October 23, 2024

Odia Express

Here, There and Everywhere

ଯେଉଁ ହୋଟେଲରେ ବାପା କରୁଥିଲେ sweeper ର କାମ, ସେହି ହୋଟେଲ୍ କୁ କରିନେଲେ ନିଜ ନାଁରେ, ଜାଣନ୍ତୁ କିଏ ଅଟନ୍ତି ଏହି ବଲିଉଡ୍ ଅଭିନେତା

୯୦ ଦଶକରେ ହିନ୍ଦୀ ସିନେମା ଜଗତରେ ଆକ୍ସନ୍ ହିରୋ ଭାବେ ନିଜର ଏକ ଅଲଗା ପରିଚୟ ବନାଇଥିବା ଅଭିନେତା ସୁନିଲ୍ ସେଟ୍ଟି ନିଜ ଦମଦାର୍ ଅଭିନୟର ଦମରେ ନିଜ ସଫଳତାର ଶିଖରକୁ ପହଞ୍ଚିପାରିଛନ୍ତି, ଆଜି ଏହି ଅଭିନେତା କେଉଁ ପରିଚୟର ଆବଶ୍ୟକତା କରୁନାହାନ୍ତି, ଦର୍ଶକମାନେ ଆଜି ବି ତାଙ୍କ ଫିଲ୍ମକୁ ଦେଖିବାକୁ ବହୁତ ପସନ୍ଦ କରନ୍ତି, ଆଜି ତାଙ୍କ ପାଖରେ ଧନ ସଂମ୍ପତ୍ତିର କୌଣସି ଅସୁବିଧା ନାହିଁ, ଆଜି ସେ ଏକ ଆଲିଶାନ୍ ଜୀବନଶୈଳୀ ଅତିବାହିତ କରୁଛନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି କି ତାଙ୍କୁ ଏହି ଜାଗାରେ ପହଞ୍ଚିବାପାଇଁ ତାଙ୍କ ବାପା ବହୁତ ଅସୁବିଧା ଦେଇ ଗତି କରିଥିଲେ ।

ସୁନିଲ୍ ସେଟ୍ଟି ଏକ ଡ୍ୟାନ୍ସ ରିୟାଲିଟି ଶୋ ଇଣ୍ତିଆନ୍ ବେଷ୍ଟ ଡ୍ୟାନ୍ସର ଟୁ ର ସମୟରେ ନିଜ ବାପାଙ୍କ ଜୀବନ ସହ ଯୋଡି ହୋଇଥିବା କଥାର ଖୁଲାସା କରିଥିଲେ, ସେ କହିଲେ କି ତାଙ୍କ ବାପାଙ୍କ ଜୀବନ କେବେ ବି ସରଳ ନଥିଲା, ଏହି କଥାର ଖୁଲାସା ସେ ନିଜେ କରିଥିଲେ ,ସେ ଏକ ହୋଟେଲରେ ସଫେଇକର୍ମଚାରି ଭାବେ କାମ କରୁଥିଲେ, ଯେତେବେଳେ ସୁନିଲ୍ ସେଟ୍ଟିଙ୍କୁ ପଚାରା ଗଲା କି ତାଙ୍କ ଫେବରାଇଟ୍ ହିରୋ କିଏ ତେବେ ସେ ନିଜ ବାପାଙ୍କ ନାଁ କହିଥିଲେ, ସୁନିଲ୍ ସେଟ୍ଟିଙ୍କ୍ କହିବା କଥା କି ସେ ତାଙ୍କ ବାପାଙ୍କ ପାଇଁ ବହୁତ ଗର୍ବିତ

