June 26, 2025

Odia Express

Here, There and Everywhere

ଆସିଲା ବର୍ଷାଦିନ – ଏହି ସମୟରେ ଡେଙ୍ଗୁର ଅସଲ କାରଣ ଓ ଏହାର ୧୦ଟି ଲକ୍ଷଣ ବିଷୟରେ ଜାଣନ୍ତୁ ଓ ସତର୍କ ରୁହନ୍ତୁ

1 min read

ସାଙ୍ଗମାନେ ଡେଙ୍ଗୁ ମଶା ମାନଙ୍କ ଦ୍ଵାରା ହୋଇଥାଏ ଓ ଏହା ଏକ ଭାଇରସ ଜନିତ ରୋଗ ଅଟେ।ଏହା ବର୍ଷା ଦିନ ମାନଙ୍କରେ ନିଜ ବଂଶ ବିସ୍ତାର କରିଥାଏ।ଯଦି କୌଣସି ମଶା କୌଣସି ଡେଙ୍ଗୁ ପୀଡିତ ବ୍ୟକ୍ତିକୁ କାମୁଡିବା ପରେ ଯଦି ଆପଣଙ୍କୁ କାମୁଡେ ତ ଏହା ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଡେଙ୍ଗୁ ରୋଗ କିପରି ସଂକ୍ରମିତ ହୋଇଥାଏ ଓ ଏହାର ଲକ୍ଷଣ ସବୁ କଣ ରହିଛି।ଯଦି ଆପଣଙ୍କ ଘର ପାଖରେ କିଛି ଖାଲି ସ୍ଥାନ ରହିଛି ଯେଉଁଥିରେ ପାଣି ଜମି ପାରିବ ସେଠାରେ ଡେଙ୍ଗୁ ସୃଷ୍ଟି କାରି ମଶା ମାନେ ଜନ୍ମ ନେଇଥାନ୍ତି।

ଏହି ମଶା ମାନେ ଆପଣଙ୍କୁ ଗୋଟିଏ ଥର କାମୁଡି ଆପଣଙ୍କୁ ଡେଙ୍ଗୁରେ ସଂକ୍ରମିତ କରିପାରନ୍ତି।ଏଥିପାଇଁ ଆପଣ କୌଣସି ସ୍ଥାନରେ ଲମ୍ବା ସମୟ ପର୍ଯ୍ୟନ୍ତ ପାଣି ରହିବାକୁ ଦିଅନ୍ତୁ ନାହିଁ।ବେଳେବେଳେ ଘରେ ଥିବା ବାସନ ଗୁଡ଼ିକ ମଧ୍ୟ ବିପଦ ପୂର୍ଣ୍ଣ ହୋଇଥାଏ।ଘରେ ପିଇବା ପାଣି ଓ ବାସନ ମାନଙ୍କୁ ଘୋଡାଇ ରଖନ୍ତୁ।ଯେବେ କୌଣସି ମଶା କୌଣସି ଡେଙ୍ଗୁ ପୀଡିତ ବ୍ୟକ୍ତିକୁ କାମୁଡିଥାଏ ଓ ପରେ ଆପଣଙ୍କୁ କାମୁଡେ ତ ଆପଣ ଦେଙ୍ଗୁରେ ପୀଡିତ ହୋଇପାରନ୍ତି।ଗୋଟିଏ ଥର ଡେଙ୍ଗୁ ହେବା ଦ୍ବାରା ଏହା ବାରମ୍ବାର ହେବାର ଆଶଙ୍କା ରହିଥାଏ।ଏଥିପାଇଁ ପ୍ରଥମ ଥର ହିଁ ଡେଙ୍ଗୁ ଠାରୁ ବଞ୍ଚିବା ଅନିବାର୍ଯ୍ୟ ଅଟେ।

ସାମାନ୍ୟ ଡେଙ୍ଗୁ ହେବା ଯୋଗୁଁ ପ୍ରାରମ୍ଭିକ ୩ ରୁ ୧୪ ଦିନ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଏ ନାହିଁ।ଏହାର ଲକ୍ଷଣ ୩ ରୁ ୧୪ ଦିନ ପରେ ଦେଖା ଦେଇଥାଏ।

୧: ଡେଙ୍ଗୁ ଜ୍ଵର ହେବା ଦ୍ବାରା ବ୍ୟକ୍ତିକୁ ଅଚାନକ ଥଣ୍ଡା ଲାଗିବା ସହିତ ଜ୍ଵର ମଧ୍ୟ ଆସିଥାଏ।

୨: ଜ୍ବରରେ ବ୍ୟକ୍ତିର ମୁଣ୍ଡରେ ଯନ୍ତ୍ରଣା ଲାଗି ରହିଥାଏ ଓ ଏହାସହିତ ମାଂସପେଶୀ ଓ ଆଣ୍ଠୁ ଗଣ୍ଠି ମାନଙ୍କରେ ମଧ୍ୟ ଯନ୍ତ୍ରଣା ଲାଗି ରହିଥାଏ।

୩:- ବହୁତ କମଜୋର ଲାଗିବା ସହିତ ଭୋକ ମଧ୍ୟ ହୁଏ ନାହିଁ।

୪:- ଜ୍ବରରେ ପିଡୀତ ବ୍ୟକ୍ତିକୁ କୌଣସି ଜିନିଷ ସ୍ଵାଦ ଲାଗେ ନାହିଁ।ତାର ମୁହଁର ସ୍ଵାଦ ଖରାପ ହୋଇଯାଏ।

୫:- ବ୍ୟକ୍ତିର ଗଳାରେ ହାଲକା ଦରଜ ରହିଥାଏ ଓ ରୋଗୀ ମାନସିକ ଓ ଶାରିରୀକ ରୂପରେ ଦୁର୍ବଳ ଅନୁଭବ କରିଥାଏ।

୬:- ଜ୍ବରରେ ରୋଗୀର ଶରୀରରେ ନାଲି ନାଲି ଦାଗ ଦେଖା ଦେଇଥାଏ।

୭:- ଡେଙ୍ଗୁର ଗମ୍ଭୀର ଅବସ୍ଥାରେ ରୋଗୀର ଆଖି ଓ କାନରୁ ରକ୍ତ ବାହାରିବାକୁ ଲାଗିଥାଏ।

୮:- ପୁରା ଶରୀରରେ ଯନ୍ତ୍ରଣା ହେବା ସହିତ ତ୍ଵଚା ଲାଲ ଓ ଗୋଲାପି ହୋଇଯାଇଥାଏ।

୯:- ଶରୀରର ତାପମାତ୍ରା ଅଚାନକ ବଢି ଯାଇଥାଏ।ବ୍ଲଡ଼ ପ୍ରେସର ମଧ୍ୟ ସାମାନ୍ୟ କମି ଯାଇଥାଏ।

୧୦:- ବେଳେବେଳେ ମାଢି ମାନଙ୍କରୁ ମଧ୍ୟ ରକ୍ତ ବାହାରିବାକୁ ଲାଗିଥାଏ।

Leave a Reply

Your email address will not be published. Required fields are marked *