September 8, 2024

Odia Express

Here, There and Everywhere

ମାଟି ଖୋଲୁଖୋଲୁ ମିଳିଥିବା ଶିବଲିଙ୍ଗକୁ ଭାଙ୍ଗିଦେଲା ଇଞ୍ଜିନିଅର , ତାପରେ ଯାହା ହେଲା ତାହା ଆପଣଙ୍କ ଭାବନା ବାହାରେ…

ଭଗବାନ ଶିବ ଅନ୍ୟ ଦେବତାଙ୍କ ତୁଳନାରେ ବହୁତ ଭୋଳା କୁହାଯାନ୍ତି । ସେ ନିଜର ଭକ୍ତଙ୍କର ଅଳ୍ପ ପ୍ରାର୍ଥନାରେ ମଧ୍ୟ ପ୍ରସନ୍ନ ହୋଇଯାନ୍ତି । ହିନ୍ଦୁ ଧର୍ମରେ ସେ ଜଣେ ଏପରି ଦେବତା ଅଟନ୍ତି, ଯାହାଙ୍କର ପୂଜା ଏକ ଶିବଲିଙ୍ଗ ରୂପରେ ହୋଇଥାଏ। ଏମିତିରେ ତ ହିନ୍ଦୁ ଧର୍ମରେ କୌଣସି ଖଣ୍ଡିତ ମୂର୍ତ୍ତିର ପୂଜା କରିବା କିମ୍ବା ତାହାକୁ ଘରେ ରଖିବା ଶୁଭ କୁହାଯାଇନଥାଏ , କିନ୍ତୁ ଯଦି ଝାଡ଼ଖଣ୍ଡର ମହାଦେବଶାଳ ଧାମର କଥା କୁହାଯାଏ , ତେବେ ଏଠାରେ ଏକ ଏପରି ଶିବଲିଙ୍ଗ ରହିଛି, ଯାହା ପୂର୍ଣ୍ଣ ରୂପରେ ଖଣ୍ଡିତ ଅଟେ। ଏହି ଶିବଲିଙ୍ଗର ବହୁତ ବଡ ମହତ୍ଵ ରହିଛି । ଏଠାରେ ଖଣ୍ଡିତ ଶିବଲିଙ୍ଗର ମୁଖ୍ୟଭାଗ ମନ୍ଦିରର ଗର୍ଭଗୃହରେ ରହିଛି, ଯେବେକି ଛୋଟ ଅଂଶ ମନ୍ଦିର ଠାରୁ ଦୁଇ କିମି ଦୂର ରତନବୁରୁ ପାହାଡରେ ସ୍ଥାପିତ ହୋଇଛି । ଏଠାରେ ସ୍ଥାନୀୟ ଆଦିବାସୀ ବିଗତ ଦେଢଶହ ବର୍ଷରୁ ଗ୍ରାମ ଦେବୀ ଓ ଖଣ୍ଡିତ ଶିବଲିଙ୍ଗର ଏକତ୍ର ପୂଜା କରୁଛନ୍ତି ।

ଏହି ଶିବଲିଙ୍ଗର ଖଣ୍ଡିତ ହେବାର ମଧ୍ୟ ଏକ କାହାଣୀ ରହିଛି। ଏହି ଶିବଲିଙ୍ଗକୁ ଖଣ୍ଡିତ କରିବାର ଦୁଃସାହସ ବ୍ରିଟିଶ ଇଞ୍ଜିନିଅର କରିଥିଲେ ଯାହାର ପରିଣାମ ସ୍ୱରୂପ ତାଙ୍କର ମୃତ୍ୟୁ ହୋଇଗଲା । ଲୋକଙ୍କ ଅନୁସାରେ ବ୍ରିଟିଶ ଶାସନ ସମୟରେ ଯେବେ ରେଲୱେ ଲାଇନ ବିଛେଇବାର କାମ ଚଳୁଥିଲା, ଓ ଗୋଇଲକେରାର ବଡୌଲା ଗ୍ରାମ ନିକଟରେ ଖନନ ଚାଲିଥିଲା। ସେହି ସମୟରେ ଖନନରେ ଏକ ଶିବଲିଙ୍ଗ ବାହାରିଲା ଯାହାକୁ ଦେଖି ଶ୍ରମିକ ମାନେ ଖନନ ବନ୍ଦ କରିଦେଲେ ।

