October 19, 2024

Odia Express

Here, There and Everywhere

ଦୋକାନୀ ମାନଙ୍କର ଦୁର୍ନୀତି ରୋକିବାପାଇଁ IAS ଅଧିକାରୀ ବଦଳାଇଲେ ନିଜ ବେଶ, ଚାଷୀ ହୋଇକରି କିଣିବାକୁ ପହଞ୍ଚିଲେ ଫସଲ ସାର, ଧରାପଡିଲା ତାଙ୍କ ଦୁର୍ନୀତିର କଳା ଚିଠା

ଆଜିର ସମୟରେ ଧୋକାଧଡି ସବୁ ଜାଗାରେ ଦେଖିବାକୁ ମିଳୁଛି, ସେମିତି ଦୁର୍ନୀତି ରୋକିବାପାଇଁ ସରକାରଙ୍କ ଦ୍ୱାରା ନାନାପଦକ୍ଷେପ ଉଠାଯାଉଛି କିନ୍ତୁ ଏହାସତ୍ତ୍ୱେ ବି ଲୋକେ ଲୁଚିଛପି କରି କେଉଁ ନାକେଉଁ ତରିକାରେ ଧୋକା କରୁଛନ୍ତି, ଆପଣ ସମସ୍ତେ କାହାଣୀରେ ରାଜା ମହାରାଜାଙ୍କର ବିଷୟରେ ପଢିଥିବେ ଯଦି କେଉଁ ରାଜା ନିଜ ରାଜ୍ୟ ଚଲାଉଛି, ତେବେ ତାହାର ଦାୟିତ୍ୱ ହେଉଛି କି ସେ ନିଜ ପ୍ରଜାକୁ ସଠିକ୍ ଭାବେ ଧ୍ୟାନ ରଖିବ, ଯଦି ପ୍ରଜାର ସହ କେଉଁ ଧୋକା ହୁଏ ତେବେ ରାଜାର୍ କର୍ତ୍ତବ୍ୟ ରହୁଛି କି ସେ ନିଜ ପ୍ରଜାକୁ ରକ୍ଷା କରିବ ଓ ଧୋକା ଦେଉଥିବା ଲୋକକୁ ଉଚିତ୍ ପାନେ ଦେବ ।

ପୁର୍ବରୁ ରାଜାମହାରାଜା ମାନେ ବେଶ ବଦଳାଇ ତାଙ୍କ ରାଜ୍ୟରେ କଣ ହେଉଥିଲା ସେହି ବିଷୟରେ ଜାଣିବାକୁ ରାଜ୍ୟର ପରିକ୍ରମା କରୁଥିଲେ, ଜନତାଙ୍କ ମଧ୍ୟରେ ବେଶ ବଦଳାଇ ସେ ସତ ଜାଣିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଆଜି ଏମିତି ବହୁତ ଇମାନଦାର୍ ଅଫିସର୍ ଅଛନ୍ତି ଯିଏ ଏହି ଢଙ୍ଗରେ ତରିକା ଆପଣାଉଛନ୍ତି, ସୋସିଆଲ୍ ମିଡୀଆରେ ଏକ ଫଟୋ ବହୁତ ଭାଇରାଲ୍ ହେଉଛି ଯେଉଁଠି ଗୋଟେ ସହରର ଜିଲ୍ଲାପାଳ ଧୋକାଧଡୀ କରୁଥିବାବେଳେ ଏକ ଦୋକାନୀକୁ ଧରିଛନ୍ତି ।

