October 18, 2024

Odia Express

Here, There and Everywhere

Naveen Patnaik ଅଟନ୍ତି ଗ୍ରାଜୁଏଟ୍ ପାସ୍, ତେବେ ଉଦ୍ଧବ କରିଛନ୍ତି କେବଳ +୨ ଯାଏଁ ପାଠପଢା, ଜାଣନ୍ତୁ କେତେ ପାଠପଢିଛନ୍ତି ମୁଖ୍ୟମନ୍ତ୍ରୀମାନେ

1 min read

ଗୋଟେ ସମୟ ଥିଲା ଯେବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ନେଇକରି ବିପକ୍ଷ ବାଲା ବହୁତ ହଲ୍ଲା ମଚାଇଥିଲେ, ସେମିତି ଏବେ ବି ବିପକ୍ଷ ଏହି ମୁଦ୍ଧାକୁ ଆହୁରି ଉଠାଉଛି, ସେମିତି ଏବେ ଦେଶରେ ବହୁ ପରିବର୍ତ୍ତନ ହୋଇଛି, ସବୁ ରାଜ୍ୟର ଜନତା ଚାହେଁକି ତାଙ୍କର ଜନ ପ୍ରତିନିଧି ଶିକ୍ଷିତ ହୋଇଥାଉ, ଏମିତିରେ ଯେବେ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହୋଇଥିବେ ତେବେ ଏମିତିରେ ଦେଶବାସୀ ଚାହଁନ୍ତି କି ତାଙ୍କ ଦେଶର ପ୍ରଧାନ ସେବକ ହେଉ କିମ୍ବା ତାଙ୍କ ରାଜ୍ୟର ଶାସନ ଭାର ସଂମ୍ଭାଳୁଥିବା ନେତା ସମସ୍ତେ ଶିକ୍ଷିତ ହେବା ଦରକାର, ଏତିକି ନୁହେଁ ଏମିତି ଦେଖିବାକୁ ମିଳିଛି କି ବହୁତ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଧିକା ପଢିଛନ୍ତି, ଶିକ୍ଷିତ ଥିବା ନେତାଙ୍କ କଥା କହିଲେ ଅରବିନ୍ଦ କେଜରିୱାଲ୍ ଙ୍କ ଠାରୁ ନେଇକରି ଯୋଗୀ ଆଦିତ୍ୟନାଥ ପର୍ଯ୍ୟନ୍ତ ସାମିଲ୍ ଅଛି, ଅରବିନ୍ଦ କେଜରିୱାଲ ଆଇଆଇଟି ଖଡଗପୁର ରୁ ବିଟେକ୍ କରିଛନ୍ତି, ତେବେ ଯୋଗୀ ଆଦିତ୍ୟନାଥ ଗ୍ରାଜୁଏସନ୍ କରିଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜଣାଇବୁ କିଏ କେତେ ଶିକ୍ଷିତ ଅଟନ୍ତି ।

୧) ନିତିଶ କୁମାର(ବିହାର) ବିହାରର୍ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ପରିଚୟ ସୁଶାସନ ପୁରୁଷ ରୁପରେ ହୋଇଥାଏ, ସେମିତି ତାଙ୍କ ପାଠପଢା ଉପରେ କହିଲେ ସେ ଗ୍ରାଜୁଏସନ୍ କରିଛନ୍ତି । ନିତିଶ ବିହାର କଲେଜ ଅଫ୍ ଇଞ୍ଜିନିୟରିଙ୍ଗରୁ ବିଏସସି କରିଛନ୍ତି ।

୨) ଯୋଗୀ ଆଦିତ୍ୟନାଥ- ଉତ୍ତର ପ୍ରଦେଶର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗ୍ରାଜୁଏଟ୍ ଅଟନ୍ତି, ସେ ଏଚ୍ ଏନ୍ ବହୁଗୁଣା ଗଢବାଳ ବିଶ୍ୱବିଦ୍ୟାଳୟରୁ ବିଏସସି ରୁ ଡିଗ୍ରୀ ହାସିଲ୍ କରିଥିଲେ ।