ଯେବେ ସେ କେବଳ ୯ ବର୍ଷର ଥିଲେ ତେବେ ତାଙ୍କ ବାପା ତାଙ୍କୁ ମୁମ୍ବାଇ ନେଇକରି ଆସିଥିଲେ, ଏଠାରେ ଆସିକରି ସେ ସଫେଇକର୍ମଚାରୀଙ୍କ କାମକରିଥିଲେ, ଯେଉଁଥିରେ ସେ କେବେ ନିଜକୁ ଛୋଟ ଭାବିନଥିଲେ, ତାଙ୍କ ଠାରୁ ମୋତେ ଏହା ଶିକ୍ଷା ମିଳିଲା କି ଛୋଟ ହେଉ କିମ୍ବା ବଡ ହେଉ କେବେ ବି ନିଜ କାମକୁ ନେଇ କେବେ ଲଜ୍ଜିତ ହେବା ଉଚିତ୍ ନୁହେଁ ।

କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା କି ଯେଉଁ ହୋଟେଲରେ ସୁନିଲଙ୍କ ବାପା ଜଣେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ସେହି ହୋଟେଲ୍ କୁ ସୁନିଲ୍ କିଣିନେଇଥିଲେ, ପ୍ରଥମେ ଅଭିନେତା ଏହି ହୋଟେଲର ପ୍ରବନ୍ଧକ ହେଲେ ତାପରେ ଏହି ହୋଟେଲର ମାଲିକ ହୋଇଥିଲେ, ସୁନିଲ୍ ଙ୍କ କହିବା କଥା କି ତାଙ୍କ ବାପା ଏହା ସବୁବେଳେ ଶିକ୍ଷା ଦେଇଚନ୍ତି କି ତୁମେ ଯେଉଁ କାମ କରୁଛ ସେଥିରେ ଗର୍ବ ଅନୁଭବ କର

ତୁମେ ପରିଶ୍ରମ କରି ପଇସା କମାଉଛ ।ସେମିତି କରିସ୍ମା କହିଥିଲେ କି ତାଙ୍କୁ ଆଉଥରେ ସୁନିଲ୍ ସେଟ୍ଟିଙ୍କ ବାପାଙ୍କୁ ଦେଖା କରିବାକୁ ମଉକା ମିଳିଥିଲା, ସେ କହିଲେ କି ଯେବେ ସେ ସୁନିଲ୍ ସେଟ୍ଟିଙ୍କ ସହ ସୁଟିଙ୍ଗ୍ କରୁଥିଲେ ତେବେ ସୁନିଲ୍ ସେଟ୍ଟିଙ୍କ ବାପା ସୁଟିଙ୍ଗ୍ ରେ ଆସୁଥିଲେ ଓ ବଡ ଗର୍ବର ସହ ନିଜ ପୁଅର ସୁଟିଙ୍ଗ୍ ଦେଖୁଥିଲେ, କରିସ୍ମା କହନ୍ତି କି ଅଭିନେତାଙ୍କ ବାପା ବହୁତ ଇମାନଦାର୍ ଲୋକ ଥିଲେ ।

ସୁଚନାପାଇଁ କହିଦେବୁ କି ସୁନିଲ୍ ସେଟ୍ଟିଙ୍କ ସହ କରିସ୍ମା କାପୁର ଇଣ୍ତିଆଜ୍ ବେଷ୍ଟ ଡ୍ୟାନ୍ସର ଟୁ ର ମଞ୍ଚରେ ଆସିଥିଲେ, ଅଭିନେତ୍ରୀ ଦୁହେଁ ଏହି ମଞ୍ଚରେ ଜଣେ ମୁଖ୍ୟ ଅତିଥି ଆସିଥିଲେ, ଯଦି ଏହି ଶୋର ଜର୍ଜର କଥା କହିବା ତେବେ ଶୋର ଜର୍ଜ ହିସାବରେ ଟେରେନ୍ସ ଲୁଇସ୍, ଗୀତା କାପୁର, ଓ ଅଭିନେତ୍ରୀ ଓ ମଡେଲର୍ ମଲାଇକା ଅରୋରା ସାମିଲ୍ ଥିଲେ, ସୁନିଲ୍ ନିଜ ବାପାଙ୍କୁ ବହୁତ ଭଲ ପାଆନ୍ତି। ଓ ତାଙ୍କ ବହୁତ ପ୍ରଶଂସା କରନ୍ତି ।

Leave a Reply

Your email address will not be published. Required fields are marked *