October 24, 2024

Odia Express

Here, There and Everywhere

ଘରେ ଘରେ ୱାସିଙ୍ଗ୍ ପାଉଡର୍ ବିକ୍ରି କଲେ, ଆଜି ତାଙ୍କର ଟର୍ଣ୍ଣଓଭର୍ ୫୦ କୋଟି ଡଲାରରୁ ଅଧିକା ଅଛି…

ଆଜିର ଆର୍ଟିକିଲରେ ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ସତ କାହାଣୀ କହିବାକୁ ଯାଉଛୁ । ଯିଏକି ବିପରୀତ ପରିସ୍ଥିତିରୁ ବାହାରିକରି ନିଜ ଭାବନା ଓ ଜଜବାକୁ ନିଜ ସ୍ୱପ୍ନ ଓ ନିଜ ମଞ୍ଜିଲ୍ କୁ ହାସିଲ୍ କରି ସଫଳତାର ଶିଖର ଛୁଇଁଲେ, ଏମିତି କେହି ବ୍ୟକ୍ତି ଥିବ, ଯିଏ ନିରମା ୱାସିଙ୍ଗ୍ ପାଉଡର୍ ବିଷୟରେ ଜାଣିନଥିବ , କିନ୍ତୁ ଆଜି ଆମେ ଆପଣଙ୍କୁ ନିରମା ପାଉଡର୍ ସଫଳତା ପଛରେ ଯେଉଁ ବ୍ୟକ୍ତିର ହାତ ଅଟେ, ତାଙ୍କର ନାଁ ଅଟେ କରସନଭାଇ ପଟେଲ୍ ଯିଏକି ଜୀବନରେ ନିଜ ବଡ ଭାବନା, ପରିଶ୍ରମ, ଓ ଲଗନ୍ ଦ୍ୱାରା ତଳୁ ଉଠିକରି ଉପରକୁ ସଫଳତା ହାସିଲ୍ କଲେ , ଓ ପୁରା ଦୁନିଆଁରେ ଏକ ମିଶାଲ୍ କାୟମ୍ କରିଲେ ,କରସନଭାଇ ପଟେଲଙ୍କ ଜନ୍ମ ଏକ ଚାଷୀ ପରିବାରରେ ହୋଇଥିଲା, ତାଙ୍କର ପ୍ରାରମ୍ଭିକ ଶିକ୍ଷା ମେହସାନା ସ୍ଥାନୀୟ ସ୍କୁଲରେ ହୋଇଥିଲା । ଓ ତାପରେ ୨୧ ବର୍ଷରେ ନିଜ ସ୍ନାତକ ବିଏସ୍ ସି କେମେଷ୍ଟ୍ରି ରୁ ପୁର୍ଣ୍ଣ କରିଥିଲେ

ନିଜ ସ୍ନାତକ ପୁରା କରିବାପରେ ସେ ଅହମଦାବାଦ୍ ସ୍ଥିତ ନ୍ୟୁ କଟନ୍ ମିଲ୍ସରେ ଲ୍ୟାବ୍ ଆସିଷ୍ଟାଣ୍ଟ ପଦରେ ଚାକିରି କରିବା ଆରମ୍ଭ କରିଥିଲେ , କିଛି ସମୟ ପରେ ଚାକିରି ଛାଡିକରି ଗୁଜୁରାଟ ସରକାରଙ୍କ ଖନନ ଓ ଏବଂ ଭୁବିଜ୍ଞାନ ବିଭାଗରେ ଚାକିରି କରିବା ଆରମ୍ଭ କରିଦେଲେ, କରସନଭାଇ ପଟେଲ୍ ନିଜ ଚାକିରିରେ ଖୁସି ନଥିଲେ, ଓ ନିଜ କିଛି ବ୍ୟବସାୟ କରିବାକୁ ଚାହୁଁଥିଲେ , ଏହି ମଧ୍ୟରେ ଦିନେ ତାଙ୍କ ମନରେ କପଡା ଧୋଇବାର ଡିଟରଜେଣ୍ଟ ବିଷୟରେ ପାଉଡର୍ କଥା ମନକୁ ଆସିଲା, ସେ ଭାବିଲେ ଏମିତି ପାଉଡର୍ ବନାଇବେ ଯାହା ଅନ୍ୟ ଡିଟରଜେଣ୍ଟ୍ ମୁକାବଲାରେ ଶସ୍ତା ଓ ଉତ୍ତମ ଗୁଣବତ୍ତାର ହୋଇଥିବ

ଏଥିପାଇଁ ସେ ନିଜ ଲ୍ୟାବରେ ପ୍ରୟୋଗ ଆରମ୍ଭ କରିଦେଲେ, ଓ ପରିଶେଷରେ ତାଙ୍କ ପରିଶ୍ରମ କାମରେ ଆସିଲା, ଓ ସେ ଏକ ହଲଦିଆ ରଙ୍ଗର ଏମିତି ପାଉଡର୍ ବନାଇଲେ ଯାହା ଧୋଇବାରେ ସାବୁନ୍ ବି ଫିକା ପକାଇଦେବ, ଓ ଯାହା କମ୍ ଦାମ୍ ରେ ବିକ୍ରି କରାଯାଇପାରିବ । ଅହମଦାବାଦରେ ରହୁଥିବା କରସନଭାଇ ନିଜ ଘରୁ ଅହାତେ ରୁ ହିଁ ନିରମା ପାଉଡର୍ ବନାଇବାର ଆରମ୍ଭ କରିଥିଲେ,  ଏହି କାମ ତେବେ କିଛି କମ୍ପାନୀ ନୁହେଁ ବରଂ ଏକ ବ୍ୟକ୍ତି କରୁଥିଲା, ତେବେ ମୋଲଚାଲ୍ କରି ବିକ୍ରି କରିବାରେ ଅସୁବିଧା ହେଉଥିଲା, ଏମିତିରେ କରସନ ଭାଇ ନିଜେ ନିଜର ମାଲ୍ ନେଇ ଲୋକଙ୍କ ଘରେ ଘରେ ପହ୍ଞ୍ଚାଇଲେ , ତାଙ୍କ ଜିନିଷର ଲୋକପ୍ରିୟତା ବଢିଲା, ଏଥିରୁ ସେ ଏକ ଉପାୟ ବାହାର କଲେ, ଏହାପରେ ସେ ଉପାୟ କଲେ କି ନିରମାର ସବୁ ପ୍ୟାକେଟରେ ଯଦି କପଡା ସଫା ନହୁଏ ତେବେ ସେ ପଇସା ଫେରସ୍ତ କରିଦେବେ ।

ବ୍ରାଣ୍ତର ନାଁ ନିରମା ତାଙ୍କ ଝିଅ ନିରୁପମାଙ୍କ ନାଁରେ ରଖାଯାଇଥିଲା, ଧୀରେ ଧିରେ ତାଙ୍କ ପରିଶ୍ରମ କାର୍ଯ୍ୟ କଲା, ଓ ପରିଶେଷରେ ୧୯୬୯ ରେ ଅଧିକା ଡିମାଣ୍ତ ହେବାରୁ ସେ ନିଜ ଚାକିରି ଛାଡି କିଛି କର୍ମଚାରୀଙ୍କ ସହ ଓ ମେସିନ୍ ସହ ଅହମଦାବାଦ୍ ପାଖରେ ଏକ ଛୋଟ ଫ୍ୟାକ୍ଟ୍ରି ବସାଇଲେ, ସେ ବଜାରରେ ନିରମା ଡିଟର୍ଜେଣ୍ଟ ପାଉଡର୍ ନାଁରେ ପାଉଡର୍ ବିକ୍ରି କରିବା ଆରମ୍ଭ କରିଦେଲେ, ଯେବେ ତାଙ୍କ ଶସ୍ତା ୱାସିଙ୍ଗ୍ ପାଉଡର୍ ୧୩ ଟଙ୍କା ପ୍ରତି କିଲୋ ଥିଲା , ତେବେ ଏହି ପାଉଡର୍ ସେ ତିନି ଟଙ୍କା ପ୍ରତି କିଲୋରେ ବିକ୍ରି କଲେ

ଯେପରି ଲୋକଙ୍କ ଇଛା ବଢିବାରେ ଲାଗିଲା ତାଙ୍କୁ ଶସ୍ତା ଓ ସବୁଠାରୁ ଭଲ ଜିନିଷ ମିଳିଲା, କରସନ ଭାଇ ଙ୍କ ଏହି ଫର୍ମୁଲା କାମ କରିଗଲା, ଏବେ କରସନ ଭାଇଙ୍କ ନିରମା ଏବେ ନିରମା ଦେଶର ଏକ ପରିଚିତ ବ୍ରାଣ୍ତ ହୋଇଗଲା, ଆଜି କରସନ୍ ଭାଈ କମ୍ପାନୀ ୧୪ ହଜାର କର୍ମଚାରୀ ଅଛନ୍ତି, ୨୦୦୪ ଗଣନା ଅନୁସାରେ ନିରମା କମ୍ପାନୀର ଟର୍ଣ୍ଣଓଭର ୫୦ କୋଟି ଡଲାର୍ ରୁ ଅଧିକା ଅଛି, ଯାହା ଏବେ ୧୦୦ କୋଟି ଡଲାର୍ ହୋଇଯାଇଛି, କରସନଭାଇ ପଟେଲ୍ ଙ୍କ ନାଁ ୨୦୧୬ ରେ ଫୋବର୍ସ ପତ୍ରିକାରେ ଆସିସାରିଛି, ଯାହାର ଅନୁସାରେ ତାଙ୍କ ସମୁଦାୟ ସଂମ୍ପତ୍ତି ୭୬ ଡଲାର ଥିଲା ଓ ସେ ଦୁନିଆଁର ସବୁଠାରୁ ଧନୀ ଲୋକ ଭାବେ ୧୧୨୧ ତମ ସ୍ଥାନରେ ଥିଲା, ତଥା ଭାରତରେ ସବୁଠାରୁ ଧନୀ ଲୋକଙ୍କ ଲିଷ୍ଟରେ ୫୦ ତମ ସ୍ଥାନରେ ଥିଲେ ।

Leave a Reply

Your email address will not be published. Required fields are marked *