October 18, 2024

Odia Express

Here, There and Everywhere

ଯେବେ ରିଷି କାପୁର Nitu Singh ଙ୍କ ବାହାଘରରେ ସିନ୍ଦୁର ଲଗାଇକରି ପହଞ୍ଚିଲେ ରେଖା, କିଛି ଏମିତି ହୋଇଗଲା ମାହୋଲ୍

ବଲିଉଡ୍ ଇଣ୍ତଷ୍ଟ୍ରି ଏମିତି ଏକ ଜାଗା ଅଟେ ଯେଉଁଠି ସବୁଦିନ କେଉଁ ନା କେଉଁ କଳାକାରଙ୍କ ସଂମ୍ପର୍କ ଯୋଡିଥାଏ ଓ ଭାଙ୍ଗିଯାଏ , ଏହି ପ୍ରକାରର ଖବର ବହୁତଥର ଚର୍ଚ୍ଚାରେ ରହିଥାଏ, ବହୁତଥର ଦେଖାଯାଇଛି କି ବହୁତ ଅଭିନେତା ଓ ଅଭିନେତ୍ରୀମାନଙ୍କ ଯୋଡି କାରଣରୁ ଫିଲ୍ମ ହିଟ୍ ହୋଇଯାଏ, ଓ ଆଗାମୀ ଥର ସେ ଯୋଡି ଅନ୍ୟ ଫିଲ୍ମରେ ନଜର ଆସନ୍ତି, ଫିଲ୍ମରେ ସୁଟିଙ୍ଗ୍ ସମୟରେ ଅଭିନେତା ଓ ଅଭିନେତ୍ରୀ ଏକା ସହ ସମୟ ଅତିବାହିତ କରନ୍ତି, ଓ ଏହି ସମୟରେ କେବେ କାହାର ପାଖକୁ ଚାଲିଆସେ ଏହା ବିଷୟରେ କହିପାରିବା ଅସଂମ୍ଭବ ଅଟେ ।

ବଲିଉଡ୍ ଇଣ୍ତଷ୍ଟ୍ରିରେ ସବୁଦିନ ନୁଆ ନୁଆ ସଂମ୍ପର୍କ ହେବା ସାଧାରଣ କଥା ହୋଇସାରିଛି, କିଛି କଳାକାର ଏମିତି ଅଟନ୍ତି ଯିଏକି ନିଜ ସଂମ୍ପର୍କକୁ ଲୁଚାଇକରି ରଖନ୍ତି, କିନ୍ତୁ କିଛି ନିଜ ସଂମ୍ପର୍କକୁ ସ୍ୱୀକାର କରନ୍ତି, ବଲିଉଡ୍ ରେ ଏମିତି ବହୁତ ପ୍ରେମ କାହାଣୀ ଅଛି ଯାହା ଲଗାତାର ଚର୍ଚ୍ଚାରେ ରହିଥାଏ, ଏହି ପ୍ରେମ କାହାଣୀରୁ ଗୋଟେ ରେଖା ଓ ଅମିତାଭ ବଚ୍ଚନଙ୍କ ପ୍ରେମ କାହାଣୀ ଅଟେ ଯାହାର ଚର୍ଚ୍ଚା ଆଜି ବି କରାଯାଏ । ଯେପରି ଆମେ ସମସ୍ତେ ଜାଣିଛେ କି ରେଖା ବଲିଉଡ୍ ଇଣ୍ତଷ୍ଟିର ସଦାବାହାର ଅଭିନେତ୍ରୀ ଭାବେ ଜଣାଯାଆନ୍ତି, ସେମିତି ଅମିତାଭ ବଚ୍ଚନ ସଦିର ମହାନାୟକ ଅଟନ୍ତି ।

