October 18, 2024

Odia Express

Here, There and Everywhere

ମହେନ୍ଦ୍ର ସିଂ ଧୋନୀଙ୍କ ପରେ କିଏ ହେବ ଚେନ୍ନାଇ ସୁପରକିଙ୍ଗ୍ସର ନୁଆ ଅଧିନାୟକ,Ravindra Jadeja କହିଲେ ଏହି ନାଁ

ଆଇପିଏଲ୍ ର ଦ୍ୱିତୀୟ ଫେଜ୍ ଆରମ୍ଭ ୧୯ ସେପ୍ଟେମ୍ବରକୁ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ହେଉଥିବା ମୁକାବଲା ହେବାର ଅଛି, ଏହାକୁ ନେଇକରି ଫ୍ୟାନ୍ସ ବହୁତ ଉତ୍ସାହିତ୍ ହୋଇଛନ୍ତି, ଆଇପିଏଲ୍ ର ପ୍ରଥମ ଚରଣରେ କୋରନା କାରଣରୁ ଆଇପିଏଲ୍ ଖେଳକୁ ରଦ୍ଧ କରିଦିଆଯାଇଥିଲା, ଏବେ ଏହାର୍ ଆୟୋଜନ ସଂଯୁକ୍ତ ଆରବ ଏମିରାତ୍ କରୁଛି, ଆଇପିଏଲ୍ ୨୦୨୧ ରେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ ର୍ ପ୍ରଦର୍ଶନ ବହୁତ ଭଲ ଯାଇଛି, ଟିମ୍ ନିଜର ୭ ଟି ମୁକାବଲାରୁ ୫ ଟି ମୁକାବଲା ଜିତିଛି, ଓ ଅଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି, ଚେନ୍ନାଇର ଫ୍ୟାନ୍ସଙ୍କୁ ଏହା ଆଶା ଅଛି କି ଟିମ୍ ଆଉଥରେ ଆଇପିଏଲ୍ ଟ୍ରଫି ନିଜ ନାଁରେ କରିବ ।

ଚେନ୍ନାଇ ସୁପର କିଙ୍ଗ୍ସ ଆଈପିଏଲ୍ ର ସବୁଠାରୁ ସଫଳ ଟିମ୍ ରୁ ଜଣେ ଅଟନ୍ତି, ଧୋନୀଙ୍କ ଅଧିନାୟକତ୍ୱରେ ୩ ଥର ଆଇପିଏଲ୍ ଟ୍ରଫି ଚେନ୍ନାଇ ଜିତିସାରିଛି, କିନ୍ତୁ ଏବେ ଧୋନୀ ଅଧିକା ରୁ ଅଧିକା ଗୋଟେ କିମ୍ବା ଦୁଇଟି ସିଜିନ୍ ଖେଳିପାରିବେ, କାରଣ ତାଙ୍କ ବୟସ ଏବେ ୪୦ ବର୍ଷ ହୋଇସାରିଛି, ଏହି ମଧ୍ୟରେ ଚେନ୍ନାଇ ସୁପରକିଙ୍ଗ୍ସ ଟ୍ୱିଟର୍ ଫ୍ୟାନ୍ ପେଜ୍ ସିଏସ୍ କେ ଆର୍ମୀ ଏକ ଟ୍ୱିଟ୍ ଜରିଆରେ ପଚାରିଥିଲେ କି ଧୋନୀଙ୍କ ପରେ ଚେନ୍ନାଇ କିଙ୍ଗର ଅଧିନାୟକ କାହାକୁ ବାଛିବେ , ଏହା ଉପରେ ଜାଡେଜା କମେଣ୍ଟରେ ଲେଖିଥିଲେ କି ଅଙ୍କ ୮  ଜାଡେଜାଙ୍କ ଜର୍ସି ନମ୍ବର ୮ ଅଟେ, ସେ ୨ ମିନିଟ୍ ଭିତରେ ସେ ନିଜ କମେଣ୍ଟକୁ ଡିଲିଟ୍ କରିଦେଲେ, ଫ୍ୟାନ୍ସ ଏହାର ସ୍ରିନ୍ ସଟ୍ ନେଇଗଲେ,

