ୍ରେକ୍ସଠାରୁ ଅନେକ ଗୁଣରେ ଉତ୍ତମ ଅଟେ । ଆପଣ ଏହି ପ୍ରେଜ ଇ-ସ୍କୁଟରକୁ ମାତ୍ର 2000ଟଙ୍କା ବିନିମୟରେ ପ୍ରିବୁକ ମଧ୍ୟ କରିପାରିବେ। ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ଦେଖି ଏହି ଇ-ସ୍କୁଟର ଏକ ଉତ୍ତମ ବିକଳ୍ପ ପ୍ରମାଣିତ ହୋଇପାରେ ।