ଶୀତ ଦିନରେ ଗୋଲାପି ଓଠ କଳା ହେବାର ଏହା ହେଉଛି ମୁଖ୍ୟ କାରଣ , ଥରେ ନିଶ୍ଚିତ ପଢିନିଅନ୍ତୁ ଆପଣଙ୍କ ଓଠ କେବେ କଳା ପଡ଼ିବନି..
କୁହନ୍ତି ମଣିଷ ନିଜ ହସ ଦ୍ୱାରା କାହାର ବି ହୃଦୟ ଜିତିପାରିବ , ହଁ ଏମିତି ଆଜି କାଲିର ସମୟରେ ଲୋକେ ଏତେ ଚିନ୍ତା ବଢିଯାଇଛି କି ସେ ହସିବାକୁ ଏବେ ମନ କରୁନାହାନ୍ତି , କିନ୍ତୁ ଆଜି ବି ଏହି ଦୁନିଆଁରେ ଏମିତି ବହୁତ ସାରା ଲୋକ ଅଛନ୍ତି , ଯାହାଙ୍କୁ ହସିବା ଓ ହସାଇବା ପସନ୍ଦ ଲାଗେ , କିନ୍ତୁ ଥରେ ଭାବନ୍ତୁ ଯଦି ଆପଣଙ୍କ ଓଠ କଳା ପଡିଯାଏ ତେବେ ଆପଣଙ୍କ ଏହି ହସରେ କେତେ ଫରକ ପଡୀବ , ହଁ ଆଜ୍ଞା ବହୁତ ନିଜ ଓଠରେ କଳାପଣ କାରଣରୁ ଆପଣ ଅଲଗା ଲୋକଙ୍କ ଆଗରେ ଲଜ୍ଜିତ ହୋଇପାରନ୍ତି , ଏଥିପାଇଁ ଜରୁରୀ ଅଟେ କି ଆପଣ ନିଜ ଓଠକୁ ଯତ୍ନ ନିଅନ୍ତୁ , ଯାହା ଦ୍ୱାରା ଆପଣଙ୍କ ଏହି ହସ ସବୁବେଳେ ପାଇଁ ରହିବ , ସେମିତି ଓଠ କଳା ହେବାର ବହୁତ କାରଣ ହୋଇପାରେ , ଯାହାଙ୍କ ବିଷୟରେ ଆପଣଙ୍କୁ ଜାଣିବା ବହୁତ ଜରୁରୀ ଅଟେ ତେବେ ଆସନ୍ତୁ ଜାଣିବା ଓଠ କଳା ହେବାର କଣ କଣ କାରଣ ଅଛି ।
୧) ଚାହା କିମ୍ବା କଫିର ଅଧିକା ସେବନ କରିବା ଯଦି ଆପଣ ଦିନ ସାରା ଅଧିକା ଚାହା କିମ୍ବା କଫିର ସେବନ କରୁଛନ୍ତି , ତେବେ ଅଧିକା ଓଠ୍ କଳା ହେବାର ଚ୍ୟାନ୍ସ ଅଛି , କିନ୍ତୁ କହିଦେବୁ କି ଏହି ଖରାପ ଅଭ୍ୟାସ ସକାଶେ ଆପଣଙ୍କ ଓଠ ଖରାପ ହୋଇପାରେ । ସେମିତି ଅଧିକା ଆହା କିମ୍ବା କଫି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।
୨) ଅଧିକା ଖରାରେ ବୁଲିବା : ଅଧିକା ଖରାରେ ବୁଲିବା ଦ୍ୱାରା ଓଠ କଳା ହୋଇଥାଏ , ସେଥିପାଇଁ କେବେ ବି ପୁରା ଖରାରେ ବୁଲନ୍ତୁ ନାହିଁ , ଏହା ଦ୍ୱାରା କେବଲ ଓଠରେ ନୁହେଁ ଏହାର ଶରୀରର ତ୍ୱଚା ଉପରେ ପ୍ରଭାବ ପକାଇଥାଏ ।
୩) ଧୁମ୍ରପାନ କରିବା : ଆପଣଙ୍କୁ କହିଦେବୁ କି ଅଧିକା ଧୁମ୍ରପାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଯେତିକି କ୍ଷତି କାରକ ଏହା ଓଠ ପାଇଁ ବି କ୍ଷତିକାରକ ହୋଇଥାଏ , ଯେଉଁ ଲୋକେ ଅଧିକା ବିଡି, ସିଗାରେଟ୍ ସେବନ କରୁଛନ୍ତି ସେମାନଙ୍କ ଓଠ ଜଲଦି ହିଁ କଳା ହୋଇଯାଏ , ଏଥିପାଇଁ ହୋଇପାରିବ ଯଦି ଏହାକୁ ଜୀବନରୁ ଦୁରେଇଦିଅନ୍ତୁ ।
୪) ତମାଖୁ ଖାଇବା ଦ୍ୱାରା : ଯେଉଁ ଲୋକ ତମାଖୁର ସେବନ କରୁଛନ୍ତି ସେମାନଙ୍କ ଓଠ କଳା ହେବା ସ୍ୱାଭାବିକ ଅଟେ , ହଁ ଆଜ୍ଞା କହିଦେବୁ କି ତମାଖୁ ଗୁଟକା ଖାଇଲେ କେବଳ ଗଳାର କ୍ଷତି ହୁଏ ନାହିଁ , ବରଂ ଏଥିରେ ଓଠ ବି ସବୁଦିନ କଳା ହୋଇଯାଏ ।
୫) ବ୍ୟୁଟି ପ୍ରଡକ୍ଟ୍ସର ସାଇଡ୍ ଇଫେକ୍ଟ : କହିଦେବୁ କି ବ୍ୟୁଟି ପ୍ରଡକ୍ଟର ବହୁଳ ବ୍ୟବହାର ଦ୍ୱାରା ଏହାର ସାଇଡ୍ ଇଫେକ୍ଟରେ ଓଠ କଳା ହୋଇପାରେ, ସେମିତି ଝିଅମାନେ ଓଠରେ କେତେ ନା କେତେ ଲିପିଷ୍ଟିକ୍ ବ୍ୟବହାର କରିଥାନ୍ତି , ଯାହାକି ଓଠ କଳା ହେବାର ସଙ୍କେତ ଦେଇଥାଏ , ଯଦି ହୋଇପାରିବ ତେବେ ଓଠରେ କେବଳ ନ୍ୟାଚୁରାଲ୍ ପ୍ରଡକ୍ଟ ବ୍ୟବହାର କରନ୍ତୁ ।