October 22, 2024

Odia Express

Here, There and Everywhere

ଜାଣନ୍ତୁ ଏବେ କେଉଁଠି ଅଛନ୍ତି KBC ର ଏବେ ପର୍ଯ୍ୟନ୍ତ ବିଜେତା ହୋଇଥିବା ପ୍ରତିଯୋଗୀ, କିଏ ବିଜନେସମ୍ୟାନ୍ ତ କିଏ ଆସିସାରିଛନ୍ତି ରାସ୍ତାକୁ

1 min read

ପ୍ରସିଦ୍ଧ ରିୟାଲିଟି ଗେମ୍ ଶୋ କୋନ୍ ବନେଗା କରୋଡପତି ଦର୍ଶକଙ୍କୁ ବହୁତ ପସନ୍ଦ ଲାଗିଥାଏ, କହିଦେବୁ କି କେବିସି ସିଜିନ୍ ୧୩ ର ଆରମ୍ଭ ୨୩ ଅଗଷ୍ଟକୁ ଆରମ୍ଭ ହୋଇସାରିଛି, ଆଉଥରେ ଏହି ଶାନଦାର୍ ଶୋ ର ଅମିତାଭ ବଚ୍ଚନ ହୋଷ୍ଟ୍ କରୁଛନ୍ତି, ଏହି ସିଜିନ୍ ର ପ୍ରଥମ ଏପିସୋଡ୍ ସୋମବାର ରାତି ୯ ଟାରେ ସୋନୀ ଟିଭିରେ ପ୍ରସାରିତ କରାଯାଇଥିଲା, ଆଜି ଆମେ ଆପଣଙ୍କୁ ଏହି ଶୋର ପୁର୍ବ ବିଜେତାଙ୍କ ବିଷୟରେ କହିବୁ , ଏହି ସମୟରେ ସେ କଣ କଣ କାମ କରୁଛନ୍ତି ।

୧) ହର୍ଷବର୍ଦ୍ଧନ ନବାଠେ- କହିଦେବୁ କି ଶୋର ପୁର୍ବ ସିଜିନ୍ ରେ ହର୍ଷବର୍ଦ୍ଧନ ନବାଠେ ବଡ ବାଜି ମାରିନେଇଥିଲେ, ସେ ଜଣେ ମିଡିଲ୍ କ୍ଲାସର ଫ୍ୟାମିଲିରେ ଥିଲେ, ଏବେ ପର୍ଯ୍ୟନ୍ତ ସେ ୟୁନିଭରସିଟିରୁ ଏମବିଏ କରିବାପରେ ପ୍ରାଇଭେଟ୍ ସେକ୍ଟରରେ କାମ କରୁଛନ୍ତି ।

୨) ରବି ମୋହନ ସୈନୀ- ୨୦୦୧ ରେ ପ୍ରତିଯୋଗୀ ମୋହନ ସୈନୀ ହଟ ସିଟ୍ ରେ ବସି ବାଜିମାରିନେଇଥିଲେ, ରବିଙ୍କ ବୟସ ସେହି ସମୟରେ ୧୪ ବର୍ଷ ଥିଲା, ଏହାପରେ ରବି କଡା ପରିଶ୍ରମ କରି ଆଇପିଏସ ଅଫିସର୍ ହୋଇଗଲେ ଓ ଏବେ ତାଙ୍କର ପୋଷ୍ଟ ସଂମ୍ଭାଳୁଛନ୍ତି ।

୩) ରାହତ ତଲିମ୍ –କେବିସି ସିଜିନ୍ ୪ ରେ ରାହତ୍ ତଲିମ୍ ବିଜେତା ହୋଇଥିଲେ, ରାହତ୍ ଗାରମେଣ୍ଟ କାମ କରୁଛନ୍ତି, କହିଦେବୁ କି ସେହି ସମୟରେ ଅମିତାଭ ବଚ୍ଚନ ନୁହେଁ ବରଂ ଶାହାରୁଖ୍ ଖାନ୍ ତୃତୀୟ ସିଜିନ୍ କୁ ହୋଷ୍ଟ କରିଥିଲେ ।

୪) ସୁଶୀଲ କୁମାର- ୫ମ ସିଜିନ୍ ରେ ସୁଶୀଲ କୁମାର୍ ୫ କୋଟି ଟଙ୍କା ବିଜୟୀ ହୋଇଥିଲେ, କହିଦେବୁ କି ଶୁଶିଲ୍ କୁମାର୍ ଏହି ସମୟରେ ବିହାର ଚମ୍ପାରଣ ରେ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା କାମ କରୁଛନ୍ତି, ଯାହାକି ଲୋକସେବା କାମରେ ଲାଗିଛନ୍ତି।

