October 24, 2024

Odia Express

Here, There and Everywhere

ମେହେନ୍ଦୀ ପତ୍ର ଲଗାଇବାର ଅନେକ ଲାଭ – ଏହି କଥା ଆପଣ ଆଗରୁ କେବେ ଜାଣି ନଥିବେ ଏବେ ଜାଣିଲେ ଖୁସି ରେ ନାଚିବେ..

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ମେହେନ୍ଦୀର ଏପରି ରହସ୍ୟ ବିଷୟରେ ଯାହା ଆପଣ ଆଗରୁ କେବେହେଲେ ଶୁଣିନଥିବେ।ହାତରେ ଲଗାଯାଉଥିବା ସୁନ୍ଦର ମେହେନ୍ଦୀକୁ ଆପଣ ନିଶ୍ଚିତ ଭାବରେ ଜାଣିଥିବେ।ଏହା ସହିତ ଜଦି ଆପଣ ଏହାର ଲାଭ ବିଷୟରେ ଆହୁରି ଜାଣିବେ ତେବେ ଆପଣ ଏହାକୁ ଆହୁରି ପସନ୍ଦ କରିବେ।ଏହା ଆପଣଙ୍କ ଶରୀର ଏବଂ ସୌନ୍ଦର୍ଯ୍ୟକୁ ଭଲ କରିବାରେ ବହୁତ ସାହାଯ୍ୟ କରିଥାଏ।

ତେବେ ଏହାର ଅନେକ ଲାଭ ମଧ୍ୟ ରହିଛି।ଏହି ସବୁ ଲାଭ ଗୁଡିକ ବିଷୟରେ ଜାଣିବାପାଇଁ ଆପଣ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ତଥ୍ୟ ଭଲ ଭାବରେ ଜାଣିପାରିବେ।ତେବେ ଡେରି ନକରି ଆସନ୍ତୁ ଜାଣିବା ଏହି ବିଷୟରେ।

ପ୍ରଥମ ଲାଭ ହେଉଛି ରକ୍ତ ସଫା କରିବା ପାଇଁ ଏହି ମେହେନ୍ଦୀକୁ ଔଷଧ ରୂପରେ ବ୍ୟବହାର କରାଯାଇପାରିବ।ଏଥିପାଇଁ ଆପଣ ପ୍ରତିଦିନ ରାତିରେ ମେହେନ୍ଦୀକୁ ପାଣିରେ ଭିଜାଇ ରଖନ୍ତୁ ଏବଂ ଏହାପରେ ତାହାକୁ ଛାଣିକରି ପ୍ରତିଦିନ ଛାଣିକରି ପିଅନ୍ତୁ।ଏହାପରେ ଦ୍ୱିତୀୟ ଲାଭ ହେଉଛି ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠିରେ ଦରଜ ହେଉଥାଏ ତେବେ ତାହା ଅତ୍ୟନ୍ତ ଭୟଙ୍କର ହୋଇଥାଏ।ଏବଂ ଆପଣଙ୍କୁ ମଧ୍ୟ ଅଧିକ ଦରଜ ସହିବାକୁ ପଡିଥାଏ।ଯଦି ଏହି ସମସ୍ୟାରେ ଆପଣ ଚିନ୍ତିତ ଅଛନ୍ତି ଏବେ ମେହେନ୍ଦୀ ପତ୍ର ଦ୍ୱାରା ଏହା ଭଲ ହୋଇଜାଇଥାଏ।

