October 13, 2024

Odia Express

Here, There and Everywhere

ଏମାନେ ଅଟନ୍ତି ଭାରତୀୟ କ୍ରିକେଟ ଇତିହାସର ସେହି 5 ମହାନ ଖେଳାଳି ଯେଉଁମାନେ ଗୋଟିଏ ମ୍ୟାଚରେ ବଲ ଓ ବ୍ୟାଟ ଦ୍ଵାରା କରିଥିଲେ ଓପନିଂ …

1 min read

କ୍ରିକେଟ ଇତିହାସରେ ଏପର୍ଯ୍ୟନ୍ତ ଅନେକ ମହାନ ଅଲରାଉଣ୍ଡର ଅଛନ୍ତି । ଏହି ଅଲରାଉଣ୍ଡର ଖେଳାଳିମାନେ ନିଜନିଜ ଦଳ ପାଇଁ ବଲ ଓ ବ୍ୟାଟ ଦୁଇଟିରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇ ନିଜର ସ୍ଵତନ୍ତ୍ର ପରିଚୟ ବନେଇଛନ୍ତି । ଅଲରାଉଣ୍ଡର ତ ସବୁ ଦଳରେ ଦେଖିବାକୁ ମିଳି ଯାଆନ୍ତି କିନ୍ତୁ ଏପରି ବହୁତ କମ ଅଲରାଉଣ୍ଡରସ ଅଛନ୍ତି ଯିଏ କି ଦଳ ପାଇଁ ବୋଲିଂ ଓ ବ୍ୟାଟିଂଦୁଇଟିରେ ଓପନିଂ କରିଛନ୍ତି । ଗୋଟିଏ ଏକଦିବସୀୟରେ ବଲ ଓ ବ୍ୟାଟରେ ପ୍ରାରମ୍ଭ କରିଥିବା ପାଞ୍ଚ ଭାରତୀୟ ଖେଳାଳି ଏମିତିରେ ଭାରତୀୟ କ୍ରିକେଟରେ ଅଲରାଉଣ୍ଡର ଖେଳାଳିଙ୍କ ସଂଖ୍ୟା ବହୁତ କମ ଅଛି । ଭାରତର ଇତିହାସକୁ ଦେଖିବା ତ ଏଠାରେ ଯେଉଁ ଭଳି ବ୍ୟାଟ୍ସମ୍ୟାନ ଓ ବୋଲର ମିଲିଛନ୍ତି ସେହିଭଳି ଅଲରାଉଣ୍ଡର ଦେଖିବାକୁ ମିଳି ନାହାନ୍ତି ।

କିନ୍ତୁ ତଥାପି କିଛି ଅଲରାଉଣ୍ଡର ଖେଳାଳି ଅଛନ୍ତି ଯେଉଁମାନେ ବଲ ଓ ବ୍ୟାଟ ଦୁଇଟିରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଏପରି ସର୍ବଗୁଣସମ୍ପର୍ଣ୍ଣ ଖେଳାଳି ମଧ୍ୟ ଅଛନ୍ତି ଯେଉଁମାନେ ନା କେବଳ ବୋଲିଂରେ ତାସହ ବ୍ୟାଟିଂରେ ମଧ୍ୟ ଇନିଂସ ପ୍ରାରମ୍ଭ କରିଛନ୍ତି । ତେବେ ଆପଣଙ୍କୁ ଆମେ ଜଣେଇଦେଉଛୁ ଯେ ଭାରତୀୟ ଦଳର ସେହି 5 ଅଲରାଉଣ୍ଡର ଖେଳାଳି ଯେଉଁମାନଙ୍କୁ ବୋଲିଂ ସହିତ ସେହି ମ୍ୟାଚରେ ବ୍ୟାଟିଂରେ ମଧ୍ୟ ଇନିଂସ ଆରମ୍ଭ କରିବାର ସୁଯୋଗ ମିଳିଛି ।

ଇରଫାନ ପଠାଣ- 1 ଏକଦିବସୀୟ – ଭାରତୀୟ କ୍ରିକେଟ ଇତିହାସରେ କପିଲ ଦେବଙ୍କ ପରେ ଅଲରାଉଣ୍ଡରସଙ୍କ ମଧ୍ୟରେ ସବୁଠାରୁ ଅଧିକ ପ୍ରଭାବ ବରୋଦାର ଇରଫାନ ପଠାଣ ଛାଡିଛନ୍ତି । ଇରଫାନ ପଠାଣଙ୍କୁ ଏକ ସମୟରେ ତ ଭାରତୀୟ ଦଳର ଦ୍ଵିତୀୟ କପିଲ ଦେବ ମାନ୍ୟତା ମିଳିଥିଲା । କିନ୍ତୁ ଇରଫାନଙ୍କ କ୍ୟାରିଅର ଅଧିକ ଲମ୍ବା ହୋଇପାରିନଥିଲା ।

