October 18, 2024

Odia Express

Here, There and Everywhere

ଏହା ହେଲା ଭାରତର ସବୁଠାରୁ ଦାମୀ ଟ୍ରେନ୍ , ଏଥିରେ ଯାତ୍ରା କରିଲେ ନିଜକୁ ଅନୁଭବ କରିବେ ରାଜା ମହାରାଜାର ଜୀବନଶୈଳୀ – ଟିକେଟ ମୂଲ୍ୟ ରେ ଗୋଟିଏ ବଡ ବାଇକ କିଣିଦେବେ ଆପଣ

1 min read

ଗତ କିଛି ବର୍ଷ ହେବ ଟ୍ରେନଗୁଡିକର ବିକାଶ ଏବେ ଆଧୁନିକ ତରିକାରେ ହେଉଛି, ଏବେ ଟ୍ରେନରେ ସବୁ ସୁବିଧା ବଢାଇଦିଆଯାଇଛି, ଆପଣଙ୍କୁ କହିଦେବୁ କି ଭାରତରେ କିଛି ଏମିତି ଟ୍ରେନ୍ ଅଛି ଯାହା ଲକ୍ଜୁରୀ ଉଡାଜାହାଜ ଯାତ୍ରାରୁ ବି ଭଲ ଅନୁଭବ ଦେଇପାରେ, କିନ୍ତୁ ସର୍ତ୍ତ ଏହା କି ଯେପରି ଯାତ୍ରା କରିବେ ତେବେ ସେମିତି ଦାମ୍ ଦେବାକୁ ପଡିବ ମତଲବ ଯେଉଁ ଟ୍ରେନଗୁଡିକ ଆମେ କଥା କହୁଛୁ ତାଙ୍କର ଯାତ୍ରୀ ଭଡା ବହୁତ ମହଙ୍ଗା ଅଟେ, ସୁବିଧା ଅନୁସାରେ ଏହାର ଦାମ୍ ନିର୍ଦ୍ଧାରିତ ହୋଇଛି, ତେବେ ଆସନ୍ତୁ ଜାଣିବା କେଉଁ ସେହି ଟ୍ରେନ୍ ଗୁଡିକ

୧) ଡେକନ୍ ଓଡିଶୀ- ଆପଣଙ୍କୁ କହିଦେବୁ କି ଟ୍ରେନ୍ ଭିତରେ ଖୁବ୍ ସୁନ୍ଦର ଇଣ୍ଟେରିୟର୍ ଡିଲକ୍ସ କେବିନ୍ ଅଛି, ଓ ଭଲ ଖାଦ୍ୟପେୟର ସୁବିଧା ଦିଆଯାଏ , ଏହି ଟ୍ରେନର ଦେଖାଶୁଣା ତାଜ ଗ୍ରୁପ୍ ଅଫ୍ ହୋଟେଲ୍ସ ଦ୍ୱାରା କରାଯାଏ , କହିଦେବୁ କି ୨ ଲୋକଙ୍କୁ ବୁଲିବାର ଭଡା ୭ ଲକ୍ଷରୁ ୧୧ ଲକ୍ଷ ମଧ୍ୟରେ ହୋଇଥାଏ ।

୨) ଗୋଲଡେନ୍ ଚ୍ୟାରିୟଟ୍- ସେମିତି ଗୋଲଡେନ୍ ଚ୍ୟାରିୟଟ୍ କୁ କର୍ଣ୍ଣାଟକ ରାଜ୍ୟ ପର୍ଯ୍ୟଟନ ବୋର୍ଡ ଦ୍ୱାରା ପରିଚାଳିତ କରାଯାଉଛି ,ଏହି ଟ୍ରେନରେ ଖାସ୍ କରି ଭାରତକୁ ଆସିଥିବା ଅତିଥିଙ୍କ ପାଇଁ କରାଯାଇଛି, ଯେଉଁଥିରେ ରାଜବଂଶୀୟ ଘରର ନମୁନା ଗୁଡିକ ଦର୍ଶାଯାଇଛି, ଆପଣଙ୍କୁ କହିଦେବୁ କି ଏଠାରେ ରିଲାକ୍ସ କରିବାପାଇଁ ପର୍ଯ୍ୟଟକଙ୍କୁ ଆୟୁର୍ବେଦିକ ସ୍ପା ସେଣ୍ଟର ସୁବିଧା ଦିଆଯାଈଛି, ଏହି ଟ୍ରେନରେ ୬ ରାତି ୭ ଦିନର ଭଡା ୬ ଲକ୍ଷ ଟଙ୍କା ହୋଇଥାଏ , ସେମିତି ୩ ରାତି ଓ ଚାରିଦିନର ଭଡା ୩,୫ ଲକ୍ଷ ଅଟେ ।