ଦୁହେଁ ନିଜ ଶାନଦାର୍ ଅଭିନୟ ଦ୍ୱାରା ଦେଶର କୋଟିଏ ଲୋକଙ୍କର ହୃଦୟକୁ ଜିତିପାରିଥିଲେ, ଏକ ଏମିତି ସମୟ ଥିଲା ଯେବେ ଏହି ଦୁହେଁ କଳାକାରଙ୍କୁ ନେଇକରି ବହୁତ ଚର୍ଚ୍ଚା ହେଉଥିଲା, ଗୋଟେ ସମୟ ପୁର୍ବରୁ ଅମିତାଭ ବଚ୍ଚନ ଓ ରେଖାଙ୍କ ଆଫେୟାର୍ ଖବର ବହୁତ ବର୍ଚ୍ଚା ହୋଇଥିଲା, ଏମିତି ଅନୁମାନ ଲଗାଯାଉଥିଲା କି ଏହି ଦୁହେଁ ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହୋଇଯିବେ କିନ୍ତୁ ଏମିତି ହୋଇପାରିଲା ନାହିଁ ।

ସେମିତି ଦେଖିବାକୁ ଗଲେ ଅମିତାଭ ବଚ୍ଚନ ଓ ରେଖାଙ୍କ ସଂମ୍ପର୍କ ଏକ ଲୋକପ୍ରିୟ ସଂମ୍ପର୍କ ଅଟେ କିନ୍ତୁ କେବେ ଖୋଲିକରି ସାମ୍ନାକୁ ଆସିପାରିଲା ନାହିଁ, ସବୁବେଳେ ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ରେଖାଙ୍କ ନାଁ ବାହାରୁଥିଲା ଓ ଖବରର ଫ୍ରଣ୍ତ୍ ଲାଇନ୍ ରେ ହୋଇସାରିଥିଲା, ରେଖା ଯେତେ ସୁନ୍ଦର ଓ ଭଲ ଅଭିନେତ୍ରୀ ଥିଲେ ସେତେ ଭଲ ହୃଦୟର ଥିଲେ, ରେଖା ନିଜ ଖୋଲାପଣ ପାଇଁ ଜଣାଯାଉଥିଲେ, ତାଙ୍କୁ ଯାହା ପସନ୍ଦ ଆସୁଥିଲା ସେ କରିଦେଖାଉଥିଲେ, ପରେ ଏହାର କଣ ଫଳାଫଳ ହେଲା ଏହାର ଚିନ୍ତା ଅଭିନେତ୍ରୀ କଲେ ନାହିଁ ।

ଆପଣଙ୍କୁ କହିଦେବୁ କି ଥରେ ଅଭିଏତ୍ରୀ ରେଖା ରିଷି କାପୁର ଓ ନିତୁ ସିଂଙ୍କ ବାହାଘରରେ ମଙ୍ଗଳସୁତ୍ର ଓ ମଥାରେ ସିନ୍ଦୁର ଲଗାଇକରି ପହଞ୍ଚିଲେ, ସେହି ସମୟରେ ଅଭିନେତ୍ରୀ ରେଖା ଓ ଅମିତାଭ ବଚ୍ଚନଙ୍କ ଆଫେୟାର୍ ବହୁତ ଚର୍ଚ୍ଚାରେ ରହିଥିଲା, ଯେବେ ରେଖ୍ ବାହାଘରରେ ପହଞ୍ଚିଲେ ତେବେ ତାଙ୍କର ଗଳାରେ ମଙ୍ଗଳସୁତ୍ର ଓ ମଥାରେ ସିନ୍ଦୁର ଦେଖିକରି ଆଶ୍ଚର୍ଯ୍ୟ ହୋଇଥିଲେ, ସବୁ ଲୋକଙ୍କ ମନରେ ଏହା ଆଶଙ୍କା ହୋଇଥିଲା କି ସେ ଅମିତାଭ ବଚ୍ଚନଙ୍କ ସହ ବିବାହ କରିପାରିଲେ ନାହିଁ ।

