October 18, 2024

Odia Express

Here, There and Everywhere

୪ ଟା ବେଳେ ଉଠିକରି D Prakash Rao ଚାହା ବିକ୍ରି କରନ୍ତି, ତାପରେ ଚାଲିଯାଆନ୍ତି ଏପରି ସ୍କୁଲ ଚଲଉଥିଲେ ଓଡ଼ିଶାର ଏହି ମହାନ ଲୋକ

ସେ ସବୁଦିନ ସକାଳ ୪ ଟା ବେଳେ ଉଠନ୍ତି, କଟକର ବକ୍ସି ବଜାରରେ ତାଙ୍କର ଗୋଟେ ଛୋଟ୍ ଚାହା ଦୋକାନ ଅଛି ୧୦ ଟା ବେଳେ ଡାକ୍ତର ପ୍ରକାଶ ରାଓ ଆପଣଙ୍କୁ ଏଠାରେ ଦେଖାହେବେ, ସେ ଗତ ୫୦ ବର୍ଷରୁ ଚାହା ବିକ୍ରି କରୁଛନ୍ତି, ତାଙ୍କ ବାପା ବି ଏହି କାମ କରୁଥିଲେ , କିନ୍ତୁ ପ୍ରକାଶ ରାଓଙ୍କ ଅସଲ ଜୀବନ ଦିନ ୧୦ ଟା ପରେ ଆରମ୍ଭ ହୋଇଥାଏ, ସେ ଗରିବ ଛୁଆଙ୍କ ସ୍କୁଲ୍ ଚଲାନ୍ତି, ନିଜ କମାଇର ଅଧିକାଂଶ ଭାଗ ୮୦ ଜଣ ଛୁଆଙ୍କୁ ନେଇ ସ୍କୁଲରେ ଲଗାଇଦିଅନ୍ତି, ଶିକ୍ଷାର ଅଲଖ ଜାଗୃତ କରୁଛନ୍ତି ପ୍ରକାଶ ରାଓଙ୍କ ଜୀବନ ଏକ ମିସାଲ୍ ଅଟନ୍ତି, ଏହି କାରଣରୁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ଦ୍ୱାରା ସମ୍ମାନିତ କରିଛନ୍ତି ।

ଗଣତନ୍ତ୍ର ଦିବସର ଗୋଟେ ଦିନ ପୁର୍ବରୁ ଶୁକ୍ରବାରକୁ ଦେଶର ମହତ୍ତ୍ୱପୁର୍ଣ୍ଣ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା ହୋଇଥିଲା, ଏଥିରେ ୪ ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ବିଭୁଷଣ, ୧୪ ଜଣଙ୍କୁ ପଦ୍ମ ଭୁଷଣ, ଓ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଯିବାର ଘୋଷଣା ହୋଇଥିଲା, ପଦ୍ମଶ୍ରୀ ପାଇଥିବା ଗୋଟେ ନାଁ ଡାକ୍ତର ପ୍ରକାଶ ରାଓ ଙ୍କ ବି ଏହି ସମ୍ମାନ ପାଇଛନ୍ତି, ଓଡିଶାର କଟକରେ ରହୁଥିବା ଡାକ୍ତର ପ୍ରକାଶ୍ ରାଓ ପ୍ରଥମଥର ଚର୍ଚ୍ଚାରେ ତେବେ ଆସିଲେ ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତର କାର୍ଯ୍ୟକ୍ରମରେ ତାଙ୍କ ନାଁ ନେଲେ ।

ପ୍ରକାଶ ରାଓଙ୍କୁ ଚାହା ବିକ୍ରି କରି ଯାହା ପଇସା ମିଳିଥାଏ ତାହାର ବଡ ଭାଗ ସେ ସମାଜ ସେବାରେ ଲଗାଇଦିଅନ୍ତି, ସେ ୧୯୭୬ ରୁ ବକ୍ସିବଜାରରେ ଚାହା ଦୋକାନ ଚଲାଉଛନ୍ତି, ତାଙ୍କ ବାପା ବି ଏହି ଦୋକାନ ଚଲାନ୍ତି, ବାପା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାଗ ନେଇଥିଲେ, କହନ୍ତି କି ନିଜେ ଯେଉଁ ଜିନିଷର ଇଚ୍ଛା ଥାଏ, ଦ୍ୱିତୀୟଙ୍କୁ ସେ କଷ୍ଟ କେବେ ଦେଖାଯାଏ ନାହିଁ । ଏହି କଥା ଡାକ୍ତର ପ୍ରକାଶ ରାଓଙ୍କ ସହ ବି ଅଛି, ପଢିବା ଲେଖିବା ବହୁତ ସଉକଥିଲା, କିନ୍ତୁ ବାପା ଚାହୁଁଥିଲେ କି ପ୍ରକାଶ ରାଓଅ କାମରେ ହାତ ବାଣ୍ଟନ୍ତୁ, ଛୁଆବେଳରୁ ଚାହାର କେଟେଲି ଧରି ସେ କଟାଇଥିଲେ ।

