October 21, 2024

Odia Express

Here, There and Everywhere

OLA ଦେଲା ଦେଶକୁ ଏକ ବଡ ଉପହାର ମାତ୍ର ୧୫ ହଜାର ଦେଇକରି ଘରକୁ ନେଇ ଆସନ୍ତୁ ଶାନଦାର୍ ଇଲେକ୍ଟ୍ରିକ୍ ସ୍କୁଟର

ଦେଶରେ ଟ୍ୟାକ୍ସି ସର୍ଭିସ୍ ପ୍ରଦାନ କରୁଥିବା କମ୍ପାନୀ ଓଲା ଜଲଦି ହିଁ ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ଯାଉଛି, ଯେପରି ଆମେ ସମସ୍ତେ ଜାଣିଛେ କି ଓଲା ଇଲୋକ୍ଟ୍ରୋନିକ୍ ନିଜ ପ୍ରଥମ ଦୁଇ ଚକିଆ ଯାନକୁ ଲଞ୍ଚ କରିବାକୁ ପ୍ରସ୍ତୁତ କରିସାରିଛି, ସ୍କୁଟର ସହ କମ୍ପାନୀ ଏହା ନିର୍ଣ୍ଣୟ ନେଇଛି କି ସେ ଦୁନିଆଁର ବଡ ଚାର୍ଜିଙ୍ଗ୍ ନେଟୱର୍କ ବନାଇବ, କମ୍ପାନୀର କହିବା କଥା କି ଏହି ବର୍ଷ ଜୁଲାଇ ମାସରେ ନିଜ ସ୍କୁଟରକୁ ସେ ଲଞ୍ଚ କରିଦେବ, ଓ ତାଙ୍କର ସ୍କୁଟର ମାର୍କେଟକୁ ଆସିଯିବ ।

କମ୍ପାନୀ ଏବେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ୫୦୦ ଏକର କ୍ଷେତ୍ରରେ ସ୍କୁଟର ଫ୍ୟାକ୍ଟ୍ରି ଲଗାଇବାର ଘୋଷଣା କରିଛି, ଏଇ ଫ୍ୟାକ୍ଟ୍ରିରେ ସବୁ ବର୍ଷ ୧ କୋଟି ଇଲେକ୍ଟ୍ରିକ୍ ସ୍କୁଟର ତିଆରି କରାଯିବାର ଯୋଜନା ଅଛି, ଖରା ଦିନରେ ଏହାର ଆରମ୍ଭ ହେବାର ଆଶା ଅଛି, ଓଲା ଗତ ବର୍ଷରୁ ଘୋଷଣା କରିଦେଇଥିଲା କି ସେ ତାମିଲନାଡୁରେ ନିଜ ପ୍ରଥମ ଦୁଇ ଚକିଆ ବାହାନର ଫ୍ୟାକ୍ଟ୍ରି ଲଗାଉଛି, ଓଲାର ଅଧ୍ୟକ୍ଷ୍ୟ ସମୁହ ସିଇଓ କହିଲେ କି ଜୁନ୍ ପର୍ଯ୍ୟନ୍ତ ଫ୍ୟାକ୍ଟ୍ରିର ସବୁ କାମ ପୁରା କରିଦେବେ, ଓ ଏହି ବର୍ଷର ଶେଷ ପର୍ଯ୍ୟନ୍ତ ୨୦ ଲକ୍ଷ ୟୁନିଟ୍ ତିଆରି କରିବେ, ଆପଣଙ୍କୁ କହିଦେବୁ କି ଫ୍ୟାକ୍ଟ୍ରିର କାମ ଗତ ଜୁନ୍ ମାସରେ ଶେଷ ହୋଇଯାଇଥିଲା, ଏହି ମାସରେ ଓଲା ସ୍କୁଟର ମାର୍କେଟରେ ଆସିବା ଆରମ୍ଭ ହୋଈଯିବ ।

ଏବେ ଓଲାର ସିଇଓ ଭାବିଶ ଅଗ୍ରୱାଲ୍ ଫ୍ୟାକ୍ଟ୍ରିରେ ତିଆରି ସ୍କୁଟରର ରାଇଡ୍ ନେଲେ, ରାଇଡ୍ ନେବା ସହ ସେ ସ୍କୁଟରର ଫିଚରସ୍ ଓ ଡିଟେଲ୍ସ ବିଷୟରେ କହିଲେ, ସେ ସ୍କୁଟର୍ ରାଇଡ୍ କରିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ କଲେ, ଓଲା ତରଫରୁ ଗତ ବର୍ଷରୁ ଘୋଷଣା କରିଦିଆଯାଇଥିଲା, ଫ୍ୟାକ୍ଟ୍ରି ହେବାର ପରେ ସବୁ ବର୍ଷ ୨୦ ଲକ୍ଷ ସ୍କୁଟର ତିଆରି କରିବ, ଓ ଏହାକୁ ମାର୍କେଟରେ ଛାଡିବ, ଏହା ସହ ଓଲା ଦୁନିଆଁର ପ୍ରଥମ ଏମିତି କମ୍ପାନୀ ଯିଏକି ୨୦ ଲକ୍ଷ ସ୍କୁଟର ପ୍ରତିବର୍ଷ ବନାଇବ, ଓଲାର ଫ୍ୟାକ୍ଟ୍ରି ପ୍ରାୟ ୧୦ ହଜାର ଲୋକଙ୍କୁ ରୋଜଗାର ଦେବ ।

ଓଲା କମ୍ପାନୀ କହିଲେ କି ତାଙ୍କର ଚାର୍ଜିଙ୍ଗ୍ ନେଟୱର୍କ ଦୁନିଆଁର ସବୁଠାରୁ ବଡ ଚାର୍ଜିଙ୍ଗ୍ ନେଟୱର୍କ ହେବ, ସେ କହିଲେ କି ଆମର ହାଇପର୍ ଚାର୍ଜ ନେଟୱର୍କ ଏତେ ମଜବୁତ୍ କି କେବଳ ୧୮ ମିନିଟ୍ ରେ ବାହାନକୁ ୫୦ ପ୍ରତିଶତ ଚାର୍ଜ କରିଦେବ , ଏହି ଚାର୍ଜିଙ୍ଗ୍ ନେଟୱର୍କ ପ୍ରାୟ ୪୦୦ ସହରରେ ହେବ, ଯାହା ସହ ଏଥିରେ ଏକ ଲକ୍ଷ ଚାର୍ଜିଙ୍ଗ୍ ପଏଣ୍ଟ ଲଗାଯିବ, ସେମିତି ତ କମ୍ପାନୀ ଏବେ ପର୍ଯ୍ୟନ୍ତ ଦାମ୍ ବିଷୟରେ କିଛି ଖୁଲାସା କରିନାହିଁ, କିନ୍ତୁ ସୁତ୍ରରୁ ଜଣାଯାଏ କି ସ୍କୁଟର୍ ବଜାଜ୍ ର ଚେତକ୍ କୁ ଟକ୍କର ଦେବାକୁ ଯାଉଛି, ତେବେ ଏହା ବି ହୋଇପାରେ କି ଚେତକ୍ କମ୍ କିମ୍ବା ବରାବର ହୋଇଥିବ, କମ୍ପାନୀର କହିବା କଥାକି ଏହା ଭାରତର ସବୁଠାରୁ ଉନ୍ନତମାନର ସ୍କୁଟର୍ ହେବ, ଯାହାର ଦାମ୍ ୧ ଲକ୍ଷ ଟଙ୍କା ରଖାଯାଇପାରେ ।

Leave a Reply

Your email address will not be published. Required fields are marked *