ବଲିଉଡ୍ ଇଣ୍ତଷ୍ଟ୍ରିର ଲୋକପ୍ରିୟ ଅଭିନେତା ଋଷି କାପୁର ଓ ନିତୁ ସିଂ ବିବାହ ଆର୍ ର ଷ୍ଟୁଡିଓରେ ହୋଇଥିଲା, ତାଙ୍କ ବିବାହରେ ଫିଲ୍ମ ଇଣ୍ତଷ୍ଟିରେ ଯୋଡି ହୋଇଥିବା ବହୁତ ବଡ ବଡ କଳାକାର ପହଞ୍ଚିଥିଲେ, ଠିକ୍ ସେହି ମଧ୍ୟରେ ରେଖାଙ୍କ୍ ବାହାଘର ସମାରୋହରେଆସିଥିଲେ, ସେ ନିଜ ଗଳାରେ ମଙ୍ଗଳସୁତ୍ର ପିନ୍ଧିଥିଲେ, ଓ ନିଜ ମଥାରେ ଟିକିଏ ସିନ୍ଦୁର ଲଗାଇଥିଲେ, ଯାହାକୁ ଦେଖିବାପରେ ସେଠାରେ ଉପସ୍ଥିତ ସବୁ ଲୋକଙ୍କ ନଜର ରିଷି କାପୁର ଓ ନୀତୁ ସିଂଙ୍କ ବାହାଘରରୁ ହଟିକରି ରେଖାଙ୍କ ଉପରେ ରହିଲା, ଓ ସେହି ସମୟରେ ଲୋକେ ବହୁତ ଆଶ୍ଚର୍ଯ୍ୟଚକିତ ହୋଇଥିଲେ ।

ଆପଣଙ୍କୁ କହିଦେବୁ କି ଅଭିନେତ୍ରି ରେଖା ଓ ନିତୁ ସିଂଙ୍କ ଭଲ ବନ୍ଧୁତା ଥିଲା, ଏହି ବିବାହ ସମାରୋହରେ ଅମିତାଭ ବଚ୍ଚନ ଓ ତାଙ୍କ ପରିବାର ଲୋକେ ବି ପହଞ୍ଚିଲେ, ଜର୍ଣ୍ଣାଲିଷ୍ଟ ଓ ରାଇଟର୍ ୟାସିର୍ ଉସମାନ୍ ଅଭିନେତ୍ରୀ ବାୟୋଗ୍ରାଫୀ ରେଖା ଦି ଅନଟୋଲଡ୍ ଷ୍ଟୋରୀରେ ଏହି ଘଟଣାର ବିଷୟରେ କହିଥିଲେ, କିନ୍ତୁ ଲମ୍ବା ସମୟରେ ଅଭିନେତ୍ରୀ ରେଖା ଏହି କଥା ଖୋଲିକରି କରି ସତ କଥା କହିଥିଲେ ।

ଅଭିନେତ୍ରୀ  ରେଖା ବହୁତ ଲମ୍ବା ସମୟ ପରେ ନିଜ ସିନ୍ଦୁର ମଥାରେ ଭରିଥିଲେ ଓ ଗଳାରେ ମଙ୍ଗଳସୁତ୍ର ଉପରେ ଖୁଲାସା କରି ଏହା କହିଲେ କି ସେହି ସମୟରେ ବିବାହର ସିଧା ସୁଟିଙ୍ଗ୍ ରେ ପହଞ୍ଚିଥିଲେ, ଲୋକେ ଏହି ବିଷୟରେ କଣ କହନ୍ତି କି ଏହା ଉପରେ ଟିକିଏ ଚିନ୍ତା କରୁନି, ସେ ଆଗକୁ ଏହା କହିଲେ କି ତାଙ୍କ ମଥାରେ ସିନ୍ଦୁର ବହୁତ ଭଲ ଲାଗିଥାଏ, ସେ ଯାହା ବି ହେଉ ସେମିତି ଅଭିନେତ୍ରୀ ରେଖାଙ୍କ ଜୀବନରେ ଏକ ରହସ୍ୟମୟୀ କାହାଣୀ ପରି ଅଟେ, ଯାହାର ସତ ବୋଧେ କାହାକୁ ଜଣାନଥିବ, ସବୁବେଳେ ରେଖା ନିଜ ଫିଲ୍ମରୁ ଅଧିକା ନିଜ ବ୍ୟକ୍ତିଗତ ଜୀବନକୁ ନେଇକରି ଚର୍ଚ୍ଚିତ ରୁହନ୍ତି

Leave a Reply

Your email address will not be published. Required fields are marked *