October 19, 2024

Odia Express

Here, There and Everywhere

Balloon ବିକ୍ରି କରୁଥିବା ଝିଅ ସୋସିଆଲ୍ ମିଡିଆ ବଦଳାଇଦେଲା ଜୀବନ, ହୋଇଗଲେ ମଡେଲ୍,ରାତାରାତି ହେଇଗଲେ ଫେମସ…

ଆଜିକାଲି ଆଧୁନିକ ସମୟରେ ସମସ୍ତେ ସୋସିଆଲ୍ ମିଡିଆରେ ଅଛନ୍ତି, ବହୁତଥର ସୋସିଆଳ୍ ମୀଡିଆରେ ଆମେ ବହୁତ ଭାଇରାଲ୍ ଜିନିଷ ଦେଖିବାକୁ ପାଇଥାଉ, ସୋସିଆଲ୍ ମିଡିଆ ଏମିତି ଏକ ପ୍ଲାଟଫର୍ମ ଅଟେ, ଯାହା ସାଧାରଣ ଲୋକକୁ ରାତାରାତି ଷ୍ଟାର୍ ବନାଇଦିଏ, ଏମିତି ବହୁତ ଲୋକ ଅଛନ୍ତି, ଯାହାଙ୍କୁ ସୋସିଆଳ୍ ମିଡିଆରେ ଷ୍ଟାର୍ ବନାଇଦେଇଛି, ଆମେ ସବୁ ଲୋକେ ଦୁନିଆଁ ସାରା ଏମିତି ବହୁତ କାହାଣୀ ଶୁଣୀଛନ୍ତି, ଯେବେ ଲୋକେ ଫଟୋରେ ତାଙ୍କ ଭାଗ୍ୟ ବଦଳାଇଦେଇଛି, ଆପଣ ସମସ୍ତେ ପାକିସ୍ଥାନର ଏକ ଚାହା ବାଲା ଅରଶାଦ୍ ଖାନ୍ ଙ୍କୁ ତ ମନେ ରଖିଥିବେ, ଯାହାଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା, ଓ ସେ ରାତାରାତି ଷ୍ଟାର୍ ହୋଇଯାଇଥିଲେ ।

ଏବେ ଏହି ମଧ୍ୟରେ ଏକ ବେଲୁନ୍ ବିକ୍ରି କରୁଥିବା ଏକ ଝିଅ ସୋସିଆଳ୍ ମୀଡିଆରେ ବହୁତ ଭାଇରାଲ୍ ହେଉଛି, ଏବେ ଏହି ଝିଅ ସୋସିଆଲ୍ ମିଡିଆ ଷ୍ଟାର୍ ହୋଇସାରିଛି, ଏହି ଝିଅ କେରଳର ବ୍ୟସ୍ତବହୁଳ ଇଲାକାରେ ବେଲୁନ୍ ବିକ୍ରି କରୁଥିଲା, ଯାହାର ଫଟୋ ଏକ ୱେଡିଙ୍ଗ୍ ଫଟୋ ଗ୍ରାଫର୍ କ୍ଲିକ୍ କରିଥିଲେ, ଏହାପରେ ଏହି କୁ ମେକ୍ ଓଭର୍ କରାଯାଇଥିଲା, ଓ ତାହାପରେ ଫଟୋସୁଟ୍ ହୋଇଥିଲା, ଯାହା ଏବେ ଇଣ୍ଟରନେଟ୍ ରେ ଭାଇରାଲ୍ ହେଉଛି

ଆଜି ଆମେ ଆପଣଙ୍କୁ ଯେଉଁ ଝିଅର ବିଷୟରେ କହିବାକୁ ଯାଉଛୁ ସେହି ଝିଅର୍ ନାଁ କିସବୁ ଅଟେ, ଯିଏକି କନ୍ନୁର ଅଣ୍ତାଲ୍ଲୁକାବୁ ଉତ୍ସବର ସମୟରେ ବେଲୁନ୍ ବିକ୍ରି କରୁଥିଲା, ସେହି ସମୟରେ ପୟାତ୍ରୁର୍ ସ୍ଥିତ ଫଟୋଗ୍ରାଫର୍ ଅର୍ଜୁନ କୃଷ୍ଣନନ୍ ଏହି ଝିଅକୁ ଦେଖିଥିଲେ, ସେମିତି ଏହି ଝିଅ ବେଲୁନ୍ ଓ ଆଲୁଅ ମଧ୍ୟରେ ଠିଆ ହୋଇଥିଲା, ସେ ଭାବିଲେ କି ଗୋଟେ ଭଲ ଫଟୋ ହେବ, ଏହି ପ୍ରକାର ରାଜସ୍ଥାନର ଏହି ଝିଅ ଫଟୋ କ୍ଲିକ୍ ହୋଇଗଲା, ଯାହା ବଡ ଉତ୍ସୁକତାର ସହ କ୍ୟାମେରାକୁ ଚାହିଁଥିଲା ।

ଫଟୋଗ୍ରାଫର୍ ଅର୍ଜୁନ କୃଷ୍ଣନନ୍ ଯିଏ ଫଟୋ କ୍ଲିକ୍ କଲେ, ସେ ବହୁତ ଶାନଦାର୍ ଥିଲେ, ଯେବେ ସେ ଝିଅ ଓ ତାର ମାକୁ ଏହି ଫଟୋ ଦେଖାଯାଇଥିଲା, ତେବେ ସେ ବହୁତ ଖୁସି ହୋଇଯାଇଥିଲେ, ତାପରେ ଫଟୋଗ୍ରାଫର୍ ଅର୍ଜୁନ କୃଷ୍ଣନନ୍ ଏହି ଫଟୋକୁ ସୋସିଆଲ୍ ମୀଡିଆରେ ସେୟାର୍ କରିଥିଲେ ଯାହାକି ବହୁତ ଭଲ ରେସପୋନ୍ସ ମିଳିଥିଲା ।

ସୋସିଆଲ୍ ମିଡିଆ ୟୁଜର୍ସଙ୍କ ଦ୍ୱାରା ଫଟୋ ଗ୍ରାଫର୍ ସେୟାର୍ କରାଯାଇଥିବା ଫଟୋ ବହୁତ ପସନ୍ଦ କରାଯାଉଛି, ବହୁତ ଲୋକ ଏମିତି ଅଛନ୍ତି ଯିଏକି ଏହି ଫଟୋ ଉପରେ କମେଣ୍ଟ କରୁଛନ୍ତି, ଏହାପରେ ଅର୍ଜୁନଙ୍କ ସାଙ୍ଗ ଶ୍ରେୟସ୍ ବି ତାଙ୍କ ଫଟୋ କ୍ଲିକ୍ କରିଥିଲେ ଓ ଏହି ଫଟୋରେ ଜବରଦସ୍ତ ରେସପୋନ୍ସ ଦେଖିବାକୁ ମିଳିଥିଲା ।

କିସବୁଙ୍କ ଏହି ଫଟୋ ହସୁଥିବାର ନଜର ଆସୁଛି, ଓ ଏହି ଫଟୋ ସୋସିଆଲ୍ ମୀଡିଆରେ ବହୁତ ଅଧିକା ଭାଇରାଲ୍ ହେଉଛି, ଏହାର ତୁରନ୍ତ ପରେ ଅର୍ଜୁନ କିସବୁଙ୍କ ସହ ଏକ ମେକ୍ ଅଭର୍ ଫଟୋ ସେସନ୍ ପାଇଁ ଡକାଯାଇଥିଲା, ଷ୍ଟାଇଲିଷ୍ଟ ରମୈୟା ଙ୍କ ସାହାଯ୍ୟରେ ଅର୍ଜୁନ କିସବୁଙ୍କ କିଛି ଭଲ ଫଟୋ ସୁଟ୍ କରିଥିଲେ, କିସବୁ ଏହି ଟ୍ରାଡିସନାଲ୍ ମେକ୍ ଓଭର୍ ରେ ଶାଢି ଓ ଲାଲ୍ ରଙ୍ଗର ବ୍ଲାଉଜ୍ ପିନ୍ଧିଥିବାର ଦେଖାଯାଈଥିଲା

ସେମିତି ଏହି ବିଷୟରେ ସୁଟ୍ କରିଥିବା ଅର୍ଜୁନ ନିଜ ପ୍ରତିକ୍ରିୟା ଦେଇଛନ୍ତି, ଅର୍ଜୁନଙ୍କ ଦ୍ୱାରା ଏମିତି କୁହାଯାଉଛି କି ସେ ଫଟୋ ସୁଟ୍ ପରେ ଯାହା ରେସପୋନ୍ସ ପାଇଛନ୍ତ୍ ସେ ବହୁତ ଉତ୍ସାହିତ ହୋଇଛନ୍ତି, କିନ୍ତୁ ଏଥିରେ ଅଧିକା ଖୁସିର କଥା ଏହା କି ସେ କାହାର ଜୀବନ ବଦଳାଇବାର ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଛନ୍ତି, କହିଦେବୁ କି ଅର୍ଜୁନ ଏକ ଫ୍ରିଲାନ୍ସର ୱେଡିଙ୍ଗ୍ ଫଟୋଗ୍ରାଫର୍ ଅଟନ୍ତି, ଯିଏକି ଏହି ଇଲାକାରେ ୧୫ ବର୍ଷ ହେଲା ଅଛନ୍ତି, ଏହି ଫଟୋ ସୁଟ୍ ପରେ ତାଙ୍କର ବହୁତ ପ୍ରଶଂସା  କରାଯାଇଥିଲା ।

Leave a Reply

Your email address will not be published. Required fields are marked *