October 22, 2024

Odia Express

Here, There and Everywhere

ବଲିଉଡ୍ ର ଏହି କଳାକାରମାନେ ଛାଡିଲେ ଅଭିନୟ ଏବେ କରୁଛନ୍ତି Farming, ଜାଣନ୍ତୁ କିଏ କିଏ ଅଛନ୍ତି ଏହି ଲିଷ୍ଟରେ

1 min read

ବଲିଉଡ୍ ଇଣ୍ତଷ୍ଟ୍ରିରେ ସବୁଦିନ ବହୁତ ସାରା କଳାକାର ନିଜ ମନରେ ସ୍ୱପ୍ନ ନେଇକରି ଆସନ୍ତି , ଯେଉଁଥିରେ ଅଧିକାଂଶ ଲୋକ ନିରାଶ ହୋଇ ଫେରିଯାଆନ୍ତି, ସେମିତି କିଛି କଳାକାର ଏମିତି ହୋଇଥାନ୍ତି ଯିଏ ଲମ୍ବା ସମୟ ଯାଏଁ ଫିଲ୍ମ ଇଣ୍ତଷ୍ଟ୍ରିରେ ରହିପାରନ୍ତି , ସେମିତି ଦେଖିବାକୁ ଗଲେ ଫିଲ୍ମ ଇଣ୍ତଷ୍ଟ୍ରି ବାହାରୁ ଦେଖିବାକୁ ଯେତେ ଭଲ ଲାଗେ ସେତେ ଭିତରୁ ଅଲଗା ଅଛି, ବଲିଉଡ୍ ରେ ଏମିତି ବହୁତ କଳାକାର ଅଛନ୍ତି ଯିଏକି ବହୁ ବର୍ଷ ହେବ ଇଣ୍ତଷ୍ଟ୍ରିରେ ରାଜ୍ କରୁଛନ୍ତି, ଓ ସେ ନିଜ ବଢିଆ ଅଭିନୟ ବଳରେ ଆଦି ଦର୍ଶକଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇପାରିଛନ୍ତି, କିନ୍ତୁ କିଛି କଳାକାର୍ ଅଛନ୍ତି ଯିଏକି ଏହି ଇଣ୍ତଷ୍ଟ୍ରିରୁ ପ୍ରାୟ ହଜିଯାଇଛନ୍ତି, ସେମାନେ ଜୀବନରେ ଶାନ୍ତି ପାଇବା ଆଶାରେ ଏହି ଇଣ୍ତଷ୍ଟ୍ରିରୁ ଦୁରେଇ ଯାଇଛନ୍ତି, କିଛି କଳାକାର ଏମିତି ଅଛନ୍ତି ଯିଏକି ବଲିଉଡ୍ ରେ ସଫଳ ହେବାପରେ ବି ଏବେ ଶାନ୍ତିରେ ଜୀବନ ଅତିବାହିତ କରିବାକୁ ଚାହଁନ୍ତି , ଆଜି ଆମେ ଆପଣଙ୍କୁ ସେହି କଳାକାରଙ୍କ ବିଷୟରେ କହିବୁ ଯିଏକି ଏହି ଦୁନିଆଁର ଦୁରରେ ଚାଷରେ ମନ ବଳାଇସାରିଛନ୍ତି

୧) ଜୁହି ଚାୱଲା- ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ସେମିତି କିଏ ବା ନଜାଣେ, ସେ ନିଜ ଭଲ ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇବାରେ ସଫଳ ହୋଇଛନ୍ତି, ଜୁହି ଚାୱଲା ନିଜ ଫିଲ୍ମ କ୍ୟାରିୟରରେ ଗୋଟେରୁ ବଳି ଗୋଟେ ଭଲ ଫିଲ୍ମ ଦେଇଛନ୍ତି, ଓ ଲୋକଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ବି ଆସିଛି, ଆଯି ତାଙ୍କ ଫ୍ୟାନ୍ସ ତାଙ୍କ ଫିଲ୍ମକୁ ଦେଖିବାକୁ ପସନ୍ଦ ବି କରନ୍ତି , କିନ୍ତୁ ଏବେ ଜୁହି ଚାୱଲା ଫିଲ୍ମ ଜଗତରୁ ଦୁରେଇ ଯାଇ ଚାଷ କରିବାରେ ମନ ବଳାଇଛନ୍ତି । ଆପଣଙ୍କୁ କହିଦେବୁ କି ଯେବେ ଜୁହି ଚାୱଲା ଫିଲ୍ମରେ ବ୍ୟସ୍ତ ରହିଥିଲେ,  ତେବେ ତାଙ୍କ ବାପା ଏହି ଜମି କିଣିଥିଲେ, ଅଭିନେତ୍ରୀଙ୍କ ବାପା ଚାଷ କରୁଥିଲେ, ଏବେ ବଲିଉଡ୍ ଇଣ୍ତଷ୍ଟ୍ରିକୁ ଛାଡି ଜୁହି ଚାୱଲା ଫାର୍ମ ହାଉସ୍ ର ଜାଗାରେ ଅର୍ଗାନିକ ପ୍ରଡକ୍ଟ କୁ ବୃଦ୍ଧି କରିବାରେ ମନ ବଳାଇଛନ୍ତି

