ବିନା ଟିକେଟ୍ ରେ ଟ୍ରେନ୍ ରେ ଚଢିଲା ଯୁବକ , ଧରା ପଡିବାପରେ ଟିଟି ନିଜ ପକେଟ୍ ରୁ ଭରିଲେ ଜୋରିମାନା , କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ…
ବନ୍ଧୁଗଣ , ଆଜିକାଲି ସବୁ ଜିନିଷ ଅନଲାଇନ୍ ହୋଇଗଲାଣି , ଆଜିର ସମୟରେ ବ୍ୟକ୍ତି ନିଜ ଘରେ ବସି ନିଜର ସବୁ କାମ କରିଥାଏ , ସେ ମୋବାଇଲ୍ ରିଚାର୍ଜ ହେଉ କିମ୍ବା ବିଲ୍ ଭରିବା କାମ ହେଉ , କିଛି ବି ଏମିତି କାମ ନାହିଁ ଯାହା ବ୍ୟକ୍ତି ଅନଲାଇନ୍ ଭରିପାରିବ ନାହିଁ , ସୋସିଆଲ୍ ମିଡିଆରେ ଏପରି ଏକ ସାଧନ ହୋଇସାରିଛି , ଯାହା ବ୍ୟକ୍ତି ବସିକରି ଦୁନିଆଁ ସାରା ସୁଚନା ହାସିଲ୍ କରିପାରିବ , ସୋସିଆଲ୍ ମିଡିଆରେ ସବୁଦିନ କିଛି ଏପରି ଲୋକ ଆସିଥାନ୍ତି ,ଓ ସେମାନେ ଏପରି ପୋଷ୍ଟ କରିଦିଅନ୍ତି ତାହା ଭାଇରାଲ୍ ହୋଇଯାଏ , ବ୍ରିଜେଶ୍ ସହ ଏପରି କିଛି ହୋଇଥିଲା, ତାଙ୍କର ପୋଷ୍ଟ ସେପରି ଭାଇରାଲ୍ ହୋଇଥିଲା । ଯାହାକୁ ପଢିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବ , ଆସନ୍ତୁ ଜାଣିବା କଣ ହୋଇଥିଲା ବ୍ରିଜେଶ୍ ସହ ।
ବ୍ରିଜେଶ୍ ଭୋପାଳରେ ଗ୍ୱାଲିୟର୍ ଯାଉଥିଲେ । ଶତାର୍ଦ୍ଧୀ ଏକ୍ସପ୍ରେସ୍ ରେ ବସିଥିଲେ ତାଙ୍କର ସାମ୍ନାରେ ଏକ ପୁଅ ଆସିକରି ବସିଥିଲା , ପୁଅଟି ଦେଖିବାକୁ ବହୁତ ଚିନ୍ତିତ ଜଣାପଡୁଥିଲା , ଟିକିଏ ସମୟ ପରେ ଏକ ଲେଡି ଯିଏକି ଟିକେଟ୍ ଚେକର୍ ଆସିଥିଏ , ଓ ସେଥିରେ କିଛି ପଚାରିବାକୁ ଲାଗିଲେ , ପ୍ରଥମେ ବ୍ରିଜେଶ୍ କିଛି ବୁଝିପାରିଲେ ନାହିଁ କି ସେ କଣ କହୁଛନ୍ତି , କିନ୍ତୁ ଟିକିଏ ସମୟ ପରେ ଲେଡି ଚିତ୍କାର କରି କହିଲେ ଆଗ ଷ୍ଟେସନରେ ତୁମକୁ ପୋଲିସ୍ ଧରାଇଦେବି । ଏବେ ବ୍ରିଜେଶ୍ ଦିମାଗରେ ସବୁ କଥା ଜଣାପଡିଲା ଯୁବକଟି ବିନା ଟିକେଟ୍ ପାଇଁ ଯାତ୍ରା କରୁଥିଲା । ଏହି କାରଣରୁ ପୁଅଟି ବହୁତ ଚିନ୍ତିତ ଜଣା ପଡୁଥିଲା ।
