ଏହି ପ୍ରକାର ଶୋଉଥିବା ଝିଅମାନଙ୍କୁ ତାଙ୍କର ଖିଆଲ ରଖୁଥିବା ଓ ଶପିଙ୍ଗ କରେଇ ନେଉଥିବା ପୁଅମାନେ ପସନ୍ଦ ହୋଇଥାନ୍ତି …
ଯେବେ ବି ଆମେ ଅନ୍ୟମାନଙ୍କ ଘରେ କିମ୍ବା କୌଣସି ନୂତନ ସ୍ଥାନରେ ଶୋଉ ଆମକୁ ନିଦ ଆସେ ନାହିଁ , ଏହା ପଛରେ ଗୋଟିଏ କାରଣ ହେଲା ଆପଣଙ୍କ ଶୋଇବା ଭଙ୍ଗୀ ମଧ୍ୟ ଅଟେ । କାହାର ଗୋଡତଳେ ତକିଆ ରଖି ଶୋଇବା ଅଭ୍ୟାସ ତ କାହାର ପେଟ ମାଡି ଶୋଇବା ଅଭ୍ୟାସ , ବୋଧହୁଏ ଏହି କାରଣରୁ ଆମେ ଅନ୍ୟମାନଙ୍କ ଘରେ ଶୋଇପାରୁ ନାହୁଁ । ଯଦିଓ ଶୋଇବା ପରେ ଆମକୁ ଜଣାନଥାଏ ଯେ ଆମେ କେଉଁ ଭଙ୍ଗୀରେ ସୋଇଛୁ କିନ୍ତୁ ଯେବେ ନିଦ ଆସେ ଆମେ ସେହି ଭଙ୍ଗୀରେ ଶୋଇଯାଉ ଯେଉଁଥିରେ ଆମକୁ ଆରାମ ଲାଗେ । ଆଜି ଆମେ ଆପଣଙ୍କୁ ଶୋଇବା ଭଙ୍ଗୀର ରହସ୍ୟ ବିଷୟରେ କହିବୁ ଯାହା ଆପଣଙ୍କ ସ୍ଵଭାବ ଉପରେ ନିର୍ଭର କରିଥାଏ । ମୁଖ୍ୟତଃ ଝିଅମାନଙ୍କ ଭଙ୍ଗୀ ଜଣେଇଦିଏ ତାଙ୍କୁ କେଉଁ ପ୍ରକାର ପୁଅ ପସନ୍ଦ ହୋଇଥାନ୍ତି ।
ସିଧା ଭଙ୍ଗୀରେ ଶୋଉଥିବା ଝିଅମାନେ – ଯେଉଁ ଝିଅମାନେ ହାତ ଗୋଡ ପୁରା ସିଧା କରି ଶୁଅନ୍ତି ସେମାନେ ବଡ ବଡ ସ୍ଵପ୍ନ ଦେଖନ୍ତି ଓ ତାଙ୍କୁ ଆଧିପତ୍ୟ ବିସ୍ତାର କରୁଥିବା ପୁଅ ପସନ୍ଦ ଅଟନ୍ତି ।
ଓଲଟା ହୋଇ ଓ ଚଉଡେଇ ଶୋଉଥିବା ଝିଅମାନେ – ଯେଉଁ ଝିଅମାନେ ଓଲଟା ଓ ଚଉଡେଇ ଶୁଅନ୍ତି ସେମାନେ ବହୁତ ବେଖାତିର ସ୍ଵଭାବର ହୋଇଥାନ୍ତି । ଏପରି ଝିଅମାନେ ନିଜର ଦାବି ଶେଷ କରିବାର ନାଁ ଧରନ୍ତି ନାହିଁ । ଏପରି ଝିଅମାନଙ୍କୁ ଉପହାର ଦେଉଥିବା ପୁଅ ବହୁତ ପସନ୍ଦ ହୋଇଥାନ୍ତି ।
ବାମ ପଟକୁ କଡେଇ ହୋଇ ଶୋଉଥିବା ଝିଅମାନେ – ଯେଉଁ ଝିଅମାନେ ବାମ ପଟକୁ କଡେଇ ହୋଇ ଶୁଅନ୍ତି ସେମାନଙ୍କୁ ଭଲ ସ୍ଵପ୍ନ ଆସିଥାଏ ଓ ସେମାନେ ନେତୃତ୍ଵ ନେଉଥିବା ପୁଅଙ୍କୁ ପସନ୍ଦ କରନ୍ତି
ଛାତିରେ ହାତ ରଖି ଶୋଉଥିବା ଝିଅମାନେ – ଏମିତିରେ ତ ଛାତିରେ ହାତ ରଖି ଶୋଉଥିବା ଝିଅମାନେ ବହୁତ କମ ହୋଇଥାନ୍ତି ଓ ଯେଉଁମାନେ ଏପରି ଶୁଅନ୍ତି ସେମାନେ ନିଜ ପରିବାର ପ୍ରତି ବହୁତ ସଚ୍ଚୋଟ ହୋଇଥାନ୍ତି। ସେମାନଙ୍କୁ ପରିବାରର ସୁଖସୁବିଧାର ବହୁତ ଧ୍ୟାନ ରହିଥାଏ ।
ଗୋଡକୁ ଛାତିରେ ଲଗେଇ ଶୋଉଥିବା ଝିଅମାନେ – ଏପରି ଝିଅମାନେ ସବୁବେଳେ ଚିନ୍ତାଗ୍ରସ୍ତ ରୁହନ୍ତି, ଘରପରିବାରରେ କିଛି ହେଲେ ସେମାନଙ୍କୁ ସବୁଠାରୁ ଅଧିକ ଚିନ୍ତା ହୁଏ । ଏପରି ଝିଅମାନଙ୍କର ଅଧିକ ଡିମାଣ୍ଡ ନଥାଏ ସେମାନଙ୍କୁ ସାଧାରଣ ପୁଅ ପସନ୍ଦ ହୋଇଥାନ୍ତି ।
ତକିଆ କିମ୍ବା କଣ୍ଢେଇ ଧରି ଶୋଉଥିବା ଝିଅମାନେ – ଯେଉଁ ଝିଅମାନେ ତକିଆକୁ ପାଦରେ ଲଗେଇ କିମ୍ବା କଣ୍ଢେଇ ସହ ଶୁଅନ୍ତି ସେମାନେ ବହୁତ ଚଞ୍ଚଳମନା ହୋଇଥାନ୍ତି । ଏହି ଝିଅମାନଙ୍କୁ ଖିଆଲ ରଖୁଥିବା ଓ ଦାୟିତ୍ଵସମ୍ପନ୍ନ ପୁଅମାନେ ପସନ୍ଦ ହୋଇଥାନ୍ତି ।