October 18, 2024

Odia Express

Here, There and Everywhere

ନିରଜ୍ ଚୋପ୍ରାଙ୍କ ସମ୍ମାନରେ Post Office ଉଠାଇଲେ ଏକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ, ଲେଟରବକ୍ସ ରଙ୍ଗ ବଦଳାଇ କରିଦେଲେ ଗୋଲଡେନ୍ କଲର୍

ଏହି ଦିନ ସୋସିଆଲ୍ ମିଡିଆରେ ଗୋଟେ ନା ଚାରିପଟେ ଗୁଞ୍ଜରଣ କରୁଛି ଓ ସେହି ନାଁ ଅନ୍ୟ କାହାର ନୁହେଁ ବରଂ ନିରଜ୍ ଚୋପ୍ରାଙ୍କର ଅଟେ, ଏହି ଦିନରେ ଟୋକିଓ ଅଲମ୍ପିକରେ ନିରଜ ଚୋପ୍ରା ପ୍ରଥମ ଏମିତି ଭାରତୀୟ ଆଥଲେଟ୍ ହୋଇସାରିଛନ୍ତି ଯିଏକି ଗୋଲଡ୍ ମେଡାଲ୍ ଜିତିକରି ଦେଶବାସୀଙ୍କ୍ ଗର୍ବବଢାଇଛନ୍ତି, ଜାଭେଲିନ୍ ଥ୍ରୋ କରି ସ୍ୱର୍ଣ୍ଣପଦକ ଜିତିଥିବା ନିରଜ୍ ଚୋପ୍ରାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଏହି ଦିନ ଲଗାତାର ବଢିବାରେ ଲାଗିଛି କହିଦେବୁ କି ୱାର୍ଲଡ୍ ଆଥଲେଟସ୍ ର ରାଙ୍କିଙ୍ଗ୍ ରେ ଦ୍ୱିତୀୟ କ୍ରମାଙ୍କ ପ୍ରାପ୍ତ ହୋଇଥିଲା, ଯାହାର କାରଣରୁ ପୁରା ଦେଶରେ ତାଙ୍କ ନାଁକୁ ପ୍ରଶଂସା ଓ ଆଦର ମିଳୁଛି, ସେମିତି ତାଙ୍କ ପର୍ସନାଲିଟି କଥା କହିଲେ ସମସ୍ତେ ତାଙ୍କ ତୁଳନା ବଲିଉଡ୍ କଳାକାରଙ୍କ ସହ କରୁଛନ୍ତି, ତାଙ୍କ ଉପଲବ୍ଧିପରେ ତାଙ୍କୁ ଗୋଟେ ପରେ ଗୋଟେ ସମ୍ମାନ ଦିଆଯାଉଛି

ଏବେ ଭାରତୀୟ ଡାକ ନିରଜ ଚୋପ୍ରାଙ୍କ ସମ୍ମାନରେ ଏକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ଉଠାଇଲେ, ସେ ନିଜ ଲେଟର ବକ୍ସକୁ ଗୋଲଡେନ୍ ରଙ୍ଗରେ ରଙ୍ଗେଇଦେଲେ, ଏହାପଛରେ କାରଣ ଏହା କି ନିରଜ୍ ଚୋପ୍ରା ଅଲମ୍ପିକରେ ଭାରତକୁ ସ୍ୱର୍ଣ୍ଣପଦକ ଦେଇଛନ୍ତି, ଏମିତିରେ ଏହି ଗୋଲଡେନ୍ ରଙ୍ଗ ଲେଟର ବକ୍ସ ସର୍ବଦା ନିରଜଙ୍କ ଉପଲବ୍ଧି ବିଷୟରେ ମନେ ପକାଇବ, ଏହି ଗୋଲଡେନ୍ ରଙ୍ଗର ଲେଟର ବକ୍ସ ଅସଲରେ ପାଣିପଥର ମୁଖ୍ୟ ଡାକଘର ଗେଟ୍ ପାଖରେ ରଖାଯାଇଛି, ସାଧାରଣତଃ ଦେଖିବାକୁ ଗଲେ ସବୁ ପୋଷ୍ଟ ଅଫିସ୍ ଲେଟର ବକ୍ସର ରଙ୍ଗ ଲାଲ୍ ହୋଇଥାଏ, କିନ୍ତୁ ଏମିତି ପ୍ରଥମଥର କରାଯାଇଛି ଯେବେ କେଉଁ ଆଥଲେଟ୍ ସମ୍ମାନରେ ପୋଷ୍ଟ ଅଫିସ୍ ବାଲା ଲେଟର ବକ୍ସର ରଙ୍ଗ ବଦଳାଇଛନ୍ତି ।

ଏହା ବିଷୟରେ ସୁଚନା ଦେଇ ପାଣିପଥର ଉପଡାକଘରର୍ ଅଧିକାରିମାନେ କହିଲେ କି ଯେବେ ନିରଜ୍ ଟୋକିଓ ଅଲମ୍ପିକରେ ୨୦୨୧ ର ଗୋଲଡ୍ ମେଡାଲ୍ ଜିତିଲେ, ତେବେ ଠାରୁ ତାଙ୍କ ପାଇଁ ଡାକଘରରେ ନାନାପ୍ରକାରର ଚିଠିଆସୁଛି ,ଡାକଘର ଲୋକଙ୍କ ଏହା କହିବା କଥା କି ଯେତେ ବି ଚିଠି ନିରଜଙ୍କ ନାଁରେ ଆସୁଛି ସେ ଜଲଦି ତାଙ୍କ ଯାଏଁ ପହଞ୍ଚାଇବା ପାଇଁ ପ୍ରୟାସ କରିବେ, ସେମିତି ଦ୍ୱିତୀୟ ଏକ ଗୋଲଡେନ୍ ଲେଟର ବକ୍ସ ନିରଜଙ୍କ ଗାଁ ରେ ରଖିବାକୁ ଯୋଜନା କରାଯାଉଛି, ଡାକଘର ଲୋକଙ୍କ ଅନୁସାରେ ନିରଜଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଲଗାତାର ଆସୁଛି, ଏମିତିରେ ସେ ପୁରା ଚେଷ୍ଟାକରୁଛନ୍ତି କି ସେ ସବୁ ଚିଠିକୁ ନିରଜଙ୍କ ଘରଯାଏଁ ପହଞ୍ଚାଇପାରିବେ ।

ଆପଣଙ୍କୁ ଜଣେଇଦେବୁ କି ନିରଜ ପ୍ରଥମ ଏମିତି ଭାରତୀୟ ଆଥଲେଟ୍ ଅଟନ୍ତି, ଯିଏ ଜାଭେଲିନ୍ ଥ୍ରୋ କରି ସ୍ୱର୍ଣ୍ଣପଦକ ହାସିଲ୍ କରିଥିଲେ, ଏହି ପ୍ରାପ୍ତି ସହ ସେ ଅଲମ୍ପିକ ଖେଳରେ ସ୍ୱର୍ଣ୍ଣପଦକ ଜିତିଥିବା ଦ୍ୱୀତୀୟ ଭାରତୀୟ ଖେଳାଳୀ ହୋଇସାରିଛନ୍ତି, ତାଙ୍କ ଜିତ୍ ପରେ ନା କେବଳ ସରକାର ତାଙ୍କୁ ନାନାଦି ସମ୍ମାନ ଦେଉଛନ୍ତି, ବରଂ ଆହୁରି ଲୋକ ନାନା ପଦକ୍ଷେପ ନେଉଛନ୍ତି, ଏହାପୁର୍ବରୁ ମହିନ୍ଦ୍ରାଗ୍ରୁପର ଚେୟାର୍ ମ୍ୟାନ୍ ଆନନ୍ଦ ମହିନ୍ଦ୍ରା ନିରଜଙ୍କ ସମ୍ମାନରେ ତାଙ୍କୁ ଏକ ଏସ୍ ୟୁବି ଉପହାର ଭାବେ ଦେଇଥିଲେ, ନିରଜଙ୍କ ଏହି ପ୍ରଦର୍ଶନକୁ ଆଜି ପୁରା ଦେଶ ଗର୍ବ ଓ ସମ୍ମାନ କରୁଛି ।

Leave a Reply

Your email address will not be published. Required fields are marked *