October 20, 2024

Odia Express

Here, There and Everywhere

ଶକ୍ତି ମିଶ୍ର ଙ୍କ ଅବସ୍ଥା ଗୁରୁତର – ସରକାର ଙ୍କ ସାହାଯ୍ୟ ଲୋଡିଲେ ପରିବାର – ଆପଣ ମଧ୍ୟ ଏପରି ଭାବେ କିଛି ସାହାଯ୍ୟ ନିଶ୍ଚୟ କରନ୍ତୁ – ଶକ୍ତି ଙ୍କୁ ଆପଣଙ୍କ ଛୋଟ ଛୋଟ ସାହାଯ୍ୟ ଶକ୍ତି ନିହାତି ଦରକାର..

1 min read

ବର୍ତମାନ ସମୟରେ ଓଡ଼ିଶାରେ ଅନେକ ନାମୀ ଦାମୀ ଓ ଖୁବ ପରିଚିତ ଲୋକ କରୋନା ମହାମାରୀ ରେ ଆକ୍ରାନ୍ତ ହେଇ ଅନେକ ନିଜର ମୂଲ୍ୟବାନ ଜୀବନ ହରେଇସାରିଛନ୍ତି ଓ ଅନେକ ଏଥିରୁ ସଂଘର୍ଷ କରି ପୁଣି କରୋନା କୁ ମାତ ଦେଇ ଫେରି ଆସିଛନ୍ତି |ତେବେ କିଛିଦିନ ତଳେ ଓଡ଼ିଆ ଫିଲମ୍ୱ ଜଗତର ଅନେକ କଳାକାର ମଧ୍ୟ କରୋନା ରେ ମୃତ୍ୟୁବରଂ କରିଛନ୍ତି ଯାହାକି ସମସ୍ତ ଓଡିଶା ବସି ଙ୍କୁ ଖୁବ କଷ୍ଟ ଦେଇଛି |ତେବେ ମାତ୍ର କିଛି ଦିନ ତଳେ ଓଡ଼ିଶାର ଜଣେ ସୁପରିଚିତ ଗାୟିକା ତପୁ ମିଶ୍ର ଙ୍କ କରୋନା ରେ ଆକ୍ରାନ୍ତ ହେଇ ମୃତ୍ୟୁବରଣ କରିଥିଲେ

ତେବେ ଏହାର ମାତ୍ର କିଛି ଦିନ ପରେ ଓଡ଼ିଶାର ଆଉ ଜଣେ ସୁପରିଚିତ ଗାୟକ ଶକ୍ତି ମିଶ୍ର କରୋନା ରେ ଆକ୍ରାନ୍ତ ହେଇଥିଲେ ଓ ତାଙ୍କ ଫୁସ ଫୁସ ଆକ୍ରନ୍ତ ହେଇଥିବା ଜଣ ପଡିଛି |ସେ ବର୍ତମାନ ସମୟରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲ ରେ ଭର୍ତି ହେଇଛନ୍ତି |ତେବେ ବର୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ କରିବା ପାଇଁ ଅର୍ଥ ବାଧକ ସାଜିଛି |ପରିବାର ପାଖେ ଯେଉଁ କିଛି ଟଙ୍କା ଥିଲା ତାହା ବର୍ତମାନ ଶେଷ ହେଇଗଲାଣି |ତେବେ ଏହି ସମୟରେ ତାଙ୍କ ପୁଅ ଦିବ୍ୟଜ୍ୟୋତି ମିଶ୍ର ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି

ତେବେ ତାଙ୍କ ମେଡିକାଲ ଖର୍ଚ ବାବଦ କୁ ତାଙ୍କୁ ବର୍ତମାନ ସମୟରେ ୩୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି |ଯାହାକି କିଛି କିଛି ମାତ୍ରା ରେ ଆମେ ସାହାଯ୍ୟ କଲେ ଆମର ଅତି ପ୍ରିୟ ସିଙ୍ଗର ଶକ୍ତି ମିଶ୍ର ସୁସ୍ଥ ହେଇ ଘରକୁ ଫେରି ପାରିବେ ଓ ପୁଣି ଆମକୁ ଅନେକ ନୂଆ ଗୀତ ସେ ଶୁଣେଇ ପାରିବେ |ତେବେ ଏଠି ପାଇଁ ତାଙ୍କ ତାଙ୍କ ପୁଅ ନମ୍ବର ଆମେ ପ୍ରଦାନ କରୁଚୁ ଆପଣ ସେଥିରେ ସିଧାସଳଖ ଦେଇ ପାରିବେ କିମ୍ବା ଆପଣ milaap ରେ ମଧ୍ୟ ନିଜର ସାହାଯ୍ୟ ଦେଇ ପାରିବେ|କିମ୍ବା ଆପଣଙ୍କ ତାଙ୍କ Phone Pay/Google Pay ନମ୍ବର – 9861049180 ରେ ମଧ୍ୟ ସିଧାସଳଖ ଦେଇ ପାରିବେ | ତେବେ ତାଙ୍କୁ ବର୍ତମାନ ପ୍ରାୟ ୩୦ ରୁ ୩୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ବୋଲି ପରିବାର ତରଫ ରୁ କୁହା ଯାଇଛି |ତେବେ ଏହାକୁ ନିଶ୍ଚୟ ସେୟାର କରନ୍ତୁ

