June 27, 2025

Odia Express

Here, There and Everywhere

ମାତ୍ର ୧୫ ବର୍ଷ ବୟସରେ ମା ହୋଇଗଲେ ଏହି ଝିଅ ଆଉ ତାପରେ ୧୮ ବର୍ଷ ବୟସରେ ହେଲା ଏକ ଅଜବ ଧରଣର ଘଟଣା ଯେ…

ବହୁତଥର ଛୁଆ କିଛି ଭୁଲ୍ କରିବସନ୍ତି ଯାହାର ପରିଣାମ ତାଙ୍କୁ ଜୀବନସାରା ଭୋଗିବାକୁ ପଡେ , ଏମିତି କିଛି ମାମଲା ଆସିଛି ଧୋଳପୁରରୁ ଏକ ଝିଅର ଯେବେ ସେ ସେହି ପୁଅ ସହ ବିବାହ କରିନେଲା , ଯାହା ତାର ଛୁଆର ବାପା ଥିଲା । ଏହି ପ୍ରେମ ସଂମ୍ପର୍କର କିଛି ବର୍ଷ ପୂର୍ବରୁ ପୁଅ ଓ ଝିଅ ଜଣେ ଅନ୍ୟ ଜଣଙ୍କ ପ୍ରେମରେ ପାଗଳ ଥିଲେ । ଯାହାପରେ ସେମାନେ ଘରୁ ପଳେଇ ଆସିଲେ । ସେହି ସମୟରେ ଝିଅର ବୟସ କେବଳ ୧୫ ବର୍ଷ ଥିଲା । ଝିଅର ଘର ଲୋକେ ପୁଅର ବିପକ୍ଷରେ ଅପହରଣ ଓ ବଳାତ୍କାର କେସ୍ ଦର୍ଜ କରାଇଥିଲେ । ଯେବେ ପୁଅ ପୋଲିସ୍ କୁ ଦେଖା କଲା ତେବେ ଝିଅଟି ସାତ ମାସର ଗର୍ଭବତୀ ଥିଲା । ତାପରେ କଣ ହେଲା ଆସନ୍ତୁ ଜାଣିବା ।

 

ଗୋଟେ ରିପୋର୍ଟର ମୁତାବିକ ଜଣାଗଲା କି ଏହି ପୁରା ମାମଲା ଧୋଳପୁର ପାଖରେ ଏକ ଗାଁ କଲୋରିର ଅଟେ ,ଯେଉଁଠି ୨୦୧୪ ରେ ସଚିନ୍ ନାମକ ଏକ ୧୯ ବର୍ଷୀୟ ପୁଅ ଅନୁ ନାମକ ଏକ ୧୫ ବର୍ଷର ଝିଅ ସହ ପ୍ରେମ କରି ବସିଥିଲା , ଦୁହେଁଙ୍କୁ ଜଣା ନଥିଲା କି କେବେ ତାଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଯାଈଥିଲା । ଦୁହେଁ ଦୁହିଁଙ୍କୁ ବାହା ହେବାକୁ ଚାହୁଁଥିଲେ । କିନ୍ତୁ ଝିଅଟି ନାବାଳିକ ଥିବା ପାଈଁ ଏହା ସମ୍ଭବପର ହେଇପାରୁନଥିଲା , ଝିଅଟି ନିଜ ଘର ଲୋକଙ୍କୁ ସଚିନ୍ ବିଷୟରେ କହିଲେ ତେବେ ତାଙ୍କ ଘର ଲୋକେ ଏହାକୁ ଦୃଢ ବିରୋଧ କରିଥିଲେ । ଯାହା ପରେ ଦୁହେଁ ଘର ଛାଡି ପଳେଇଆସିଥିଲେ ।

 