ସୋସିଆଲ୍ ମିଡୀଆରେ ଏହି ଫଟୋ ଭାଇରାଲ୍ ହେଉଛି, ସେଥିରେ ତେଲେଙ୍ଗାନାର ବିଜୟୱାଡା ଜିଲ୍ଲାର ସବ୍ କଲେକ୍ଟର୍ ଜି ସୁର୍ଯ୍ୟା ପରବିନ୍ ଚନ୍ଦ ନଜର ଆସୁଛନ୍ତି, ଯେଉଁଥିରେ ଦେଖିପାରିବେ କି ସେ ଦୋକାନୀ ଠାରୁ ସାର କିଣୁଛନ୍ତି, ସୁଚନା ମୁତାବିକ ସବ କଲେକ୍ଟର ଜି ସୁର୍ଯ୍ୟା ଚନ୍ଦ ଚାଷୀଙ୍କ ସହ ହେଉଥିବା ଧୋକାଧଡୀ ର ଯାଞ୍ଚ କରିବାପାଇଁ ବେଶ ବଦଳାଇ ଦୋକାନକୁ ସାର କିଣିବାକୁ ଗଲେ ସେଠାରେ ସେ ଜାଣିବାକୁ ଚାହୁଁଥିଲେ କି କଇକଲ୍ଲୁର୍ ଓ ମୁନିପାଲି ମଣ୍ତଲରେ ସାର ଦୋକାନରେ କଣ ଚାଲିଛି, ଯାହାପାଇଁ ସେ ଚାଷୀର ବେଶ ବଦଳାଇଲେ, ଓ ସାର କିଣିବାପାଇଁ ଦୋକାନରେ ପହଞ୍ଚିଲେ ।

ଯେବେ ସବ୍ କଲେକ୍ଟର ସାହେବ ଦୋକାନରେ ଦୋକାନୀର ପାଖରେ ପହଞ୍ଚିଲେ ତେବେ ସେ ଦେଖିଲେ କି ଦୋକାନୀ ଡିଏପି ଓ ୟୁରିଆ ଏମ୍ ଆର୍ ପିରୁ ଅଧିକାରେ ବିକ୍ରି କରୁଛି ଏତିକି ନୁହେଁ ବହୁତ ଦୋକାନୀ ଏମିତି ଥିଲେ ଯିଏକି ସାରର୍ ବିଲ୍ ଗ୍ରାହକଙ୍କୁ ଦେଉନଥିଲେ, ସେ ସାର ଗୋଦାମରେ ଭର୍ତ୍ତି କରିରଖିଥିଲେ, ସୋସିଆଲ୍ ମିଡିଆରେ ଏହି ବ୍ୟକ୍ତି ଏହି ଫଟୋକୁ ସେୟାର୍ କରି ଲେଖିଲେ କି ଆପଣ ଦେଖିପାରିବେ କି ଯେଉଁ ବ୍ୟକ୍ତି ସାର ନେଉଛି ସେ ଆଇଏଏସ୍ ଅଧିକାରୀ ପରବିନ୍ ଚନ୍ଦ ଅଟନ୍ତି ଚାଷୀ ମାନେ ସେହି ଦୋକାନୀର ଧୋକାଧଡିର ଅଭିଯୋଗ ଦେଇଥିଲେ

ଯାହାପରେ ଶୁକ୍ରବାରକୁ ଉପଜିଲ୍ଲାପାଳ ବେଶ ବଦଳାଇ ଯାଞ୍ଚକରିବାପାଇଁ ସେଠାରେ ପହଞ୍ଚିଯାଇଥିଲେ, ଯେବେ ଚାଷୀ ଦୋକାନିର୍ ଦୁର୍ନୀତି ଅଭିଯୋଗ କଲେ ତେବେ ସବ୍ କଲେକ୍ଟର ପରବିନ୍ ଚନ୍ଦ ନିଜେ ଯାଞ୍ଚ କରିବାପାଇଁ ଶୁକ୍ରବାରକୁ ଏହି ପଦକ୍ଷେପ ନେଲେ, ଓ ତାକୁ ତୁରନ୍ତ ଧରିନେଲେ ଓ ତାର ଦୋକାନ ସିଲ୍ କରାଇଦେଲେ, ସେ ଦୋକାନୀଯେଉଁ ୟୁରିଆ ସାର ୨୬୬ ଟଙ୍କା ବିକ୍ରି ହେବା ଦରକାର ତାହା ସେ ୨୮୦ ଟଙ୍କା ବିକ୍ରି କରୁଥିଲା । ସେ ଦୋକାନୀ ଗ୍ରାହକଙ୍କ ଆଧାର ଡିଟେଲ୍ ବି ମାଗୁନଥିଲା, ଯେବେ କି ଏହା ଆବଶ୍ୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *