October 18, 2024

Odia Express

Here, There and Everywhere

ଦେଖନ୍ତୁ ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଛୁଆମାନଙ୍କୁ, ଜାଣନ୍ତୁ କେତେ Study କରିଛନ୍ତି ସେ

1 min read

ମୁକେଶ ଅମ୍ବାନୀ ନା କେବଳ ଭାରତର ବରଂ ସଂସାରର ସବୁଠାରୁ ଶକ୍ତିଶାଳି ବେପାରୀଙ୍କ ମଧ୍ୟରୁ ଜଣେ ଅଟନ୍ତି, ସେ ଏହି ସମୟରେ ରିଲାୟନ୍ସ ଇଣ୍ତଷ୍ଟ୍ରି ଲିମିଟେଡ୍ ର ଚେୟାର ମ୍ୟାନ୍ ଓ ଏମ୍ ଡି ରୁପରେ କାର୍ଯ୍ୟରତ ଅଛନ୍ତି, ତାଙ୍କ ଏହି କମ୍ପାନୀ ବିଶ୍ୱର ସବୁଠାରୁ ଲୋକପ୍ରିୟ କମ୍ପାନୀରୁ ଗୋଟେ ଅଟେ, ଅମ୍ବାନୀଙ୍କ ପାସରେ କେତେ ସଂମ୍ପତ୍ତି ଅଛି ଏହି କଥାର ଅନୁମାନ ତାଙ୍କ ଏହି ଜିନିଷରୁ ଲଗାଈପାରିବେ, ତାଙ୍କ ସମୁଦାୟ ସଂମ୍ପତ୍ତି ୨୦ ଦିନ ପର୍ଯ୍ୟନ୍ତ ଭାରତ ସରକାର ଆମ ଦେଶକୁ ଚଲାଇବାରେ ଖର୍ଚ୍ଚ୍ ଉଠାଇପାରିବେ, ତାଙ୍କୁ ବିଜନେସ୍ ଶିଖାଇବା ତାଙ୍କ ବାପା ଧୀରୁ ଭାଇ ଅମ୍ବାନୀ ହିଁ ଶିଖାଇଥିଲେ, ଏବେ ତାଙ୍କ ଛୁଆ ନିଜ ବାପାଙ୍କ ଠାରୁ ଏହି କଳା ଶିଖୁଛନ୍ତି,  ମୁକେଶ ଅମ୍ବାନୀଙ୍କ ପାଖରେ ଆମ ଦେଶରେ ବହୁତ ବଡ ବଡ ହସ୍ତି ଅଛନ୍ତି ଯେପରି ଲକ୍ଷ୍ମୀ ମିତ୍ତଲ, ପ୍ରେମ ଅଜିଜ୍, ଓ ଗୌତମ ଅଡାନି ନାଁ ଦେଶର ଟପ୍ ବିଜନେସ୍ ମ୍ୟାନରେ ଆସେ, ତାଙ୍କ ସଂମ୍ପତ୍ତିଗୁଡିକ ବିଷୟରେ ସମସ୍ତେ ଜାଣିଛନ୍ତି, ଆଜି ଆମେ ତାଙ୍କ ଛୁଆଙ୍କ ଶିକ୍ଷା ବିଷୟରେ ଜାଣିବା ସେମାନେ କେତେ ପାଠପଢିଛନ୍ତି ।

୧) ଆକାଶ ଅମ୍ବାନୀ- ଆକାଶ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ବଡ ପୁଅ ଅଟନ୍ତି, ପାଠପଢା କହିଲେ ସେ ଗ୍ରାଜୁଏସନ୍ କରିଛନ୍ତି, ସେ ଯୁକ୍ତ ୨ ପର୍ଯ୍ୟନ୍ତ ଶିକ୍ଷା କ୍ୟାପିକନ୍ ସ୍କୁଲ୍ ଓ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶାନାଲ୍ ସ୍କୁଲରୁ ପ୍ରାପ୍ତ କରିଥିଲେ, ଓ ପରେ ସେ ଆମେରିକାର ବ୍ରାଉନ୍ ୟୁନିଭରସିଟିରୁ ନିଜ ଗ୍ରାଜୁଏସନ୍ ଡିଗ୍ରୀ ନେଇଥିଲେ ।

୨) ଆଦିତ୍ୟ ମିତ୍ତଲ- ଜଣାଶୁଣା ବିଜନେସ୍ ମ୍ୟାନ୍ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ପୁଅ ଅଟନ୍ତି,  ଆଦିତ୍ୟ ମିତ୍ତଲ , ସେ ନିଜ ସ୍କୁଲର ଶିକ୍ଷା ଜାକର୍ତ୍ତା ଇଣ୍ଟରନ୍ୟାଶାନାଲ୍ ସ୍କୁଲରୁ କରିଥିଲେ, ଏହାପରେ ସେ ଆମେରିକାରେ ପେନ୍ସିଲବେନିଆ ୟୁନିଭରସିଟି ରୁ ଅର୍ଥଶାସ୍ତ୍ରରୁ ଗ୍ରାଜୁଏସନ୍ କରିଥିଲେ,

