October 25, 2024

Odia Express

Here, There and Everywhere

ରାମାୟଣରେ ଲକ୍ଷ୍ମଣ ଙ୍କ ସ୍ତ୍ରୀ ଉର୍ମିଳାଙ୍କ ତ୍ୟାଗରେ ଯୋଡିହୋଇଥିବା ଘଟଣା ଯାହା ତାଙ୍କୁ ମହାନ ବନାଇଥାଏ – ଏହି କଥା ନିଶ୍ଚୟ ପଢନ୍ତୁ

ରାମାୟଣ ତ ଆପଣ ମାନେ ସମସ୍ତେ ଦେଖିଥିବେ ଏବଂ ଏହା ମଧ୍ୟ ଜାଣିଥିବେ ଦେବୀ ସୀତା ପୃଥିବୀରୁ ପ୍ରକଟ ହୋଇଥିଲେ ଏବଂ ଜନକ ରାଜା ତାଙ୍କୁ ନିଜ ପୁତ୍ରୀଙ୍କ ରୂପରେ ସ୍ୱୀକାର କରିଥିଲେ।ଏହି କଥା ହୁଏତ ବହୁତ କମ ଲୋକଙ୍କୁ ଜଣାଥିବକି ଦେବୀ ସୀତାଙ୍କ ପ୍ରକଟ ହେବାର କିଛି ସମୟ ପରେ ରାଜା ଜନକ ଏବଂ ତାଙ୍କ ପତ୍ନୀ ସୁନନ୍ୟା ଉର୍ମିଳା ନାମକ ତାଙ୍କର ଝିଅଙ୍କୁ ଜନ୍ମ ଦେଇଥିଲେ।ଭଗବାନ ଶ୍ରୀରାମ ଏବଂ ଦେବୀ ସୀତାଙ୍କ ବବିବାହ ଠିକ ହେବା ପରେ ତାଙ୍କ ସାନ ଭାଇ ମାନଙ୍କର ମଧ୍ୟ ବିବାହ ଠିକ ହୋଇଥିଲା।ଯେପରି ଲକ୍ଷ୍ମଣଙ୍କ ବିବାହ ଉର୍ମିଳାଙ୍କ ସହିତ, ଶତ୍ରୁଘନଙ୍କ ବିବାହ ସୁତକୀର୍ତିଙ୍କ ସହିତ ଏବଂ ଭରତଙ୍କ ବିବାହ ମାଣ୍ଡବୀଙ୍କ ସହିତ ହୋଇଥିଲା।ଯେତେବେଳେ ଭଗବାନ ଲକ୍ଷ୍ମଣ ତାଙ୍କ ବଡ଼ ଭାଇ ଏବଂ ଭାଉଜଙ୍କ ସହିତ ୧୪ ବର୍ଷ ବନବାସ ଯିବାକୁ ବାହାରିଲେ ତାଙ୍କୁ ଏହା ବୁଝି ଆସୁ ନଥିଲା ସେ ଏହି କଥା ତାଙ୍କ ପତ୍ନୀ ଉର୍ମିଳାଙ୍କୁ କିପରି କହିବେ?ଲକ୍ଷ୍ମଣଙ୍କୁ ଡର ଥିଲା ଯେ ଉର୍ମିଳା କାଳେ ସାଥିରେ ବନବାସ ଯିବାର ନିଷ୍ପତି ନେଇଯିବେ

କିନ୍ତୁ ଏହାପରେ ଭଗବାନ ଲକ୍ଷ୍ମଣ ସାହସ କରି ଉର୍ମିଳାଙ୍କୁ ବନବାସ ଯିବା କଥା କହିଥିଲେ।ସେ ଏହା କହିଥିଲେ ଭଗବାନ ଶ୍ରୀରାମ ତାଙ୍କ ପିତା ସମାନ ଅଟନ୍ତି ଏବଂ ଦେବୀ ସୀତା ତାଙ୍କ ମାତା।ଏଥିପାଇଁ ସବୁ ସମୟରେ ରାମ ଏବଂ ସୀତାଙ୍କ ସହିତ ରହି ତାଙ୍କର ରକ୍ଷା କରିବାକୁ ନିଜ ପରମ ଧର୍ମ ବତାଇଥିଲେ।ଏବଂ ଏହା ସହିତ ସେ ଉର୍ମିଳାଙ୍କୁ ତାଙ୍କ କର୍ତ୍ତବ୍ୟବିଷୟରେ ଜଣାଇ କହିଲେ ଏହି କଠିନ ସମୟରେ ତୁମକୁ ପୁରା ପରିବାର ସହିତ ଅଯୋଧ୍ୟା ନଗରୀର ଧ୍ୟାନ ରଖିବାକୁ ପଡିବ।ଯେତେବେଳେ ଲକ୍ଷ୍ମଣ ଉର୍ମିଳାଙ୍କୁ ସବୁ କଥା କହିଲେ ସେତେବେଳେ ଉର୍ମିଳା ତାଙ୍କ ପତିଙ୍କ କଥାର ସ୍ନମାନ କଲେ।

ଉର୍ମିଳା ଚାହୁନଥିଲେ ଯେ ସେ ତାଙ୍କ ସ୍ୱମୀଙ୍କ କର୍ତ୍ତବ୍ୟ ପାଳନରେ ବାଧା ହେବେ।ଏଥିପାଇଁ ସେ ଲକ୍ଷ୍ମଣଙ୍କୁ କହିଲେ ବନବାସର ୧୪ ବର୍ଷ ମଧ୍ୟରେ ସେ ନା ତାଙ୍କ ବିଷୟରେ ଭାବିବେ ନା ଚିନ୍ତା କରିବେ।ଉର୍ମିଳାଙ୍କ କଥା ପଛରେ ତର୍କ ଏହା ଥିଲା ଯେ ଭଗବାନ ଲକ୍ଷ୍ମଣ ସମ୍ପୂର୍ଣ୍ଣ ସମର୍ପଣ ଭାବନା ସହିତ ରାମଚନ୍ଦ୍ର ଏବଂ ସୀତାଙ୍କ ସେବା କରିପାରିବେ।

ଉର୍ମିଳା ଏହା ଚାହୁନଥିଲେ ଯେ ନିଦ ତାଙ୍କ ସ୍ୱାମୀଙ୍କୁ ନିକ କର୍ତ୍ତବ୍ୟ ପାଳନ କରିବାରୁ ରକୁ ବୋଲି ଏଥିପାଇଁ ସେ ନିଦ୍ରାଦେବୀଙ୍କ ଠାରୁ ତାଙ୍କ ସ୍ୱାମୀଙ୍କ ଭାଗର ନିଦ ମାଗିଦେଲେ।ପୌରାଣିକ କଥାରେ ଏହା ମଧ୍ୟ ବର୍ଣ୍ଣନା କରାଯାଇଛିଯେ ଲକ୍ଷ୍ମଣ ଯେତେବେଳେ ତାଙ୍କୁ ବନବାସ ଯିବା କଥା କହିବେ ସେ ଗହଣାରେ ସାଜିତ ହୋଇଥିବେ ଏବଂ ଏହା ଦ୍ୱାରା ଲକ୍ଷ୍ମଣ ତାଙ୍କ ଉପରେ କ୍ରୋଧିତ ହେବେ ଏବଂ ଏବଂ ବନବାସ ସମସ୍ୟରେ ତାଙ୍କୁ ମନେ ନପକାଇ ସମ୍ପୂର୍ଣ୍ଣ ସମର୍ପଣ ସହିତ ଶ୍ରୀରାମ ଏବଂ ଦେବୀ ସୀତାଙ୍କ ସେବା କରିବେ।ଏବଂ ଉର୍ମିଳା ଯାହା ଚାହୁଁଥିଲେ ତାହା ହେଲା।ଏବଂ ଲକ୍ଷ୍ମଣ କ୍ରୋଧିତ ହୋଇ ତାଙ୍କୁ ନିଜ ପତ୍ନୀ ମାନିବାରୁ ମନା କରିଦେଲେ।

ଏହି ୧୪ ବର୍ଷ ମଧ୍ୟରେ ଉର୍ମିଳା ଏହି କଥା କାହାକୁ କହିନଥିଲେ।ସେ ଚୁପଚାପ ଦୁଃଖ ସହୁଥିଲେ।ଯେତେବେକେ ଦେବୀ ସୀତା ବନବାସରୁ ଆସିଲେ ଦେବୀ ସୀତା ଏହି କଥା ଜାଣିପାରିଲେ ଏବଂ ଉର୍ମିଳାଙ୍କୁ ସବୁ କଥା କହିବାକୁ କହିଲେ।ଏହାପରେ ଉର୍ମିଳା ସବୁ ସତ୍ୟ କଥା କହିଲେ।ଏହାପରେ ଲକ୍ଷ୍ମଣଙ୍କୁ ତାଙ୍କ ପତ୍ନୀଙ୍କ ମହାନତା ବିଷୟରେ ଜଣାପଡିଲା ଏବଂ ସେ ନିଜର ଭୁଲ ସ୍ୱୀକାର କରିଲେ ଓ ଉର୍ମିଳାଙ୍କୁ କ୍ଷମା ମାଗିଲେ।

Leave a Reply

Your email address will not be published. Required fields are marked *