October 22, 2024

Odia Express

Here, There and Everywhere

ଗୋଟେ ପରିବାରରେ ଅଛନ୍ତି ୫ ଜଣ ପୋଲିସ୍ କନେଷ୍ଟବଳ, ଓ ୮ଜଣ ନ୍ୟାଶାନାଲ୍ ପ୍ଲେୟାର୍, ଗୋଟେ ପରିବାରରୁ ଏହି ୧୩ ଜଣ ଝିଅମାନେ ପୁରା ଗାଁର ନାଁ ଉଜ୍ଜଳ୍ କଲେ

1 min read

କୁହନ୍ତି ନା କାହାର ହୋସଲାକୁ କେବେ କଏଦ୍ କିମ୍ବା ବନ୍ଦ କରାଯାଇପାରିବ ନାହିଁ, ସେହି ପ୍ରକାର ଏହି କଜିନ୍ ସିଷ୍ଟର୍ସ ମାନେ ତାହା କରି ଦେଖାଇଛନ୍ତି, ଏମାନେ ସମସ୍ତେ ଗୋଟେ ପରିବାରର ଅଟନ୍ତି, ଓ ଗୋଟେ କୁଟୁମ୍ବର ଅଟନ୍ତି, ଯିଏକି ନିଜ ପରିଶ୍ରମ ଓ ଲଗନରୁ ଏହି ସଫଳତା ହାସିଲ୍ କରିଛନ୍ତି ଓ ନିଜ ଗାଁର ନାଁକୁ ଗୌରବାନ୍ୱିତ କରିଛନ୍ତି, ଏହି କାହାଣୀ ରାଜସ୍ଥାନର ଚୁରୁ ଜିଲ୍ଲାର ଏକ ଗାଁର ଅଟେ ଯେଉଁଠି ଝିଅମାନେ କମାଲ୍ କରିଦେଖାଇଛନ୍ତି, ଏମାନେ ଚୌଧୁରୀ ପରିବାରରୁ ଅଟନ୍ତି । ଏହି ପରିବାରର ୮ ଜଣ ଝିଅମାନେ ଆଥଲେଟିକ୍ସ ରେ ନିଜ ପରିଚୟ ବନାଇସାରିଛନ୍ତି, ଓ ଏହି ୮ ଜଣ ଝିଅ ପରିବାରର ୩ ଭାଇଙ୍କ ଝିଅ ଅଟନ୍ତି, ସେ ନିଜ କ୍ଷେତକୁ ହିଁ ମଇଦାନ କରିଦେଲେ, ଯେଉଁଠି ଏହି ଲୋକ କଡା ପରିଶ୍ରମ କଲେ,ଓ ପରିବାରର ସହ ପୁରା ଗାଁ ନାଁ ଉଜ୍ଜାଳ କଲେ । ଏକ ମିଡିଆ ରିପୋର୍ଟ ଅନୁସାରେ ଏହି ଗାଁର ଏକ ଉତ୍ତମ ପୁରୁଷ ଏହା କହିଲେ କି ଏହି ଝିଅଙ୍କ କାରଣରୁ ଆମେ ନିଜ ଗାଁକୁ ଗର୍ବ କରୁ, ସେ ଏହା ବି କହିଲେ କି ଆମର ଗାଁରେ ଚୌଧୁରୀ ପରିଆର ଏକ ଏମିତି ପରିବାର ଅଟେ ଯେଉଁପରିବାରରେ ୮ ଜଣ ଝିଅ ଆଥଲେଟ୍ସରେ ନାଁ କମାଇକରି ସବୁ ଝିଅଙ୍କର ମନୋବଳକୁ ବଢାଇଛନ୍ତି, ଏବେ ଅଧିକାରୁ ଅଧିକା ଝିଅ ଗର୍ଭମେଣ୍ଟ ଜବ୍ ଜଏନ୍ କରି ସମାଜସେବାରେ ଲଗିଛନ୍ତି

୧) ସରୋଜ ଯିଏ ୩୦ ଟି ଗୋଲଡ୍ ମେଡାଲ୍ ଜିତିସାରିଛନ୍ତି- ଦେବକରଣ ଚୌଧୁରୀ ଯିଏ ଚାଷ କରିବା ସହ ଛେଳି ମେଣ୍ତା ଚରାନ୍ତି, ତାଙ୍କ ଝିଅ ଙ୍କ ନାଁ ସରୋଜ ଅଟେ, ସରୋଜ ପୋଷ୍ଟ ଗ୍ରାଜୁଏଟ୍ ଅଟନ୍ତି, ସେ ରାଜ୍ୟ ଲେବୁଲ୍ ରକମ୍ପିଟିସନ୍ ରେ ୩୦ ରୁ ଅଧିକା ସଂଖ୍ୟାର ଗୋଲଡ୍ ମେଡାଲ୍ ନିଜ  ନାଁରେ କରିସାରିଛନ୍ତି, ଖେଳରେ ସେ ପ୍ରାୟ ୧୦ ବର୍ଷରୁ ସକ୍ରିୟ ଅଛନ୍ତି, ଏମିତି ନୁହେଁ କି ସରୋଜ ଏବେ ପରିବାରକୁ ସଂମ୍ଭାଳିପାରିନାହାନ୍ତି, ବରଂ ରାଜସ୍ଥାନର ଜଣେ ପୋଲିସ୍ କନେଷ୍ଟେବଳ ହୋଇ ଲୋକଙ୍କୁ ଧ୍ୟାନ ରଖୁଛନ୍ତି ।

୨) ସୁମନ୍ ଯିଏ ରାଷ୍ଟ୍ରିୟ ସ୍ତରରେ ଜଣେ ମହିଳା ଆଥଲେଟ୍ସ ଅଛନ୍ତି- ସୁମନ୍ ଚୌଧୁରୀ ବି ଦେବକରନ ଚୌଧୁରୀଙ୍କ ଝିଅ ଅଟନ୍ତି, ସେ ସରୋଜଙ୍କ ଠାରୁ ବଡ ଅଟନ୍ତି, ସେ ଏମ୍ ଏ ପ୍ରବେଶ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଛନ୍ତି, ସରୋଜ ରାଷ୍ଟ୍ରିୟ ସ୍ତରରେ ଆଥଲେଟ୍ସର୍ ନିଜ ଦକ୍ଷତା ଦେଖାଇସାରିଛନ୍ତି।

୩) କମଲେଶ୍ ଯିଏ ୬ ଥର ଷ୍ଟେଟ୍ ଲେବୁଲ୍ ରେ ମେଡାଲ୍ ଜିତିସାରିଛନ୍ତି – କମଲେଶ୍ ଚୌଧୁରୀ ବି ଦେବକରନ୍ ଙ୍କ ଝିଅ ଅଟନ୍ତି, ସେ ଗ୍ରାଜୁଏସନ୍ କରିଛନ୍ତି, କମଲେଶ୍ ଷ୍ଟେଟ୍ ଓ ନ୍ୟାଶାନାଳ୍ ଲେବୁଲ୍ ର ପ୍ଲେୟାର୍ ରହିସାରିଛନ୍ତି, ସେ ଷ୍ଟେଟ୍ ଲେବୁଲ୍ ରେ ୬ ଥର ମେଡାଲ୍ ଜିତିକରି ନିଜ ପରିବାର ନାଁକୁ ଉଜ୍ଜାଳ କରିଛନ୍ତି, ଏବେ ସେ ପୋଲିସ୍ କନେଷ୍ଟେବଳ ପଦରେ ନିଜ କାର୍ଯ୍ୟଭାର ସଂମ୍ଭାଳୁଛନ୍ତି ।

୪) କୈଳାସ କୁମାରୀ ଯିଏ ସିଆଇଡି ସିବିରେ ଅଛନ୍ତି କନେଷ୍ଟବଳ- କୈଳାସଙ୍କ ବାପାଙ୍କ ନାଁ ଶିଶୁପାଳ ଚୌଧୁରୀ ଅଟେ, ସେ ଗ୍ରାଜୁଏସନ୍ ପାଠପଢିଛନ୍ତି, କୈଳାସ ନିଜ ଭଉଣୀଙ୍କ ପରି ରାଷ୍ଟ୍ରିୟ ସ୍ତରରେ ଖେଳିସାରିଛନ୍ତି, ସେଏବେ ସିଆଇଡି ସିବିରେ କନେଷ୍ଟବଳ ରୁପରେ କାର୍ଯ୍ୟଭାର ସଂମ୍ଭାଳୁଛନ୍ତି ।

୫) ସୁଦେଶ ଯିଏ ପୋଲିସ୍ କନେଷ୍ଟବଳ ଅଛନ୍ତି- ସୁଦେଶ ବି ଶିଶୁପାଳଙ୍କ ଝିଅ ଅଟନ୍ତି, ସେ ବି ଗ୍ରାଜୁଏଟ୍ ଅଟନ୍ତି, ସୁଦେଶ୍ ନିଜ ଭଉଣୀଙ୍କ ପରି ଅଟନ୍ତି, ସେ ଷ୍ଟେଟ୍ ଲେବୁଲ୍ ରେ ଆଥଲେଟ୍ସ କମ୍ପିଟିସନ୍ ରେ ଭାଗ୍ ନେଇସାରିଛନ୍ତି, ବର୍ତ୍ତମାନ ସେ ପୋଲିସ୍ କନେଷ୍ଟବଳ ଅଛନ୍ତି ।

୬) ନିଶା ଯିଏ ୨୦ ଟି ପଦକ ଜିତିସାରିଛନ୍ତି- ନିଶା ଶିଶୁପାଳଙ୍କ ଝିଅ ଅଟନ୍ତି, ସେ ଗ୍ରାଜୁଏସନ୍ ଡିଗ୍ରୀ ହାସିଲ୍ କରିଛନ୍ତି, ସେ ରାଷ୍ଟ୍ରିୟ ସ୍ତରରେ ପ୍ରତିଯୋଗିତାରେ ଭାଗନେଇଥିଲେ, ଏତିକି ନୁହେଁ ନିଶା ଷ୍ଟେଟ୍ ଲେବୁଲ୍ ରେ ୨୦ ଟି ପଦକ ନିଜ ନାଁରେ କରିସାରିଛନ୍ତି ।

୭) ପୁଜା ଯିଏ ୫ ଟି ମେଡାଲ୍ ଜିତିଛନ୍ତି- ପୁଜା ଶିଶୁପାଳଙ୍କ ଝିଅ ଅଟନ୍ତି, ସେ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ପାଠପଢିଛନ୍ତି, ପୁଜା ବି ଷ୍ଟେଟ୍ ଲେବୁଲ୍ ରେ ୫ ଟି ମେଡାଲ୍ ଜିତିସାରିଛନ୍ତି ।

୮) ସୁମିତ୍ରା ଯିଏ ଆର୍ ଏସିରେ କନେଷ୍ଟବଳ ଅଛନ୍ତି – ସୁମିତ୍ରା ରାମସ୍ୱରୁପଙ୍କ ଝିଅ ଅଟନ୍ତି, ସେ ବିଇଡିକରିଛନ୍ତି, ଓ ଏହା ସେ ବି ଷ୍ଟେଟ୍ ଲେବୁଲ୍ ରେ ଖେଲିସାରିଛନ୍ତି, ୨ ପଦକ ଜିତିଛନ୍ତି, ସୁମିତ୍ରା ଏବେ ଆର୍ ଏସିରେ କନେଷ୍ଟବଲ ପଦରେ କାର୍ଯ୍ୟରତ ଅଛନ୍ତି, ନିଜ ପରିଶ୍ରମରୁ ସଫଳାତା ହାସିଲ୍ କରି ପରିବାର ସହ୍ ନିଜ ଗାଁ ନାଁ ଉଜ୍ଜଳ କରିଥିବା ଏହି ସବୁ ଭଉଣୀଙ୍କୁ ବଧାଇ ଦେଇକରି ଏମାନଙ୍କ ସାହାସକୁ ସଲାମ୍ କରୁଛୁ, ତେବେ ଏହା ଥିଲା ଏମାନଙ୍କ ସଫଳତାର କାହାଣୀ, ଯାହାର ମାଧ୍ୟମରେ ଆମ ଦେଶର ଯୁବା ଯୁବତୀ ପ୍ରେରିତ ହେବେ ।

Leave a Reply

Your email address will not be published. Required fields are marked *