November 15, 2024

Odia Express

Here, There and Everywhere

କେଏଲ ରାହୁଲ ଏବେ ରେକର୍ଡ କିଙ୍ଗ ବିରାଟ କୋହଲୀଙ୍କୁ ପଛରେ ପକେଇ ଦେଲେ, ଏବେ ଏହି ମାମଲାରେ ନିଜର ଅଧିନାୟକଙ୍କ ଠାରୁ ଆଗେଇଗଲେ….

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଏକଦିବସୀୟରେ କେଏଲ ରାହୁଲ ଶତକ ଅର୍ଜନ କଲେ। ନମ୍ବର 5ରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ 104ବଲରେ ନିଜର ଶତକ ପୂର୍ଣ୍ଣ କଲେ। ଶ୍ରେୟଶ ଆୟାରଙ୍କ ଆଉଟ ହେବାପରେ ସେ ଇନିଂସର ଦାୟିତ୍ଵ ନିଜ ଉପରକୁ ନେଲେ ଓ ଶତକ ଅର୍ଜନ କଲେ। ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ରୂପରେ ଏହା ଏକଦିବସୀୟ କ୍ରିକେଟରେ ତାଙ୍କର ପ୍ରଥମ ଶତକ ଅଟେ । କ୍ୟାରିଆରର ଚତୁର୍ଥ ଶତକ2016ରେ କେଏଲ ରାହୁଲ ଭାରତ ନିମନ୍ତେ ପ୍ରଥମ ଏକଦିବସୀୟ ଖେଳିଥିଲେ । ସେହି ମ୍ୟାଚରେ ତାଙ୍କ ବ୍ୟାଟରୁ ପ୍ରଥମ ଶତକ ହୋଇଥିଲା । ସେ ଏକଦିବସୀୟ ଡେବ୍ୟୁରେ ଶତକ କରିଥିବା ଭରତର ଏକମାତ୍ର ପୁରୁଷ ବ୍ୟାଟ୍ସମ୍ୟାନ ଅଟନ୍ତି । ତାପରେ ସେ ଦଳରୁ ଭିତର ବାହାର ହେଉଛନ୍ତି ।

ବିଶ୍ଵକପ 2019ରେ ସେ ଶ୍ରୀଲଙ୍କା ବିପକ୍ଷ ଶତକ କରିଥିଲେ । ଶିଖରଧାବନଙ୍କ ଆହତ ହେବା କାରଣରୁ ରାହୁଲଙ୍କୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ହେବାର ସୁଯୋଗ ମିଳିଥିଲା । ତାପରେ ଧାବନଙ୍କ ଆହତ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳି ଶତକ କରିଥିଲେ।

31 ଇନିଂସରେ ଚତୁର୍ଥ ଶତକ – କେଏଲ ରାହୁଲ 31ତମ ଏକଦିବସୀୟ ଇନିଂସରେ ଚତୁର୍ଥ ଶତକ ବନେଇଦେଲେ। ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜରେ ସେ ୱିକେଟକିପିଙ୍ଗ ମଧ୍ୟ କରିଥିଲେ। ସବୁଠାରୁ କମ ଇନିଂସରେ ଚତୁର୍ଥ ଶତକ କରିବାରେ ସେ ଦ୍ଵିତୀୟ ସ୍ଥାନକୁ ଆସିଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳିଥିବା 31ପାଳିରେ ରାହୁଲ ବ୍ୟାଟରୁ 47.65ହାରରେ ଓ 87ଷ୍ଟ୍ରାଇକ ରେଟରେ 1239ରନ କରିଛନ୍ତି । ସିରିଜର ପ୍ରଥମ ମ୍ୟାଚରେ ମଧ୍ୟ ସେ ଅର୍ଦ୍ଧଶତକ ପାଳି ଖେଳିଥିଲେ କିନ୍ତୁ ଦ୍ଵିତୀୟ ମ୍ୟାଚରେ ଲକ୍ଷ୍ୟ ର ପିଛା କରିବାକୁ ଯାଇ କିଛି ଖାସ କରିପାରିନଥିଲେ ।

ପ୍ରଥମ ନମ୍ବରରେ ଧାବନ – ସବୁଠାରୁ କମ ଏକଦିବସୀୟ ଇନିଂସ4ଟି ଶତକ କରିବାରେ ଭାରତୀୟ ରେକର୍ଡ ଶିଖର ଧାବନଙ୍କ ନାମରେ ଲିପିବଦ୍ଧ ରହିଛି। ଧାବନ 24ପାଳିରେ ଏହି ସଫଳତା ପାଇଥିଲେ। ସେ 2010ରେ ଭାରତ ପାଇଁ ପ୍ରଥମ ମ୍ୟାଚ ଖେଳିଥିଲେ । 2013ରେ ସେ ପ୍ରଥମ ଶତକ କରିଥିଲେ। ଏହାପରେ ଏହି ଶୃଙ୍ଖଳ ଭାଙ୍ଗିଲା।

ଭାରତୀୟ ଅଧିନାୟକ ବିରାଟ କୋହଲୀ 36 ପାଳିରେ 4ଶତକ କରି ତୃତୀୟ ନମ୍ବର ରେ ରହିଛନ୍ତି । 2018ରେ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଗୌତମ ଗମ୍ଭୀର 44ଏକଦିବସୀୟରେ 4ଶତକ କରିଥିଲେ । ବିରେନ୍ଦ୍ର ସେହ୍ଵାଗ 50ପାଳିରେ 4 ଏକଦିବସୀୟ ଶତକ କରିଥିଲେ ।

Leave a Reply

Your email address will not be published. Required fields are marked *