କିନ୍ତୁ ସେ ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ଭଲ ଯୋଗଦାନ ଦେଇଛନ୍ତି । ଇରଫାନ ପଠାଣଙ୍କ କ୍ୟାରିଆରରେ ଏକ ଏଭଳି ସୁଯୋଗ ଆସିଲା ଯେବେ ତାଙ୍କୁ ବୋଲିଂ ଓପନିଂ କରିବାର ସହିତ ବ୍ୟାଟିଂରେ ମଧ୍ୟ ଓପନିଂ କରିବାର ସୁଯୋଗ ମିଳିଲା । ଇରଫାନ ପଠାଣଙ୍କୁ 2005ରେ କୋଲକାତାରେ ଖେଲାଯାଇଥିବା ଏକଦିବସୀୟରେ ଓପନିଂ କରିବାର ସୁଯୋଗ ମିଳିଲା ଯେଉଁଠାରେ ସେ ଖାତା ମଧ୍ୟ ଖୋଲିପାରିନଥିଲେ ଓ ବୋଲିଂରେ 10ଅବରରେ କୌଣସି ୱିକେଟ ପାଇନଥିଲେ ।

ବିରେନ୍ଦ୍ର ସେହ୍ଵାଗ:1 ୱାନଡେ –  ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ଭୟଙ୍କର ଓପନିଂ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ଵାଗ ବ୍ୟାଟ୍ସମ୍ୟାନ ରୂପରେ କଣ ହାସିଲ କରିଛନ୍ତି ତାହା କାହାକୁ ଅଜଣା ନୁହେଁ । ବିରେନ୍ଦ୍ର ସେହ୍ଵାଗ ବିଶ୍ଵ କ୍ରିକେଟର ସବୁଠାରୁ ତୋଫାନୀ ଓ ମହାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମଧ୍ୟରେ ଗଣତି ହୁଅନ୍ତି । ତାସହ ବିରେନ୍ଦ୍ର ସେହ୍ଵାଗଙ୍କୁ ତାଙ୍କ କ୍ୟାରିଆରର ଆରମ୍ଭରେ ବୋଲିଂର ମଧ୍ୟ ସୁଯୋଗ ମିଳିଥିଲା ।

ରାହୁଲ ଦ୍ରାବିଡ ଓ ସୌରଭ ଗାଙ୍ଗୁଲୀଙ୍କ ଅଧିନାୟକତ୍ଵ ସମୟରେ ବିରେନ୍ଦ୍ର ସେହ୍ଵାଗ ରେଗୁଲାର ନିଜର ଅଫସ୍ପିନ ବୋଲିଂ କରିଛନ୍ତି । ସେହ୍ଵାଗ ଙ୍କ ଏକଦିବସୀୟ କ୍ୟାରିଆରରେ ଏକ ଏପରି ସୁଯୋଗ ମଧ୍ୟ ଆସିଲା ଯେବେ ତାଙ୍କୁ ଗୋଟିଏ ମ୍ୟାଚରେ ଓପନିଂ ବ୍ୟାଟ୍ସମ୍ୟାନ ସହିତ ବୋଲିଂର ମଧ୍ୟ ଓପନିଂ କରିବାର ସୁଯୋଗ ମିଳିଲା କିନ୍ତୁ ବ୍ୟାଟରେ ସେ ଶୂନ୍ୟ ରନରେ ଆଉଟ ହୋଇଥିଲେ ।

କପିଲ ଦେବ- ଏକ ୱାନଡେ – ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ମହାନ ଅଲରାଉଣ୍ଡର ଥିବା କପିଲ ଦେବଙ୍କର ବୋଲିଂ ଓ ବ୍ୟାଟିଂର କ୍ଷମତା ଦୁନିଆ ଦେଖିସାରିଛି । କପିଲ ଦେବଙ୍କ ନାମ ଅଲରାଉଣ୍ଡରସ ମଧ୍ୟରେ ଭାରତରେ ନୁହେଁ ବିଶ୍ଵର ସବୁଠାରୁ ଟପ ମଧ୍ୟରେ ଗଣତି ହୋଇଥାଏ । କପିଲ ଦେବ ନିଜର ବୋଲିଂ ଓ ବ୍ୟାଟିଂର ଅଭୂତପୂର୍ବ କ୍ଷମତା ଦ୍ଵାରା ଭାରତକୁ ଅନେକ ମ୍ୟାଚରେ ଜିତାଇଛନ୍ତି ।

କପିଲ ଦେବ ଭାରତ ନିମନ୍ତେ ଦ୍ରୁତ ବୋଲର ଥିଲେ ଓ ସାଧାରଣତଃ ସେ 7ନମ୍ବରରେ ବ୍ୟାଟିଂ କରୁଥିଲେ । କିନ୍ତୁ 1992ବିଶ୍ଵକପରେ ଜିମ୍ବାୱେ ବିରୋଧରେ ତାଙ୍କୁ ବ୍ୟାଟିଂ ଓପନିଂ କରିବାର ସୁଯୋଗ ମିଳିଲା । କ୍ରିସ ଶ୍ରୀକାନ୍ତଙ୍କ ସହିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୂପରେ ଖେଳିଥିବା କପିଲ ଦେବ  ମ୍ୟାଚରେ 10ରନ କରିଥିଲେ । ତାସହ ବୋଲିଂରେ 4ଓଭରରେ କେବଳ 6ରନ ଦେଇଥିଲେ ।