୨) ପ୍ରୀତି ଜିଣ୍ଟା- ବଲିଉଡ୍ ର ସୁନ୍ଦର ଓ ଭଲ ଅଭିନେତ୍ରୀ ପ୍ରୀତିଜିଣ୍ଟା ବହୁତ ଲମ୍ବା ସମୟରୁ ଫିଲ୍ମରେ ନଜର ଆସିନାହାନ୍ତି, ପ୍ରୀତିଜିଣ୍ଟା ଫିଲ୍ମ ଇଣ୍ତଷ୍ଟ୍ରିରେ ବହୁତଦିନ ହେବ କାମ କରିଛନ୍ତି, ଓ ସେ ନିଜ ଫିଲ୍ମ କ୍ୟାରିୟରରେ ବହୁତ ସୁପରହିଟ୍ ଫିଲ୍ମ ବି ଦେଇଛନ୍ତି, କିନ୍ତୁ ଏବେ ଅଭିନୟ ଛାଡି ପ୍ରୀତି ଜିଣ୍ଟା ଚାଷ ଉପରେ ନଜର ରଖିଛନ୍ତି, ଆପଣଙ୍କୁ କହିଦେବୁ କି ପ୍ରୀତିଜିଣ୍ଟା ଏବେ କହିଥିଲେ କି ୨ ବର୍ଷ ପୁର୍ବରୁ ଅଫିସିଆଲ୍ ରୁପରେ ସେ ଚାଷୀ ଅଟନ୍ତି ଓ ସେ ନିଜ ଫାର୍ମିଙ୍ଗ୍ ବାଲା ଭିଡିଓକୁ ପବ୍ଲିକ୍ ରେ ସେୟାର୍ କରନ୍ତି ।

୩) ଧର୍ମେନ୍ଦ୍ର- ବଲିଉଡ୍ ର ଦିଗଜ୍ ଅଭିନେତା ଧର୍ମେନ୍ଦ୍ର ନିଜ ଅଭିନୟର ଦମ୍ ରେ ଲକ୍ଷାଧିକ ଲୋକଙ୍କର ହୃଦୟରେ ରାଜ୍ କରିଛନ୍ତି, ମହଜୁଦା ସମୟରେ ଅଭିନେତାଙ୍କ ପ୍ରଶଂସକ କିଛି ବି କମି ନାହିଁ, ସେମିତି ଧର୍ମେନ୍ଦ୍ର ଏବେ ଫିଲ୍ମ ଇଣ୍ତଷ୍ଟ୍ରିରୁ ଦୁରେଇ ଯାଇଛନ୍ତି କିନ୍ତୁ ଆଜି ବି ତାଙ୍କ ଫ୍ୟାନ୍ସ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି । ଆପଣଙ୍କୁ କହିଦେବୁ କି ଧର୍ମେନ୍ଦ୍ର୍ ଲୋନାବଲାରେ ଏକ ଶାନଦାର୍ ଫାର୍ମହାଉସ୍ କରିଛନ୍ତି, ଯେଉଁଠି ଭିଡରୁ ଦୁରେଇ ସେ ଆରାମଦାୟକ ଓ ଶାନ୍ତିରେ ଜୀବନଜାପନ କରୁଛନ୍ତି ।

୪) ରାକ୍ଷୀ- ବଲିଉଡ୍ ର ସୁନ୍ଦର ଅଭିନେତ୍ରୀ ରାକ୍ଷୀ ବହୁତ ଦିନରୁ ଫିଲ୍ମ ଇଣ୍ତଷ୍ଟ୍ରିରୁ ଦୁରେଇ ଯାଇଛନ୍ତି, ସେ ନିଜ ସମୟର ଟପ୍ ଅଭିନେତ୍ରୀରୁ ଜଣେ ଥିଲେ, ରାକ୍ଷୀ ଅଧିକାଂଶ ଫିଲ୍ମରେ ମାର ଭୁମିକା ନିଭାଇଥିଲେ, ଓ ତାଙ୍କ ଦ୍ୱାରା କରାଯାଇଥିବା ଅଭିନୟକୁ ଲୋକେ ବହୁତ ପ୍ରଶଂସା ବି କରିଛନ୍ତି, ରାକ୍ଷୀ ପ୍ରସିଦ୍ଧ ସଂଗୀତକାର ଓ ଡାଇରେକ୍ଟର ଗୁଲଜାର୍ ଙ୍କ ସ୍ତ୍ରୀ ଅଟନ୍ତି ଏବେ ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହିଛନ୍ତି, କିଛି ଦିନ ପୁର୍ବରୁ ରାକ୍ଷୀ ନିଜ ସୋସିଆଲ୍ ମିଡୀଆ ଏକାଉଣ୍ଟରେ କିଛି ଫଟୋ ସେୟାର୍ କରିଥିଲେ ଯାହାକି ବହୁତ ଭାଇରାଲ୍ ହୋଇଥିଲା, ଅଭିନେତ୍ରୀ ଏହାବି କହିଥିଲେ କି ସେ ନିଜ ପନବେଲ୍ ବାଲା ଫାର୍ମ ହାଉସ୍ ରେ ରହନ୍ତି, ଓ ଏବେ ପୁରା ଚାଷି ହୋଇସାରିଛନ୍ତି, ସେ ଚାଷ କରିବା ସହ ପଶୁଙ୍କୁ ମଧ୍ୟ ପାଳୁଛନ୍ତି ।

Leave a Reply

Your email address will not be published. Required fields are marked *