October 24, 2024

Odia Express

Here, There and Everywhere

କେବେ ଅଭିନେତା ସଲମାନ୍ ଖାନ୍ ଙ୍କୁ ଦେଉଥିଲେ କଡା ଟକ୍କର, ଏକ ଦୁର୍ଘଟଣାରେ କରିଦେଇଥିଲା Life ବର୍ବାଦ

ବଲିଉଡ୍ ଇଣ୍ତଷ୍ଟ୍ରିରେ ସଲମାନ୍ ଖାନ୍ ଙ୍କ ନାଁ ଜଣାଶୁଣା ଅଟେ, ସେ ନିଜ ବଡି ଓ ଲୁକ୍ସ୍ ପାଇଁ ଲୋକପ୍ରିୟ ହୋଇଛନ୍ତି, କିନ୍ତୁ ଗୋଟେ ଅଭିନେତା ଥିଲେ ଯିଏ ସଲମାନଙ୍କୁ କଡା ଟକ୍କର ଦେଉଥିଲେ, ସେ ଅଭିନେତା ଆଉ କିଏ ନୁହେଁ ବରଂ ଇନ୍ଦର କୁମାର ଥିଲେ, ଇନ୍ଦର କୁମାର ନା କେବଳ ନିଜର ଶାନଦାର୍ ଅଭିନୟ ବରଂ ଭଲ ବଡିନେଇକରି ଚର୍ଚ୍ଚାରେ ରହିଥିଲେ, ଇନ୍ଦର କୁମାର ବଲିଉଡ୍ ଇଣ୍ତଷ୍ଟ୍ରିରେ ଭଲ ନାଁ କମାଇଦେଇଥିଲେ , ଓ ସେ ଏକ ଭଲ ଅଭିନେତା ରୁପରେ ନିଜକୁ ସ୍ଥାପିତ କରିବାପାଇଁ ସଫଳ ବି ହୋଇଯାଇଥିଲେ ।

କିନ୍ତୁ ୨୦୧୭ ରେ ଇନ୍ଦର କୁମାର କେବଳ ୪୪ ବର୍ଷ ବୟସରେ ଏହି ଦୁନିଆଁକୁ ଅଲବିଦା କହିକରି ଚାଲିଗଲେ, ଆପଣଙ୍କୁ କହିଦେବୁ କି ଇନ୍ଦର୍ କୁମାରଙ୍କ ନିଧନ ହୃଦଘାତ ହେବା କାରଣରୁ ହୋଇଥିଲା, ଆଜି ଆମେ ଏହି ଲେଖ ମାଧ୍ୟମରେ ଇନ୍ଦର କୁମାରଙ୍କ ସହ ହୋଇଥିବା ଦୁର୍ଘଟଣା ବିଷୟରେ ସୁଚନା ଦେବୁ, ଯେଉଁଥିରେ ଅଭିନେତା ପୁରା ଫିଲ୍ମ କ୍ୟାରିୟର୍ ବର୍ବାଦ କରିଦେଲା ।

ଆପଣଙ୍କୁ କହିଦେବୁ କି ଇନ୍ଦର୍ କୁମାରଙ୍କ ଜନ୍ମ ୨୬ ଅଗଷ୍ଟ ୧୯୭୩କୁ ରାଜସ୍ଥାନର ରାଜଧାନୀ ଜୟପୁରରେ ହୋଇଥିଲା, ଅଚାନକ ତାଙ୍କ ନିଧନରେ ଫ୍ୟାନ୍ସଙ୍କୁ ଏକ ବଡ ଝଟକା ଲାଗିଲା, ଇନ୍ଦର କୁମାର ନିଜ ଫିଲ୍ମ କ୍ୟାରିୟରରେ ଗୋଟେ ରୁ ବଳି ଗୋଟେ ଫିଲ୍ମରେ କାମ କରିଛନ୍ତି, ସେ ହ୍ୟାଣ୍ତସମ୍ ହେବା ସହ ଏକ ଭଲ ଅଭିନେତା ରହିଛନ୍ତି, ଇନ୍ଦର କୁମାର ସବୁବେଳେ ନିଜ ଭଲ ବଡିକୁ ନେଇକରି ଚର୍ଚ୍ଚାରେ ରହୁଥିଲେ, ସେ ତୁମକୋ ନା ଭୁଲ୍ ପାଏଙ୍ଗେ, ମା ତୁଝେ ସଲାମ୍, ଖିଲାଡି ଓ ଖିଲାଡି ମାସୁମ୍, କୁଆଁରା, ୱାଣ୍ତେଡ୍ ପରି ହିଟ୍ ଫିଲ୍ମରେ କାମ କରିଥିଲେ ।