୩) ଅନନ୍ୟା ବିରଲା- ଅନନ୍ୟା ବିରଲା ଦେଶର ନାମିଦାମୀ ଚେହେରା ଆଦିତ୍ୟ ବିରଲା ଗ୍ରୁପର ଚେୟାରମ୍ୟାନ୍ କୁମାର ମଙ୍ଗଳମ୍ ବିରଲାଙ୍କ ଝିଅ ଅଟନ୍ତି, ସେ ୟୁକେ ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଶିକ୍ଷା ପ୍ରାପ୍ତ କରିଛନ୍ତି ।

୪) କରନ ଅଦାନୀ- ଗୌତମ ଓ ପ୍ରୀତି ଅଡାନୀ ସବୁଠାରୁ ବଡ ପୁଅ ଅଟନ୍ତି କରନ୍ ଅଡାନୀ, ସେ ଆମେରିକାର ପଡ୍ୟୁ ୟୁନିଭରସିଟିରୁ ଅର୍ଥଶାସ୍ତ୍ରରେ ସ୍ନାତକ୍ କରିଛନ୍ତି, ମହଜୁଦା ସମୟରେ ସେ ଅଡାନି ପୋଟସ୍ ଆଣ୍ତ ସ୍ପେସିଆଲ୍ ଇକୋନୋମିକ୍ ଜୋନ୍ ର ସିଇଓ ଅଛନ୍ତି ।

୫) ରିଶାଦ୍ ପ୍ରେମଜୀ- ରିଶାଦ୍ ଆଇଟି ଆରବପତି ଓ ୱିପ୍ରୋ ଚେୟାରମ୍ୟାନ୍ ଅଜିମ୍ ପ୍ରେମଜୀଙ୍କ ପୁଅ ଅଟନ୍ତି, ଏହା ସହ ରିଶାଦ୍ ୱିପ୍ରୋ ଲିମିଟେଡ୍ ର ମୁଖ୍ୟ ରଣନୀତି ଅଧିକାରୀର ସଦସ୍ୟ ବି ଅଛନ୍ତି, ରିଶାଦ୍ ହାୱାର୍ଡ୍ ବିଜନେସ୍ ସ୍କୁଲରୁ ଏମ୍ ବି ଏ କରିଛନ୍ତି, ଓ ତାପରେ ଆମେରିକାରେ ବେସ୍ଲେୟନ୍ ୟୁନିଭରସିଟି ଅର୍ଥଶାସ୍ତ୍ରରେ ବିଏ ଡିଗ୍ରୀ ହାସିଲ୍ କରିଥିଲେ, ସେ ଲଣ୍ତନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଶିକ୍ଷା ପ୍ରାପ୍ତ କରିଛନ୍ତି ।

୬) କେବିନ୍ ଭାରତୀ ଏୟାରଟେଲ୍- କେବିନ୍ ମିତ୍ତଲ ଏୟାରଟେଲ୍ ଫାଉଣ୍ତର ସୁନିଲ୍ ମିତ୍ତଲଙ୍କ ପୁଅ ଅଟନ୍ତି, ଯିଏକି ଲୁଧିଆନାରେ ରୁହନ୍ତି, ହାଇକ୍ ମେସେଞ୍ଜର୍ ସିଇଓ ଓ ଫାଉଣ୍ତର କେବିନ୍ ମିତ୍ତଲ୍ ୟଙ୍ଗ୍ ଜେନେରେସନ୍ ଙ୍କ ମଧ୍ୟରେ ଲୋକପ୍ରିୟ ହୋଇଛନ୍ତି, ସେ ଲଣ୍ତନର ଇମ୍ପେରିଆଲ୍ କଲେଜରୁ ଇଞ୍ଜିନିୟରିଙ୍ଗ୍ ରେ ଗ୍ରାଜୁଏସନ୍ କରିଛନ୍ତି, ଓ ଏହାପରେ ୟୁନିଭରସିଟି ଅଫ୍ ୟୋର୍କ ପାଠପଢିଛନ୍ତି, ଏହାପରେ ସେ ଭାରତୀ ଏଣ୍ଟରପ୍ରାଇଜେସ୍ କୁ ଯୋଗ ଦେଲେ ।

୭) ଇଶା ଅମ୍ବାନୀ- ଇଶା ଅମ୍ବାନୀ ରିଲାୟନ୍ସ ଇଣ୍ତଷ୍ଟ୍ରିଜ୍  ଲିମିଟେଡ୍ ଅଧ୍ୟକ୍ଷ୍ୟ ପ୍ରବନ୍ଧ ନିର୍ଦ୍ଧେଶକ ମୁକେଶ ଅମ୍ବାନୀ ଓ ରିଲାୟନ୍ସ୍ ଫାଉଣ୍ତଡେସନ୍ ସଂସ୍ଥାପକ ନୀତା ଅମ୍ବାନୀଙ୍କ ଝିଅ ଅଟନ୍ତି, ସେ ୟେଲ୍ ବିଶ୍ୱବିଦ୍ୟାଳୟରୁ ମନୋବିଜ୍ଞାନ ଓ ଦକ୍ଷିଣ ଏସିଆର ଅଧ୍ୟୟନରୁ ସ୍ନାତକ ଶିକ୍ଷା ପ୍ରାପ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *