October 19, 2024

Odia Express

Here, There and Everywhere

ଏଠାରେ Balcony ରେ କପଡା ସୁଖାଇଲେ ଏବେ ଲାଗିବ ଜୋରିମାନା,ଏହି କାମ ଉପରେ ବି ଅଛି କଟକଣା, ଜାଣନ୍ତୁ କଣ ଅଟେ କାରଣ

ଯେପରି ଆମେ ସବୁ ଜାଣିଛେ କି ଲୋକେ ଏଠାରେ ଘରେ ମଇଳା କପଡା ଧୋଇବା ପରେ ତାକୁ ବାଲକୋନିରେ ଶୁଖାଇଥାନ୍ତି କିନ୍ତୁ ଟିକିଏ ଭାବନ୍ତୁ ଯଦି ବାଲକୋନିରେ କପଡା ଶୁଖାଇବା ଉପରେ ଆପଣଙ୍କୁ ଭାରି ଜୋରିମାନା ଭରିବାକୁ ପଡେ ତେବେ ଏମିତି ସ୍ଥିତିରେ କଣ କରିବେ , ଆମେ ଏହା ଏଥିପାଇଁ କହୁଛୁ କାରଣ ଏବେ ଦୁବାଇରେ କିଛି ନୁଆ ନିୟମ ବନାଯାଇଛି ଯାହାର ଉଲ୍ଲଘନ କରିଲେ ଜୋରିମାନା ଦେବାକୁ ହେବ, ଖାସକରି ଦୁବାଇରେ ରହୁଥିବା ଭାରତୀୟଙ୍କ ପାଇଁ ଦୁବାଇରେ ନୁଆ ନିୟମ ବିଷୟରେ ଜାଣିବା ବହୁତ୍ ଜରୁରି ଅଟେ

କାରଣ ଭାରତରେ ଏହି ସବୁ ଜିନିଷ ସାଧାରଣ ହୋଇଥାଏ । ଦୁବାଇର ସହରକୁ ସଫା ରଖିବା ପାଇଁ କିଛି ନିୟମ କରାଯାଇଛି, ଦୁବାଇରେ ନଗରପାଳିକା ତରଫରୁ ଏମିତି କୁହାଯାଇଛି କି ଲୋକେ ନିଜ ବାଲକୋନୀରେ କିମ୍ବା ଝରକାରେ କପଡା ଶୁଖାନ୍ତୁ ନାହିଁ, ଓ ନା ହିଁ ବାଲକୋନିରେ ଚଢେଇଙ୍କ ଦାନା ଦିଅନ୍ତୁ, ଯଦି କେଉଁ ବି ଏହି ନିୟମକୁ ଭାଙ୍ଗେ ତେବେ ଏମିତି ସ୍ଥିତିରେ ତାକୁ ଭାରି ଜୋରିମାନା ଦେବାକୁ ହେବ ।

ଦୁବାଇର ନଗରପାଳିକା ନିଜ ନାଗରିକଙ୍କ ପାଇଁ କିଛି ଏମିତି ନିୟମ କରିଛନ୍ତି । ଭାରତୀୟ ଲୋକଙ୍କ ପାଇଁ ଦୁବାଇ ନଗରପାଳିକା ଦ୍ୱାରା ନିଜ ନାଗରିକଙ୍କ ପାଇଁ ଲାଗୁକରାଯାଇଥିବା ନିୟମ ସେମିତି ଅଜବଧରଣର ଲାଗିପାରେ କିନ୍ତୁ ଦୁବାଇରେ କେଉଁ ବି ନିଜ ବାଲକୋନିରେ କପଡା ଶୁଖାଇଲେ ତେବେ ତାକୁ ଭାରି ଜୋରିମାନା ଦେବାକୁ ହେବ

କେବଳ ଏତିକି ନୁହେଁ ବରଂ ଯଦି ଦୁବାଇର ଲୋକ ନିଜ ବାଲକୋନିରେ ଠିଆ ହୋଇ ସିଗାରେଟ୍ ପିଇବା, ଓ ତାର ଆସ୍ କୁ ରଖିକରି ତଳେ ପକାଇବା ଉପରେ ଭାରି ଜୋରିମାନା ଦେବାକୁ ହେବ, ନଗରପାଳିକା କହନ୍ତି କି ଏମିତି ପଦକ୍ଷେପ ସହରକୁ ସୁନ୍ଦର ବନାଇ ରଖିବା ପାଇଁ କରାଯାଇଛି, ନିଜ ଆପାର୍ଟମେଣ୍ଟର ବାଲକୋନି ଦୁରୁପଯୋଗ ନ କରିବାପାଇଁ ନଗର ପାଳିକା ଲୋକଙ୍କୁ ଆଗ୍ରହ କରିଛନ୍ତି ।

