October 18, 2024

Odia Express

Here, There and Everywhere

ବିବାହ ପରେ ଦେଢ ବର୍ଷ ପର୍ଯ୍ୟନ୍ତ ସ୍ୱାମୀଙ୍କ ଠାରୁ ଅଲଗା ରହିଲେ Bhagyashree, କହିଲେ ସେ ଅନୁଭବ ଆଜି ବି ବହୁତ

ବଲିଉଡ୍ ରେ କାହାଣୀଗୁଡିକର କମି ନାହିଁ, କିନ୍ତୁ ଏହି କାହାଣୀରେ କିଛି କଳାକାରଙ୍କ କଥା ସାମ୍ନାକୁ ଆସିଥାଏ , ଓ କିଛି ହଜିଯାଆନ୍ତି, ୯୦ ଦଶକର ଏକ ବହୁତ ହିଁ ସୁନ୍ଦର ଅଭିନେତ୍ରୀ ଏଣ୍ଟ୍ରି ନେଇଥିଲେ । ଓ ତାଙ୍କର ନାଁ ଭାଗ୍ରଶ୍ରୀ ଅଟେ, ଯିଏ କି ନିଜ ଭବିଷ୍ୟକୁ ଛାଡି ବିବାହ କରିବାର ରାସ୍ତା ବାଛିନେଲେ, ନିଜର ଏହି ଫଇସଲାରେ ଭାଗ୍ୟଶ୍ରୀଙ୍କୁ ଆଜି ବି ପଶ୍ଚାତାପ  ଅଛି, ଏବେ କଣ କରିବେ ଯେବେ ତାଙ୍କ ଭବିଷ୍ୟତ ବିଗିଡିଗଲା, କିନ୍ତୁ ସ୍ୱାମୀଙ୍କ ଠାରୁ ଅଲଗା ହେବାର ପୀଡା ଭାଗଶ୍ରୀ ଆଜି ବି ଅଛି, ଏହା ବିଷୟରେ ସେ ନିଜେ କହିଲେ । ପ୍ରେମ ପାଇଁ ଭାଗ୍ୟଶ୍ରୀ ନା କେବଳ ନିଜ ଭବିଷ୍ୟତକୁ ହରାଇଲେ ବରଂ ନିଜ ପରିବାର ଲୋକଙ୍କ ବିପକ୍ଷରେ ହୋଇଥିଲେ, ହଁ ଆଜ୍ଞା, ଭାଗ୍ୟଶ୍ରୀ ନିଜ ବୟଫ୍ରେଣ୍ତ ସହ୍ ବିବାହ କରି ସେ ଅଫର୍ ହେଉଥିବା ବହୁତ ଫିଲ୍ମକୁ ମନା କରିଦେଲେ, କାରଣ ବିବାହ ପରେ ନିଜ ସ୍ୱାମୀଙ୍କ ସହ କାମ କରିବାକୁ ଚାହଁନ୍ତି ଓ ତାଙ୍କ ସ୍ୱାମୀ ଏକ ଭଲ ଅଭିନେତା ନଥିଲେ ।

ନିଜ ସ୍ୱାମୀ ହିମାଳୟ ସହ ବିବାହକୁ ନେଇକରି ଆଜି ପର୍ଯ୍ୟନ୍ତ ସାଥିରେ ଅଛନ୍ତି କିନ୍ତୁ ଗୋଟେ ସମୟ ଏପରି ଥିଲା ଯେବେ ତାଙ୍କୁ ଦୁରରେ ରହିବାକୁ ପଡିଲା, ଏବେ ଭାଗ୍ୟଶ୍ରୀ ଏକ ଭିଡିଓ ସେୟାର୍ କରିଥିଲେ, ଏକ ଇଭେଣ୍ଟରେ ନିଜ ବୈବାହିକ ଜୀବନ ବିଷୟରେ ପ୍ରଥମଥର କିଛି କହିଥିବାର ନଜର ଆସିଥିଲେ, ଭିଡିଓରେ ସେ କହିଥିଲେ କି ହିମାଳୟ ମୋର ପ୍ରଥମ ପ୍ରେମ ଥିଲେ, ଓ ମୁଁ ତାଙ୍କୁ ବିବାହ ବି କଲି, କିନ୍ତୁ ଗୋଟେ ସମୟ ପରେ ଆମେ ଅଲଗା ହୋଇଯାଇଥିଲୁ ।

ଭାଗ୍ୟଶ୍ରୀ ଆଗକୁ କହିଲେ କି ଅଲଗା ହେବାପରେ ଏହି ପ୍ରଶ୍ନକୁ ମୋତେ ଭାବିବାକୁ ବାଧ୍ୟ କରିଦେଲା କି ଯଦି ସେ ହିମାଳୟଙ୍କୁ ବିବାହ କରିନଥାନ୍ତେ , ତେବେ ସେ ଆଗକୁ କହିଲେ କି ମୋତେ ଏମିତି ଲାଗୁଛି କି କଣ ହୋଇଥାନ୍ତା ଯଦି ସେ ମୋର ଜୀବନରେ ନଥାନ୍ତେ, ଓ କେଉଁ ଅନ୍ୟଙ୍କୁ ବିବାହକରିନେଇଥାନ୍ତେ, ଏମିତି ଭାବିବାକୁ ବାଧ୍ୟ ହୋଇଯାଈଥିଲି କାରଣ ଦେଢ ବର୍ଷ ପର୍ଯ୍ୟନ୍ତ ଏମିତି ଏକ ସମୟ ଥିଲା ଯେବେ ଆମେ ଏକା ନଥିଲୁ, ସେ ଅନୁଭୁତି ଆଜି ବି ମନେ ଅଛି ଓ ମୁଁ ଡରିଯାଏ । ୧୯୮୯ ରେ ଫିଲ୍ମ୍ ମୈନେ ପ୍ୟାର୍ କିୟାରୁ ଭାଗ୍ୟଶ୍ରି ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ, ଏଥିରେ ସଲମାନଙ୍କ ସହ ସେ କାମ କରିଥିଲେ, ଓ ଏହା ଏକ ବ୍ଲକବଷ୍ଟର୍ ଫିଲ୍ମ ହୋଇଥିଲା, ଏହି ଫିଲ୍ମର ନିର୍ଦ୍ଧେଶନା ସୁରଜ ବଡଜ୍ୟାତା କରିଥିଲେ, ଫିଲ୍ମ ରିଲିଜ୍ ହେବାପରେ ଭାଗ୍ୟଶ୍ରି ହିମାଳୟଙ୍କୁ ଲୁଚିକରି ବିବାହ କରିନେଇଥିଲେ, ଫିଲ୍ମ ହିଟ୍ ହେବାପରେ ଭାଗ୍ୟଶ୍ରୀ ସହ ବଲିଉଡ୍ ଦିଗଜ୍ ନିର୍ମାତା କାମ କରିବାକୁ ଚାହିଁଲେ କିନ୍ତୁ ତାଙ୍କର ଗୋଟିଏ ସର୍ତ୍ତ ଥିଲା କି ସେ ନିଜ ସ୍ୱାମୀଙ୍କ ସହ କାମ କରିବାକୁ କହୁଥିଲେ ।

ଗୋଟେ ଦୁଇଟି ଫିଲ୍ମ ତାଙ୍କ ସ୍ୱାମୀଙ୍କ ସହ ଆସିଲା କିନ୍ତୁ ଦର୍ଶକ ପସନ୍ଦ କଲେ ନାହିଁ, ଏହାପରେ ସେ ଫିଲ୍ମରେ କାମ କରିବା ବନ୍ଦ କରିଦେଲେ, ଭାଗ୍ୟଶ୍ରୀ ବହୁତ ବର୍ଷ ପରେ ଫିଲ୍ମ ହମକୋ ଦିୱାନା କର୍ ଗୟେରେ ଦେଖାଯାଇଥିଲେ, ଏହାପରେ ସେ କିଛି ସିରିଆଲ୍ ରେ କାମ କରିଥିଲେ, ଏହାପରେ ଭାଗ୍ୟଶ୍ରୀ କିଛି ଫିଲ୍ମ, କିଛି ମ୍ୟୁଜିକ୍ ଭିଡିଓରେ କାମ କରିଥିଲେ, ଓ ଏବେ ସେ ତାମିଲ୍ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *