November 22, 2024

Odia Express

Here, There and Everywhere

କଟକ ବାରବାଟୀ ରେ କୋହଲି ଭାଙ୍ଗିପାରିବେ କି ସଚିନ୍ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ , କେବଳ ୩ ପାଦ ଦୂରରେ ଅଛନ୍ତି ସେ..

1 min read

ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ବୁଧବାର ସଂନ୍ଧ୍ୟାରେ ଖେଳାଯାଇଥିବା ଭାରତ ଓ ୱେଷ୍ଟଇଣ୍ତିଜ୍ ମଧ୍ୟରେ ତୃତୀୟ ଫାଇନାଲ୍ ଟି ଟ୍ୱେଣ୍ଟିରେ ଇଣ୍ତିଆ ବାଜି ମାରିନେଲା । ଭାରତ ୱେଷ୍ଟଇଣ୍ତିଜ୍ କୁ ୬୭ ରନ୍ ରେ ମାତ୍ ଦେଇକରି ସିରିଜ୍ କୁ ୨-୧ ରେ ନିଜ ନାଁ ରେ କରିନେଲେ , ଏହି ଜିତ୍ ବହୁତ ନାୟକ ଥିଲେ , ଲୋକେଶ୍ ରାହୁଲ୍ ୯୧ ରନ୍ ର ପାରି ଖେଳିଥିଲେ, ରୋହିତ୍ ଶର୍ମା ୭୧ ରନ୍ ପାରି ଖେଳିଥିଲେ ଓ ସବୁଠାରୁ ଅଧିକା ଚର୍ଚ୍ଚିତ ବିରାଟ କୋହଲି ଯିଏକି ୨୯ ଟି ବଲ୍ ରେ ୭୦ ରନ୍ କରି ବଡ ସ୍କୋର୍ ଠିଆ କରିଥିଲେ , ଏହା ସହ ବିରାଟ କୋହଲି ମ୍ୟାନ୍ ଅଫ୍ ଦି ସିରିଜ୍ ବି ପାଇଥିଲେ,  ଓ ଏବେ ସେ ସଚିନ୍ ତେନ୍ଦୁଲକରଙ୍କ ସାମ୍ନାରେ ତିନି ପାଦ ଦୁରରେ ଅଛନ୍ତି ।

ଟିମ୍ ଇଣ୍ତିଆର ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ତିଜ୍ ବିପକ୍ଷରେ ଟି ଟ୍ୱେଣ୍ଟି ସିରିଜ୍ ର ୩ ଟି ମ୍ୟାଚରୁ ୧୮୩ ରନ୍ କରିଥିଲେ,  ଯେଉଁ ସମୟରେ ତାଙ୍କର ଓସତ୍ ୧୮୩ ଥିଲା , ଏହି ସମୟରେ ବିରାଟଙ୍କ ବ୍ୟାଟ୍ ରୁ ୧୩ ଟି ଛକା ଓ ୧୨ ଟି ଚୌକା ବାହାରିଥିଲା,  ବିରାଟ ଏହା ସହ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କୃତ ହୋଇଥିଲେ, ଓ ଅନ୍ତରାଷ୍ଟ୍ରିୟ କ୍ୟାରିୟରର ତିନୋଟି ପ୍ରାରୁପର ୧୬ ତମ ମ୍ୟାନ୍ ଅଫ୍ ଦି ସିରିଜ୍ ପାଇଥିବା ବିରାଟ କୋହଲି ବିବେଚିତ ହୋଇଥିଲେ,  ଏବେ ସେ ସଚିନ୍ ତେନ୍ଦୁଲକର ପ୍ରାୟ ୪ ଟି ମ୍ୟାନ୍ ଅଫ୍ ଦି ସିରିଜ୍ ପାଇଛନ୍ତି ।