ତେବେ କିଛି ଦିନ ତଳେ ତପୁ ମିଶ୍ର ଙ୍କ ଅକାଳ ବିୟୋଗ ପରେ ସାରା ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଥିଲା ଯଦି ଆମର ପ୍ରିୟ ଗାୟିକା ତପୁ ବଞ୍ଚିବା ବେଳେ ସେତିକି ମନରୁ କିଛି ସାହାଯ୍ୟ କରିଥାନ୍ତେ ତେବେ ନିଶ୍ଚୟ ଆମେ ଜଣେ ସୁପରିଚିତ ଗାୟିକା ଙ୍କୁ ଅମ ଗହଣ ରେ ହରେଇ ନଥାନ୍ତେ |ଆପଣ ଲକ୍ଷ କରିଥିବେ ତପୁ ଙ୍କ ବିୟୋଗ ପରେ ସବୁ ଓଡ଼ିଆ କଳାକାର କିପରି ନିଜର ଦୁଃଖ ପ୍ରକାଶ କରିଥିଲେ | ତେବେ ସେ ବଞ୍ଚିବା ବେଳେ ସାହାଯ୍ୟ କାହିଁକି କରି ନଥିଲେ ?

ଜଣକ ବିୟୋଗ ପରେ କାନ୍ଦିବା କିମ୍ବା ସେ ଲୋକ ଙ୍କୁ ମାନେ ପକେଇବା ଯେତିକି ଗୁରୁତ୍ୱପୂର୍ଣ ତାଠାରୁ ୧୦୦ ଗୁଣ ଅଧିକ ଗୁରୁତ୍ୱ ସେ ବଂଚିବା ସମୟରେ ସାହାଯ୍ୟ କରିବା ଦରକାର | ଯଦି ସାରା ଓଡ଼ିଆ ଫିଲ୍ମ ଜଗତର କଳାକାର ଚାହିଁଥାନ୍ତେ ତେବେ କଣ ସରକାର ତାଙ୍କ କଥା ଶୁଣି ନଥାନ୍ତେ ?କିଛି କିଛି ସାହାଯ୍ୟ ନିଜେ କରିଥିଲେ ମଧ୍ୟ ତପୁ ହୁଏତ ବଂଚି ପାରିଥାନ୍ତେ କିନ୍ତୁ ତାଙ୍କ ମୃତ୍ୟୁ ପରେ କୁମ୍ଭୀର କାନ୍ଦଣା କାନ୍ଦିବାରେ କଣ ଲାଭ ?ବଂଚିବା ସମୟରେ ସେତିକି ମନ ବୃତି ଦେଇଥିଲେ ଜଣେ ଯୁବ ପ୍ରତିଭା ହୁଏତ ଆଜି ଜୀବିତ ଥାନ୍ତେ

ତେବେ ଏଠାରେ ସାରା ଫିଲ୍ମ ଜଗତ ଓ ଜଣ ସାଧାରଣ ଙ୍କୁ ଅନୁରୋଧ ଯଥାସମ୍ଭବ ନିଜ ସମ୍ବଳ ଅନୁସାରେ ଶକ୍ତି ମିଶ୍ର ଙ୍କ ପାଇଁ କିଛି କିଛି ସାହାଯ୍ୟ କରନ୍ତୁ ଓ ଦରକାର ପଡିଲେ ସରକାର ଙ୍କ ପାଖରେ ଏହି କଥା ପହଞ୍ଚେଇବା ପାଇଁ ଚେଷ୍ଟା ମଧ୍ୟ କରନ୍ତୁ |ଭଗବାନ କରନ୍ତୁ ସେ ଯଥାଶୀଘ୍ର ସୁସ୍ଥ ହେଇ ଘରକୁ ଫେରନ୍ତୁ |ବର୍ତମାନ ସମୟରେ ପ୍ରାୟଶ୍ଚିତ କରିବା ସମୟ ଆସିଛି ଶକ୍ତି ମିଶ୍ର ଙ୍କ ପରି ଜଣେ ସୁନାମଧନ୍ୟ ଗାୟକ ଙ୍କ ପାଇଁ ଆମ କର୍ତବ୍ୟ କରିବାର ସମୟ ଆସିଛି |ଶକ୍ତି ଙ୍କ ପାଇଁ କିଛି ସାହାଯ୍ୟ କରନ୍ତୁ ଓ ଭଗବାନ ଙ୍କ ପାଖେ ପ୍ରାଥନା କରନ୍ତୁ ଓ ଆଶା କରୁଚୁ ତପୁ ଙ୍କ ବିୟୋଗ ପରେ ଓଡ଼ିଆ ଫିଲ୍ମ ଜଗତ କିଛି ଶିକ୍ଷା ଲାଭ କରିଥିବା ଓ ସେହି ଭୁଲ ପୁନର୍ବାର ଦୋହରେଇବ ନାହିଁ

Leave a Reply

Your email address will not be published. Required fields are marked *