ରବିନ୍ଦ୍ର ଜାଡେଜା ଟିମ୍ ର ପ୍ରମୁଖ ସଦସ୍ୟ ରହିଛନ୍ତି, ଏହି ବ୍ୟାଟ୍ସମ୍ୟାନ୍ ୨୦୧୨ ରେ ଚେନ୍ନାଇ ଟିମ୍ ରେ ଜଏନ୍ କରିଥିଲେ, ତାହା ପୁର୍ବରୁ ଜଡୁ ରାଜସ୍ଥାନ ରୋୟାଲ୍ସ ଟିମ୍ ରେ ଥିଲେ, ଓ ଆଇପିଏଲ୍ ପୁର୍ବରୁ ସିଜିନ୍ ରେ ରାଜସ୍ଥାନ ଟ୍ରଫିର ବିଜେତା ଟିମ୍ ର ଭାଗିଦାରି ଥିଲେ, ବାମ ହାତି ଏହି ଅଲରାଉଣ୍ତର ଏବେ ଆଇପିଏଲ୍ କ୍ୟାରିୟରରେ ୧୯୧ ଟି ମ୍ୟାଚ୍ ଖେଳିଛନ୍ତି ଓ ୨୬,୬୨ ଓସତରୁ ୨୨୯୦ ରନ୍ କରିଛନ୍ତି,  ଓ ସେମିତି ଏହି ଖେଳାଳୀ ୧୨୦ ଟି ୱିକେଟ୍ ହାସିଲ୍ କରିଛନ୍ତି, ଏବେ କାର ମ୍ୟାଚ୍ କଥା କହିଲେ ୭ ଟି ମୁକାବଲାରୁ ୧୩୧ ରନ୍ କରିଛନ୍ତି, ଓ ୬ ଟି ୱିକେଟ୍ ନେଇଛନ୍ତି, ଯଦି ଓଭର୍ ଅଲ୍ ଜାଡେଜାଙ୍କ ପ୍ରଦର୍ଶନ କଥା କୁହାଯାଏ ତେବେ ଟିମ୍ ପାଇଁ ଯୋଗଦାନ ପାଇଁ ହେଲେ ଜାଡେଜାଙ୍କ ପାଇଁ ଭଲ ବିକଳ୍ପ ରହିବ ଧୋନୀଙ୍କ ଅବସର ପରେ ।

ଚେନ୍ନାଇ ସୁପର କିଙ୍ଗ୍ ଆଇପିଏଲ୍ ଇତିହାସରେ ସବୁଠାରୁ ସଫଳ ଟିମ୍ ହୋଇଛି, ଟିମ୍ ଯେଉଁଠି ୩ ଥର ଟ୍ରଫି ଜିତିଛି, ସେମିତି ପ୍ରାୟ ୮ ଥର ଫାଇନାଲ୍ ଖେଳିବାରେ ସଫଲ ହୋଇଛି, ଗତ ସିଜିନ୍ କୁ ଛାଡିଲେ ଚେନ୍ନାଇ ଟିମ୍ ସବୁ ବର୍ଷ ପ୍ଲେ ଅଫ୍ ପାଇଁ କ୍ୱାଲିଫାଇ କରିଛି ଯେବେ କି ୨୦୧୬ ଓ ୨୦୧୭ ରେ ସେ ବ୍ୟାନ୍ ହେବା କାରଣରୁ ଆଇପିଏଲ୍ ମ୍ୟାଚଗୁଡିକରେ ନଥିଲେ, ଏହିଥର ଆଇପିଏଲ୍ ରେ ଟିମ୍ ଅଙ୍କ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

Leave a Reply

Your email address will not be published. Required fields are marked *