October 18, 2024

Odia Express

Here, There and Everywhere

Bhakta ଙ୍କ ସଙ୍କଟ ଦୁର କରିବା ବାଲା ହନୁମାନଜୀଙ୍କୁ କଣ ପାଇଁ ଚଢାଯାଇଥାଏ Sindura, ଜାଣନ୍ତୁ ଏହାର ଅସଲ କାରଣ

ଭଗବାନ ଶ୍ରୀରାମଜୀଙ୍କ ପରମ ଭକ୍ତ ହନୁମାନଜୀ ନିଜ ଭକ୍ତଙ୍କ ସବୁ ସଙ୍କଟ ଦୁର କରୁଥିବା ଜଣାଯାଆନ୍ତି, ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ମହାବଳୀ ହନୁମାନଜୀଙ୍କୁ ସଚ୍ଚା ମନରେ ପୁଜା ଆରାଧନା କରିଥାଏ ତେବେ ତାର ଜୀବନରେ ସବୁ ଅସୁବିଧା ଦୁର ହୋଇଯାଏ, ଏମିତି ମାନ୍ୟତା ଅଛି କି ଭଗବାନ ହନୁମାନ ସବୁ ଦେବତାଙ୍କୁ ଜଲଦି ପ୍ରସନ୍ନ ହୋଇଯାଆନ୍ତି, ଯଦି କେଉଁ ଭକ୍ତ ନିଜ ସଚ୍ଚା ଶ୍ରଦ୍ଧାରୁ ପୁଜା ପାଠ କରିଥାଏ, ତେବେ ତାକୁ ଅଧିକା କିଛି କରିବାକୁ ପଡିନଥାଏ, ହନୁମାନଜୀ ନିଜ ଭକ୍ତଙ୍କ ଶ୍ରଦ୍ଧା ଦେଖନ୍ତି, ସାଧାରଣ ପୁଜାରୁ ହନୁମାନଜୀ ପ୍ରସନ୍ନ ହୋଇଯାଆନ୍ତି ।

ପୁଜାପରେ ଅମୃତବାଣୀ ଓ ଶ୍ରୀ ହନୁମାନ ଚାଳିଶା ପାଠକରିଲେ ହନୁମାନ ପ୍ରସନ୍ନ ହୋଇକରି ଆଶିର୍ବାଦ ଦିଅନ୍ତି ଓ ସବୁ ମନୋକାମନା ପୁରା କରନ୍ତି, ଆଜିକାଲିର ସମୟରେ ହନୁମାନଜୀ ଭକ୍ତଙ୍କ ସଂଖ୍ୟା ବହୁତ୍ ଅଧିକା ଅଛି, ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ମଙ୍ଗଲବାର ଦିନ ହନୁମାନଜୀଙ୍କ ପାଇଁ ସମର୍ପିତ ହୋଇଛି, ଏହି ଦିନ ଲୋକ ମଙ୍ଗଳବାରକୁ ବ୍ରତ ରଖନ୍ତି, ଓ ତାଙ୍କର ପୁଜା ଅର୍ଚ୍ଚନା କରନ୍ତି । ମଙ୍ଗଳବାର ଦିନ ହନୁମାନଜୀଙ୍କୁ ଚୋଳା ଅର୍ପଣକରନ୍ତି,

ବତା ରାମ ଭକ୍ତ ହନୁମାନଜୀ ବହୁତ ଶକ୍ତିଶାଳୀ ଅଟନ୍ତି ସେ ଏକ ହାତରେ ପୁରା ପର୍ବତ ଉଠାଇନେଇଥିଲେ ପୁରାଣରେ ଏହି କଥା ଉଲ୍ଲେଖ କରାଯାଇଛି, ହନୁମାନଙ୍କ ଶରୀର ବଜ୍ରପରି ସମାନ ଅଟେ ଏଥିପାଇଁ ତାଙ୍କୁ ବଜରଙ୍ଗବାଲି କୁହାଯାଏ ।ହିନ୍ଦୁ ଧର୍ମରେ ସିନ୍ଦୁରର ଏକ ଅଲଗା ମହତ୍ତ୍ୱ ମାନାଯାଏ , ଯେପରି ଆମେ ଜାଣିଛେ କି ବିବାହିତ ମହିଳାମାନେ ସିନ୍ଦୁରକୁ ନିଜ ମଥାରେ ଲଗାନ୍ତି ଏହା ଛଡା ପୁଜା ପାଠରେ ବି ସିନ୍ଦୁର ପ୍ରୟୋଗ ହୋଇଥାଏ

