October 19, 2024

Odia Express

Here, There and Everywhere

ମୁହଁରେ ଦୁର୍ଗନ୍ଧ ଓ ଦାନ୍ତ ମଇଳା ହେଲେ ଆପଣାନ୍ତୁ ଏହି Ayurvedic ଉପାୟ,ଆପଣଙ୍କ ଦାନ୍ତ ଆଉ କେବେ ହଳଦିଆ ହେବନାହିଁ

1 min read

ଆପଣ ଅଧିକାଂଶ ଦିନରେ ଗୋଟେ କିମ୍ବା ଦୁଇଥର ବ୍ରଶ୍ କରୁଥିବେ, ଆପଣଙ୍କୁ ଜଣାଥିବ କି ଯଦି ଆମର ମୁହଁ ସଫା ଅଛି ତେବେ ଆମର ଶରୀର ରୋଗରୁ ମୁକ୍ତିପାଇପାରିବ, ଓ ବହୁତ୍ କମ୍ ଲୋକ ହିଁ ଜାଣିଛନ୍ତି କି ଅଧାରୁ ଅଧିକା ରୋଗ ଆମର ମୁହଁ ଦ୍ୱାରା ହୋଇଥାଏ । ଏଥିପାଇଁ ମୁହଁକୁ ସଫା ରଖିବା ବହୁତ ଜରୁରୀ ହୋଇଥାଏ , ବୋଧେ ଆପଣ ଜାଣିନଥିବେ କି ଆୟୁର୍ବେଦରେ କିଛି ଏମିତି ଉପାୟ କୁହାଯାଇଛି କି ଯାହାକୁ ଜାଣିଲେ ଆପଣ ନିଜ ମୁହଁ ଓ ଦାନ୍ତର ଦୁହେଁକୁ ସଫା ରଖିପାରିବେ ।

ପୁରୁଣା ସମୟରେ ଲୋକଙ୍କ ପାଖରେ ବ୍ରଶ୍ କିମ୍ବା ଆଜିର ପରି ଟୁଥପେଷ୍ଟ ନଥିଲା ସେ ଗଛର ଡାଳକୁ ବ୍ୟବହାରକରୁଥିଲେ, ପ୍ରଥମରୁ ନୁହେଁ ଆଜି ବି କିଛି ଲୋକ ନିମ୍ବର ଡାଳ ବ୍ୟବହାର ଦାନ୍ତ ଘସିବାପାଇଁ କରିଥାନ୍ତି, ଆପଣ ନିଜ ଦାନ୍ତକୁ ସଫା ରଖିବାପାଇଁ ଆପଣ ଆୟୁର୍ବେଦିକ ଉପାୟ ଆପଣାଇପାରିବେ, ଆପଣଙ୍କୁ କହିଦେବୁ କି ଆୟୁର୍ବେଦ ଉପାୟ ବିନା କେଉଁ କ୍ଷତି ପହଞ୍ଚାଇ ଆମର ଶରୀରକୁ ସୁସ୍ଥ୍ୟ ରଖିବାରେ ବହୁତ ଭଲ ପ୍ରମାଣିତ ହେବ, ଆୟୁର୍ବେଦ ଜିନିଷର ବ୍ୟବହାର କରିଲେ ଆମ ଦାନ୍ତ ମଇଳା ହେବାରୁ ରକ୍ଷାପାଇପାରିବେ, ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହାକୁ ଆପଣାଇଲେ ଆପଣଙ୍କ ଦାନ୍ତ ଚମକଦାର ଓ ମଜବୁତ୍ ହେବ ।

ଆପଣଙ୍କୁ ଜଣାଥିବ ନିମ୍ବ ପିତା ଲାଗେ, କିନ୍ତୁ ଆୟୁର୍ବେଦରେ ଏହା ଏକ ରାମବାଣ ଗଛ ଅଟେ, ବହୁତ ସାରା ରୋଗ ଠିକ୍ କରିବାରେ ନିମ୍ବର ଏକ ଯୋଗଦାନ ଅଛି, ଏହା ଅନେକ ପ୍ରକାରର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ, ସେମିତି ନିମ୍ବର ଡାଳ ପିତା ହୋଇଥାଏ , କିନ୍ତୁ ଏହା ଆମର ମୁହଁରୁ ବିଷାକ୍ତ ତତ୍ତ୍ୱକୁ ବାହାର କରିବାରେ ସାହାଯ୍ୟ କରେ, ଓ ଆମର ଦାନ୍ତକୁ ସଫା ଓ ଚମକଦାର୍ କରିଥାଏ ।

୧) ହଲଦୀ ଓ ସୋରିଷ ତେଲ- ଦୁଇ ଚାମଚ ସୋରିଷ ତେଲ ଓ ଏକ ଚୁଟକି ହଳଦୀରେ ଏହି ଦୁହେଁକୁ ସମାନ ମାତ୍ରାରେ ଭଲ ଭାବରେ ମିଶାଇଦିଅନ୍ତୁ, ବ୍ରଶ୍ କିମ୍ବା ଆଙ୍ଗୁଠିରେ ଦାନ୍ତକୁ ସଫା କରିଲେ ଦାନ୍ତରୁ ହଳଦିଆ ଦାଗ ଦୁର ହୋଇଯାଏ , ଏହି ପ୍ରକିୟା ଆପଣଙ୍କ ଦାନ୍ତକୁ ଚମକଦାର୍ କରିବ, ଓ ଦାନ୍ତରୁ ହଳଦିଆ ଆବରଣ ଦୁର ହୋଇଯିବ, ପାଇରିଆ ରୋଗୀଙ୍କୁ ଏହି ପ୍ରକିୟା ବ୍ୟବହାର କରିପାରିବେ ।

୨) ବବୁଲ୍ ର ଦାନ୍ତକାଠି- ବବୁଲ୍ ପ୍ରାୟ ସବୁ ଏରିଆରେ ଆପଣଙ୍କୁ ସହଜରେ ମିଳିଯିବ, ନିମ୍ବର ଦାନ୍ତକାଠି ପିତା ହୋଇଥାଏ, କିନ୍ତୁ ବବୁଲ୍ ର ଦାନ୍ତକାଠି ସ୍ୱାଦରେ ଟିକିଏ ମିଠା ହୋଇଥାଏ, ଏଥିପାଇଁ ସକାଳୁ ସକାଳୁ ଉଠିକରି ଦାନ୍ତଘସିଲେ ଆପଣଙ୍କ ଦାନ୍ତ ମଜବୁତ୍ ହେବ, ଓ ମୁହଁରୁ ଦୁର୍ଗନ୍ଧ ଆସିବ ନାହିଁ, ଆପଣଙ୍କ ଦାନ୍ତ ଚମକଦାର୍ ହେବ,

୩) ଜୀଭ କୁ ସଫା କରନ୍ତୁ- ଆମେ ଦାନ୍ତକୁ ତ ସଫା କରିଦିଅନ୍ତି, କିନ୍ତୁ ଜିଭର ଆଡକୁ ଧ୍ୟାନ ଦିଅନ୍ତି ନାହିଁ, ଜିଭରେ ଅଧିକାମଇଳା ଜମା ହୋଇଯାଏ , ସେ ଦାନ୍ତକୁ ସଫା କରିବାପରେ ଆଉଥରେ ଦାନ୍ତରେ ଚାଲିଯାଏ ,ଏଥିପାଇଁ ଯେବେ ବ୍ରସ୍ କରିବେ ତେବେ ଟଙ୍ଗ୍ କ୍ଲିନର୍ ଦ୍ୱାରା ନିଜ ଜିଭକୁ ସଫା ନିଶ୍ଚିତ୍ କରିବେ, ଯାହାଦ୍ୱାରା ମୁହଁ ପୁରା ଭାବେ ସଫା ରହିବ ।

Leave a Reply

Your email address will not be published. Required fields are marked *