ଇନ୍ଦର କୁମାର୍ ଫିଲ୍ମରେ ସାଇଡ୍ ରୋଲ୍ କରୁଥିଲେ, ସେ ନିଜ ସବୁ ଭୁମିକାରୁ ଲୋକଙ୍କ ହୃଦୟକୁ ଜିତିଥିଲେ, ଇନ୍ଦର କୁମାର ବଡ ପର୍ଦାର ସହ ଛୋଟପର୍ଦାରେ ବି କାମ କରିଥିଲେ, ସେ ଛୋଟ ପର୍ଦାରେ କ୍ୟୁ କି ଶାଶ୍ ବି କଭି ବୋହୁ ଥିରେ କାମ କରିଥିଲେ, ଇନ୍ଦର କୁମାର ଏହି ସିରିଆଲ୍ ରେ ମିହିର୍ ଭୁମିକା ନିଭାଇଥିଲେ, ଇନ୍ଦର କୁମାର ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ ମାସୁମ୍ ଫିଲ୍ମରୁ କରିଥିଲେ, ଏହାପରେ ବହୁତ ଫିଲ୍ମରେ ସେ ସପୋର୍ଟିଙ୍ଗ୍ ରୋଲ୍ କରିଥିଲେ ।

ଆପଣଙ୍କୁ କହିଦେବୁ କି ଥରେ ଇନ୍ଦର କୁମାର ଡାଇରେକ୍ଟର ପାର୍ଥି ଘୋଷଙ୍କ ଫିଲ୍ମ ମସିହାରେ ଏକ ଷ୍ଟଣ୍ଟ କରିବାର ଥିଲା, ଏହି ଷ୍ଟଣ୍ଟରେ ଇନ୍ଦର କୁମାର ଙ୍କୁ ହେଲିକାପ୍ଟର୍ ରେ ଏକ ସିନ୍ ସୁଟ୍ କରିବାର ଥିଲା, ହେଲିକାପ୍ଟର ପରି ଆକାଶ ତରଫରୁ ବଢିଥିଲା, ଅଚାନକ ଇନ୍ଦର୍ କୁମାର ଷ୍ଟଣ୍ଟ ସମୟରେ ହେଲିକାପ୍ଟରରୁ ତଳେ ପଡିଗଲେ, ସେଠାରେ ମହଜୁଦା ସମୟରେ ଲୋକ ଇନ୍ଦର କୁମାର ତଳେ ପଡିଲାପରେ ପୁରା ଡରିଗଲେ, ଓ ତାଙ୍କୁ ମେଡିକାଲ୍ ନିଆଗଲା ।

ଇନ୍ଦର କୁମାରଙ୍କ ସହ ହୋଇଥିବାଏହି ଦୁର୍ଘଟଣାରୁ ତାଙ୍କୁ ବହୁତ ଆଘାତ ଲାଗିଥିଲା, ଏହି ଦୁର୍ଘଟଣା କାରାଣରୁ ଅଭିନେତାଙ୍କ ଜୀବନ ପୁରା ମିଶିଗଲା, ଡାକ୍ତର ତାଙ୍କୁ ୩ ବର୍ଷ ବେଡ୍ ରେଷ୍ଟ କରିବାକୁ କହିଦେଲେ, ଏହା ସହ ଏହି ଦୁର୍ଘଟଣା ପରେ ଡାକ୍ତର୍ କହିଦେଇଥିଲେ କି ସେ ନିଜ ପାଦରେ ଆଉ ଠିଆ ହୋଇପାରିବେ ନାହିଁ, ଖାଲି ଏତିକି ଇନ୍ଦର କୁମାରଙ୍କୁ ବଲିଉଡ୍ ଯାତ୍ରା ଅଟକିଗଲା, ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଯୋଗୁଁ ସେ ଫିଲ୍ମରୁ ଦୁରେଇ ଗଲେ ।

ଆପଣଙ୍କୁ କହିଦେବୁ କି ଇନ୍ଦର କୁମାର ପରିଶେଷରେ ୨୦୧୧ ରେ ଆସିଥିବା ଫିଲ୍ମ ୟେ ଦୁରିଆଁରେ ନଜର ଆସିଥିଲେ, ଏହାପରେ ସେ ଫିଲ୍ମରୁ ଅଭିନେତା ଦୁରେଇ ଗଲେ, ତାଙ୍କ ନାଁରେ ବହୁତ୍ ବିବାଦରେ ଯୋଡାଗଲା, ଅଭିନେତାଙ୍କ ଉପରେ ରେପ୍ ଆରୋପ ଓ ଡ୍ରଗ୍ସ ନେବାର ଆରୋପ ଲାଗିଥିଲେ, ଏତିକି ନୁହେଁ ବରଂ ତାଙ୍କ ମୃତ୍ୟୁର ସମୟରେ ସମସ୍ତଙ୍କୁ ଲାଗିଥିଲା କି ସେ ନିଜେ ଆତ୍ମହତ୍ୟା କରିନେଇଛନ୍ତି, କିନ୍ତୁ ପୋଷ୍ଟମର୍ଟମ୍ ରିପୋର୍ଟରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି ବୋଲି ଖୁଲାସା ହୋଇଥିଲା, ୨୮ ଜୁଲାଇ ୨୦୧୭ କୁ ଇନ୍ଦର୍ କୁମାର୍ ଏହି ଦୁନିଆଁକୁ ଅଲବିଦା କହି ଚାଲିଗଲେ।

Leave a Reply

Your email address will not be published. Required fields are marked *