ଅଧିକାଂଶ ଦେବୀ ଦେବତାଙ୍କୁ ସିନ୍ଦୁର ଲଗାଯାଏ, ସେମିତି ହନୁମାନଜୀଙ୍କୁ ସିନ୍ଦୁରର ଚୋଳା ଅର୍ପଣ କରାଯାଏ , ବହୁତ ଲୋକ ଏପରି ଥାନ୍ତି ଯାହାଙ୍କୁ ହନୁମାନଜୀଙ୍କ ସିନ୍ଦୁର ଅର୍ପଣ କରିବାର କାରଣ ଜଣାନଥାଏ, ପୌରାଣିକ କଥା ଅନୁସାରେ ଥରେ ମା ସୀତା ଙ୍କୁ ହନୁମାନଜୀଙ୍କ ସିନ୍ଦୁର ଲଗାଊଥିବାର ଦେଖିଦେଲେ, ତେବେ ସେ ମା ସୀତାଙ୍କୁ ପଚାରିଲେ କି ସିନ୍ଦୁର କଣପାଈଁ ଲଗାନ୍ତି ?

ତେବେ ସୀତା ମା ହନୁମାନଙ୍କ ପ୍ରଶ୍ନର ଉତ୍ତର ଦେଇକରି କହିଲେ କି ଏହା ବିବାହିତ ସ୍ତ୍ରୀଲୋକଙ୍କର ପ୍ରତିକ ଅଟେ, ନିଜ ସ୍ୱାମୀ ଶ୍ରୀରାମଙ୍କ ଲମ୍ବା ଆୟୁ ଓ ଭଲ ସ୍ୱାସ୍ଥ୍ୟ ପାଇଁ ନିଜ ମଥାରେ ସିନ୍ଦୁର ଲଗାଇଥାନ୍ତି ।ଯେବେ ମହାବଳି ହନୁମାନ ମା ସୀତାଙ୍କ କଥାଶୁଣିଲେ ତେବେ ସେ ଭାବିବାକୁ ଲାଗିଲେ କି ଯେବେ କେବଳ ମଥାରେ ସିନ୍ଦୁର ଲଗାଈଲେ ଭଗବାନଙ୍କୁ ଏତେ ଲାଭ ହେଉଛି, ତେବେ ପୁରାଶରିରରେ ସିନ୍ଦୁର୍ ଲଗାଇଦ୍ଲେ ଏଥିରେ ପ୍ରଭୁ ଶ୍ରୀରାମ ଅମର ହୋଇଯିବେ, ତାହା ପରେ ହନୁମାନଜୀ ନିଜ ପୁରା ଶରୀରରେ ସିନ୍ଦୁର ଲଗାଇଦେଲେ

ଯାହାକୁ ଦେଖିକରି ଶ୍ରୀରାମ ତାଙ୍କୁ କାରଣ ପଚାରିଲେ, ଯେବେ ଭଗବାନ ଶ୍ରୀରାମଜୀ ଏହାର କାରଣ ଜାଣିଲେ ତେବେ ହନୁମାନଙ୍କଭକ୍ତିରେ ବହୁତ ପ୍ରସନ୍ନ ହେଲେ, ହନୁମାନଜୀଙ୍କୁ ଶ୍ରୀରାମଜୀ କହିଲେ କି ଆଜିଠାରୁ ତୁମ ନାଁ ବଜରଙ୍ଗବାଲି ହେବ ବଜରଙ୍ଗବାଲୀ ଦୁଇ ଶବ୍ଦ ବଜରଙ୍ଗ କେଶରୀ ଓ ବଲି ଅର୍ଥ ଶକ୍ତି ଶାଳୀ ମିଶାଇକରି ହୋଇଛି, ତେବେ ଠାରୁ ରାମ ଭକ୍ତ ହନୁମାନଜୀଙ୍କୁ ସିନ୍ଦୁର ଅର୍ପଣ କରିବାର ପ୍ରଥା ଚାଲିଆସିଛି, ସିନ୍ଦୁର ଅର୍ପଣ୍ କରିଲେ ମହାବଳୀ ହନୁମାନ ଶିଘ୍ର ପ୍ରସନ୍ନ ହୋଇଯାଆନ୍ତି ।

Leave a Reply

Your email address will not be published. Required fields are marked *