October 20, 2024

Odia Express

Here, There and Everywhere

Rohi ମାଛ ଖାଇବାର ଫାଇଦା,କିଛି ଦିନରେ ବଦଳିଯିବ ଆପଣଙ୍କ ଶରୀର ର ଆକାର

ସାଙ୍ଗମାନେ ଯଦି ଆପଣ ମାନେ ଆମିଷ ଖାଆନ୍ତି ଓ ଆପଣଙ୍କୁ ମାଛ ଖାଇବା ପାଇଁ ଭଲ ଲାଗେ ତ ଆପଣ ରୋହି ମାଛ ନା ତ ନିଶ୍ଚୟ ଶୁଣିଥିବେ।ଏହା ଖାଇବା ପାଇଁ ଯେତିକି ସ୍ଵାଦିଷ୍ଟ ଲାଗିଥାଏ ସେତିକି ପୁଷ୍ଟିକର ମଧ୍ୟ ହୋଇଥାଏ। ରୋହୀ ମାଛ ଭାରତର ଓଡ଼ିଶା,ବିହାର ପଶ୍ଚିମବଙ୍ଗ ଆଦି ରାଜ୍ୟରେ ବହୁତ ପରିମାଣରେ ଖାଇଥାନ୍ତି।ମାଛ ସହିତ ଏହାର ଅଣ୍ଡା ମାନଙ୍କୁ ମଧ୍ୟ ଖିଆଯାଇଥାଏ।ନିଜ ଶ୍ୱସ୍ତ୍ୟକୁ ମଜବୁତ କରିବା ପାଇଁ ମାଛ ଖାଇବା ନିହାତି ଆବଶ୍ୟକ।ମଣିଷ ଶରୀରକୁ ଆଇରନ,ସେଲେନିୟମ, ଜୀଙ୍କ, ଆୟୋଡ଼ିନ,କ୍ୟାଲସିୟମ ଆଦିର ନିହାତି ଆବଶ୍ୟକ ରହିଛି। ରୋହୀମାଛ ଖାଇବା ଦ୍ଵାରା ଏହା ଆମ ଶରୀରକୁ ଏକା ସାଥିରେ ମିଳିଥାଏ।

ଯଦି ଆପଣ ଆମିଷ ଖାଉଥାନ୍ତି ତ ଆପଣ ନିଜ ଖାଦ୍ୟରେ ରୋହି ମାଛ ନିଶ୍ଚୟ ସାମିଲ କରନ୍ତୁ। ରୋହି ମାଛରେ ବହୁତ ଭିଟାମିନ ରହିଥାଏ।ରୋହି ମାଛ ଖାଇବା ଦ୍ଵାରା ଥଣ୍ଡା ସର୍ଦ୍ଦି ଆଦି ରୋଗ ଦୂରେଇ ଯାଇଥାଏ।ଏଥିରେ ଥିବା ଭିଟାମିନ ସି ଦ୍ଵାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ରୋହି ମାଛରେ ଅଧିକ ପ୍ରୋଟିନ ମିଳିଥାଏ।ପ୍ରାୟ ୧୦୦ ଗ୍ରାମ ମାଛରେ ୨୫ ଗ୍ରାମ ପ୍ରୋଟିନ ମିଳିଥାଏ।ଏହା ବଡି ବିଲଡିଂରେ ବହୁତ ସାହାଯ୍ୟ କରିଥାଏ।ଏଥିପାଇଁ ସେମାନେ ରୋହି ମାଛକୁ ନିଜ ଖାଦ୍ୟରେ ସାମିଲ କରିଥାନ୍ତି।

ରୋହି ମାଛରେ ଓମେଗା ୩ ଓ ଫ୍ୟାଟି ଏସିଡ ରହିଥାଏ।ଏହା ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।ରୋହି ମାଛ ଓ ମସ୍ତିସ୍କ ଭିତରେ ଏକ ସମ୍ପର୍କ ଦେଖାଯାଇଛି ଯାହା ହେଉଛି ଯଦି ଆପଣ ନିୟମିତ ବ୍ୟବଧାନରେ ରୋହି ମାଛ ସେବନ କରୁଛନ୍ତି ତ ଆପଣଙ୍କ ମସ୍ତିସ୍କ ସୁସ୍ଥ ରହିବା ସହିତ ଆପଣଙ୍କ କ୍ଷମତା ମଧ୍ୟ ବଢିବ।ଲୋକମାନଙ୍କୁ କ୍ୟାନ୍ସର ଆଦି ବେମାରୀ ହେଉଅଛି କିନ୍ତୁ ଏହାର ଉପଚାର ରୋହି ମାଛ ପାଖରେ ରହିଛି।ଏଥିରେ ଥିବା ଓମେଗା ୩ କ୍ୟାନସର ସହିତ ଲଢ଼ିପାରେ।ରୋହି ମାଛ ଖାଇବା ଦ୍ଵାରା ଶରୀରରେ ସଠିକ ପରିମାଣରେ ପୋଷକ ତତ୍ତ୍ଵ ଯାଇଥାଏ।ଏହା ଆମ ଓଜନ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ।

ପିଲା ମାନଙ୍କୁ ମୋଟା ଚଷମା ଲାଗିବାର କାରଣ ହେଉଛି ସେମାନଙ୍କ ପୋଷକ ତତ୍ୱର ଅଭାବ।ଏହାଦ୍ବାରା ଆପଣଙ୍କ ଆଖିରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜି ଥାଏ।ଏହା ବ୍ୟତୀତ ଡାକ୍ତର ମାନେ ଆସ୍ଥ୍ମା ରୋଗୀ ମାନଙ୍କୁ ନିଜ ଖାଦ୍ୟରେ ରୋହି ମାଛର ବ୍ୟବହାର କରିବା ପାଇଁ କହିଥାନ୍ତି।ମାଛ ଖାଇବା ସେମାନଙ୍କୁ ଫାଇଦା ଦେଇଥାଏ ଯେଉଁ ମାନଙ୍କୁ ଖାସ କାରଣରୁ ନିଃଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୁଏ।ଯେଉଁମାନେ ଜିମ ଆଦିରେ ଜଏନ କରିଛନ୍ତି ସେମାନଙ୍କୁ ରୋହି ମାଛ ଖାଇବା ନିହାତି ଜରୁରୀ କାରଣ ଏହା ଶୀଘ୍ର ମାଂସପେଶୀ ବଢ଼ାଇବାରେ ସାହାଯ୍ୟ କରିଥାଏ। ରୋହି ମାଛ ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କ ପାଇଁ ବହୁତ ଉପାଦେୟ ଅଟେ।

Leave a Reply

Your email address will not be published. Required fields are marked *