October 22, 2024

Odia Express

Here, There and Everywhere

Bhubaneswar ରେ ମାଲିକକୁ ବଞ୍ଚାଇବାକୁ ଯାଇ ନାଗ ସାପ ସହ ଲଢେଇ କଲା ଘର ପାଳିତ ବିଲେଇ, 30 ମିନିଟ୍ ଯାଏଁ କରୁଥିଲା ଲଢେଇ ଆଉ ତାପରେ ଯାହା ହେଲା..

ଆପଣ ସମସ୍ତେ ପାଳିତ ପଶୁମାନଙ୍କର ବଫାଦାରୀ ବହୁତ କାହାଣୀ ଶୁଣିଥିବେ, ଯେପରି ଆମେ ସମସ୍ତେ ଜାଣିଛେ କି ସବୁଠାରୁ କୁକୁର ବେଶୀ ବିଶ୍ୱାସୀ ଜୀବ ହୋଇଥାଏ, ଏମିତି କୁହାଯାଏ କି ଯଦି ମାଲିକ ଉପରେ କେଉଁ ପ୍ରକାରର ଅସୁବିଧା ଆସେ ତେବେ କୁକୁର ନିଜ ଜୀବନ ସହ ଲଢି ନିଜ ମାଲିକର ରକ୍ଷା କରେ, କିନ୍ତୁ କୁକୁର ପରି ବିଲେଇମାନେ ବି ମଣିଷଙ୍କ ପ୍ରତି ଅଧିକା ବଫାଦାର୍ ହୋଇଥାନ୍ତି, ବିଲେଇ ସବୁଠାରୁ ସ୍ନେହି ପାଳିତ ପଶୁ ଭାବେ ଜଣାଯାଏ ।ବିଲେଇ ଗୁଡିକ ସେମିତି ଆକ୍ରମକ ହୋଇଥାନ୍ତି, ଓ ଆଳସି ବି ହୋଇଥାନ୍ତି, କିନ୍ତୁ ଦରକାରପଡୀଲେ ସବୁଠାରୁ ଅଧିକା ଆକ୍ଟିଭ୍ ରୁହନ୍ତି, ବିଲେଇ ଏକ ଏମିତି ପାଳିତ ଜୀବ ଅଟେ, ଯିଏ କେବେ ଆପଣଙ୍କୁ ହଇରାଣ କରେନାହିଁ, ଓ ଆପଣ ତାହା ସହ ସମୟ ଅତିବାହିତ କରିବାକୁ ପସନ୍ଦ କରନ୍ତି

ଏହି ମଧ୍ୟରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏକ ହୃଦୟକୁ ଛୁଇଁଦେଲା ଭଳି ମାମଲା ସାମ୍ନାକୁ ଆସିଛି, ଯେଉଁଠି ଏକ ପାଳିତ ବିଲେଇ ନିଜ ମାଲିକ ଓ ତାର୍ ପରିବାର କୁ ବିପଦରୁ ରକ୍ଷା କରିବାପାଇଁ ନିଜ ଜୀବନ ସହ ଲଢେଇକରି ବିଷାକ୍ତ ନାଗ ସାପ ସହ ଲଢେଇ କରିବସିଲା । ସୋସିଆଲ୍ ମିଡିଆରେ ମାଲିକର ଜୀବନ ବଞ୍ଚାଇବାପାଇଁ ନିଜ ଜୀବନର ଚିନ୍ତା ନକରି ସେ ନାଗ ସାପ ସମ୍ମୁଖରେ ଠିଆ ହୋଇଗଲା, ଭିଡିଓ ବହୁତ ଅଧିକା ଭାଇରାଳ୍ ହେଉଛି, ଏହି ଭିଡିଓରେ ଦେଖାଯାଇପାରିବ କି ଏକ ନାଗ ସାପ ଘରର ପଛ ରାସ୍ତାରେ ଘରେ ପଶିବାର ଚେଷ୍ଟା କରୁଥିଲା , ସେହି ସମୟରେ ଘରର ବିଲେଇ ନଜର ସେହି ବିଷାକ୍ତ ନାଗସାପ ଉପରେ ପଡିଯାଏ , ଓ ସେ ବିଲେଇ ନାଗ ସାପର ସାମ୍ନାରେ ଯାଇକରି ବସିଯାଏ ।

ଭାଇରାଲ୍ ଭିଡିଓରେ ନାଗସାପ ଘର ଭିତରକୁ ଯିବାକୁ ଉଦ୍ୟମ କରିଥିଲା କିନ୍ତୁ ବିଲେଇ ଯିବାକୁ ଦିଏନାହିଁ, ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ବିଲେଇ ଓ ନାଗସାପର ଲଢେଇ ଚାଲୁଥିଲା, ଏହି ସମୟରେ ସାପ ବିଲେଇକୁ ଦଂଶନ କରିବାକୁ ଚେଷ୍ଟା କରିଥାଏ କିନ୍ତୁ ବିଲେଇ ନିଜ ମାଲିକ ଓ ତାଙ୍କ ପରିବାରକୁ ବଞ୍ଚାଇବାକୁ ଯାଇ ନିଜ ଜୀବନର ବାଜି ଲଗାଇଦେଇଥିଲା, ଓ ତା ଆଗରେ ବସି ରହିଥିଲା, ଯେବେ ମାଲିକ ବିଲେଇର ଆବାଜ୍ ଶୁଣିଲା ତେବେ ସେ ବାହାରକୁ ଆସି ଦେଖେ ଓ ସେ ସ୍ନେକ୍ ରେସକ୍ୟୁ ଟିମ୍ କୁ ଡକାଇ ସେ ବିଷାକ୍ତ ସାପକୁ ବାହାରକରିବାକୁ କହେ ।

ମିଲିଥିବା ସୁଚନା ଅନୁସାରେ ପୁରା ମାମଲା ଭୁବନେଶ୍ୱରର୍ ଭିମଟାଙ୍ଗୀ ଇଲାକାର ବୋଲି କୁହାଯାଇଛି, ଯେଉଁଠି ସଂପଦ କୁମାର ପରିଡା ନାମକ ଯୁବକ ନିଜ ଘରେ ଏକ ବିଲେଇ ପୋଷିଥିଲେ, ଏହି ବିଲେଇ କୁ ସେ ବହୁତ ଭଲ ପାଆନ୍ତି, ଏହି ଯୁବକ ବିଲେଇର ନାଁ ଚିନୁ ରଖିଥିଲେ, ଓ ପରିବାରର ସବୁ ସଦସ୍ୟ ତାକୁ ଏହି ନାଁରେ ଡାକୁଥିଲେ, ବିଲେଇର ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି, ସୋସିଆଲ୍ ମିଡିଆରେ ଏହି ବାହାଦୁର୍ ବିଲେଇର ସମସ୍ତେ ପ୍ରଶଂସା କରୁଛନ୍ତି ।

ବିଲେଇ ମାଲିକ ସଂପଦ କୁମାର ପରିଡା ଓ ତାଙ୍କ ପରିବାର୍ ଲୋକଙ୍କର ଜୀବନ ବଞ୍ଚାଇବାପାଇଂ ବିଲେଇ ନିଜ ଜୀବନର ବାଜି ଲଗାଇଦେଲା, ବିଲେଇ ମାଲିକ କହିଲେ କି ତାଙ୍କ ବିଲେଇ ଦେଢବର୍ଷର୍ ଅଟେ, ଓ ଚିନୁ ତାଙ୍କ ପରିବାର ସଦସ୍ୟ ଭଳି ରୁହେଁ ମାଲିକ ପ୍ରତି ବିଲେଇର ବଫାଦାରୀ ଭିଡିଓ ଏବେ ସୋସିଆଲ୍ ମିଡିଆର୍ ବହୁତ ଭାଇରାଲ୍ ହେଉଛି, ଓ ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଉଛି, ବିଲେଇର ଏହି ବାହାଦୁରି କୁ ନେଇକରି ଲୋକେ ଅଲଗା ଅଲଗା ପ୍ରକାରର କମେଣ୍ଟକରୁଛନ୍ତି ।

Leave a Reply

Your email address will not be published. Required fields are marked *