ଯେବେ ଘରଲୋକେ ରାଜି ହେଲେ ନାହିଁ ଦୁହେଁ ଘର ଛାଡି ପଳେଇବାକୁ ନିଷ୍ପତ୍ତି ନେଇଥିଲେ । ଯାହାପରେ ଝିଅର ଘର ଲୋକେ ପୁଅର ବିପକ୍ଷରେ ରିପୋର୍ଟ ଦର୍ଜ କରାଇଲେ । ଯେବେ ପୋଲିସ୍ ଦୁହିଁଙ୍କୁ ଧରିଲେ ସେମାନେ ଜାଣିବାକୁ ପାଇଲେ କି ଝିଅଟି ଗର୍ଭବତୀ ଅଛି, ଏହାପରେ ପୁଅକୁ ଜେଲ୍ ପଠାଇଦିଆଗଲା , ଓ ଝିଅକୁ ପୋଲିସ୍ ର ନଜରବନ୍ଧୀରେ ରଖାଗଲା । ତାପରେ ସେହି ପୁଅ ଜେଲ୍ ରୁ ମୁକୁଳିବାପରେ ଦୁହେଁ ଦେଖା କରିବାକୁ ଲାଗିଲେ । ଦୁହେଁଙ୍କ ପ୍ରେମରେ ତିନି ବର୍ଷ ପାଇଁ କୌଣସି ଅସୁବିଧା ଦେଖାଯାଇନଥିଲା । ଯାହାପରେ ଦୁହିଁଙ୍କୁ ପୋଲିସ୍ ବାଲା ବିବାହ କରାଇଦେଇଥିଲେ ।

 

ବାଳ କଲ୍ୟାଣ ସମିତି ଧୋଳପୁରର ଅଧ୍ୟକ୍ଷ୍ୟ ବିଜେନ୍ଦ୍ର ସିଂ ପରମାର କହିଲେ କି ଦୁହେଁ ଏବେ କିଛି ଦିନ ହେବ ଆର୍ଯ୍ୟ ସମାଜ ରୀତି ନୀତି ଅନୁସାରେ ବିବାହ କରିଛନ୍ତି , ଓ ତାଙ୍କୁ ସାର୍ଟିଫିକେଟ୍ ସେହି ଦିନ ଆସିସାରିଛି, ଏହା ଛଡା ସେ କହିଲେ କି ଦୁହେଁ ବିବାହର ଏକ ଦେଢ ବର୍ଷର ଛୁଆ ବି ସାମିଲ୍ ଅଛି, ଯାହା ସେମାନେ ଘରୁ ପଳେଇଆସିବାପରେ ଅନୁର କୋଳରେ ଆସିଥିଲା , ଏମିତିରେ ସେହି ନିରିହ ଛୁଆଟିର କିଛି ବି ଭୁଲ୍ ନଥିଲା । ଏଥିପାଇଁ ଦୁହେଁ ବାପା ମାଙ୍କର ଭଲ ପାଇବା ନିଶ୍ଚିତ ମିଳିବା ଦରକାର ସେଥିପାଇଁ ବାହାଘର ମଞ୍ଜୁରି ମିଳିସାରିଛି ।

 

ବିବାହରେ ମହଜୁତ ରାକେଶ ତିୱାରୀ କହିଲେ କି ଦୁହେଁ ବାପା ମା ଏବେ ସାବାଳିକ ହୋଇସାରିଲେଣି , ଏହାପାଇଁ ତାଙ୍କ ପାଇଁ ଆଇନଗତ କିଛି ବି କାର୍ଯ୍ୟନୁଷ୍ଠାନ ନିଆହେବ ନାହିଁ , ଏବେ ସେ ସେହି ଛୋଟ ଝିଅକୁ ପାଳିପାରିବେ , ଏଥିରେ ଆପଣଙ୍କୁ ଜଣାଇଦେବୁ କି ଏହି ପ୍ରେମ ବିବାହରେ ଭରତପୁର ଓ ଧୋଳପୁର ବାଳ କଲ୍ୟାଣ ସମିତି ସାମିଲ୍ ଥିଲା , ତାଙ୍କର କାରଣରୁ ଏହି ବାହାଘର ସଂପନ୍ନ ହୋଇପାରିଛି, ବାଳ କଲ୍ୟାଣ ସମିତି ଧୋଳପୁର ଅଧ୍ୟକ୍ଷ୍ୟ ବିଜେନ୍ଦ୍ର ସିଂ ପରମାର୍ କହିଲେ କି ଝିଅ ଧୋଳପୁର ଜିଲ୍ଲାର ବାସିନ୍ଦା ଅଟେ ,ଏଥିପାଈଁ ତାଙ୍କୁ ଘରାତି ବନାଇକରି ବିବାହ ରୀତିନୀତି କରିବାକୁ ପଡିଥିଲା , ଏହା ଛଡା ଭରତପୁର ପୁଅ ଥିଲା , ଏଥିପାଇଁ ସେଠାକାର ସମିତି ଅଧ୍ୟକ୍ଷ୍ୟଙ୍କୁ ବି ଡକାଯାଇଥିଲା ।

 

 

Leave a Reply

Your email address will not be published. Required fields are marked *