October 24, 2024

Odia Express

Here, There and Everywhere

1450 କିମି ସ୍କୁଟର୍ ଚଲାଇକରି ସୋନୁ ସୁଦ୍ ଙ୍କୁ ଦେଖା କରିବାକୁ ପହଞ୍ଚିଲେ 69 ବର୍ଷୀୟ ବୟସ୍କ ବ୍ୟକ୍ତି ,ଦେଖିକରି ଆଖିରେ ଚାଲି ଆସିଥିଲା ଲୁହ

ସୋନୁ ସୁଦ୍ ଏମିତି ଏକ ନାଁ ଅଟେ ଯାହାର ଚର୍ଚ୍ଚା ଯିଏ ହେଲେ ବି କରୁଛି, ହଁ ଆଜ୍ଞା, ସୋନୁସୁଦ୍ ସେମିତି ବଲିଉଡ୍ ଫିଲ୍ମରେ ଭିଲେନ୍ ଭୁମିକାରେ ନଜର ଆସନ୍ତି, କିନ୍ତୁ ଅସଲ ଜୀବନରେ ସେ ରିୟଲ୍ ଲାଇଫ୍ ହିରୋ ହୋଇସାରିଛନ୍ତି, ସୋନୁ ସୁଦ୍ କୋରନା ସମୟରେ ଲୋକଙ୍କ ପାଇଁ ଦେବତା ହୋଇକରି ଆସିଲ୍ , କେତେ ଲୋକଙ୍କର ଅଭିନେତା ଜଣଙ୍କ ଜୀବନ ବଞ୍ଚାଇଲେ, ସୋନୁ ସୁଦ୍ ଆଜି ସବୁ ଆଡୁ ବହୁତ ସାରା ଭଲ ପାଇବା ମିଳୁଛି, ଏହାର୍ କାରଣ ତାଙ୍କର ପୁଣ୍ୟ କାମ ହିଁ ଅଟେ, ଯଦି କିଏ ଅସହାୟ, ଗରିବ ବ୍ୟକ୍ତି ସୋନୁ ସୁଦ୍ ଙ୍କୁ ସାହାଯ୍ୟ ଭିକ୍ଷା କରେ ତେବେ ଅଭିନେତା ତୁରନ୍ତ ତାହାର ସାହାଯ୍ୟ କରିବାକୁ ପହଞ୍ଚିଯାଆନ୍ତି ।

ସୋନୁ ସୁଦ୍ ଏମିତି ଏକ ଅଭିନେତା ଅଟନ୍ତି , ଯିଏକି ଅନ୍ ସ୍କ୍ରିନ୍ ହିରୋ ହେବା ସହ ରିୟଲ୍ ଲାଇଫ୍ ରେ ହିରୋ ହୋଇସାରିଛନ୍ତି, ସୋନୁ ସୁଦ୍ ଲକ୍ ଡାଉନ୍ ସମୟରେ ଗରିବ ଲୋକଙ୍କୁ ସହାୟତା କରିଛନ୍ତି, ସବୁଠାରୁ ପ୍ରଥମେ ସେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇଲେ, ଏତିକି ନୁହେଁ ଲକ୍ ଡାଉନ୍ ଶେଷ ହେବା ପରେ ସୋନୁ ସୁଦ୍ କେଉଁ ନା କେଉଁ ଭାବରେ ଗରିବ ଲୋକଙ୍କୁ ସହାୟତା କରୁଥିବାର ନଜର୍ ଆସିଥିଲେ, ତାଙ୍କର ସହାୟତା ଏବେ ବି ଜାରିଅଛି, ଆଜି ତାହାର ଫଳାଫଳରୁ ଲୋକେ ସୋନୁ ସୁଦ୍ ଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବା ଫରିସ୍ତା ଭାବରେ ମାନନ୍ତି ।

ସୋନୁ ସୁଦ୍ ଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଦିନକୁ ଦିନ ବଢିବାରେ ଲାଗୁଛି, ଫ୍ୟାନ୍ ସୋନୁ ସୁଦ୍ ଙ୍କ ପାଇଁ ଏହି ପ୍ରକାରର ପାଗଳ ହୋଇସାରିଛନ୍ତି, କି ତାଙ୍କୁ ଦେଖା କରିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି, ବହୁତ୍ ଏମିତି ଫ୍ୟାନ୍ ଅଛନ୍ତି ଯିଏ ସୋନୁ ସୁଦ୍ ଙ୍କୁ ଦେଖା କରିବାକୁ ହଜାରେ କିଲୋମିଟର ଯାତ୍ରା ତୟ କରି ମୁମ୍ବାଇ ଆସିପହଞ୍ଚନ୍ତି, କିଏ ପାଦରେ ଚାଲିଚାଲି ଆସେ ତ କିଏ ସାଇକେଲ୍ ଚଲାଇକରି ସୋନୁଙ୍କୁ ଦେଖା କରିବାକୁ ଆସେ, ଲଗାତାର ସୋନୁ ସୁଦ୍ ଙ୍କୁ ଫ୍ୟାନ୍ସଙ୍କ ଭଲ ପାଇବା ମିଳୁଛି, ଏହି ମଧ୍ୟରେ ସୋନୁ ସୁଦ୍ ଙ୍କୁ ଦେଖା କରିବାକୁ ୬୯ ବର୍ଷିୟ ଏକ ବୟସ୍କ ଲୋକ ୧୪୫୦ କିମି ସ୍କୁଟର ଚଲାଇକରି ପହଞ୍ଚିଲେ