ଯୁବକ ଜଣଙ୍କ ଟିକେଟ୍ ଚେକର୍ କୁ କହିଥିଲେ କି ତାହାର ଗ୍ୱାଲିୟର୍ ରେ ଇଣ୍ଟରଭ୍ୟୁ ଅଛି ତାହାର ଯିବା ଜରୁରୀ ଅଟେ , ଯୁବକ ଜଣଙ୍କ ଆଗକୁ କହିଲେ କି ଘର ଲୋକେ ତାହାର ଏକାଉଣ୍ଟରେ ପଇସା ପକାଇଛନ୍ତି , ଯାହାକି ଏବେ ପହଞ୍ଚିନାହିଁ , ପୁଅଟିର କଥା ଶୁଣି ଟିକେଟ୍ ଚେକର୍ ବହୁତ ଚିନ୍ତିତରେ ପଡିଗଲେ , ଗୋଟେ ତରଫରୁ ବିନା ଟିକେଟ୍ ପାଇଁ ଯଦି ଯିବାକୁ ଦେବ ତେବେ ତାହାକୁ ୩୨୦୦ ଟଙ୍କା ଜୋରିମାନା ହିସାବରେ ଭରିବାକୁ ପଡିବ , ଓ ଅନ୍ୟ ଷ୍ଟେସନରେ ପୁଅଟି ପୋଲିସ୍ ରେ ଦେବାକୁ ହେବ , ଟିକେଟ୍ ଚେକର୍ ସବୁ ଭାବୁଥିଲେ କି ତାଙ୍କର ପାଖରେ ଆଉ ଏକ ଟିକେଟ୍ ଚେକର୍ ଥିଲା ।
ଟିକେଟ୍ ଚେକର୍ ଯେବେ ପୁରା କାହାଣୀ ଶୁଣିଲେ ତେବେ ସେ ଲେଡି ଚେକର୍ ତା ହାତରେ ୩୨୦୦ ଟଙ୍କା ଧରାଇଦେଲେ ଓ କହିଲେ ଜୋରିମାନା ଭରିଦିଅ , ଏହା ଦେଖିକରି ଯୁବକ ବହୁତ ଖୁସି ହେଲା , ତାହାର ଟିକେଟ୍ ଚେକର୍ ଧନ୍ୟବାଦ କରିଥିଲେ । ଟିକେଟ୍ ଚେକର୍ ଚେହେରା ଉପରେ ହାଲକା ହସ୍ ଥିଲା , ଏହି ହସ ସହ ସେ ଆଗକୁ ବଢିବାକୁ ଲାଗିଲା , ଏହି ସମୟରେ ଜଣେ ଟିକେଟ୍ ଚେକର୍ ପ୍ରଶ୍ନ କରିଥିଲେ କି ସେହି ଯୁବକର କଣ ଗ୍ୟାରେଣ୍ଟି ଅଛି କି ସେ ପଇସା ଫେରାଇବ ,, ଏହା ଉପରେ ଟିକେଟ୍ ଚେକର୍ କହିଲେ କି ସେହି ଯୁବକ ପଇସା ଫେରାଉ କି ନାହିଁ ଏହା ମୋ ସହ କିଛି ଫର୍କ ପଡୁନି ,
ମୁଁ ଏଥିପାଇଁ ସାହାଯ୍ୟ କଲି କାରଣ ଏହି ଜାଗାରେ ଆମର କେହି ନିଜ ଲୋକ ହୋଇଥାନ୍ତେ ତେବେ ଆମେ କଣ ଏତେ ଭାବିଥାନ୍ତ୍ୱେ , ଏହାପରେ ଟିକେଟ୍ ଚେକର୍ ଆଗକୁ ଚାଲିଗଲେ , ତାଙ୍କର ଏହି କଥା ଶୁଣିକରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଟିକେଟ୍ ଚେକର୍ ଯାହା କଲେ ଆଜି କାଲି କେହି ବି କରନ୍ତି ନାହିଁ ଆଜି କାଲିର ମତଲବି ଦୁନିଆଁରେ ଲୋକ କେବଳ ନିଜ ବିଷୟରେ ଭାବିଥାନ୍ତି , ଅନ୍ୟ ମାନଙ୍କ ସହ କଣ ହେଉଛି , ଏହାର କାହା ସହ କିଛି ମତଲବ ହୋଇନଥାଏ , ଏମିତିରେ ଟିକେଟ୍ ଚେକର୍ ବିନା ସ୍ୱାର୍ଥରେ ପୁଅଟିର ସାହାଯ୍ୟ କରିବା ଆଜି କାଲିର ସମୟରେ ଏକ ବଡ ଉଦାହରଣ ହୋଇଯାଇଛି ।