ସ୍କୁଲରେ ପାଠପଢା ସିଲସିଲା ଜାରିଥିଲା, ଯେବେ ପ୍ରକାଶ ରାଓ +୨ ରେ ଥିଲେ, ତେବେ ତାଙ୍କ ବାପା ଗଂମ୍ଭୀର ରୁପରେ ରୋଗାଗ୍ରସ୍ତ ହୋଇଯାଇଥିଲେ, ପରିବାରର ପାଳନ ପୋଷଣ ଦାୟିତ୍ୱ ପ୍ରକାଶ ରାଓଙ୍କ ଉପରେ ଆସିଗଲା ପାଠପଢା ଛାଡିଗଲା,ଓ ଦୋକାନ ହିଁ ଜୀବନ ହୋଇଗଲା, କିନ୍ତୁ ଏକ ଅସୁବିଧା ଥିଲା, ପ୍ରକାଶ ରାଓ ଦେଖିଲେ କି ତାଙ୍କ ଆଖପାଖ ଛୋଟ କୁଡିଆରେ ରହୁଥିବା ଛୁଆ ସ୍କୁଲ ଯାଇପାରୁନଥିଲେ, ତାଙ୍କ ଛୁଆ ମା ବାପା କମାଇ କରିବା ଜରୁରି ମାନୁଥିଲେ, ପାଖରେ କୌଣସି ସ୍କୁଲ ନଥିଲା । ଡାକ୍ତର ପ୍ରକାଶ ରାଓ ଏକ ଆରମ୍ଭ କରିବାର ନିଷ୍ପତ୍ତି କଲେ

୨୦୦୦ ରେ ଏକ ଛୋଟ ସ୍କୁଲ୍ ଖୋଲିଦେଲେ, ପାଖରେ ରହୁଥିବା ଲୋକଙ୍କୁ କଥାବାର୍ତ୍ତା କଲେ ଓ ଛୁଆଙ୍କୁ ସ୍କୁଲ୍ ପଠାଇବାପାଇଁ ମନାଇଲେ, କିଛି ଶିକ୍ଷକ ନିଯୁକ୍ତ କଲେ ଓ ନିଜେ ପଢାଇବାକୁ ଲାଗିଲେ, ପ୍ରକାଶ ରାଓଙ୍କ ଏହି ସ୍କୁଲ ଏବେ ତୃତୀୟ ଶ୍ରେଣୀ ଯାଏଁ ଅଛି, ଏହାପରେ ପ୍ରକାଶ ରାଓ ଛୁଆଙ୍କୁ ସରକାରି ସ୍କୁଲରେ ଆଡମିଶନ୍ କରାନ୍ତି, ତାଙ୍କ ସ୍କୁଲର ଛୁଆ ପାଠପଢାରେ ଆଗୁଆ ହୁଅନ୍ତି, ଖେଳର ଦୁନିଆଁରେ ଏହି ଛୁଆଙ୍କ ନାଁ ଅଛି, ୨୦୧୩ ରେ ଗୋଆରେ ହୋଇଥିବା ନ୍ୟାଶାନାଲ୍ ବିଡ୍ ସର୍ଫିଙ୍ଗ୍ ପ୍ରତିଯୋଗିତାରେ ଡାକ୍ତର୍ ପ୍ରକାଶ ରାଓଙ୍କ ସ୍କୁଲର ମହେଶ ରାଓ ଛଅଟି ଗୋଲଡ୍ ମେଡାଲ୍ ଜିତିଥିଲେ  ।