୩) ମହାରାଜା ଏକ୍ସପ୍ରେସ୍- ଏହି ଟ୍ରେନରେ ୬ ବର୍ଷରୁ ଲକ୍ଜୁରୀ ଟ୍ରେନ୍ ର ଉପାଧି ପାଇଛି, ଏହି ଟ୍ରେନରେ ପ୍ରାଇଭେଟ୍ ଲାଉନଜ୍ ସହ ବେଡରୁମ୍, ଲକଜୁରୀ ବାଥରୁମ୍ ସହ ନିଜର କକ୍ଷ ଦିଆଯାଏ , ସେମିତି ଏହି ଟ୍ରେନରେ ୬ ରାତି ୭ ଦିନ ପାଇଁ ଭଡା ୯ ଲକ୍ଷ ଟଙ୍କା ଆସେ ଓ ପ୍ରେସିଡେନ୍ସିଆଲ୍ ସୁଇଟ୍ ଭଡା ୩୮ ଲକ୍ଷ ଟଙ୍କା ହୋଇଥାଏ ।

୪) ପ୍ୟାଲେସ୍ ଅନ୍ ହ୍ୱିଇଲ୍ସ- ସୁଚନା ମୁତାବିକ ଏହି ଟ୍ରେନ୍ ରାଜସ୍ଥାନ ପର୍ଯ୍ୟଟନ ବିକାଶ ନଗର ନିଗମ ଦ୍ୱାରା ପରିଚାଳିତ, ଏଥିରେ ଭାରତୀୟ ଓ ବିଦେଶୀ ପର୍ଯ୍ୟଟନ ଆସିପାରିବେ, ଏହି ଟ୍ରେନରେ ଯାତ୍ରା କରିବାର ଆନନ୍ଦ ନେଇପାରିବେ ଏହି ଟ୍ରେନରେ ୭ ଦିନ ପାଇଁ ଭଡା ୫ ଲକ୍ଷ ହୋଇଥାଏ, ସେମିତି ସୁପର୍ ଡିଲକ୍ସ କେବିନ୍ ଭଡା ୭ ରାତିକୁ ୯,୫ ଲକ୍ଷ ହୋଇଥାଏ

୫) ବୁଦ୍ଧ ଏକ୍ସପ୍ରେସ୍- କହିଦେବୁ କି ବୁଦ୍ଧ ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟପ୍ରଦେଶ ଓ ବିହାର ମଧ୍ୟରେ ଚାଲେ, ଏଠାରୁ ରାଜଗୀର, ନାଳନ୍ଦା, ଓ ବୁଦ୍ଧଗୟା ପରି ଜାଗା ଝଲକ ନଜର ଆସିଥାଏ, ଏଇ ଟ୍ରେନରେ ଆପଣଙ୍କୁ ଲାଇବ୍ରେରୀ, ନିଜର କକ୍ଷ, ଓ ରେଷ୍ଟୁରାଣ୍ଟ ପରି ସୁବିଧା ଦିଆଯାଏ , ଏହି ଟ୍ରେନରେ ଗୋଟେ ରାତିର ଭଡା ୧୨ ହଜାର ଟଙ୍କା ପଡିଥାଏ, ଓ ୭ ରାତିର ଭଡା ୮୬ ହଜାର ଟଙ୍କା ନିଆଯାଏ ।

Leave a Reply

Your email address will not be published. Required fields are marked *