October 22, 2024

Odia Express

Here, There and Everywhere

୨୮ Octover ୨୦୨୨ ଶନିବାର,ଆଜିର ରାଶିଫଳ,କିପରି ରହିବ ଆଜି ଆପଣଙ୍କ ଦିନ,ଏମାନେ ପାଇବେ ଖୁସି ଖବର…

1 min read

ଦର୍ଶକ ବନ୍ଧୁ ଆଜି ଆମେ ପ୍ରଥମେ ଜାଣିବା ମେଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଦିନଟି କିପରେ ରହିବ? ମେଷ ରାଶି:- ବନ୍ଧୁମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ ଆପଣ ବହୁତ ପ୍ରଶଂସା ସାଉଁଟିବେ।ଆଜି ଆପଣ କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୁରେଇବା ଭଲ କାରଣ ଏହା ଆପଣଙ୍କ ପାଇଁ ଅନର୍ଥର କାରଣ ହୋଇପାରେ।ଆପଣ ଭଲ କାମ କଲେ ମଧ୍ୟ ଆପଣଙ୍କ ନାମରେ ଅଭିଯୋଗ ଆସିପାରେ।ଆପଣଙ୍କୁ ଅର୍ଥ ସହିତ ପାରିବାରିକ ସମ୍ମାନ ପ୍ରାପ୍ତି ହେବ।

ବୃଷ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଆଜି ଦିନଟି କିପରି ରହିବ? ଦିନଟି ସାମାଜିକ ଦୃଷ୍ଟି କୋଣରୁ ଭଲ ରହିବ।ସମୟର ଉପଯୁକ୍ତ ବ୍ୟବହାର କରି ଅନ୍ୟ ମାନଙ୍କୁ ସନ୍ତୁଷ୍ଟ କରିପାରିବେ।କୌଣସି ଅପୂରଣୀୟ ତଥା ସ୍ତ୍ରୀଙ୍କ ଅଶାନ୍ତି ଯୋଗୁଁ ମନ ଅଶାନ୍ତ ରହିବ।ଦୀର୍ଘ ଦିନରୁ ଆଶା ରଖିଥିବା ଖବର ପାଇ ଆପଣ ଖୁସି ହେବେ।

ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବିଷୟରେ:- ଏହି ବ୍ୟକ୍ତି ବିଶେଷ ମାନେ ପରିବାର କ୍ଷେତ୍ରରେ କିମ୍ବା ଦାନ କରିବାରେ ଅସୁବିଧା ପାଇବେ ନାହିଁ।ରାଜନୀତି ବା ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦେଖା ଦେଇ ପାରେ।ସାମାନ୍ୟ ଅସୁସ୍ଥତା ଅବଲମ୍ବନ କରିବେ।ଲୋକମାନେ ମଧ୍ୟ ଆପଣଙ୍କ ନାମରେ ପଛରେ ବହୁତ କଥା କହିପାରନ୍ତି।

ଚତୁର୍ଥରେ ଚାଲନ୍ତୁ ଜାଣିବା କର୍କଟ ରାଶି ବିଷୟରେ:- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କଲେ ମଧ୍ୟ ଆପଣଙ୍କୁ ସହଯୋଗର ଅଭାବ ରହିବ ନାହିଁ।ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ପାଇବେ, ଆଉ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ବେଳେ ଶତ୍ରୁ ମାନେ ବାଧା ସୃଷ୍ଟି କରି ପାରନ୍ତି। ଶରୀର ସମସ୍ୟା ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ୟକ।

ପଞ୍ଚମ ରାଶି ହଉଛି ସିଂହ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ସବୁ କାମ ସଫଳ ହେବ ହେଲେ ନିଜ ଲୋକ ଶତ୍ରୁତା କରିବା ପାଇଁ ପଛେଇବେ ନାହିଁ।ବ୍ୟବସାୟିକ ସମସ୍ୟା ମଧ୍ୟ ଦେଖା ଦେବାର ସମ୍ଭାବନା ରହିଛି।ନିଜ ବ୍ୟବହାର ଜିନିଷ ଅନ୍ୟକୁ ଦେଇ ଅପଦସ୍ତ ହେଇ ପାରନ୍ତି।