ସଚିନ୍ ତେନ୍ଦୁଲକର ନିଜ ପୁରା ଅନ୍ତରାଷ୍ଟ୍ରିୟ କ୍ୟାରିୟରରେ ୬୬୪ ମ୍ୟାଚ୍ ଖେଳିଥିଲେ , ସେ ୧୮୩ ଟି ସିରିଜ୍ ଖେଳିଥିଲେ , ସଚିନ୍ ତେନ୍ଦୁଲକର ସେହି ମଧ୍ୟରେ ୨୦ ଟି ମ୍ୟାନ୍ ଅଫ୍ ଦି ସିରିଜ୍ ପାଇଥିଲେ,  ଏବେ ସେ ବିରାଟ ଏହି ମାମଲାରେ କେବଲ ୩ ଟି ଖିତାବ ଅଛି , ଏଠାରେ ଏକ ବଡ ଫରକ ଅଛି କି ସଚିନ୍ ତେନ୍ଦୁଲକର କେବଳ ୧ ଟି ଟି ଟ୍ୱେଣ୍ଟି ଅନ୍ତରାଷ୍ଟ୍ରିୟ ମ୍ୟାଚ୍ ଖେଳିଥିଲେ,  ଯେବେ କି ବିରାଟ ୬ ଟି ଟିଟ୍ୱେଣ୍ଟିରେ ମ୍ୟାନ୍ ଅଫ୍ ଦି ସିରିଜ୍ ହୋଇଛନ୍ତି ।

ଏହା ହେଲା ମୁଲ୍ୟାଙ୍କ୍ : ସଚିନ୍ ତେନ୍ଦୁଲକର (୧୯୮୯ ରୁ ୨୦୧୩ ମଧ୍ୟରେ) ୬୬୪ ଟି ଅନ୍ତରାଷ୍ଟ୍ରିୟ ମ୍ୟାଚ୍-୨୦ ଥର ମ୍ୟାନ୍ ଅଫ୍ ଦି ସିରିଜ୍  (୫ଟି ଟେଷ୍ଟ, ୧୫ ଟି ୱାନ୍ ଡେ, ୦ ଟି ଟ୍ୱେଣ୍ଟି )

ବିରାଟ କୋହଲି : ୨୦୦୮ ରୁ ୨୦୧୯ -୩୧୯ ଅନ୍ତରାଷ୍ଟ୍ରିୟ ମ୍ୟାଚ୍ ୧୭ ଟି ମ୍ୟାନ୍ ଅଫ୍ ଦି ସିରିଜ୍ (୩ ଟି ଟେଷ୍ଟ୍ସ୍, ୮ ଟି ୱାନ୍ ଡେ, ୬ ଟି ଟିଟ୍ୱେଣ୍ଟି ।

ଏବେ ଦେଖିବାର ଅଛି କେବେ ବିରାଟ କୋହଲି ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଉଛନ୍ତି । ତେବେ ବର୍ତମାନ ୨୨ ତାରିଖ ରେ କଟକ ରେ ଭାରତ ଓ ୱେଷ୍ଟଇଣ୍ତିଜ୍ ର ଶେଷ ଦିନିକିଆ ଅନୁଷ୍ଠିତ ହେବ | ତେବେ ଏହା ପୂର୍ବରୁ ୧-୧ ରେ ବର୍ତମାନ ଶିରି ଥିବାରୁ ସମସ୍ତଙ୍କ ଆଖି ଏବେ କଟକ ମ୍ୟାଚ ଉପରେ | ତେବେ ଏଠାରେ ବିଜୟଲାଭ କରିବା ପାଇଁ ବର୍ତମାନ ବିରାଟ ବାହିନୀ ପ୍ରସ୍ତୁତ ହେଇ ସାରିଲେଣି |ତେବେ ୨୨ ତାରିଖ ରେ ଜଣ ପଡିବ ଯେ ବିରାଟ କେଉଁ ନୂଆ ରେକର୍ଡ କରିବା ପାଇଁ ଯାଉଛନ୍ତି ଓ ଭାରତ କଣ ସଫଳତା ପାଉଛି କିମ୍ବା ବିଫଳ ହେଉଛି | ତେବେ ଏ ନେଇ ଆପଣଙ୍କ ମତାମତ ନିଶ୍ଚୟ କମେନ୍ଟ କରିବେ

Leave a Reply

Your email address will not be published. Required fields are marked *