October 17, 2024

Odia Express

Here, There and Everywhere

56 ବର୍ଷୀୟ ଅଟୋ ଚାଳକ ଅଚାନକ ବଦଳି ଗଲା ଭାଗ୍ୟ, ରାତାରାତି ବନିଗଲେ ୧୨ କୋଟିର ମାଲିକ,ଆଉ ତାପରେ ଯାହା କରିଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବହୁତ ପୁରୁଣା ଲୋକକଥା ଆପଣ ଶୁଣିଥିବେ କି ଭାଗ୍ୟ କେବେ ବଦଳିଯାଏ କିଛି କହିହେବ ନାହିଁ, ବହୁତଥର ଲୋକେ ରାତାରାତି ତଳୁ ଉପରକୁ ଉଠି ଆସନ୍ତି, ତେବେ କେରଳରେ ଏକ ଅଟୋ ବାଲାଙ୍କ ଭାଗ୍ୟ କିଛି ଏପରି ବଦଳିଲା ଯାହାର ଅନ୍ଦାଜା ତାଙ୍କୁ ବି ଜଣାନଥିଲା, କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାର ଏକ ୫୬ ବର୍ଷୀୟ ଅଟୋ ରିକ୍ସା ଚାଳକ ଏମିତି ଭାଗ୍ୟ ଖୋଲିଲା କି ଗୋଟେ ଝଟକାରେ କୋଟିପତି ହୋଇଗଲା, ଏହି ଅଟୋ ରିକ୍ସା ଚାଳକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ୧୨ କୋଟି ଟଙ୍କାର ଥିରୁବୋନମ୍ ବମ୍ପର ଲଟେରି ବିଜେତା ଘୋଷିତ କରାଯାଇଛି, କୋଚିର ମରାଡୁ ରେ ରହୁଥିବା ଜୟପାଳନ ପିଆର୍ ଲଟେରିରେ ପ୍ରଥମ ପୁରସ୍କାର ବିଜେତା

ହୋଇଯାଇଛନ୍ତି, ଟ୍ୟାକ୍ସ ଓ ଏଜେନ୍ସିର କମିଶନ୍ କାଟିବାପରେ ପ୍ରାୟ ତାଙ୍କୁ ୭,୪ କୋଟିର ରାଶି ମିଳିବ ଜୟ ପାଳନ କହିଲେ କି ସେ ମୀନାକ୍ଷୀ ଲକି ସେଣ୍ଟରରୁ ଲଟେରି ଟିକେଟ୍ କିଣିଥିଲେ, ଟିକେଟ୍ ଦାମ୍ ୩୦୦ ଟଙ୍କା ଥିଲା,  ସେ କହିଲେ କି ନିୟମିତ ରୁପରେ ସେ ଲଟେରି ଟିକେଟ୍ କିଣୁଥିଲେ, ପୁର୍ବରୁ ସେ ୫ ହଜାର ରାଶି ଜିତିସାରିଛନ୍ତି, ରବିବାର ଦ୍ୱିପହରକୁ ସେ ସେହି ସମୟରେ ନିଜେ ବିଜେତା ହେବାର କଥା ଜଣାପଡିଲା, ଯେବେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ଦେଖାଶୁଣାରେ ତିରୁଅନ୍ତନପୁରମ୍ ରେ ଡ୍ର ସମୟରେ ଟିଭି ସ୍କ୍ରିନ୍ ରେ ଟିକେଟ୍ ଫ୍ଲାସ୍ ହେଲା

ସେ କଥିତ ଭାବରେ ନିଜ ପୁଅକୁ ଟିକେଟ୍ ବିଷୟରେ କହିଲେ କିନ୍ତୁ ନିଜ ସାଙ୍ଗ କିମ୍ବା ପରିବାର ଏହି ଖବର ବିଷୟରେ ଖୁଲାସା କରିନଥିଲେ । ସୋମବାରକୁ ସେ ପେପରକାଗଜରେ ଛପା ହୋଇଥିବା ଖବରକୁ କ୍ରସ୍ ଚେକ୍ କଲେ, ଓ ସିଧା ବ୍ୟାଙ୍କ୍ ଯାଇକରି ଟିକେଟ୍ ଜମା କରାଇଲେ, ଏହା ପଚାରିବାପରେ ସେ ପୁରସ୍କାର ରାଶିର୍ କଣ କରିବେ ତେବେ ଜୟପାଳନ ଏକ ଚ୍ୟାନେଲକୁ କହିଲେ କି ମୋର ପାଖରେ କିଛି ଉଧାରି ଅଛି ଯାହାକୁ ମୁଁ ସୁଝିବାକୁ ଚାହୁଁଛି,