ସୋସିଆଲ୍ ମିଡିଆରେ ହ୍ୟାଣ୍ତେଲ୍ ମାଧ୍ୟମରୁ ଦୁବାଇର ନଗର ପାଳିକା ଲୋକଙ୍କୁ ଏହି ବିଷୟରେ ସୁଚିତ କରାଯାଇଛି, ସେ ଏହି ପ୍ରକାର କାର୍ଯ୍ୟ ନ କରନ୍ତୁ ଯାହାର କାରଣରୁ ତାଙ୍କୁ ବାଲକୋନି ଅଖାଡୁଆ ଲାଗୁ, ଓ ଏକ ମୁଦ୍ଦା ନ ହେଉ, ନଗରପାଲିକା ନିଜ ଏକ ଟ୍ୱିଟ୍ ଏହା ଲେଖିଥିଲେ କି ପର୍ଯ୍ୟାବରଣ ର ଆବଶ୍ୟକତା ଓ ମାନକକୁ ବିଷୟରେ ସମୁଦାୟ ଜାଗୃତ ବଢାଇବାପାଇଁ ଦୁବାଇର ନଗରପାଳିକା ସବୁ ସଂଯୁକ୍ତ ଆରବ ଆମିରାତ୍ ନିବାସୀଙ୍କ ସହର ସୌନ୍ଦର୍ଯ୍ୟ ଓ ସଭ୍ୟ ସ୍ୱରୁପ ବିଗାଡିବା ରୁ ରକ୍ଷା ପାଇଁ ରକ୍ଷା କରିଥାଏ ।ଦୁବାଇ ନଗର୍ ପାଳିକା ଦ୍ୱାରା ସୋସିଆଲ୍ ମିଡିଆ ଟ୍ୱିଟ୍ ମାଧ୍ୟମରେ ବାଲକୋନୀର ସେହି ଦୁରୁପଯୋଗୀ ବିଷୟରେ ସୁଚନା ଦେଇଥିଲେ

ଯାହା ଉପରେ ଜୋରିମାନା ଲଗାଯିବ, ଏଥିରେ ବାଲକୋନିରେ କିମ୍ବା ଝରକାରେ କପଡା ଶୁଖାଇବା, ରହିଯାଇଥିବା ସିଗାରେଟ୍ କିମ୍ବା ସିଗାରେଟ୍ ର ଆସ୍ କୁ ବାଲକୋନିକୁ ତଳେ ପକାଇବା, ବାଲକୋନିରେ ଅଳିଆ ତଳେ ପକାଇବା, ବାଲକୋନିରେ ଧୋଇବା ସମୟରେ ତଳେ ପକାଇବା ଏସି ପାଣି ତଳେ ପଡିବା ସାମିଲ୍ ଅଛି ଏତିକି ନୁହେଁ ବରଂ ଚଢେଇକୁ ଦାନା ଖୁଆଇବା ଉପରେ ଜୋରିମାନା ଲାଗିଯିବ, କାରଣ ସେ ନିଜ ମଇଳା ସେହି ଜାଗାରେ ଛାଡିଦିଅନ୍ତି, ଯେଉଁଠି ସେଠି ଅପରିସ୍କାର ଦେଖାଯାଏ, ଏହା ଛଡା ବାଲକୋନିରେ ସ୍ୟାଟେଲାଇଟ୍ କିମ୍ବା କେଉଁ ପ୍ରକାରର ଆଣ୍ଟିନା ଲଗାଇବାର ଜୋରିମାନା ଲାଗିବ ।

ଯଦି ନଗରପାଳିକା ନୁଆ ନିୟମ କିଏ ଉଲ୍ଲଘନ କରିଲେ ତେବେ ଏମିତି ସ୍ଥିତିରେ ୫୦୦ ରୁ ୧୫୦୦ ଦିରହମ୍ ମାନେ ଭାରତୀୟ ମୁଦ୍ରା ଦେଖିଲେ ୧୦ ହଜାର ଟଙ୍କାରୁ ନେଇକରି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପଡିପାରେ, ଆପଣଙ୍କୁ କହିଦେବୁ କି ୨୦୧୮ ରେ ଖାଡି ଦେଶ କୁବୈତ ବି ନିଜ ନାଗରିକଙ୍କ ପାଇଁ ଏମିତି ନିୟମ କରିଛନ୍ତି, କୁବୈତରେ ସଫା ଉପରେ ଶିଷ୍ଟତା ଦେଖାଇକରି ଶକ୍ତ ନିୟମ ବନାଇଛନ୍ତି, ଯଦି ନିୟମ ଭାଙ୍ଗିଲେ ତେବେ ତାପରେ ଭାରି ଜୋରିମାନା ଲାଗିପାରେ ।

Leave a Reply

Your email address will not be published. Required fields are marked *