October 28, 2024

Odia Express

Here, There and Everywhere

ପେଟର କୃମି Problem ଶେଷ କରନ୍ତୁ ଏହି ଶତ ପ୍ରତିଶତ ସଫଳ ଉପାୟ ଦ୍ଵାରା,ଘରେ ବସି ବସି ଏହି ଉପାୟଗୁଡିକ କରି ନିୟନ୍ତୁ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ ନେଇ ଆସିଚି ପେଟର ପୋକ ମାରିବା ପାଇଁ ଏକ ଘରୋଇ ଉପାୟ।ଏହାଦ୍ବାରା ଆପଣଙ୍କ ପେଟର ପୋକ ଅତି ସହଜରେ ବାହାରିଯିବେ।ଯେତେବେଳେ ଆମ ପେଟରେ ପୋକ ରହିଥାଏ ତ ଏହାର ଲକ୍ଷଣ ସବୁ ହେଲାଯେବେ କୌଣସି ବ୍ୟକ୍ତିର ପେଟରେ ଗ୍ୟାସ ବା କବଜ ସମସ୍ୟା ଦେଖା ଦେଇଥାଏ ତ ସେ ଖଟା ହେକୁଡ଼ି ମାରିଥାଏ।ଛାତିର ଜଳନ ସମସ୍ୟା ପାଇଁ ସେ ବହୁତ କଷ୍ଟ ସହିଥାଏ।ଏପରି ହେବା ଦ୍ଵାରା ଲୋକମାନଙ୍କୁ ଭୋକ ଲାଗି ନଥାଏ ଓ ପେଟ ଠିକ ଭାବେ ସଫାହୋଇ ନଥାଏ। ପେଟ କାଟିବା,ହଜମ ନ ହେବା,ନାକ କୁଣ୍ଢାଇ ହେବା, ଜିଭ ହଳଦିଆ ପଡିବା ଇତ୍ୟାଦି।ସାଙ୍ଗମାନେ ଯଦି ଆପଣ ମାନେ ମୁଁ କହିଥିବା ଅନୁସାରେ ଏହି ଉପାୟ ପ୍ରୟୋଗ କରନ୍ତି ତ ଆପଣ ଏହାଠାରୁ ନିଶ୍ଚୟ ମୁକ୍ତି ପାଇଯିବେ।

ସାଙ୍ଗମାନେ ଆପଣ ମାନେ ଏହି ଉପାୟକୁ ପ୍ରୟୋଗ କରିବା ପାଇଁ ପ୍ରଥମେ ନେବେ ଜୁଆଣି।ଏହାକୁ ଆପଣ ମାନେ ଘରେ ମସଲାରେ ବ୍ୟବହାର କରିଥାଆନ୍ତି।ଜୁଆଣି ଦ୍ଵାରା ଆପଣଙ୍କ ପେଟର ସମସ୍ତ ପୋକ ବାହାରିଯିବେ ଓ ପୁଣିଥରେ ଆପଣଙ୍କ ପେଟରେ ଏପରି ସମସ୍ୟା କେବେ ହେବ ନାହିଁ।ଆପଣ ପ୍ରଥମେ ଜୁଆଣିକୁ ପେଶି କରି ତାର ପାଉଡର ବାହାର କରି ଦିଅନ୍ତୁ।ଆପଣ ଏହି ପାଉଡରକୁ ଅଧା ଚାମଚ ମାତ୍ରାରେ ନିଜ ହାତରେ ନିଅନ୍ତୁ।ଏଥିରେ ଆମେ ଦ୍ଵିତୀୟ ଜିନିଷ ଭାବେ ବ୍ୟବହାର କରିବା କଳା ଲୁଣ। ଏହି କଳା ଲୁଣ ଆପଣଙ୍କୁ ବଜାରରେ ଅତି ସହଜରେ ମିଳିଯିବ।ଏହି କଳା ଲୁଣ ସାହାଯ୍ୟରେ ଯଦି ଆପଣଂକ ପେଟରେ ଗ୍ୟାସ ବା କବଜ ସମସ୍ୟା ରହିଛି ତ ତାହା ମଧ୍ୟ ଦୂର ହୋଇଯିବ।ଏହା ସହିତ ଆପଣଙ୍କ ପେଟ ଯନ୍ତ୍ରଣା ଓ ପୋକ ମାନଙ୍କୁ ସଫା କରିଥାଏ।

ଏବେ ଆପଣ ସେହି କଳା ଲୁଣକୁ ପେଶି କରି ତାର ପାଉଡରକୁ ଜୁଆଣି ସହିତ ମିଶାନ୍ତୁ।ଏବେ ଆମେ ଜାଣିବା ଯେ ପୋକ ବାହାର କରିବା ପାଇଁ ଏହାକୁ କିପରି ବ୍ୟବହାର କରିବା।ଆପଣ ଏବେ ଅଧା ଗ୍ଲାସ ଉଷୁମ ପାଣି ନିଅନ୍ତୁ।ଏହି ପାଣି ସାହାଯ୍ୟରେ ଆପଣ ସେହି ପାଉଡର ସବୁକୁ ଚୋବେଇ ଚୋବେଇ ଖାନ୍ତୁ।ଏହାକୁ ସମ୍ପୂର୍ଣ୍ଣ ଖାଇ ସାରିବା ପରେ ଏକ ଗ୍ଲାସ ଥଣ୍ଡା ପାଣି ଏହାପରେ ପିଇବେ।ଏହାକୁ ସବୁଦିନ ପିଇବା ଦ୍ଵାରା ଆପଣଙ୍କ ପେଟର ସମସ୍ତ ପୋକ ମରିଯିବେ।ଧ୍ୟାନ ରଖିବେ ଏହାକୁ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଦୁଇ ଥର ବ୍ୟବହାର କରିବେ।ଏହାକୁ ପିଇବା ସହିତ ଆପଣ ପ୍ରଚୁର ମାତ୍ରାରେ ପାଣି ପିଇବେ।

ଏହା ବାଦ ମୁଁ ଆପଣଙ୍କୁ ଅନ୍ୟ କିଛି କଥା କହିବି ଯାହା ଆପଣ ଧ୍ୟାନ ରଖିବେ।ସର୍ବପ୍ରଥମେ ଆପଣଙ୍କୁ ପାଣି ପ୍ରଚୁର ମାତ୍ରରେ ପିଇବାକୁ ପଡିବ।ଆପଣ ଖାଇବା ସମୟରେ ନୁହେଁ ବରଂ ଖାଇବାର ଅଧା ଘଣ୍ଟା ପରେ ପାଣି ପିଇବେ।ଆପଣ ଦିନରେ ୩ ରୁ ୪ ଲିଟର ପାଣି ପିଇବେ

Leave a Reply

Your email address will not be published. Required fields are marked *