ମୋର ପାଖରେ ଅଦାଲତରେ ଚାଲୁଥିବା ଦୁଇଟି ଦ୍ୱିୱାନୀ ମାମଲା ଅଛି ଯାହାକୁ ମୁଁ ସଫା କରିବାକୁ ଚାହୁଁଛି, ମୁଁ ନିଜ ଛୁଆଙ୍କୁ ଭଲ ଶିକ୍ଷା ଦେବାକୁ ଚାହୁଁଛି, ଓ ନିଜ ଭଉଣୀଙ୍କ ଆର୍ଥିକ ସାହାଯ୍ୟ କରିବାକୁ ଚାହୁଁଛି । ତାଙ୍କ ମା ଚ୍ୟାନେଲକୁ କହିଲେ କି ଆମେ କରଜରେ ବୁଡିଥିଲୁ, ଯଦି ଏହି ଲଟେରି ଲାଗିନଥାନ୍ତା ତେବେ ମୋର ପୁଅ ତାକୁ ସୁଝିପାରିନଥାନ୍ତା, ମୋତେ ଲାଗୁଛି କି ଭଗବାନ ମୋର ଆଖିରୁ ଲୁହ ଦେଖି ସାହାଯ୍ୟକରିଥିଲେ

ସେମିତି କେରଳର ବାୟନାଡ ଜିଲ୍ଲାରେ ଦୁବାଇ ଏକ ହୋଟେଲରେ ରଶୋଇୟା ସାୟଦ୍ ଅଲାବୀ ଦାବି କଲେ କି ସେ ଲଟେରି ବିଜେତା ଅଟନ୍ତି, ତାଙ୍କ ଦାବି ପରେ ବିଜେତାଙ୍କୁ ନେଇକରି ଭ୍ରମର ସ୍ଥିତି ଆସିଲା, ଜୟପାଳନ କହନ୍ତି କି କେରଳରେ ତାଙ୍କ ସାଙ୍ଗ ଯାହାପାଇଁ ଟିକେଟ୍ କିଣିଥିଲେ, ଜୟପାଳନ ତାଙ୍କୁ ବିଜୟୀ ଟିକେଟ୍ ଏକ ଫଟୋ ପଠାଇଲେ, କିନ୍ତୁ ପରେ ଜଣାପଡିଲା କି ଅଲାବୀର ବନ୍ଧୁ ତାଙ୍କୁ ଭ୍ରମ ସୃଷ୍ଟି କରାଉଛନ୍ତି, ଲଟେରି ଡ୍ର ପରେ ଟିଭି ଚ୍ୟାନେଲ୍ ଓ ସୋସିଆଲ୍ ମିଡିଆରେ ହଜାର ଲୋକ ଏମିତି ସୁଚନା ବ୍ୟାପିଥିଲେ ଯାହାକୁ ରାଜ୍ୟର ସବୁଠାରୁ ବଡ ଲଟେରି ବିଜେତା ବିଷୟରେ ଜଣାପଡିଲା ।

ଲଟେରିରେ ୧୨ କୋଟି ଟଙ୍କା ଜ୍ୟାକପଟ୍ ଛଡା, ଛଅଜଣ ବିଜେତାଙ୍କ ପାଇଁ ୧ କୋଟି ଟଙ୍କା, ୧୨ ଜଣ ବିଜେତାଙ୍କ ପାଇଁ ୧୦ ଲକ୍ଷ ଟଙ୍କା, ୧୨ ଜଣ ବିଜେତାଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ୧୦୮ ଜଣ ବିଜେତାଙ୍କ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା , ପୁରସ୍କାର ରାଶିର ଗଣନା ଏଜେନ୍ସି ଓ ଟିକେଟ୍ ବିକ୍ରେତାଙ୍କ ପାଇଁ କର ଓ କମିଶନ୍ କାଟିବାପରେ ଦିଆଯାଏ ।

Leave a Reply

Your email address will not be published. Required fields are marked *