ପ୍ରକାଶ ରାଓ ଆରମ୍ଭରୁ ସ୍କୁଲ ଚଲାଇବାର ପୁରା ଖର୍ଚ୍ଚ ଉଠାଉଥିଲେ, କିନ୍ତୁ ଏବେ ଅଲଗା ଲୋକ ସାହାଯ୍ୟ କରୁଛନ୍ତି, ସ୍କୁଲ ଚଲାଇବା ଛଡା ପ୍ରକାଶ ରାଓ ନିକଟରେ ଏସ୍ ସିବି ମେଡିକାଲ୍ ରେ ସରକାରି ସହାୟତା କେନ୍ଦ୍ର ବି ଚଲାନ୍ତି, ଏହି ସହାୟତା କେନ୍ଦ୍ରରୁ ସେ ରୋଗୀଙ୍କୁ କ୍ଷୀର, ଗରମ ପାଣି, ଓ ଆଇସ୍ କ୍ୟୁବ୍ ଓ ଅନ୍ୟ ଦରକାର ଜିନିଷ ଦିଅନ୍ତି, ଗତ ୪୦ ବର୍ଷରୁ ସେ ଲଗାତାର ରକ୍ତଦାନ କରୁଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକ୍ତର ପ୍ରକାଶ ରାଓଙ୍କ ଠାରୁ ବହୁତ୍ ପ୍ରଭାବିତ ହୋଇଛନ୍ତି, ପିଏମ୍ ମୋଦୀ ତାଙ୍କର ସାକ୍ଷାତ କରିଛନ୍ତି

୩୦ ମେ ୨୦୧୮ କୁ ପିଏମ୍ ମୋଦୀ ମନ୍ କି ବାତ୍ ରେ ପ୍ରକାଶ ରାଓଙ୍କ ବିଷୟରେ କହିଥିଲେ କି ମୋତେ ଆଜି ଓଡିଶାର କଟକର ଏକ ଚାହା ବିକୁଥିବା ଡାକ୍ତର ପ୍ରକାଶ୍ ରାଓ ଙ୍କ ସାକ୍ଷାତ ହେବାର ସୁଯୋଗ ମିଳିଲା ସେ ଗତ ୫ ଦଶକରୁ ଚାହା ବିକ୍ରି କରୁଛନ୍ତି, କିନ୍ତୁ ସେ ଯେଉଁ କାମ କରୁଛନ୍ତି ତାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ସେ ଏମିତି ୭୦ ରୁ ଅଧିକା ଛୁଆଙ୍କୁ ପଢାଇବାର କାମ କରୁଛନ୍ତି, ଯାହା ଖରାପ ସ୍ଥିତିରେ ଚାଲିକରି ସ୍କୁଲ୍ ଯାଇପାରନ୍ତି ନାହିଁ, ଏହା ନୁହେଁ ସେ ନିଜ ଘର୍ ପାଖରେ ଏକ ଆଶ୍ରମ ଖୋଲିଛନ୍ତି, ଯେଉଁଥିରେ ସେ ଏମିତି ଲୋକଙ୍କୁ ସାହାରା ଦିଅନ୍ତି ଯାହାଙ୍କର କୌଣସି ଘର ନାହିଁ ।

ମାନବଅଧିକାର ଦିବସରେ ୨୦୧୫ ରଡିସେମ୍ବର ଓଡିଶା ହ୍ୟୁମାନ୍ ରାଇଟ୍ କମିଶନ୍ ଡାକ୍ତର ପ୍ରକାଶ ରାଓଙ୍କୁ ସମ୍ମାନିତ କରିଛନ୍ତି, ତାଙ୍କ ସ୍କୁଲରେ କିଛି ଡକ୍ୟୁମେଣ୍ଟ୍ରିଜ୍ ହୋଇସାରିଛି ।ତେବେ ଦୁଃଖର ବିଷୟ ଏହି ମହାନ ଲୋକ ଆଉ ଆମ ଗହଣା ରେ ନାହାନ୍ତି ୨୦୨୧ ମସିହା ଜାନୁଆରୀ ୧୪ ତାରିଖ ରେ ତାଙ୍କର ଦେହାନ୍ତ ହେଇ ଯାଇଛି ଓ ଦୁନିଆ ର ଜଣେ ଭଲ ମଣିଷ ଆମକୁ ଛାଡି ଚାଲି ଯାଇଛନ୍ତି

Leave a Reply

Your email address will not be published. Required fields are marked *