୩) ଅରବିନ୍ଦ କେଜରିୱାଲ- କହିଦେବୁ କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜଲିୱାଲ ଇଞ୍ଜିନିୟରିଙ୍ଗ୍ ପଢିଛନ୍ତି ସେ ଆଇଆଇଟି ଖଡଗପୁରରୁ ବିଟେକ୍ କରିଛନ୍ତି ।

୪) ଅମରିନ୍ଦର ସିଂ- ପଞ୍ଜାବର ମୁଖ୍ୟମନ୍ତ୍ରୀ କଂଗ୍ରେସର ବରିଷ୍ଠନେତା ଅମରିନ୍ଦର ସିଂ ଗ୍ରାଜୁଏଟ୍ ଅଟନ୍ତି, ସେ ନିଜ ସ୍କୁଲରଶିକ୍ଷା ଦୁନ୍ ସ୍କୁଲରୁ କରିଥିଲେ , ଏହାପରେ ସେ ସିଲେକ୍ସନ୍ ଏନଡିଏ ରେ ହୋଇଗଲା ଯାହାପରେ ସେ ଆଇଏମଏ ଡିଗ୍ରୀ ହାସିଲ୍ କରିଥିଲେ ।

୫) ଅଶୋକ ଗହଲୋଟ୍- ଅଶୋକ ଗହଲୋଟ କଂଗ୍ରେସର ବରିଷ୍ଠ ନେତା ଅଟନ୍ତି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ପୋଷ୍ଟ ଗ୍ରାଜୁଏଟ୍ ଅଟନ୍ତି, ଗହଲୋତ ଇକୋନୋମିକ୍ସରେ ଏମଏ କରିଛନ୍ତି, ଏହା ସହ ସେ ଏଲଏଲବି, ବିଏସସି, ଡିଗ୍ରୀ ହାସିଲ୍ କରିଥିଲେ ।

୬) ଉଦ୍ଧବ ଠାକରେ –ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଶିବସେନା ନେତା ଉଦ୍ଧବ ଠାକରେ +୨ ପାସ୍ କରିଛନ୍ତି ।

୭) ନବିନ ପଟ୍ଟନାୟକ- ଓଡିଶାର ମୁଖ୍ୟମନ୍ତ୍ରି ନବିନ୍ ପଟ୍ଟନାୟକ ବି ଗ୍ରାଜୁଏଟ୍ ଅଟନ୍ତି , ସିଏ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଏ ପଢିଛନ୍ତି ।

୮) ଜୟରାମ ଠାକୁର- ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଗ୍ରାଜୁଏଟ୍ କରିଛନ୍ତି, ସେ ବଲ୍ଲଭ ଗର୍ଭମେଣ୍ଟ ଡିଗ୍ରୀରୁ ସ୍ନାତକ ହାସିଲ୍ କରିଛନ୍ତି ।

୯) ଭୁପେଶ ବଘେଲ୍-ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି, ସେ ପି ରବିଶଙ୍କର ସ୍କୁଲ ବିଶ୍ୱବିଦ୍ୟାଳୟ ରାୟପୁରରୁ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସିଲ୍ କରିଥିଲେ ।

୧୦) ଶିବରାଜ ସିଂ ଚୌହାନ- ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଓ କିଶାନ ନେତା ରୁପରେ ଜଣାଯାଉଥିବା ଶିବରାଜ ସିଂ ଚୌହାନ ପୋଷ୍ଟ ଗ୍ରାଜୁଏଟ୍ ଅଟନ୍ତି, ଶିବରାଜ ସିଂ ଚୌହାନ ୧୯୮୨-୮୩ ରେ ହମିଦିଆ କଲେଜ ଭୋପାଳ ବିଶ୍ୱବିଦ୍ୟାଳୟରୁ ଏମ୍ ଏ ଡିଗ୍ରୀ ହାସିଲ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *