October 24, 2024

Odia Express

Here, There and Everywhere

ଶ୍ରାବଣ ମାସରେ ଆମିଷ ଖାଇବା କାହିଁକି ଉଚିତ ନୁହେଁ ?ଆପଣ ଜାଣିଲେ ଖାଇବା ଦୂର କଥା ଆମିଷ ଖାଇବା କଥା ଭାବିବେନି ମଧ୍ୟ..

ଆମେ ଭଗବାନ ଶିବଙ୍କର ମହିମା ସହିତ ବହୁତ ଭଲ ଭାବରେ ପରିଚିତ।ସେ ନିଜର ଭକ୍ତଙ୍କ ସମସ୍ତ ଇଚ୍ଛା ପୁରଣ କରିଥାନ୍ତି।ଏହା ସହିତ ସେମାନଙ୍କର ଭକ୍ତମାନେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଗ୍ରହଣ କରିଥାନ୍ତି।ତେବେ ଏହା ପଛରେ ମଧ୍ୟ ଅନେକ କାହାଣୀ ରହିଛି।ତେବେ ଆମେ ସମସ୍ତେ ଶ୍ରାବଣ ମାସକୁ ଭଗବାନ ଶିବଙ୍କର ମାସ ରୂପରେ ଗ୍ରହଣ କରିଥାଉ।ଏହି ମାସରେ ଭଗବାନ ଶିବଙ୍କର ଅନେକ ପୂଜା ଅର୍ଚ୍ଚନା କରାଯାଇଥାଏ।ଏହି ମାସରେ ଭଗବାନ ଶିବଙ୍କର କୌଣସି ଭକ୍ତ ଆମିଷ ସେବନ କରନ୍ତି ନାହିଁ।

ଏହା ସହିତ ଭଗବାନ ଶିବଙ୍କର ଭକ୍ତମାନେ ଏହି ମାସରେ ପାଣି ଭାର ନେଇ ଭଗବାନ ଶିବଙ୍କ ନିକଟକୁ ଯାଇଥାନ୍ତି।ଏପରି ବିଶ୍ୱାସ ଅଛି କି ଏହି ମାସରେ ଆମିଷ ଭକ୍ଷଣ ନକରି ଭଗବାନ ଶିବଙ୍କର ଲିଙ୍ଗ ଉପରେ ପାଣି ଭାର ନେଇ ଢାଳିବା ଫଳରେ ଭଗବାନ ଶିବଙ୍କର କୃପା ପ୍ରାପ୍ତି ହୋଇଥାଏ।ଏହା ସହିତ ଭଗବାନ ଶିବ ନିଜର ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ କରିଥାନ୍ତି।ତେବେ ଭଗବାନ ଶିବଙ୍କର ଭକ୍ତମାନେ ଏହି ମାସରେ ଆମିଷ ଠାରୁ ସମ୍ପୂର୍ଣ୍ଣ ରୂପରେ ନିଜକୁ ଦୂରେଇ ରଖିଥାନ୍ତି।ଏହା ସହିତ ସେମାନେ ଏହି ମାସରେ ଶିବଙ୍କର ବହୁତ ଆରାଧନା କରିଥାନ୍ତି।

ତେବେ ଏପରି କିଛି କଥା ରହିଛି କି ଭଗବାନ ଶିବଙ୍କର ଭକ୍ତମାନେ ଏହି ମାସରେ ସମ୍ପୂର୍ଣ୍ଣ ରୂପରେ ଆମିଷ ଠାରୁ ଦୂରେଇ ରହିଥାନ୍ତି ତେବେ ଏହା ଉପରେ ପୁରାତନ ଯୁଗରେ ମୁନିଋଷି ମାନେ କିଛି ଅଲଗା ମତ ଦେଇଛନ୍ତି।ସେମାନଙ୍କର ମତରେ ଏହି ମାସରେ ଆମିଷ ଛାଡ଼ିବାର କିଛି ଅଲଗା ନିୟମ ରହିଛି।ସେମାନଙ୍କ ଅନୁସାରେ ଏହି ମାସରେ ଭଗବାନ ଶିବଙ୍କ ପାଇଁ ତାଙ୍କର ଭକ୍ତମାନେ। ଆମିଷ ଛାଡିଥନ୍ତି ଏହା ସହିତ ଅନ୍ୟ ସମସ୍ତ ଲୋକମାନେ ମଧ୍ୟ ଏହି ସମୟରେ ସମ୍ପୂର୍ଣ୍ଣ ରୂପରେ ଆମିଷ ଛାଡ଼ିବା ଆବଶ୍ୟକ।

କାରଣ ହେଉଛି ଏହି ସମୟ ହେଉଛି ଅଧିକାଂଶ ଜିବ ମାନଙ୍କର ମିଳନର ସମୟ।ସେଥିପାଇଁ ଏହି ସମୟରେ ଅଧିକାଂଶ ଯିବା ଗର୍ଭ ଧାରଣ କରିଥାନ୍ତି।ଏହା ଫଳରେ ସେମାନଙ୍କ ଶରୀରରେ ଏହି ସମୟରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ହୋଇଥାଏ ସେଥିପାଇଁ ଏହି ସମୟରେ ସେମାନଙ୍କର ମାଂସ ବିଲକୁଲ ମଧ୍ୟ ଖାଇବାର ଯୋଗ୍ୟ ହୋଇନଥାଏ।ସେଥିପାଇଁ ଏହି ସମୟରେ ସମସ୍ତେ ଆମିଷ ଭକ୍ଷଣ କରିବାରୁ ନିବୃତ ରହିବା ଆବଶ୍ୟକ।ଏହା ସହିତ ଆପଣ ଯଦି ଏହି ସମୟରେ ଆମିଷ ଖାଇଥାନ୍ତି ତେବେ ଆପଣ ବିଭିନ୍ନ ପ୍ରକାରର ରୋଗର ଶିକାର ହୋଇ ପାରନ୍ତି।

ସେଥିପାଇଁ ପ୍ରୟାସ କରନ୍ତୁ ଆପଣ ଶ୍ରାବଣ ମାସରେ ଯେପରି ବିଲକୁଲ ଆମିଷ ଭକ୍ଷଣ ନ କରନ୍ତି।ଆପଣ ଯଦି ଏହି ମାସରେ ଆମିଷର ସେବନ କରନ୍ତି ତେବେ ଆପଣଙ୍କୁ ବିଭିନ୍ନ ପ୍ରକାରର ଚର୍ମ ରୋଗ ହେବାର ସମ୍ଭାବନା ରହିଥାଏ ସେଥିପାଇଁ ଆପଣ ନିଜକୁ ଏହି ମାସରେ ଆମିଷ ଖାଇବାରୁ ନିଜକୁ ଦୂରେଇ ରଖନ୍ତୁ।ଏହା ସହିତ ଆପଣ ଅନ୍ୟ ମାନଙ୍କୁ ମଧ୍ୟ ଏହି ସମୟରେ ଆମିଷ ଖାଇବାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେବା ଆବଶ୍ୟକ।ଯାହା ଫଳରେ ସେମାନେ ନିଜର ଶରୀରକୁ ରୋଗମୁକ୍ତ ରଖି ପାରିବେ।

Leave a Reply

Your email address will not be published. Required fields are marked *