October 16, 2024

Odia Express

Here, There and Everywhere

କେଉଁ Non-Veg ପଦାର୍ଥ ଆମ ଶରୀର ପାଇଁ ଅଧିକ ଉପକାରୀ ହୋଇଥାଏ? ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ଆମେ ପ୍ରତିଦିନ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ।କିଛି ବ୍ୟକ୍ତି ନିଜର ସ୍ଵାଦ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାନ୍ତି।ଏହା ସହିତ ଅନେକ ବ୍ୟକ୍ତି ଆମିଷ ଖାଦ୍ୟ ଖାଇଥାନ୍ତି।କିଏ ମାଛ ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି ମାଂସ ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି।ତେବେ ଆମେ କେଉଁ ଖାଦ୍ୟ ଖାଇବା ଫଳରେ ଆମକୁ ଅଧିକ ପୋଷକ ମିଳିଥାଏ ଆମେ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ଆମକୁ ନିରାମିଷ ଖାଦ୍ୟ ଠାରୁ ଆମିଷ ଜାତୀୟ ଖାଦ୍ୟରେ ଅଧିକ ପୋଷକ ତତ୍ତ୍ଵ ମିଳିଥାଏ।

ପ୍ରଥମେ ଆମେ ଛେଳି ମାଂସ ବିଷୟରେ ଆଲୋଚନା କରିବା।ତେବେ ଛେଳି ମାଂସ ଖାଇବା ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ।ତେବେ ଆମେ ଯଦି ଏହି ମାଂସ ଖାଇବାରେ ଅବହେଳା କରିଥାଉ ତେବେ ଏଥିରେ ଥିବା ପୋଷକ ତତ୍ତ୍ଵ ଆମ ଶରୀରକୁ ସଠିକ ଭାବରେ ମିଳି ନଥାଏ।ତେବେ ଆମେ ଯେତେବେଳେ ବଜାରରୁ ଛେଳି ମାଂସ ଖାଇବା ପାଇଁ ଆଣିବାକୁ ଯାଉ ଏହା ପ୍ରଥମରୁ ସେଠାରେ କଟାଯାଇ ଥୁଆ ଯାଇଥାଏ।

ତେବେ ଏହା ଅଧିକ ସମୟ ପର୍ଯ୍ୟନ୍ତ ଯଦି ଏପରି ଭାବରେ ଥୁଆ ଯାଇଥାଏ ତେବେ ଏଥିରେ ଥିବା ପୋଷକ ତତ୍ତ୍ଵ ଧୀରେ ଧୀରେ କମିଯାଇଥାଏ।ଏହାପରେ ହେଉଛି କୁକୁଡ଼ା ମାଂସ।କୁକୁଡ଼ା ମାଂସର ଅନେକ ପ୍ରକାରର ପ୍ରୋଟିନ ରହିଥାଏ।ଏହା ଆମ ଶରୀରକୁ ଶକ୍ତି ଦେବା ସହିତ ଏକ ଉପଯୁକ୍ତ ଆକାର ଦେବାରେ ମଧ୍ୟ ସହାୟକ ହୋଇଥାଏ।

ତେବେ ଆମକୁ ଏହା ଧ୍ୟାନ ରଖିବା ଆବଶ୍ୟକ ଯେ ଆମେ ଯେତେବେଳେ ଏହି ମାଂସକୁ ଖାଇଥାଉ ଯେପରି ଏହା ସହିତ କୌଣସି ରୋଗ ଜଡ଼ିତ ନଥାଏ।କାରଣ ଅନେକ ରୋଗ ଯେପରିକି ବାର୍ଡ ଫ୍ଲୁ ଭଳି ରୋଗ ଏହି ଭଳି ପକ୍ଷୀ ମାନଙ୍କ ଠାରୁ ଆରମ୍ଭ ହୋଇଥାଏ।ତେବେ ଏହି ସମସ୍ତ ରୋଗଠାରୁ ସୁରକ୍ଷିତ ରହିବ ପାଇଁ ଏହାକୁ ଖାଇବା ସମୟରେ ଧ୍ୟାନ ରଖିବା ଆବଶ୍ୟକ।ଏହାପରେ ହେଉଛି ମାଛ।ମାଛ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ।ଏଥିରେ ଥିବା ପୋଷକ ଆମ ଶରୀରକୁ ଅନେକ ଶକ୍ତି ଯୋଗାଇଥାଏ।

କିନ୍ତୁ ଏହାକୁ ଖାଇବା ସମୟରେ ଆମକୁ ଧ୍ୟାନ ରଖିବା ଆବଶ୍ୟକ ଯେପରି ଏହା ଅଧିକ ଦିନର ନ ହୋଇଥିବା ଆବଶ୍ୟକ।କାରଣ ମାଛକୁ ସଂରକ୍ଷିତ କରିବା ପାଇଁ ଫର୍ମାଲିନ ନାମକ ଏକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ।ଯାହାକୁ ଆମେ ସାଧାରଣତଃ ମୃତ ଶରୀରକୁ ସଂରକ୍ଷିତ କରିବା ପାଇଁ ବ୍ୟବହାର କରିଥାଉ।ତେବେ ଲୋକମାନେ ଏହାକୁ ଖାଇବା ଫଳରେ କ୍ୟାନ୍ସର ଭଳି ରୋଗ ହେବାର ସମ୍ଭାବନା ରହିଥାଏ।ତେବେ ଆମେ ସେହି ସବୁ ମାଛକୁ ଖାଇବା ଆବଶ୍ୟକ ଯେଉଁ ମାଛ ସଙ୍ଗେ ସଙ୍ଗେ ନଦୀ କିମ୍ବା ପୋଖରୀରୁ ଅସିଥିବ।

କାରଣ ଏହି ମାଛରେ କେହି କିଛି ରାସାୟନିକ ପଦାର୍ଥ ମିଶାଇ ନଥିବେ।ତେଣୁ ଆମେ ଏହି ମାଛ ଖାଇବା ଫଳରେ ଏହା ଆମ ଶରୀର ଉପରେ କୌଣସି କୁ ପ୍ରଭାବ ପକାଇ ନଥାଏ।ଏହା ସହିତ ଏହା ଆମ ଶରୀରକୁ ଅନେକ ଶକ୍ତି ମଧ୍ୟ ଯୋଗାଇଥାଏ।ତେବେ ଆମକୁ ଧ୍ୟାନ ରଖିବା ଆବଶ୍ୟକ ଯେପରି ଏହାକୁ ଆମେ ଅଧିକ ସମୟ ପର୍ଯ୍ୟନ୍ତ ଖୋଲରେ ନ ରଖିବା।ନଚେତ ଏହା ନଷ୍ଟ ହେବା ଆରମ୍ଭ ହୋଇଯାଇଥାଏ।ତେଣୁ ଏହାକୁ ତୁରନ୍ତ ଖାଇବା ଫଳରେ ଏହା ଆମ ଶରୀର ପାଇଁ ବହୁତ ଉପଯୋଜୀ ହୋଇ ପାରିବ।

Leave a Reply

Your email address will not be published. Required fields are marked *