ରୋଜର ବିନ୍ନୀ – 2ୱାନଡେ – ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରସିଦ୍ଧ ଦ୍ରୁତ ବୋଲର ରୋଜର ବିନ୍ନୀଙ୍କୁ ତାଙ୍କର ସ୍ଵିଙ୍ଗ ବୋଲିଂ ପାଇଁ ପରିଚିତି ମିଳିଥିଲା । 1983ବିଶ୍ଵକପ ରେ ରୋଜର ବିନ୍ନୀ ଭାରତୀୟ ଦଳ ପାଇଁ ସବୁଠାରୁ ସଫଳତା ବୋଲରଙ୍କ ମଧ୍ୟରେ ଜଣେ ଥିଲେ । ସେ ନିଜର ଦ୍ରୁତ ବୋଲିଂ ଦ୍ଵାରା ବହୁତ ପ୍ରଭାବ ପକେଇଥିଲେ ।

କିନ୍ତୁ କଣ ଆପଣ ଜାଣନ୍ତି ଯେ ରୋଜର ବିନ୍ନୀ ବୋଲିଂରେ ତ ଆରମ୍ଭ କରୁଥିଲେ ତାସହ 2ୱାନଡେ ମଧ୍ୟ ଏପରି ଖେଳିଚନ୍ତି ଯେଉଁଥିରେ ତାଙ୍କୁ ବ୍ୟାଟିଂର ସୁଯୋଗ ମିଳିଥିଲା । ହଁ ଆଜ୍ଞା ରୋଜର ବିନ୍ନୀ ବୋଲିଂ ସହିତ ଭାରତ ନିମନ୍ତେ 2ୱାନଡେ ମ୍ୟାଚରେ ଓପନିଂ କରିବାକୁ ଓହ୍ଲେଇଥିଲେ । 1980-81 ରେ ଅଷ୍ଟ୍ରେଲିଆ ବିପକ୍ଷ ବେନସାନ ଆଣ୍ଡ ହେଜେସ ୱାର୍ଲ୍ଡ ସିରିଜରେ ରୋଜର ବିନ୍ନୀଙ୍କୁ 2ମ୍ୟାଚରେ ଇନିଂସ ଆରମ୍ଭ କରିବାର ସୁଯୋଗ ମିଳିଲା ଯେଉଁଥିରେ ସେ 21 ଓ 31ରନ କରିଥିଲେ । ତାଙ୍କ ଯୋଡିଦାର ରୂପରେ ସୁନୀଲ ଗାଭାସ୍କର ଥିଲେ ।

ମନୋଜ ପ୍ରଭାକର- 45 ୱାନଡେ – ଭାରତୀୟ କ୍ରିକେଟ ଦଳକୁ 90ଦଶକରେ ଦିଲ୍ଲୀର ଜଣେ ଉତ୍ତମ ଅଲରାଉଣ୍ଡର ମିଳିଥିଲା । ଦିଲ୍ଲୀର ପୂର୍ବତନ କ୍ରିକେଟର ମନୋଜ ପ୍ରଭାକର ନିଜ ସମୟରେ ଭାରତୀୟ ଦଳର ସବୁଠାରୁ ନିୟମିତ ଖେଳାଳି ଥିଲେ ଜିଏକି ଭାରତୀୟ ଦଳ ପାଇଁ 130ୱାନଡେ ଖେଳିଛନ୍ତି । ମନୋଜ ପ୍ରଭାକରଙ୍କର ବ୍ୟାଟିଂ ଓ ବୋଲିଂ ଦୁଇଟିରେ ପ୍ରଭାବ ଥିଲା ତେଣୁ ସେ ଭାରତ ପାଇଁ ଗୋଟିଏ ୱାନଡେ ରେ ନା କେବଳ ଗୋଟିଏ ବା ଦୁଇଟି କିନ୍ତୁ ତା ବଦଳରେ 45ମ୍ୟାଚରେ ଓପନିଂ କରିବା ସହିତ ବୋଲିଂ ମଧ୍ୟ ପ୍ରାରମ୍ଭ କରିଥିଲେ । ମନୋଜ ପ୍ରଭାକର ନିଜର ଏକଦିବସୀୟ କ୍ୟାରିଆରରେ 157ୱିକେଟ ହାସିଲ କରିବା ସହିତ 11 ଅର୍ଦ୍ଧଶତକ ଓ 2ଟି ଶତକୀୟ ଇନିଂସ ଖେଳିଛନ୍ତି ।

Leave a Reply

Your email address will not be published. Required fields are marked *