December 1, 2024

Odia Express

Here, There and Everywhere

ମୋଟାପଣ,କବଜ,ଚର୍ବି ଆଦି ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସହଜ ଉପାୟ – ମୋଟାପଣ ପାଇଁ ରାମବାଣ ଉପାୟ ଜାଣିରଖନ୍ତୁ ଏବେ

ସାଙ୍ଗମାନେ ମୋଟାପଣ ଏକ ଅଭିଶାପ ଭଳି।ଯାହାକୁ ସମସ୍ତ ଲୋକ ଏକ ଅଲଗା ନଜରରେ ଦେଖିଥାନ୍ତି।ଆପଣ ସର୍ବଦା ଆପଣଙ୍କର ଏହି ଗୁଣ ଯୋଗୁଁ ଜନ ଗହଳି ଜାଗାରେ ହନ୍ତସନ୍ତ ହୁଅନ୍ତି।ସମସ୍ତେ ଆପଣଙ୍କୁ ଥଟା ମଜା କରି କୁହନ୍ତି।ଆପଣ ମଧ୍ୟ ନିଜେ ନିଜ ଉପରେ ଖୁସି ନଥାନ୍ତି।ଆପଣ ଆପଣଙ୍କ ମନ ପସନ୍ଦର ଜିନିଷ ଖାଇ ପାରନ୍ତି ନାହିଁ।ସ୍କୁଲ ହେଇକି ନିଜ କର୍ମକ୍ଷେତ୍ର ସବୁଠି ଆପଣ ମଯାକର ପାତ୍ର ହୋଇଥାନ୍ତି।କିନ୍ତୁ ଆଜି ମୁଁ ଆପଣଙ୍କୁ ଏହାର ପ୍ରତିକାର ବିଷୟରେ କହିବି।ଆଜି ମୁଁ ଆପଣଙ୍କୁ ଏହା ସହିତ କବଜକୁ ପ୍ରତିକାର କରିବା ପାଇଁ କେଉଁ ବ୍ୟବସ୍ଥା କରିବାକୁ ପଡ଼ିବ ତାହା ମଧ୍ୟ କହିବି।

ଏଥିପାଇଁ ଆପଣ ସର୍ବ ପ୍ରଥମେ ଏକ ଗ୍ଲାସରେ ପାଣି ନିଅନ୍ତୁ।ଆପଣ ଏହି ପାଣିକୁ କିଛି ସମୟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ।ଯେତେବେଳେ ଆପଣଙ୍କୁ ଲାଗିବ ଯେ ପାଣି ସମ୍ପୂର୍ଣ୍ଣ ଗରମ ହୋଇ ସାରିଲାଣି ସେତେବେଳେ ଆପଣ କିଛି ଜିରା ପକାଇଦେବେ।ଜିରା ପଡ଼ିସାରିଲା ପରେ ଆପଣ ପୁଣି ପାଣିକୁ ଦୁଇ ମିନିଟ ପର୍ଯ୍ୟନ୍ତ ଗରମ କରିବେ।ଏହା ପରେ ଆପଣ ଗ୍ୟାସ ଅଫ କରିଦେବେ।ଏହାପରେ ଆପଣ ଏକ ଛଣା ଦ୍ଵାରା ଜିରାକୁ ଛାଣି ଦିଅନ୍ତୁ। ଜିରାରେ ଫ୍ୟାଟକୁ ଦହନ କରିବାର ଶକ୍ତି ଅଛି।

ଏବେ ଏଥିରେ ଆପଣ ସ୍ଵାଦ ଅନୁସାରେ ମହୁ ମିଶାଇ ଦିଅନ୍ତୁ।ଦ୍ଵିତୀୟ ଜିନିଷ ହେଉଛି ଭିନେଗାର।ଏଥିରେ ଆପଣ ଗୋଟିଏ ଚାମଚ ଭିନେଗାର ମିଶାଇ ଦେବେ।ଆପଣ କଦାପି ଏକ ଚାମଚରୁ ଅଧିକ ପକାଇବେ ନାହିଁ।ଏହାକୁ ପାଞ୍ଚ ଦଶ ମିନିଟ ପାଇଁ ସେହିପରି ଭାବେ ଛାଡି ଦିଅନ୍ତୁ।ଆପଣ ଧ୍ୟାନ ରଖିବେ ଯେ ପାଣି ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ହିଁ ମହୁ ପକାଇବେ।ଆପଣ ଯଦି ଏହାକୁ ସକାଳେ ସେବନ କରନ୍ତି ତ ଆପଣଙ୍କ ଫ୍ୟାଟ ସମ୍ପୂର୍ଣ୍ଣ ରୂପେ କମିଯିବ।

ଏବେ ମୁଁ ଆପଣ ମାନଙ୍କୁ ଯେଉଁ ଉପାୟ କହିବି ସେଥିରେ ଆପଣ ନିଜ କବଜ ସମସ୍ୟା ଦୂର କରିପାରିବେ।ସାଙ୍ଗମାନେ ପ୍ରଥମେ ଆପଣ ନେବେ ଛାସ ଓ ଏହା ଏକଦମ ଥଣ୍ଡା ଓ ସତେଜ ରହିବା ଆବଶ୍ୟକ।ଦ୍ଵିତୀୟ ଜିନିଷ ହେଉଛି ସୁଖି ଯାଇଥିବା ଅଦା।ଆପଣ ଅଦାକୁ ପୁରା ଭଲ ଭାବେ ପେଶିଦେବେ।ଏଥିରୁ ଏକ ଚାମଚ ଛାସରେ ପକାଇଦେବେ। ତା ପରେ ଭଲଭାବେ ଏହାକୁ ମିଶାଇ ଦେବେ।ମିଶାଇ ସାରିଲା ପରେ ୨ ରୁ ୩ ମିନିଟ ପାଇଁ ସେପରି ଭାବେ ଛାଡ଼ିଦେବେ।ଆପଣ ଦେଖିବେ ଯେ ଅଦା ପାଉଡର ଓ ଛାସ ପରଷ୍ପର ସମ୍ପୂର୍ଣ୍ଣ ଭାବେ ମିଳାଇ ଯିବେ।ଆପଣ ଏହି ଉପାୟ ରାତିରେ ଶୋଇବା ପୁର୍ବରୁ ରେଗୁଲାର ୧୦ ରୁ ୧୨ ଦିନ କରିବେ ତ ଯେଉଁ ବାବସୀର ବା ଭଗନ୍ଦର ଅଛି ସେଥିରୁ ଆପଣଙ୍କୁ ଶତ ପ୍ରତିଶତ ରକ୍ଷା ମିଳିବ।

Leave a Reply

Your email address will not be published. Required fields are marked *