ଷଷ୍ଠ ରାଶିଟି ହଉଛି,କନ୍ୟା ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କର ଦେହ ଭଲ ରହିବ ମାତ୍ର କର୍ମ କ୍ଷେତ୍ରରେ ଅଳସୁଆମି ପ୍ରକାଶ କରିପାରନ୍ତି।ସକାଳୁ ସକାଳୁ ଶୁଭ ଖବର ଆପଣଙ୍କୁ ଖୁସି ଦେବ ଆଉ ଆପଣ କୌଣସି ଏକ ଦୂର ଜାଗାକୁ ଯାତ୍ରା ମଧ୍ୟ କରି ପାରନ୍ତି।

ସପ୍ତମ ରାଶିଟି ହଉଛି,ତୁଳା ରାଶି:- ଏହି ରାଶିର ବ୍ୟକ୍ତି ବିଶେଷମାନେ ସମାଜ ସେବାରେ ଅଧିକ ସମୟ ଦେଇପାରନ୍ତି।ଆପଣ ଆପଣଙ୍କ ଅଫିସରେ ସମ୍ମାନିତ ହୋଇପାରନ୍ତି।ପୂର୍ବ ଶତ୍ରୁତାକୁ ଦୋହରାଇ ନିଜ ଲୋକମାନେ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି।

ଅଷ୍ଟମ ରାଶିଟି ହଉଛି,ବିଛା ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ସବୁ ସମସ୍ୟା ଆଜି ଦୂର ହେଇଯିବ ଆଉ ପରିବାର ଲୋକଙ୍କ ଶରୀର କଥା ଆପଣ ଚିନ୍ତା କରି ପାରନ୍ତି।ଆର୍ଥିକ ସମସ୍ୟା ଦେଖା ଦେବ ନାହିଁ।

ନବମ ରାଶିଟି ହଉଛି,ଧନୁ ରାଶି:- ଆପଣଙ୍କର ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଆପଣ ସମ୍ପର୍କୀୟ ମାନଙ୍କ ସହିତ ମିତ୍ରତା ଅବଲମ୍ବନ କରିବେ।

ଦଶମ ରାଶିଟି ହଉଛି,ମକର ରାଶି:- ଆପଣ କରିଥିବା କାର୍ଯ୍ୟରେ ସଫଳତା ଅବଲମ୍ବନ କରିବେ, ଆଲୋଚନା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି।କାର୍ଯ୍ୟରେ ଅସାବଧାନତା ଦେଖାଦେଇପାରେ।

ଏକାଦଶ ରାଶିଟି ହଉଛି,କୁମ୍ଭ ରାଶି:- ଆପଣ ଆପଣଙ୍କର କୌଣସି ବି ନିଷ୍ପତି ବଦଳାଇ ଦେଇ ପାରନ୍ତି, ଆପଣ ଆପଣଙ୍କ ବନ୍ଧୁଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଘଟଣା ଆଲୋଚନା କରି ପାରନ୍ତି। ଆଜି ଆପଣଙ୍କ ସ୍ବାସ୍ଥ୍ୟ ଠିକ ରହିବ।

ଦ୍ବାଦଶ ରାଶିଟି ହଉଛି,ମୀନ ରାଶି:- ଆଜି ଆପଣ ନିଜ ସକରାତ୍ମକ ଚିନ୍ତା ଧାରାରେ ଆପଣ ଅନ୍ୟ ଲୋକଙ୍କୁ ପ୍ରଭାବିତ କରିପାରନ୍ତି।ତେବେ ଆପଣଙ୍କର ଯେଉଁ ରାଶି ବି ହେଉ ସତ କର୍ମ କରନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ସବୁ ଦୁଃଖ ହେବ ଦୂର, ରହିବେ ଖୁସିରେ।

Leave a Reply

Your email address will not be published. Required fields are marked *