୫) ସୁନମିତ କୌର- ସିଜିନ୍ ୬ ରେ ସୁନମିତ କୌର ୬ କୋଟି ସହ ଏକ ବଡ ଜିତ୍ ହାସିଲ୍ କରିଥିଲେ, କହିଦେବୁ କି ସେହି ସମୟରେ ସୁନମିତ୍ ଇଣ୍ତିପେଣ୍ତେଡ୍ ଅଛନ୍ତି ଓ ନିଜ ଫ୍ୟାସନ୍ ହାଉସ୍ ଚଲାଉଛନ୍ତି, ଯେଉଁଥିରେ ଭଲ ଆୟ ହେଉଛି ।

୬) ତାଜ ମହମ୍ମଦ ରଙ୍ଗରେଜ୍ – କେବିସି ସିଜିନ୍ ୭ ରେ ରାଜସ୍ଥାନର ବାସିନ୍ଦା ତାଜ ମହମ୍ମଦ ରଙ୍ଗରେଜ୍ ୫ କୋଟି ସହ ଶୋକୁ ଛାଡିଦେଇଥିଲେ, ସେ ଏକ କୋଟି ଟଙ୍କାର୍ ଏକ ବଡ ରାଶି ଜିତିଥିଲେ, ଏବେ ସେ କଣ କରୁଛନ୍ତି କିଛି ଜଣାପଡିନାହିଁ

୭) ଅଚିନ୍-ସାର୍ଥକ ନରୁଲା- ସିଜିନ୍ ୮ ରେ ଅଚିନ୍ ଓ ସାର୍ଥକ ନରୁଲା ବିଜେତା ରହିଥିଲେ, ଦିଲ୍ଲୀରେ ରହୁଥିବା ଦୁଇ ଭାଇ ସାତ କୋଟି ଟଙ୍କା ଜିତିଥିଲେ, ଯେଉଁଥିରେ ସେ ନିଜ ମାଙ୍କ କ୍ୟାନ୍ସର ଟ୍ରିଟମେଣ୍ଟ କରାଈଲେ, ଆଜି ଏହି ଦୁହେଁ ଭାଇ ଭଲ ବିଜନେସ୍ ସଂମ୍ଭାଳୁଛନ୍ତି  ।

୮) ଅନାମିକ ମଜମୁଦାର୍- ସିଜିନ୍ ୯ ରେ ଅନାମିକ ମଜମୁଦାର୍ ୧ କୋଟି ଟଙ୍କାର ପୁରସ୍କାର ରାଶି ଜିତିଥିଲେ, କହିଦେବୁ କି ଦୁଇ ଛୁଆର ମା ଅନାମିକା ଫେଥ୍ ଇନ୍ ଇଣ୍ତିଆ ନାମକ ଏକ ଏନଜିଓ ଚଲାଉଛନ୍ତି।

୯) ବିନିତା- କେବିସି ସିଜିନ୍ ୧୦ ବିନିତା ୧ କୋଟି ଟଙ୍କା ଜିତିଥିଲେ, କହିଦେବୁ କି ଏହି ସମୟରେ ବିନିତା ନିଜ ଏକ କୋଚିଙ୍ଗ୍ ସେଣ୍ଟର୍ ଚଲାଉଛନ୍ତି ।

୧୦) ସନୋଜ ରାଜ- ଏହା ଛଡା ବିହାରର ରହୁଥିବା ସନୋଜ ରାଜ୍ କେବିସି ସିଜିନ୍ ୧୧ ରେ ୧ କୋଟି ଟଙ୍କା ନିଜ ନାଁରେ କରିଥିଲେ, ସନୋଜ କେବିସି ରେ ଜିତ୍ ହାସିଲ୍ କରିବା ବାଲା ବିହାରର ପ୍ରଥମ ବ୍ୟକ୍ତି ହୋଇଥିଲେ ।

୧୧) ନାଜିଆ ନସିମ୍- କେବିସି ସିଜିନ୍ ୧୨ ରେ ରାଞ୍ଜିର ନାଜିଆ ନସିମ୍ ୧ କୋଟି ଟଙ୍କା ସହ ଜିତ୍ ହାସିଲ୍ କରିଥିଲେ, ଏହି ସମୟରେ ନାଜିଆ ନସିମ୍ ଗୁରୁଗ୍ରାମ ସ୍ଥିତ ଇଣ୍ତିଆନ୍ ମଲଟି ନ୍ୟାଶାନାଲ୍ ମୋଟରସାଇକେଲ୍ କମ୍ପାନୀ ରୋୟାଲ୍ ଏନଫିଲଡ୍ କମ୍ୟୁନିକେଶନ୍ ମ୍ୟାନେଜର ପଦରେ ନିଯୁକ୍ତ ଅଛନ୍ତି ।

Leave a Reply

Your email address will not be published. Required fields are marked *