ଏତେ ଲମ୍ବା ଯାତ୍ରା କରି ଏହି ବୟସ୍କ ବ୍ୟକ୍ତିଙ୍କୁ ଏତେ ବି ସହଜ ନଥିଲା, ପହଞ୍ଚିବା ପାଇଁ କିନ୍ତୁ ସୋନୁ ସୁଦ୍ ଙ୍କ ପ୍ରତି ବୟସ୍କଙ୍କ ଭଲ ପାଇବା ଏତେ ଥିଲା କି ସେ ସ୍କୁଟର୍ ଚଲାଇକରି ମୁମ୍ବାଇ ଚାଲି ଆସିଲେ । ଆପଣଙ୍କୁ କହିଦେବୁ କି ସୋନୁ ସୁଦ୍ ଙ୍କ ଏହି ଫ୍ୟାନ୍ସଙ୍କ ନାଁ ଜଗମ୍ମ୍ ରାଜୁ ଅଟେ, ଯିଏ ଆନ୍ଦ୍ରପ୍ରଦେଶର ଜଗମ୍ମପେଟା ର ବାସିନ୍ଦା ଅଟନ୍ତି ,ତାଙ୍କ ବୟସ ୬୯ ବର୍ଷ ବୋଲି ଜଣାଯାଏ , ଏତେ ଅଧିକା ବୟସ ହେବା ପରେ ବି ସେ ୧୪୫୦ କିମି ଦୁରତା ତୟ କରି ଅଭିନେତାଙ୍କୁ ଦେଖା କରିବାକୁ ମୁମ୍ବାଇରେ ଆସିପହଞ୍ଚିଯାଇଥିଲେ

ମୁମ୍ବାଇରୁ ସ୍କୁଟି ଚଲାଇକରି ଜଗମ୍ ରାଜୁ ମୁମ୍ବାଇ ପହଞ୍ଚିଲେ, ଓ ସେଠାରେ ମୁମ୍ବାଇରେ ସୋନୁ ସୁଦ୍ ଙ୍କୁ ସାକ୍ଷାତ୍ ବି କଲେ, ସୋନୁ ସୁଦ୍ ନିଜ ଫ୍ୟାନ୍ସଙ୍କୁ ଦେଖାକରିବାକୁ ସମୟ ବାହାର କଲେ, ବୟସ୍କ ବ୍ୟକ୍ତି ଯେମିତି ସୋନୁ ସୁଦ୍ ଙ୍କୁ ସାକ୍ଷାତ କଲେ ତେବେ ତାଙ୍କ ଆଖିରୁ ଲୁହ ଚାଲି ଆସିଥିଲା । ଅଭିନେତା ଫ୍ୟାନ୍ସ ଗଜ୍ଜମ ରାଜୁ ସୋନୁ ସୁଦ୍ ଙ୍କୁ କହିଲେ କି ସେ ତାଙ୍କ ଠାରୁ ବହୁତ ପ୍ରଭାବିତ ହୋଇଛନ୍ତି, ସୋନୁ ସୁଦ୍ ତାଙ୍କ୍ ପାଇଁ ଭଗବାନଙ୍କ ଠାରୁ କମ୍ ନୁହନ୍ତି, ତାଙ୍କୁ ସୋନୁ ସୁଦ୍ ଙ୍କୁ ଦେଖାକରିବାର ଇଚ୍ଛା ଥିଲା, ଏମିତିରେ ସେ ଦିନେ ଫଇସଲା ନେଲେ କି ସେ ମୁମ୍ବାଇ ଯାଇକରି ଗରିବ ଲୋକଙ୍କ ମସିହା ସୋନୁ ସୁଦ୍ ଙ୍କୁ ଦେଖା କରିବେ ।

ସୋନୁ ସୁଦ୍ ୧୪୫୦ କିମି ସ୍କୁଟର୍ ଚଲାଇକରି ଆସିଥିବା ଏହି ବୟସ୍କ ବ୍ୟକ୍ତିଙ୍କୁ ମନ ଖୋଲି ଦେଖାକଲେ, ଓ ଦୁହେଁ ପରସ୍ପର ଫଟୋ ବି ଉଠାଇଲେ, ଆପଣଙ୍କୁ କହିଦେବୁ କି ସୋନୁ ସୁଦ୍ ଏହି ବୟସ୍କ ବ୍ୟକ୍ତିକୁ ହେଲଥ୍ ଚେକଅଫ୍ କରାଇଲେ, ଓ ତାଙ୍କୁ ସ୍କୁଟରରେ ଫେରିବା ପରିବର୍ତ୍ତେ ଟ୍ରେନରେ ଫେରିବାକୁ କହିଥିଲେ ଓ ପଠାଇଥିଲେ ମଧ୍ୟ ।

Leave a Reply

Your email address will not be published. Required fields are marked *