October 28, 2024

Odia Express

Here, There and Everywhere

ଗଳାରେ ଲାଗିଥିବା ମାଛ କଣ୍ଟା ବାହାର କରିବାର ସହଜ ଉପାୟ – ଯଦି ତଣ୍ଟିରେ ମାଛ କଣ୍ଟା ଥକି ଯାଏ ତେବେ କଣ କରିବା ଉଚିତ ଜାଣି ନିୟନ୍ତୁ

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଯଦି ମାଛର କଣ୍ଟା ଆପଣଙ୍କ ଗଳାରେ ଅଟକି ଯାଏ ତେବେ କଣ କରିବେ?ଏହାର ଉପାୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ଉପାୟ ଭଲ ଭାବରେ ଜାଣିପାରିବେ ଏବଂ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।ସାଙ୍ଗମାନେ ମାଛ ପ୍ରାୟତଃ ସମସ୍ତ ମାଂସହରି ବ୍ୟକ୍ତିଙ୍କ ଘରେ ତିଆରି ହୋଇଥାଏ।ଓ ଏହା ଭାରତର ସମସ୍ତ ପ୍ରାନ୍ତରେ ଖିଆ ଯାଇଥାଏ।ଏହାକୁ ଲୋକମାନେ ଖୁବ ମଜା ନେଇ ଖାଇଥାନ୍ତି ଏବଂ ମାଛ ଖାଇବା ମଧ୍ୟ ଦରକାର କାରଣ ଏଥିରେ ଭିଟାମିନ, ପ୍ରୋଟିନ, ଓମେଗା ୩ ଆଦି ଅନେକ ପୋଷକତତ୍ୱ ରହିଥାଏ।

କିନ୍ତୁ ମାଛ ମଧ୍ୟରେ କଣ୍ଟା ଥିବା କାରଣରୁ ଅନେକ ଲୋକ ଏହାକୁ ଖାଇବାରେ ଅସୁବିଧାରେ ମଧ୍ୟ ସମ୍ମୁଖିନ ହୋଇଥାନ୍ତି।ଯଦି କୌଣସି ଛୋଟ ପିଲା ମାଛ ଖାଇ ନଥାଏ ତେବେ ଏହାର କାରଣ ଥାଏଯେ ତାକୁ କଣ୍ଟାରୁ ଡର ଲାଗିଥାଏ।ଆଜି କଲି ଲୋକ ବିନା କଣ୍ଟା ଥିବା ମାଛକୁ ମଧ୍ୟ ପସନ୍ଦ କରିଥାନ୍ତି।କିନ୍ତୁ ଅଧିକାଂଶ ମାଛ ମଧ୍ୟରେ କଣ୍ଟା ନିଶ୍ଚିତ ଭାବରେ ରହିଥାଏ।ଯଦି ଆପଣ ମାଛ ଖାଇଥାନ୍ତି ତେବେ ଅନେକ ଥର ଆପଣଙ୍କ ସହିତ ଏହା ହୋଇଥାଏଯେ ମାଛର କଣ୍ଟା ଆପଣଙ୍କ ଗଳାରେ ଅଟକି ଯାଇଥାଏ।

ଯଦି କୌଣସି କାରଣରୁ ମାଛର କଣ୍ଟା ଆପଣଙ୍କ ମୁହଁରେ କିମ୍ବା ଗଳାରେ ଅଟକି ଯାଇଥାଏ ତେବେ ବହୁତ ଅସୁବିଧା ହୋଇଥାଏ।ଏବଂ ଆପଣ ନିଜର ଛେପ ମଧ୍ୟ ଗିଳିପରି ନଥାନ୍ତି।ଏବଂ ଆପଣଙ୍କୁ ବାରମ୍ବାର ଏହା କରିବାର ମନ କରିଥାଏ।ଓ ଏହା ପରେ ଆପଣ କିଛି ଖାଇ ମଧ୍ୟ ପାରନ୍ତି ନାହିଁ।ଯଦି ଆପଣଙ୍କ ଖାଦ୍ୟ ନଳୀରେ ମାଛ କଣ୍ଟା ଅଟକିଯାଇଥାଏ ତେବେ ଆପଣଙ୍କୁ ଟେନସନ ନେବାର ଅଵଶ୍ୟକତା ନାହିଁ।ଆଜି ଆମେ ଆପଣଙ୍କୁ ମାଛର କଣ୍ଟା ଗଳାରେ ଅଟକିଗଲେ କିପରି କାଢ଼ିବେ ତାହାର ଉପାୟ ବତାଇବାକୁ ଯାଉଛୁ।

ପ୍ରଥମ ଉପାୟ ହେଉଛି ଆପଣ ଭାତର ହାତରେ ଗୋଲା ତିଆରି କରନ୍ତୁ ଏବଂ ସେହି ଶୁଖିଲା ଗୋଲାକୁ ଢ଼ୋକିଦିଅନ୍ତୁ।ଏବଂ ଏହି ପରି ଦୁଇରୁ ତିନି ଥର କରନ୍ତୁ।ଏହା ଦ୍ବାରା ମାଛର କଣ୍ଟା ଆପଣଙ୍କ ପେଟ ମଧ୍ୟକୁ ଚାଲିଯାଇଥାଏ।ଦ୍ୱିତୀୟ ଉପାୟରେ ଯଦି ଆପଣଙ୍କ ଘରେ ସେତେବେଳେ ଭାତ ନଥାଏ ତେବେ ଶୁଖିଲା ରୁଟିକୁ ଅଳ୍ପ ଚୋବାଇ ଢ଼ୋକି ଦିଅନ୍ତୁ।ଏହା ଦ୍ୱାରା ମଧ୍ୟ ଗଳାରୁ ମାଛ କଣ୍ଟା ବାହାରି ପେଟ ମଧ୍ୟକୁ ଚାଲିଯାଇଥାଏ।

ଏହାପରେ ତୃତୀୟ ଉପାୟ ହେଉଛି ଯଦି ଆପଣଙ୍କ ଗଳାରେ ମାଛର କଣ୍ଟା ଅଟକିଯାଇଥାଏ ତେବେ ଆପଣ କଦଳୀର ଛୋଟ ଖଣ୍ଡ ବିନା ଚୋବାଇ ଗିଳିଦିଅନ୍ତୁ।ଏହା ଦ୍ୱାରା ମଧ୍ୟ ଆପଣଙ୍କ ଗଳାରେ ଅଟକିଥିବା କଣ୍ଟା ବାହାରିଯାଇଥାଏ।ଯଦି ଏହାଦ୍ୱାରା ମଧ୍ୟ ଗଳାରେ ଅଟକିଥିବା କଣ୍ଟା ବାହାରି ନଥାଏ ତେବେ ଛାଡି ଦିଅନ୍ତୁ।ଦୁଇରୁ ତିନି ଘଣ୍ଟା ମଧ୍ୟରେହିଁ ବାହାରି ଯିବ।ତେବେ ଏହା ଥିଲା କିଛି ସହଜ ଉପାୟ ଯାହାଦ୍ୱାରା ଆପଣଙ୍କ ଗଳାରେ ଅଟକିଥିବା କଣ୍ଟା ସହଜରେ ବହାରିଯାଇଥାଏ।

Leave a Reply

Your email address will not be published. Required fields are marked *