October 22, 2024

Odia Express

Here, There and Everywhere

ଯେବେ ଏହି ଅଭିନେତା ବାହାର କରି ଦେଇଥିଲେ ସନିଦେଓଲ ଙ୍କ ଏକ ଭୁଲ୍ , ଦେଇଥିଲେ ସେଥିପାଇଁ ଏକ ଶକ୍ତ ଚାପୁଡା

ବଲିଉଡ୍ ଅଭିନେତା ସନି ଦେଓଲ ଙ୍କୁ ବହୁତ ଗରମ ମିଜାଜର ଅଭିନେତା ବୋଲି ଜଣାଯାଏ , ସେ ଫିଲ୍ମରେ ଯେପରି ରିୟଲ ଲାଇଫ୍ ରେ ବି ବହୁତ ଆକ୍ରମକ ବ୍ୟକ୍ତିତ୍ୱ ଅଟନ୍ତି, କିନ୍ତୁ ଥରେ ବଲିଉଡ୍ ରେ ଏକ ଅଭିନେତା ସନିଙ୍କୁ ଏକ ଶକ୍ତ ଚାପୁଡା ଲଗାଇଦେଇଥିଲେ, ଓ ସେହି ଚାପୁଡା ଦେଇଥିବା ବ୍ୟକ୍ତି ଆଉ କେହି ନୁହନ୍ତି ତାଙ୍କ ବାପା ଧର୍ମେନ୍ଦ୍ର ହିଁ ଥିଲେ ।ଧର୍ମେନ୍ଦ୍ର ଏହି ଖୁଲାସା ଏକ ଟିଭି ଶୋର ସମୟରେ କରିଥିଲେ, ଏହି ସମୟରେ ଶୋରେ ସନିଦେଓଲ ଓ ବବି ଦେଓଲ ଓ ଧର୍ମେନ୍ଦ୍ର ତିନିଜଣ ଥିଲେ, ଯେବେ ଧର୍ମେନ୍ଦ୍ରଙ୍କୁ ପଚାରା ଗଲାକି କେବେ ସେ ସନି ଦେଓଲଙ୍କୁ ପିଟିଛନ୍ତି, ଏହାଉପରେ ଧର୍ମେନ୍ଦ୍ର ଦର୍ଶକଙ୍କୁ ଏକ ପୁରୁଣା କାହାଣୀ ସେୟାର୍ କଲେ, ଧର୍ମେନ୍ଦ୍ର କହିଲେ କି ସନି ଛୁଆବେଳରୁ ବହୁତ ଜିଦ୍ଦି ଥିଲେ

ଥରେ ସେ ଖେଳିବାର ଜିଦ୍ କରୁଥିଲେ, ଧର୍ମେନ୍ଦ୍ର ବହୁତଥର ମନା କରିବା ପରେ ବି ସେ ଖେଳନାପାଇଁ ଜିଦ୍ କରିବାକୁ ଲାଗିଲେ ଧର୍ମେନ୍ଦ୍ର ପରିଶେଷରେ ସେ ଖେଳନା କିଣିକରି ଦେଇଥିଲେ, ଏବେ ସନି ଓ ଧର୍ମେନ୍ଦ୍ର ଘରକୁ ଆସିସାରିଥିଲେ, ଓ ସନି ନିଜର ଥଟା ଆରମ୍ଭ କରିଦେଲେ, ସନି କିଛି ସମୟ ପରେ ତଙ୍କୁ ତାଙ୍କର ମଜାର ଦଣ୍ତ ମିଳିବାର ଥିଲା ।

ଏମିତି ହେଲା କି ସନି ଏହି ମଜା ମଜାରେ ଘରର କାଚ ଭାଙ୍ଗିଦେଇଥିଲେ, ଯେବେ ଏହି କଥା ଧର୍ମେନ୍ଦ୍ରଙ୍କୁ ଜଣାପଡିଲା ସେ ପ୍ରଥମେ ସନିଙ୍କୁ ଖୋଜିଲେ, କାରନାମା କରିବାପରେ ସନି ଲୁଚିଯାଇଥିଲେ, ଯେବେ ସନିଙ୍କୁ ଧର୍ମେନ୍ଦ୍ର ଖୋଜିନେଲେ, ତେବେ ସନିଙ୍କୁ ବହୁତ ଗାଳିକଲେ, ସେହି ସମୟରେ ସନି ବହୁତ ଡରିଯାଇଥିଲେ, ଓ ଦେଖିବାପରେ ସନିଙ୍କୁ ପିଟିଚାଲିଲେ, ଯାହାପରେ ଏହି କଥାହେମାମାଳିନୀନୁ ଜଣାପଡିଲା ତେବେ ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ପରସ୍ପର ଝଗଡା ହୋଇଗଲା ।

କହିଦେବୁ କି ସନିଙ୍କ ବୟସ ଏବେ ୬୩ ହୋଇସାରିଛି, ଏତେ ବର୍ଷ ପରେ ସେ ପୁରୁଣା କାହାଣୀ ଶୁଣିକରି ଅଡିୟନ୍ସ ଓ ସନି ଦେଓଲ ହସିପଡିଲେ, ତାହା ସହ ଆପଣଙ୍କୁ କହିଦେବୁ କି ସନିଙ୍କ ପ୍ରଥମ ସ୍ତ୍ରୀ ପ୍ରକାଶ କୌରଙ୍କ ପୁଅ ଅଟନ୍ତି, କିନ୍ତୁ ଧର୍ମେନ୍ଦ୍ର୍ ପ୍ରକାଶ କୌରଙ୍କୁ ଛାଡପତ୍ର ଦେଇଥିଲେ, ଓ ତାହାପରେ ବବି ଓ ସନି ହେମା ମାଳିନୀଙ୍କୁ ନିଜ ମା ବୋଲି ମାନିବାକୁ ଲାଗିଲେ ।

Leave a Reply

Your email address will not be published. Required fields are marked *