ଏହି କାର୍ଯ୍ୟ କରାଉଥିବା ସେଠାରେ ଉପସ୍ଥିତ ବ୍ରିଟିଶ ଇଞ୍ଜିନିଅର ରବର୍ଟ ହେନେରୀ କହିଲେ ଯେ ଏସବୁ ଅନ୍ଧବିଶ୍ଵାସ ଅଟେ ଓ ସେ ଫାଉଡା ରେ ଶିବଲିଙ୍ଗ ଉପରେ ବାଡେଇଦେଲେ ଯାହାଦ୍ୱାରା ଶିବଲିଙ୍ଗ ଖଣ୍ଡିତ ହୋଇଗଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ରାସ୍ତାରେ ହିଁ ସେହି ବ୍ରିଟିଶ ଇଞ୍ଜିନିଅର ରବର୍ଟ ହେନେରୀଙ୍କର ମୃତ୍ୟୁ ହୋଇଗଲା। ଏହାପରେ ଶିବଲିଙ୍ଗର ଛୋଟ ଅଂଶକୁ ରତନବୁରୁ ପାହାଡୀ ରେ ଗ୍ରାମଦେବୀଙ୍କ ପାର୍ଶ୍ଵରେ ସ୍ଥାପିତ କରାଗଲା । ଖନନରେ ଯେଉଁଠାରେ ଶିବଲିଙ୍ଗ ପ୍ରକଟ ହୋଇଥିଲା ସେଠାରେ ଆଜି ମହାଦେବଶାଳ ମନ୍ଦିର ରହିଛି ।

କୁହନ୍ତି ଯେ ଶିବଲିଙ୍ଗଙ୍କର ପ୍ରକଟ ହେବାପରେ ଶ୍ରମିକ ଗ୍ରାମବାସୀମାନେ ସେଠାରେ ରେଲୱେ ଲାଇନ ନିମନ୍ତେ ଖନନ କାର୍ଯ୍ୟର ଜୋରଦାର ବିରୋଧ କରିଥିଲେ । ଅଙ୍ଗ୍ରେଜ ଅଧିକାରୀଙ୍କ ସହିତ ଅସ୍ଥାବାନ ଲୋକନକର ଅନେକ ଥର ବୈଠକ ମଧ୍ୟ ହେଲା। ବ୍ରିଟିଶ ଇଞ୍ଜିନିଅର ରବର୍ଟ ହେନେରୀଙ୍କ ମୃତ୍ୟୁର ଗୁଞ୍ଜନ ଇଷ୍ଟ ଇଣ୍ଡିଆ କମ୍ପାନୀର ମୁଖ୍ୟାଳୟ କୋଲକାତା ପର୍ଯ୍ୟନ୍ତ ପହଞ୍ଚିଲା । ଶେଷରେ ବ୍ରିଟିଶ ସରକାର ରେଲୱେ ଲାଇନ ନିମନ୍ତେ ଶିବଲିଙ୍ଗଠାରୁ ଦୂରରେ ଖନନ କରେଇବାର ନିଷ୍ପତ୍ତି ନେଲେ । ଏହି କାରଣରୁ ଏହାର ଡ଼ିଆଇଜି ବଦଳି ଗଲା ଓ ଦୁଇଟି ବଡ ସୁଡଙ୍ଗ ନିର୍ମାଣ କରିବାକୁ ପଡିଲା ।

ବ୍ରିଟିଶ ଇଞ୍ଜିନିଅରଙ୍କର ରାସ୍ତାରେ ମୃତ୍ୟୁ ହେବା ପରେ ତାଙ୍କର ଶବକୁ ଗୋଇଲକେରା ଅଣାଗଲା। ଏଠାରେ ପଶ୍ଚିମ ରେଲୱେ କ୍ୟାବିନ ନିକଟରେ ସ୍ଥିତ ସାଇଡିଂରେ ଶବକୁ କବର ଦିଆଗଲା। ଇଞ୍ଜିନିଅରଙ୍କର କବର ଏଠାରେ ଆଜି ମଧ୍ୟ ରହିଛି, ଯାହା ଦେଢ ଶହ ବର୍ଷରୁ ଅଧିକ ପୁରାତନ ସେହି ଘଟଣାର ସ୍ମୃତି ଉଜ୍ଜୀବିତ କରୁଛି ।

Leave a Reply

Your email address will not be published. Required fields are marked *