June 22, 2025

Odia Express

Here, There and Everywhere

Italy ଏହି ସହର ଖୋଲିପାରେ ଆପଣଙ୍କ ଭାଗ୍ୟ, ରହିଲେ ମିଳୁଛି ଲକ୍ଷାଧିକ ଟଙ୍କା, କିନ୍ତୁ ଗୋଟିଏ ସର୍ତ୍ତରେ

ଗତ ୨ ବର୍ଷରୁ ଦୁନିଆଁର ସବୁ ଦେଶ କୋରନା ମହାମାରୀ ଦ୍ୱାରା ଗ୍ରସିତ ହୋଇଛି, ଓ ଦୁନିଆଁରେ ପ୍ରାୟ ସବୁଦେଶରେ କୋରନା ଭାଇରସ୍ ପ୍ରସାରକୁ ରୋକିବାପାଇଁ ଅଲଗା ଅଲଗା ସମୟରେ ଲକ୍ ଡାଉନ୍ ଲଗାଯାଇଛି, ଯାହାପରେ ସମସ୍ତେ ନିଜ ଘରେ କଏଦ୍ ହୋଇରହିଯାଇଛନ୍ତି, କୋରନାର କାରଣରୁ ବହୁତ ଦେଶରେ ଅର୍ଥବ୍ୟବସ୍ଥା ଖରାପ ହୋଇଯାଇଛି, ଅର୍ଥବ୍ୟବସ୍ଥା ଖରାପ ହେବା ଯୋଗୁଁ ପୁର୍ବର ଅପେକ୍ଷା ସବୁ ଜିନିଷ ବହୁତ ମହଙ୍ଗା ହୋଇଯାଇଛି, ଟିକିଏ ଭାବନ୍ତୁ କେହି ଆପଣଙ୍କୁ କହିବେ କି ଆପଣ ସେହି ଗାଁରେ ରୁହନ୍ତୁ ଓ ଆପଣଙ୍କୁ ବଦଳରେ ଲକ୍ଷାଧିକ ଟଙ୍କା ଦିଆଯିବ । ହଁ ଆଜ୍ଞା, ଏହା କେଉଁ ମଜାକ୍ ନୁହେଁ ବରଂ ପୁରା ସତ କଥା ଅଟେ, ଅସଲରେ ଆମେ ଯେଉଁ ଗାଁ ବିଷୟରେ କଥା ହେଉଛୁ ସେ ଆମର ଦେଶର ଗାଂ ନୁହେଁ ବରଂ ଇଟାଲିର ଏକ ଗାଁ ଅଟେ, ଆସନ୍ତୁ ଜାଣିବା ଏମିତି କଣ ଅଟେ ଯାହା ସେହି ଗାଁରେ ରହୁଥିବା ଲୋକଙ୍କୁ ଏତେ ଅର୍ଥରାଶି ଦେଉଛି ।

ଇଟାଲି ଏକ ସୁନ୍ଦର ଦେଶ ଅଟେ, ଏଠାରେ ସବୁ ଗାଁ ବହୁତ ହିଁ ସୁନ୍ଦର ଅଟେ, ଏଠାରେ କିଛି ଗାଁର ଜନସଂଖ୍ୟା ଏତେ କମ୍ ହୋଇଯାଇଛି ଯାହା ବାହାର ଲୋକଙ୍କୁ ଏଠାରେ ଆସି ରହିବାକୁ ନିମନ୍ତ୍ରଣ୍ କରାଯାଉଛି, ଓ ତାହାର ବଦଳରେ ବହୁତ ଟଙ୍କା ଦିଆଯାଉଛି, ଇଟାଲିର କଲେବ୍ରିୟା କ୍ଷେତ୍ରରେ ଥିବା ଏହି ଗାଁର ନିବାସୀ ଏହି ଗାଁ ଛାଡିଯାଇସାରିଛନ୍ତି, ଓ ଏବେ ଏଠାରେ ରହିବାକୁ ଚାହୁଁନାହାନ୍ତି, ଏହି କାରଣରୁ ଏଠାକାର ସରକାର ଲୋକଙ୍କୁ ଏଠାରେ ରହିବାପାଇଁ ନିମନ୍ତ୍ରଣ କରୁଛନ୍ତି, ଯାହାର ବଦଳରେ ତାଙ୍କୁ ୨୮ ହଜାର ଟଙ୍କାର ୟୁରୋ ଦିଆଯିବ, ଭାରତୀୟ ମୁଦ୍ରା ହିସାବରେ ୨୪,୭୬ ଲକ୍ଷ ଟଙ୍କା ହୋଇଥାଏ ।

ଇଟାଲିର ଏହି ଗାଁରେ ରହିବାପାଇଁ ମିଳୁଥିବା ଅର୍ଥରାଶି ଏଠାକାର ସରକାରଙ୍କ ଦ୍ୱାରା ଆକ୍ଟିଭ୍ ରେଜିଡେନ୍ସ ଇନକମ୍ ଦ୍ୱାରା ଦିଆଯିବ, ଏଠାରେ ରହିବାପାଇଁ ଆବେଦକଙ୍କ ବୟସ ୪୦ ବର୍ଷରୁ କମ୍ ହେବା ଉଚିତ୍ , ଏହା ଛଡା ଏହି କ୍ଷେତ୍ରରେ ରହୁଥିବା ଲୋକଙ୍କୁ ଏଠାରେ ସିଫ୍ଟ ହେବାର ୯୦ ଦିନ ମଧ୍ୟରେ ନିଜ ବିଜନେସ୍ ଆରମ୍ଭ କରିବାକୁ ହେବ, ଏହି ସର୍ତ୍ତ କ୍ଷେତ୍ରର ଦୁର୍ବଳ ହୋଇଯାଇଥିବା ଅର୍ଥବ୍ୟବସ୍ଥାକୁ ମଜବୁତ୍ କରିବା ପାଈଁ ରଖାଯାଇଛି ।

ସୁଚନା ଅନୁସାରେ ଇଟିଲିର କଲେବ୍ରିୟା କ୍ଷେତ୍ରରେ ଥିବା ଏହି ଗାଁରେ ରହିବାପାଇଁ ଆବେଦକଙ୍କୁ କିଛି ସପ୍ତାହରେ କଲେବ୍ରିୟା ଆଧିକାରିକ ୱେବସାଇଡ୍ ରୁ ଏହାର ସୁଚନା ମିଳିପାରିବ, ଏହି କ୍ଷେତ୍ରରେ ପ୍ରାୟ ୭୫ ପ୍ରତିଶତ ଗାଁରେ ଜନସଂଖ୍ୟା ୫୦୦୦ ରୁ କମ୍ ହୋଇସାରିଛି, ଯାହାର କାରଣରୁ ଏହି ଅଫର୍ ଦିଆଯାଉଛି, ଏହା ଛଡା ଗତ କିଛି ବର୍ଷରେ ଇଟିଲିର ବହୁତ ସହରରେ ଲୋକେ ନିଜ ଘରକୁ କମ୍ ଦାମରେ ବିକ୍ରି କରିଦେଉଛନ୍ତି, ଏହା ସହ କିଛି ଘର ତ କେବଳ ୧ ୟୁରୋ ରେ ହିଁ ବିକ୍ରି କରିଦିଆଯାଉଛି । କଲେବ୍ରିୟା ସରକାର ଏଠାରେ ବାହାର ଲୋକଙ୍କୁ ରହିବାପାଇଁ ୭ ଲକ୍ଷ ପାଉଣ୍ତର ଏକ ବିଶେଷ ଫଣ୍ତ ରଖିଛି, ଏହି ଇଲାକା ବହୁତ ହିଁ ସୁନ୍ଦର ଲୋକେସନ୍ ସହ ଏଠାରେ ହାଇସ୍ପିଡ୍ ଇଣ୍ଟରନେଟ୍ ଦ୍ୱାରା ଲୋକଙ୍କୁ ଆକର୍ଷିତ କରାଯାଉଛି ।

Leave a Reply

Your email address will not be published. Required fields are marked *