October 22, 2024

Odia Express

Here, There and Everywhere

କେବେ ଝିଅର ସ୍ମୃତିରେ ଆସିକରି ସାଇକେଲ୍ ରେ ବିକ୍ରି କରୁଥିଲେ Nirma Powder, ଆଜି କୋଟିଏ ଟଙ୍କାର ନେଟ୍ ୱର୍ଥ ଅଛି ଏହି କମ୍ପାନୀର

ସମସ୍ତେ କୋଟିପତି ହେବାର ସ୍ୱପ୍ନ ଦେଖନ୍ତି, ବହୁତ ଲୋକ ନିଜ ବାଧ୍ୟତା କାରଣରୁ ବଡ ସ୍ୱପ୍ନ ଦେଖିବା ବନ୍ଦ କରିଦିଅନ୍ତି । କିମ୍ବା ନିରନ୍ତର ପ୍ରୟାସ କରିବା ଛାଡିଦିଅନ୍ତି, ଆଜି ଆମେ କଥା ହେବାକୁ ଯାଉଛୁ ଏମିତି ଏକ ବିଜନେସ୍ ର ଯାହା ଗୋଟେ ବ୍ୟକ୍ତିରୁ ଆରମ୍ଭ ହେଲା ଓ ଆଜି ଦେଶ ବିଦେଶରେ ଲୋକପ୍ରିୟ ବ୍ରାଣ୍ତ ହୋଇଛି, ଏହା କେଉଁ ଅଲଗା କମ୍ପାନୀ ନୁହେଁ ବରଂ ୱାସିଙ୍ଗ୍ ପାଉଡର୍ ନିରମା ଅଟେ, ନିରମା ପାଉଡର୍ ବିଜ୍ଞାପନରେ ଛପା ହୋଇଥିବା ଝିଅର ନାଁ ଅସଲରେ ନିରୁପମା ଅଟେ, ଏହି ନାଁରେ ୱାସିଙ୍ଗ୍ ପାଉଡର୍ ନାଁ ନିରମା ରଖାଯାଇଛି ।

କହିଦେବୁ କି ନିରୁପମା ରୁ ନିରମା ପର୍ଯ୍ୟନ୍ତ କାହାଣୀ ବହୁତ ହିଁ ଇମୋସନାଲ୍ କରିଲା ଭଳି ଅଟେ, ଯେବେ ଗୋଟେ ଦିନ ଗୁଜୁରାଟରେ ରହୁଥିବା ନିରମା ସ୍କୁଲକୁ ପଢିବାକୁ ଗଲା ଗୋଟେ କାର୍ ରେ ଥକ୍କା ହେଲା ତେବେ ସେ ସେହି ଦୁର୍ଘଟଣାରେ ଜୀବନ ହାରିବସିଲା, ଏହି ଘଟଣା ପରେ ନିରୁପମାର ବାପା କରସନଭାଇ ଓ ତାଙ୍କ ପରିବାରକୁ ଗଭୀର ଧକ୍କା ଲାଗିଲା, କରସନଭାଇ ନିଜ ଝିଅକୁ ବହୁତ ଭଲ ପାଉଥିଲେ , ସେ ଚାହୁଁଥିଲେ କି ତାଙ୍କ ଝିଅ ଏହି ଦୁନିଆଁରେ ବହୁତ ନାଁ କମାଉ କିନ୍ତୁ ଛୋଟ ବୟସରେ ଝିଅର ମୃତ୍ୟୁ ତାଙ୍କୁ ଦୁଃଖର ଅନ୍ଧକାରରେ ଠେଲିଦେଲା, ଏମିତିରେ କରସନଭାଇ ଙ୍କ ଝିଅ ନିରୁପମାଙ୍କ ନାଁକୁ ଅମର କରିବାକୁ ଭାବିନେଲେ ।

ଏଥିପାଇଁ ସେ ଝିଅର ନାଁରେ ୧୯୬୮ ରେ ନିରମା କମ୍ପାନୀର ଆରମ୍ଭ କଲେ, କରସନଭାଇ ନିଜ ଝିଅକୁ ବହୁତ ଭଲ ପାଉଥିଲେ ଓ ତାକୁ ଖୁସିରେ ନିରମା କହି ଡାକୁଥିଲେ, ଏହାପରେ ଡିଟରଜେଣ୍ଟ ପ୍ୟାକେଟ୍ ରେ ଝିଅର ଫଟୋ ଛାପିକରି ତାକୁ ସବୁଦିନ ପାଇଂ ଅମର କରିଦେଲେ, କିନ୍ତୁ ଏହି କାରୋବାର ନିଜ ସ୍ୱପ୍ନ ପରି ବଡ କରିବା ଏତେ ସହଜ ନଥିଲା, ଝିଅର ମୃତ୍ୟୁ ପରେ ତିନି ବର୍ଷ କରସନଭାଇ ଏକ ଅନୋଖା ୱାସିଙ୍ଗ୍ ପାଉଡର୍ ଫର୍ମୁଲା ବାହାର କଲେ, ଓ ଧିରେ ଧିରେ ପାଉଡର୍ ବିକ୍ରି ଆରମ୍ଭ ହୋଇଗଲା ।

ସେ ୱାସିଙ୍ଗ୍ ପାଉଡର୍ ର କାମ କରୁଥିଲେ, କିନ୍ତୁ ସେ ବି ସାଥିରେ ସରକାରୀ ଚାକିରି କରୁଥିଲେ, ସେ ଅଫିସ୍ ନିଜ ସାଇକେଲ୍ ରେ ଯାଉଥିଲେ, ଓ ଏହି ସମୟରେ ରାସ୍ତାରେ ସେ ନିଜ ତିଆରି ସର୍ଫକୁ ବିକ୍ରି ବି କରୁଥିଲେ , ଯେଉଁଠି ମାର୍କେଟ୍ ରେ କେବଳ ୧୫ ଟଙ୍କା କିଲୋ ମିଳୁଥିଲା, ସେଠାରେ କରସନଭାଇ କେବଳ ତିନି ଟଙ୍କା ପ୍ରତି କିଲୋ ହିସାବରେ ନିରମା ୱାସିଙ୍ଗ୍ ପାଉଡର୍ ବିକ୍ରି କରୁଥିଲେ, ଏହି କାରଣରୁ ଆଖପାଖ ଲୋକଙ୍କର ଏହି ପାଉଡରର ଚାହିଦା ବଢିଗଲା, ଓ ନିରମା ଭଲ ବେପାର କରିବାକୁ ଲାଗିଲା ।

ସେମିତି ୧୯୬୯ ରେ ସେ ନିଜ ଦମରେ କମ୍ପାନୀ ଠିଆ କରିଥିବା କରସନଭାଇଙ୍କ କମ୍ପାନୀ ଆଜି ୭୦ ହଜାର କୋଟିରୁ ଅଧିକା ଟର୍ଣ୍ଣଓଭରରେ ଅଛି, ଓ ଏଥିରେ ୧୮ ହଜାର ଲୋକ କାମ କରୁଛନ୍ତି, ଆଜି କରସନଭାଇ ପଟେଲଙ୍କ ଗଣନା ଭାରତର ଧନୀକ ଲୋକଙ୍କର ସୁଚିରେ ଆସେ , ସେ ନିଜ ସଂକଳ୍ପ ନେଇଥିବା କଥାକୁ ପୁରା କଲେ, ଓ ନିଜ ଝିଅର ନାଁକୁ ଅମର କରିଦେଲେ ।

Leave a Reply

Your email address will not be published. Required fields are marked *