ଏଥିପାଇଁ ଆପଣ ମେହେନ୍ଦୀର ପତ୍ରକୁ ଆଣି ଏବଂ ଏହା ସହତ ସମାନ ମାତ୍ରାରେ ଅଏଣ୍ଡିର ପତ୍ର ମିଶାଇ ପେଷି ଦିଅନ୍ତୁ ଏବଂ ଏହା ପରେ ଏହି ମିଶ୍ରଣ ପ୍ରସ୍ତୁତ ହୋଇଯିବ।ଏବଂ ଏହା ପ୍ରସ୍ତୁତ ହେବା ପରେ ଏହି ମିଶ୍ରଣକୁ ହାଲ୍କା ଗରମ କରି ଦରଜ ହେଉଥିବା ସ୍ଥାନରେ ଲେପ କରନ୍ତୁ।ଏହାଦ୍ୱାରା ଆପଣଙ୍କ ଆଣ୍ଠୁ ଗଣ୍ଠି କିମ୍ବା ଜଙ୍ଘରେ ହେଉଥିବା ଦରଜ ଅତି ସହଜରେ ଭଲ ହୋଇଜାଇଥାଏ।

ଏହାପରେ ତୃତୀୟରେ ହେଉଛି ମୁଣ୍ଡ ବିନ୍ଧା କିମ୍ବା ଦରଜ ଭଳି ସମସ୍ୟା ପାଇଁ ମଧ୍ୟ ମେହେନ୍ଦୀ ଏକ ବହୁତ ଭଲ ବିକଳ୍ପ ଅଟେ।ଏଥିପାଇଁ ଆପଣ ଥଣ୍ଡା ଥିବା ମେହେନ୍ଦୀ ଆଣି ମୁଣ୍ଡରେ ଲଗାଇଲେ ଏଥିରୁ ଆପଣଙ୍କୁ ଲାଭ ମିଳିଥାଏ।ଏହାପରେ ଚତୁର୍ଥରେ ହେଉଛି ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନ ଜଳିଯାଇଥାଏ ତେବେ ମେହେନ୍ଦୀର ପତ୍ର ନେଇ ତାହାକୁ ପେଷି ଏକ ଲେପ ତିଆରି କରନ୍ତୁ।ଏହାପରେ ଆପଣ ନେଇ ସେହି ଲେପକୁ ଜଳିଯାଇଥିବା ସ୍ଥାନରେ ଲଗାଇବା ଦ୍ୱାରା ଆପଣଙ୍କ ସେହି ସ୍ଥାନ ବହୁତ ଜଲଦି ଭଲ ହୋଇଜାଇଥାଏ।

ପଞ୍ଚମରେ ହେଉଛି ମେହେନ୍ଦୀ ପତ୍ର ଗୁଣ୍ଡରେ ଦହି, ଅଁଳା ପାଉଡର ଏବଂ ମେଥି ପାଉଡର ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ।ଏହାପରେ ସେହି ମିଶ୍ରଣକୁ ଚୁଟିରେ ଲଗାନ୍ତୁ।ଏକରୁ ଦୁଇ ଘଣ୍ଟା ସେହି ମିଶ୍ରଣକୁ ଚୁଟିରେ ରଖିବାପରେ ଚୁଟିକୁ ଧୋଇ ଦିଅନ୍ତୁ।ଏହା କରିବା ଦ୍ୱାରା ଆପଣଙ୍କ ଚୁଟି କଳା ଘନ ଏବଂ ଚମକଦାର ରହିବ।

ଏହାସହିତ ମେହେନ୍ଦୀର ଉପଯୋଗ ଶରୀରରେ ବଢିଯାଇଥିବା ଗରମକୁ କମ କରିବାରେ ମଧ୍ୟ ଉପଯୋଗ କରାଯାଇପାରେ।ମେହେନ୍ଦୀ ଲଗାଇବା ଦ୍ୱାରା ଶରୀରର ଗରମ କମ ହୋଇଥାଏ।ଏହା ମଧ୍ୟ ଶରୀରର ଗରମକୁ ଦୂର କରିବାରେ ସାହାଯ୍ୟ କରିଥାଏ।ତେବେ ଏହା ଥିଲା ମେହେନ୍ଦୀର ଅନେକ ଲାଭ।

Leave a Reply

Your email address will not be published. Required fields are marked *